Posted inଜାତୀୟ

ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ ଆହ୍ବାନ…

ନୂଆଦିଲ୍ଲୀ, ୧୯।୪ : ଲ୍ୟୁଟନାଟ୍‌ ଜେନେରାଲ ମନୋଜ ପାଣ୍ଡେ ୩୦ ଏପ୍ରିଲରେ ନୂତନ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେ ଭାରତୀୟ ସେନାର ପ୍ରଥମ ବ୍ୟକ୍ତି ଯିଏ ଇଞ୍ଜିନିୟର୍ସ କର୍ପସରୁ ଆସିଛନ୍ତି। ତାଙ୍କର କାର୍ଯ୍ୟକାଳ ଦୁଇ ବର୍ଷରୁ ଅଧିକ ହେବ। ବରିଷ୍ଠତା ଆଧାରରେ ସରକାର ତାଙ୍କୁ ଏହି ପଦବୀ ପାଇଁ ମନୋନୀତ କରିଛନ୍ତି। ବର୍ତ୍ତମାନ ସେ ଆର୍ମି ଷ୍ଟାଫ ମୁଖ୍ୟ, ଏମ୍‌.ଏସ ନରାଓ୍ବଣେଙ୍କ ପରେ ଦ୍ୱିତୀୟ ସିନିୟର ଅଫିସର ଏବଂ ସେନା କର୍ମଚାରୀଙ୍କ ଉପାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି।

ଚାଇନା ସୀମାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଥିବା ସମୟରେ ସେ ସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଏହା ବ୍ୟତୀତ ତାଙ୍କୁ ଭାରତରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଉପରେ ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ନୂଆ ସେନାଧ୍ୟକ୍ଷଙ୍କ ସମ୍ମୁଖରେ ୪ଟି ଆହ୍ବାନ ରହିଛି।

ପ୍ରଥମରେ ତାଙ୍କୁ ଲଦାଖ ସମସ୍ୟାର ସମାଧାନ ହେବାକୁ ପଡିବ । ଗତ ଦୁଇ ବର୍ଷ ଧରି ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ତିକ୍ତତା ପରିସ୍ଥିତି ଦେଖାଦେଇଛି। ବିଶେଷକରି ପୂର୍ବ ଲଦାଖରେ ଉଭୟ ଦେଶ ସୈନ୍ୟବାହିନୀର ନିୟୋଜନ ବୃଦ୍ଧି କରିଛନ୍ତି। ଦୁଇ ଦେଶ ମଧ୍ୟରେ ସାମରିକ ନିୟୋଜନ ତିନିଥର ହ୍ରାସ ପାଇଛି, ତଥାପି ସେଠାରେ ଏବେ ମଧ୍ୟ ୫୦ ରୁ ୬୦ ହଜାର ସୈନିକ ନିୟୋଜିତ ଅଛନ୍ତି। ଗଲୱାନ, ପୋଙ୍ଗାଙ୍ଗ ଏବଂ ଗୋଗ୍ରାରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଉଭୟ ଦେଶର ସୈନ୍ୟବାହିନୀ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇଛି। ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ। ଏଭଳି ପରିସ୍ଥିତିରେ ମନୋଜ ପାଣ୍ଡେ ନୂତନ ସେନା ମୁଖ୍ୟ ଭାବରେ ଚାଇନା ସହ ଉତ୍ତେଜନା ହ୍ରାସ କରିବାର ଆହ୍ବାନର ସମ୍ମୁଖୀନ ହେବେ।

ଦ୍ୱିତୀୟରେ ଥିଏଟରାଇଜେଶନ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କର ଏହା ଏକ ଯୋଜନା ଥିଲା । ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାୱତ ସୈନ୍ୟବାହିନୀର ଥିଏଟରକରଣ ଉପରେ କାର୍ଯ୍ୟ କରୁଥିଲେ। ଯାହା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଭବିଷ୍ୟତର ଯୁଦ୍ଧ ଏବଂ ପ୍ରଯୁକ୍ତିବିଦ୍ୟାରେ ଦ୍ରୁତ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ। ସେନାର ଯୋଜନା ଅନୁଯାୟୀ ୪ ଟି କମାଣ୍ଡ ଗଠନ କରିବାକୁ ପଡିବ। ସାମ୍ପ୍ରତିକ ମଡେଲ ଅଧୀନରେ ଦୁଇଟି ଲ୍ୟାଣ୍ଡ ଥିଏଟର କମାଣ୍ଡ, ଗୋଟିଏ ଏୟାର ଡିଫେନ୍ସ କମାଣ୍ଡ ଏବଂ ଗୋଟିଏ ସାମୁଦ୍ରିକ କମାଣ୍ଡ ପ୍ରତିଷ୍ଠା ହେବାକୁ ଯାଉଛି। ଚଳିତ ମାସରେ ତିନି ସୈନ୍ୟବାହିନୀ ଦ୍ୱାରା ଥିଏଟରାଇଜେଶନ ଉପରେ ଏକ ରିପୋର୍ଟ ଦାଖଲ କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ସେନା ମୁଖ୍ୟଙ୍କୁ ଏହା ଉପରେ ନିଷ୍ପତ୍ତି ନେବାକୁ ପଡ଼ିବ।

