Posted inଖେଳ

ଭାରତୀୟ ଦଳରେ ଓଡ଼ିଶାରୁ ୪

ବେଙ୍ଗାଲୁରୁ, ୧୨ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରିକେଟ ଆସୋସିଏଶନ ଫର୍‌ ଦି ବ୍ଲାଇଣ୍ଡ୍‌ ଇନ୍‌ ଇଣ୍ଡିଆ (ସିଏବିଆଇ) ଦ୍ୱାରା ପ୍ରଥମ ଥର ଭାରତର ଦୃଷ୍ଟିବାଧିତ ମହିଳା କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶା ୪ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ପଦ୍ମିନୀ ଟୁଡୁ, ବାସନ୍ତୀ ହାଁସ୍‌ଦା, ଫୁଲ ସୋରେନ ଓ ଝିଲି ବିରୁଆ। ଏହି ଦଳ ଏପ୍ରିଲ ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନେପାଳ ବିପକ୍ଷ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିବ। ଏଥିପାଇଁ ଭୋପାଳଠାରେ ଏକ ସିଲେକ୍ସନ ଟ୍ରାଏଲ କରାଯାଇଥିଲା। ଏଥିରୁ ପ୍ରଥମେ ୩୮ଖେଳାଳି ଏବଂ ପରେ ୧୭ଜଣିଆ ଶର୍ଟଲିଷ୍ଟ କରାଯାଇଥିଲା ବୋଲି ସିଏବିଆଇା ସାଧାରଣ ସମ୍ପାଦକ ତଥା ସିଲେକ୍ସନ କମିଟିର ଚେୟାରମ୍ୟାନ ଇ. ଜନ୍‌ ଡେଭିଡ୍‌ ପ୍ରକାଶ କରିଛନ୍ତି।
ନେପାଳର ପୋଖାରା ଓ କାଠମାଣ୍ଡୁଠାରେ ନେପାଳ ବିପକ୍ଷରେ ୫ ଟି୨୦ ଖେଳିବା ଲାଗି ଯିବା ପୂର୍ବରୁ ଗୁର୍‌ଗାଁଓଠାରେ ଏକ କୋଚିଂ କ୍ୟାମ୍ପ ଏପ୍ରିଲ ୧୭ରୁ ୨୨ ପର୍ଯ୍ୟନ୍ତ ହେବ। ଦ୍ୱିପାକ୍ଷିକ ସିରିଜ ପାଇଁ ମଧ୍ୟପ୍ରଦେଶର ସୁଷମା ପଟେଲଙ୍କୁ ଅଧିନାୟିକା ଏବଂ କର୍ନାଟକର ଗଙ୍ଗାଭା ନିଲାପ୍ପା ହରିଜନଙ୍କୁ ଉପ ଅଧିନାୟକ କରାଯାଇଛି। କ୍ରାତିକା ଚାର୍ଭେ ଦଳର କୋଚ୍‌ ରହିଥିବା ବେଳେ ଶିକା ଶେଟ୍ଟି ଦଳର ମ୍ୟାନେଜର, ରାଜଶ୍ରୀ ଚମ୍ପାଲାଲ୍‌ ରାମାଓ୍ବତ ଦଳର ଫିଜିଓ ରହିଛନ୍ତି।
ମନୋନୀତ ଖେଳାଳି: ଭରସା ୟୁ, ଭାଲାସାନାଇନି ରାଭାନି, ସିମୁ ଦାସ, ପଦ୍ମିନୀ ଟୁଡୁ, କିଲାକା ସନ୍ଧ୍ୟା, ପ୍ରିୟା, ଗଙ୍ଗାଭା ନୀଲାପ୍ପା ହରିଜନ (ଉପଅଧିନାୟିକା), ପ୍ରିତବେନ୍‌ ବାବୁଭାଇ ଦେଶାଇ, ସାଣ୍ଡ୍ରା ଡେଭିସ୍‌ କାରିମାଲିକାଲ, ବାସନ୍ତୀ ହଁାସ୍‌ଦା, ପ୍ରୀତି ପ୍ରସାଦ, ସୁଷମା ପଟେଲ (ଅଧିନାୟକ), ଏମ୍‌. ସତ୍ୟବତୀ, ଫୁଲ ସୋରେନ, ଝିଲି ବିରୁଆ, ଗଙ୍ଗା ସମ୍ଭାଜୀ କଦମ ଓ ଦୀପିକା ଟି.ସି.।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ,୨୯l୬(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର ଅଞ୍ଚଳର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

କେପ୍‌ ଭର୍ଡିକୁ ଶକ୍ତ ଧକ୍କା: ଅଧିନାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ

ସିଆଟେଲ,୨୯ା୬: ଫିଫା ବିଶ୍ୱକପ୍‌ରେ ସଭିଙ୍କୁ ଚକିତ କରି ନକ୍‌ଆଉଟ୍‌ରେ ପ୍ରବେଶ କରିଛି କେପ୍‌ ଭର୍ଡି । କେପ୍‌ ଭର୍ଡି ରାଉଣ୍ଡ ଅଫ୍‌-୩୨ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନାକୁ…

ପାନ ଦୋକାନୀ,ତାଙ୍କ ବାପାଙ୍କୁ ହତ୍ୟା ଉଦ୍ୟମ: ୨ ଗିରଫ

ଦିଗପହଣ୍ଡି,୨୯ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନଙ୍କୁ…

ଦିଗପହଣ୍ଡି ଛାତ୍ରଙ୍କ ଜାପାନ ଯାତ୍ରା: ବିଭିନ୍ନ ମହଲରୁ ଛୁଟୁଛି ଶୁଭେଚ୍ଛାର ସୁଅ      

ଦିଗପହଣ୍ଡି,୨୯|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନିମଖଣ୍ଡିପେଣ୍ଠ ଗ୍ରାମର ଛାତ୍ର ଦେବାଶିଷ ମିଶ୍ର ଜାପାନ ଯାତ୍ରା କରିଛନ୍ତି। ସେ ଗାଁ ସ୍କୁଲରୁ ପାଠ ପଢ଼ି…

ଧାନ ମଣ୍ଡି ନିକଟରୁ ମିଳିଲା ରକ୍ତାକ୍ତ ମୃତଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

କୋକସରା,୨୯ା୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଡାଲଗୁମା ଗ୍ରାମ ଧାନ ମଣ୍ଡି ନିକଟରୁ ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପୋଲିସ ଜବତ କରିଛି।…

ଥୁଆମୂଳ ରାମପୁରରେ ଜିଲାପାଳଙ୍କ ଅଭିଯୋଗ ଶୁଣାଣି: ୭୮ଟି ଆବେଦନ ଗ୍ରହଣ, ସମାଧାାନକୁ ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର, ୨୯/୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ ପଞ୍ଚାୟତ ସମିତି ସଭାଗୃହରେ ସୋମବାର ବ୍ଲକସ୍ତରୀୟ ସଂଯୁକ୍ତ ଜନଅଭିଯୋଗ ଶୁଣାଣି ଓ ସମାଧାନ…

ସରକାର ନେଲେ ବଡ଼ ନିଷ୍ପତ୍ତି; ୧ ଜୁଲାଇରୁ ପେଟ୍ରୋଲ-ଡିଜେଲ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇରୁ ପେଟ୍ରୋଲ ଏବଂ ଡିଜେଲ କିଣିବାକୁ ନେଇ ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସରକାର ପ୍ରତି ବ୍ୟକ୍ତି ଏବଂ ପ୍ରତି ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri