୪୮ ଘଣ୍ଟା ପରେ ବି ପତ୍ତା ପାଉନି ପୋଲିସ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ଶନିବାର ରାତିରେ ଜଣେ ଡେଲିଭରି ବୟଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିନେଇଥିବା ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ଘଟଣାକୁ ୪୮ ଘଣ୍ଟା ବିତିଛି। ହେଲେ ଅପହରଣ ହୋଇଥିବା ପତିତପାବନ ପୃଷ୍ଟିଙ୍କୁ ପୋଲିସ ଖୋଜି ପାଇନାହିଁ। ତେବେ ଏନେଇ ଜୋନ୍‌-୨ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ କହିବା କଥା, ଏହି ଘଟଣାରେ ୪ଟି ଟିମ୍‌ ଗଠନ କରାଯାଇଛି। ତଥ୍ୟ ପ୍ରମାଣ ଆଧାରରେ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବା ସେ କହିଛନ୍ତି। ଅନ୍ୟପଟେ ପୋଲିସ ଗୁରୁତ୍ୱର ସହ ନେଇ ଖୋଜୁ ନ ଥିବା ପତିତପାବନଙ୍କ ବଡଭାଇ ପୁରୁଷୋତ୍ତମ ପୃଷ୍ଟି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ ପରିବାରଲୋକଙ୍କ ସମ୍ପୃକ୍ତି ଥିବା ମଧ୍ୟ ପୋଲିସ ସନ୍ଦେହ କରୁଛି। ଏସମ୍ପର୍କରେ ପତିତପାବନଙ୍କ ପତ୍ନୀ ଅହଲ୍ୟା ପୃଷ୍ଟିଙ୍କୁ କହିଛନ୍ତି, ସ୍ବାମୀଙ୍କ ନିଖୋଜ ହେବାର ୪୮ଘଣ୍ଟା ବିତିଲାଣି। ତାଙ୍କ ଦେହରେ ଛୁରି ଭୁସା ଯାଇଥିଲା। ସେ ଏବେ କେମିତି ଅଛନ୍ତି, କିଭଳି ଅବସ୍ଥାରେ ଅଛନ୍ତି, ତାଙ୍କ ସହ କ’ଣ ଘଟିଛି କିଛି ଜଣାପଡୁନାହିଁ। । ପୋଲିସକୁ ପଚାରିବାରୁ ସନ୍ଧାନ ମିଳିଲେ ଖବର ଦିଆଯିବ ବୋଲି କହୁଛନ୍ତି। ତେବେ ଘଟଣା ଉପରେ ରହସ୍ୟ ଉଠି ନ ଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ସୂଚନାଯୋଗ୍ୟ, ପତିତପାବନ ତାଙ୍କ ପତ୍ନୀ ଓ ବଡ଼ଭାଇଙ୍କ ସହ ସ୍ଥାନୀୟ ଥାନା ନୂଆଗାଁ ବିଜୟ ବିହାରରେ ଘର ଭଡ଼ା ନେଇ ରହୁଥିଲେ। । ପତିତପାବନ ଏକ ଖାଦ୍ୟ ଡେଲିଭରି ସଂସ୍ଥାରେ କାମ କରୁଥିଲେ। ଶନିବାର ସା ପ୍ରାୟ ୬ଟାରେ ଖାଦ୍ୟ ଅର୍ଡର ପାଇଁ ଯିବା ସହ ନୂଆ ଗ୍ୟାରେଜ ପାଇଁ କିଛି ଉପକରଣ କିଣିବାକୁ କହି ସାଙ୍ଗରେ ୩୦ ହଜାର ଟଙ୍କା ନେଇ ଘରୁ ବାହାରିଥିଲେ। ତେବେ ରାତି ପ୍ରାୟ ୯ଟା ୪୫ରେ ସେ ତାଙ୍କ ସ୍ତ୍ରୀ ଅହଲ୍ୟାଙ୍କୁ ଫୋନ୍‌ କରି କହିଥିଲେ, ସୁନ୍ଦରପଦା ଓ ସାମନ୍ତରାପୁର ମଝି କପିଳେଶ୍ୱର କେନାଲ ବନ୍ଧରେ ତାଙ୍କ ଗାଡ଼ି ଖରାପ ହୋଇଯାଇଥିବାରୁ ମୁଁ ଯାଇପାରୁନି। ପଛପଟେ ମଦୁଆ ୪ରୁ ୫ଜଣ ଅଛନ୍ତି। ପାଖରେ ଟଙ୍କା ଥିବାରୁ ଭୟ ଲାଗୁଥିବା କହିଥିଲେ। ତେବେ ପରେ ତାଙ୍କ ସ୍ତ୍ରୀଙ୍କୁ ହ୍ବାଟ୍ସଆପ୍‌ରେ ଅତି ଭୟଭୀତ ହୋଇ ଏକ ଭଏସ୍‌ ମେସେଜ ପଠାଇ ତାଙ୍କୁ କିଛି ଲୋକ ଛୁରୀ ଭୁସି ଡାଲା ଅଟୋରେ ପକାଇ ନେଇଯାଉଛନ୍ତି। ବଡଭାଇକୁ ଇତ୍ତରାଠି ଆସିବା ପାଇଁ କହିଥିଲେ। ଏହାପରେ ପରିବାର ଲୋକେ ଖୋଜାଖୋଜି କରି ତାଙ୍କୁ ନ ପାଇବାରୁ ଶେଷରେ ରାତି ପ୍ରାୟ ୨ଟାରେ ସେମାନେ ଧଉଳି ଥାନାରେ ଅଭିଯୋଗ କରିଥିଲେ। ରବିବାର ସକାଳ ପ୍ରାୟ ୮ଟାରେ ଲିଙ୍ଗିପୁର ନଦୀ ବନ୍ଧ ନିକଟରେ ପୋଲିସ ଓ ପରିବାର ଲୋକେ ଖୋଜାଖୋଜିବେଳେ ପତିତପାବନଙ୍କର ଚପଲ, ଖାଦ୍ୟ ଯୋଗାଣକାରୀ ସଂସ୍ଥାର ବ୍ୟାଗ୍‌, ଟି-ଶାର୍ଟ, ଖାଲି ପର୍ସ ଓ ନିକଟରେ ପୋତାଯାଇଥିବା ଏକ ଛୁରି ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?