୪ ଦଫା ଦାବିରେ ଆଶାକର୍ମୀଙ୍କ ଗଣଧାରଣା

ହିଞ୍ଜିଳିକାଟୁ,୩ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ରାଜ୍ୟ ଆଶାକର୍ମୀ ସଂଘ ପକ୍ଷରୁ ଶନିବାର ବିକ୍ଷୋଭ ଓ ଗଣଧାରଣା କରାଯାଇଛି। ଭାରତୀୟ ମଜଦୂର ସଂଘ ଡାକରାରେ ୪ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବ୍ଲକ ଆଶାକର୍ମୀ ସଂଘ ସଭାନେତ୍ରୀ ରୀନାରାଣି ଗୌତମ କହିଛନ୍ତି। ହିଞ୍ଜିଳିକାଟୁ ବ୍ଲକ ଓ ପୌରାଞ୍ଚଳର ୧୪୯ ଜଣ ଆଶାକର୍ମୀ ପୁରୁଣା ମେଡିକାଲ ପରିସରରେ ଏକତ୍ରିତ ହୋଇ ବିଭିନ୍ନ ସ୍ଲୋଗାନ ଦେଇ ରାଲିରେ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚିଥିଲେ। ସେଠାରେ ଧାରଣା ଦେଇ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ଆଶାକର୍ମୀଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ମାସିକ ୧୮ ହଜାର ଟଙ୍କା ଦରମା, ପେନ୍‌ସନ୍‌ ୫ ହଜାର ଟଙ୍କା, ଅବସରକାଳୀନ ୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ, କାର୍ଯ୍ୟରତ ସମୟରେ ମୃତ୍ୟୁବରଣ କଲେ ୫ଲକ୍ଷ ଟଙ୍କା ସହାୟତା ଓ ସ୍ଥାୟୀ ନିଯୁକ୍ତି ଆଦି ଦାବି କରିଥିଲେ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯିବ ବୋଲି ସଂଘ ସମ୍ପାଦିକା ରେଣୁବାଳା ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌, ଟଙ୍କା ଲୁଟ୍‌ ଘଟଣା: ୩ କୋର୍ଟ ଚାଲାଣ

ଛତ୍ରପୁର,୧୩ା୭(ଡି.ଏନ.ଏ)-ବାଇକ୍‌ ଓ ଟଙ୍କା ଲୁଟ୍‌ ଘଟଣାରେ ୩ ଅଭିଯୁକ୍ତଙ୍କୁ ଛତ୍ରପୁର ପୋଲିସ ଗିରଫ କରିଛି ।  ସେମାନେ ହେଲେ ବ୍ରହ୍ମପୁର ବଡବଜାର ଥାନା ଅଞ୍ଚଳର ରାଜ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ମାରାଥନ ପ୍ରଚାର

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ପୌର ନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ତାତି ସେତିକି ବଢୁଛି l ରବିବାର ଏନ୍‌ଏସି ଅଧ୍ୟକ୍ଷା ପାର୍ଥିନୀ ଝୁଲି ପାତ୍ର ଏବଂ ୬...

କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି ବିଜୁ ଯୁବ ବାହିନୀ ସଦସ୍ୟ

ଛତ୍ରପୁର,୧୨।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ଡିଆର୍‌ଡିଏ କାର୍ଯ୍ୟାଳୟରେ ଥିବା କୋଭିଡ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟ କରୁଛନ୍ତି। ସେମାନେ ଦୈନିକ...

ଚିହ୍ନଟ ୪ଗାଁର ବିସ୍ଥାପିତଙ୍କ ସହ ଆଲୋଚନା

ଦିଗପହଣ୍ଡି,୮ା୨(ଡି.ଏନ୍‌.ଏ.)-ଗଜପତି ଜିଲା ଆର୍‌.ଉଦୟଗିରି ବ୍ଲକ ଛେଳିଗଡ଼ ଗ୍ରାମ ନିକଟରେ ଏକ ବୃହତ ଜଳସେଚନ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ୧୯୯୯ ମସିହାରେ ରାଜ୍ୟ ଜଳ ସମ୍ପଦ ବିଭାଗ...

ସହରରେ ସୀମିତ ବରିଷ୍ଠ ନାଗରିକ ସୁରକ୍ଷା ସେଲ୍‌: ଗ୍ରାମାଞ୍ଚଳ ଥାନା ଇଲାକାରେ ହୋଇନି କାର୍ଯ୍ୟକ୍ଷମ

ବ୍ରହ୍ମପୁର ଅଫିସ,୩ା୭-ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି। ବିଭିନ୍ନ ଥାନାରେ ବରିଷ୍ଠ ନାଗରିକ ସେଲ ଗଠନ କରାଯାଇଛି। ଏକୁଟିଆ ରହୁଥିବା...

ମନ୍ତ୍ରୀଙ୍କ ହତ୍ୟା ଘଟଣା: ଗୋପାଳଙ୍କ ଘରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍‌

ବ୍ରହ୍ମପୁର ଅଫିସ, ୩୧।୧: ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗତ ୨୯ ତାରିଖରେ ପୋଲିସ ଏଏସ୍‌ଆଇ ଗୋପାଳକୃଷ୍ଣ ଦାସ ଗୁଳିକରି ହତ୍ୟା କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ...

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

ଭଞ୍ଜନଗରରୁ କାବୁ ହେଲେ ଅଭିଯୁକ୍ତ

ବ୍ରହ୍ମପୁର ଅଫିସ,୨୭।୨: ଗଞ୍ଜାମ ଜିଲା ସଦର ଥାନା ଅନ୍ତର୍ଗତ ଅଳକାପୁରୀ ସପ୍ତମ ଲାଇନ୍‌ରେ ରହୁଥିବା ସୁରଜା ବେହେରା(୬୦)ଙ୍କୁ ବୁଧବାର ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଚମ୍ପଟ...

Advertisement
Archives

Model This Week