ତୃତୀୟରେ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳତା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ। ମନୋଜ ପାଣ୍ଡେଙ୍କୁ ଏପରି ଏକ ସମୟରେ ନିଯୁକ୍ତ କରାଯାଉଛି ଯେତେବେଳେ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭରଶୀଳ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ପର୍ଯ୍ୟାୟକ୍ରମେ ୩୧୦ଟି ଅସ୍ତ୍ରଶସ୍ତ୍ର ଆମଦାନୀକୁ ସରକାର ନିଷିଦ୍ଧ କରିଛନ୍ତି। ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ସେନାକୁ ଅସ୍ତ୍ରଶସ୍ତ୍ରରେ ଆତ୍ମନର୍ଭରଶୀଳ କରିବା ପାଇଁ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ଧ୍ୟାନ ଦିଆଯାଉଛି। ଅସ୍ତ୍ରଶସ୍ତ୍ର କ୍ରୟକୁ ହ୍ରାସ କରିବା ଏବଂ ଭାରତୀୟ ସେନାରେ ସ୍ବଦେଶୀ ଅସ୍ତ୍ରଶସ୍ତ୍ର ଅନ୍ତର୍ଭୁକ୍ତ କରିବା ମଧ୍ୟ ତାଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେବ।

ଚତୁର୍ଥରେ ଯୁଦ୍ଧ ପାଇଁ ତାଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ପୂର୍ବତନ ସିଡିଏସ ଜେନେରାଲ ବିପିନ ରାୱତ ପ୍ରାୟତ ଅଢ଼େଇ ମୋର୍ଚ୍ଚା ଯୁଦ୍ଧ ବିଷୟରେ କହୁ୍‌ଥିଲେ। ଏହା ଅନ୍ତର୍ଗତ ସେ ଚାଇନାକୁ ଏକ ନମ୍ବର ଶତ୍ରୁ ଭାବରେ ବିବେଚନା କରିଥିଲେ ଏବଂ ପାକିସ୍ତାନକୁ ଦୁଇ ନମ୍ବରରେ ରଖିଥିଲେ। ୟୁକ୍ରେନ ଯୁଦ୍ଧ ଯୋଗୁ ରୁଷିଆ ଉପରେ ବହୁ କଟକଣା ଲାଗୁ କରାଯାଇଛି। ଫଳରେ ଭାରତ ପାଇଁ ରୁଷିଆରୁ ଅସ୍ତ୍ରଶସ୍ତ୍ର ଆମଦାନୀ କରିବା ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହା ମଧ୍ୟ ନୂଆ ସେନାଧ୍ୟକ୍ଷଙ୍କ ପାଇଁ ଏକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ଏମ୍‌ସିଡିର ସବୁ କର୍ମଚାରୀ ହେବେ ନିୟମିତ

ନୂଆଦିଲ୍ଲୀ,୨୧।୮: ମ୍ୟୁନିସିପାଲିଟି କର୍ପୋରେସନର ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ଼ ଘୋଷଣା କରିଛନ୍ତି। ସମସ୍ତ କର୍ମଚାରୀ ନିୟମିତ ହେବେ ବୋଲି...

ପାକିସ୍ତାନ ବିମାନ ଦୁର୍ଘଟଣା: ସମବେଦନା ପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୨।୫: ପାକିସ୍ତାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଟୁଇଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା...

ଏମ୍‌ପି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶିବରାଜ

ଭୋପାଳ,୨୪ା୩: ଭାଜପାର ବରିଷ୍ଠ ନେତା ଶିବରାଜ ସିଂ ଚୌହାନ ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶ (ଏମ୍‌ପି)ର ମୁଖ୍ୟମନ୍ତ୍ରୀ ଭାବେ ସୋମବାର ରାତି ୯ଟାରେ ଶପଥ ଗ୍ରହଣ...

ଚିକେନ ବିରିୟାନି ପାଇଁ ଗଲା ଜୀବନ

ତିରୁଭାନ୍ନାମଲାଇ,୧୨।୯: ଚିକେନ ବିରିୟାନି ଖାଇବା କାରଣରୁ ୧୦ ବର୍ଷୀୟା ଝିଅର ମୃତ୍ୟୁ ଘଟିଛି। ଏମିତି ଏକ ଘଟଣା ଘଟିଛି ତାମିଲନାଡ଼ୁର ତିରୁଭାନ୍ନାମଲାଇରେ। ୧୦ ବର୍ଷୀୟା କୁନି...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କଲା ଇପିଏଫ୍‌ଓ: ଅଧିକ ପେନ୍‌ସନ ବିକଳ୍ପ ବାଛିପାରିବେ କର୍ମଚାରୀ

ନୂଆଦିଲ୍ଲୀ,୧।୧: ସୁପ୍ରିମକୋର୍ଟଙ୍କ ୨୦୨୨ ନଭେମ୍ବର ୪ ରାୟ ଅନୁଯାୟୀ କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ)ର ଯୋଗ୍ୟ ସଦସ୍ୟମାନେ ଉଚ୍ଚତର ପେନ୍‌ସନ ବିକଳ୍ପ ବାଛିପାରିବେ। ଏଥିପାଇଁ ବିକଳ୍ପ...

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ...

କର୍ନାଟକ ଉପନିର୍ବାଚନ: ଭୋଟ ଗଣତି ଆରମ୍ଭ

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ଟି ବିଧାନସଭା ଆସନ ପାଇଁ ହୋଇଥିବାଉପନିର୍ବାଚନର ମତଗଣନା ସୋମବାର ସକାଳ ୮ଟାଠାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଅପରାହ୍ନ ୪...

ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ

ପାଟନା,୭।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ...

Advertisement
Archives

Model This Week