୪୮ ଘଣ୍ଟା ପରେ ବି ପତ୍ତା ପାଉନି ପୋଲିସ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଶନିବାର ରାତିରେ ଜଣେ ଡେଲିଭରି ବୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣାକୁ ୪୮ ଘଣ୍ଟା ବିତିଛି। ହେଲେ ଅପହରଣ ହୋଇଥିବା ପତିତପାବନ ପୃଷ୍ଟିଙ୍କୁ ପୋଲିସ ଖୋଜି ପାଇନାହିଁ। ତେବେ ଏନେଇ ଜୋନ୍‌-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ କହିବା କଥା, ଏହି ଘଟଣାରେ ୪ଟି ଟିମ୍‌ ଗଠନ କରାଯାଇଛି। ତଥ୍ୟ ପ୍ରମାଣ ଆଧାରରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ପୋଲିସ ଗୁରୁତ୍ୱର ସହ ନେଇ ଖୋଜୁ ନ ଥିବା ପତିତପାବନଙ୍କ ବଡଭାଇ ପୁରୁଷୋତ୍ତମ ପୃଷ୍ଟି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ପରିବାରଲୋକଙ୍କ ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି। ଏସମ୍ପର୍କରେ ପତିତପାବନଙ୍କ ପତ୍ନୀ ଅହଲ୍ୟା ପୃଷ୍ଟିଙ୍କୁ କହିଛନ୍ତି, ସ୍ବାମୀଙ୍କ ନିଖୋଜ ହେବାର ୪୮ଘଣ୍ଟା ବିତିଲାଣି। ତାଙ୍କ ଦେହରେ ଛୁରି ଭୁସା ଯାଇଥିଲା। ସେ ଏବେ କେମିତି ଅଛନ୍ତି, କିଭଳି ଅବସ୍ଥାରେ ଅଛନ୍ତି, ତାଙ୍କ ସହ କ’ଣ ଘଟିଛି କିଛି ଜଣାପଡୁନାହିଁ। । ପୋଲିସକୁ ପଚାରିବାରୁ ସନ୍ଧାନ ମିଳିଲେ ଖବର ଦିଆଯିବ ବୋଲି କହୁଛନ୍ତି। ତେବେ ଘଟଣା ଉପରେ ରହସ୍ୟ ଉଠି ନ ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସୂଚନାଯୋଗ୍ୟ, ପତିତପାବନ ତାଙ୍କ ପତ୍ନୀ ଓ ବଡ଼ଭାଇଙ୍କ ସହ ସ୍ଥାନୀୟ ଥାନା ନୂଆଗାଁ ବିଜୟ ବିହାରରେ ଘର ଭଡ଼ା ନେଇ ରହୁଥିଲେ। । ପତିତପାବନ ଏକ ଖାଦ୍ୟ ଡେଲିଭରି ସଂସ୍ଥାରେ କାମ କରୁଥିଲେ। ଶନିବାର ସା ପ୍ରାୟ ୬ଟାରେ ଖାଦ୍ୟ ଅର୍ଡର ପାଇଁ ଯିବା ସହ ନୂଆ ଗ୍ୟାରେଜ ପାଇଁ କିଛି ଉପକରଣ କିଣିବାକୁ କହି ସାଙ୍ଗରେ ୩୦ ହଜାର ଟଙ୍କା ନେଇ ଘରୁ ବାହାରିଥିଲେ। ତେବେ ରାତି ପ୍ରାୟ ୯ଟା ୪୫ରେ ସେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ୍‌ କରି କହିଥିଲେ, ସୁନ୍ଦରପଦା ଓ ସାମନ୍ତରାପୁର ମଝି କପିଳେଶ୍ୱର କେନାଲ ବନ୍ଧରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିବାରୁ ମୁଁ ଯାଇପାରୁନି। ପଛପଟେ ମଦୁଆ ୪ରୁ ୫ଜଣ ଅଛନ୍ତି। ପାଖରେ ଟଙ୍କା ଥିବାରୁ ଭୟ ଲାଗୁଥିବା କହିଥିଲେ। ତେବେ ପରେ ତାଙ୍କ ସ୍ତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ଅତି ଭୟଭୀତ ହୋଇ ଏକ ଭଏସ୍‌ ମେସେଜ ପଠାଇ ତାଙ୍କୁ କିଛି ଲୋକ ଛୁରୀ ଭୁସି ଡାଲା ଅଟୋରେ ପକାଇ ନେଇଯାଉଛନ୍ତି। ବଡଭାଇକୁ ଇତ୍ତରାଠି ଆସିବା ପାଇଁ କହିଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ନ ପାଇବାରୁ ଶେଷରେ ରାତି ପ୍ରାୟ ୨ଟାରେ ସେମାନେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ରବିବାର ସକାଳ ପ୍ରାୟ ୮ଟାରେ ଲିଙ୍ଗିପୁର ନଦୀ ବନ୍ଧ ନିକଟରେ ପୋଲିସ ଓ ପରିବାର ଲୋକେ ଖୋଜାଖୋଜିବେଳେ ପତିତପାବନଙ୍କର ଚପଲ, ଖାଦ୍ୟ ଯୋଗାଣକାରୀ ସଂସ୍ଥାର ବ୍ୟାଗ୍‌, ଟି-ଶାର୍ଟ, ଖାଲି ପର୍ସ ଓ ନିକଟରେ ପୋତାଯାଇଥିବା ଏକ ଛୁରି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri