ପିତ୍ତଳ ଛକ ୪ ଭାଇଙ୍କୁ ହତ୍ୟା ଘଟଣା: ୫ ଗିରଫ

ହିଞ୍ଜିଳିକାଟୁ,୨୯।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପିତ୍ତଳ ଛକରେ ୪ ଭାଇଙ୍କୁ ନିର୍ମମ ଭାବରେ କାଠ ଫାଳିଆରେ ହତ୍ୟା ମାମଲାରେ ମଙ୍ଗଳବାର ୪ ଜଣଙ୍କୁ ପୋଲିସ ଗିରଫ କରିଛି । ଏ ନେଇ ଗଞ୍ଜାମ ଏସପି ବ୍ରିଜେଶ ରୟ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ସାଧୁ, ବାହନପତି, ବଳିଆ, ଚିତ୍ରସେନ ଏବଂ ସନ୍ତୋଷ । ତଦନ୍ତ ବେଳେ ହତ୍ୟାରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଛି । ଏହା ସହ ରକ୍ତ ଲାଗିଥିବା ଲୁହା ରଡ, ଦୁଇଟି ବାଇକ ପୋଲିସ ଜବତ କରିଛି । ତେବେ ଏହି ମାମଲାରେ ଜଣେ ଅଭିଯୁକ୍ତ ଏବେ ବି ଫେରାର ଥିବା ଗଞ୍ଜାମ ଏସ୍‌ପି କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୨ ତାରିଖ ରାତିରେ ହିଞ୍ଜିଳି ଥାନା ପିତ୍ତଳ ଛକ ନିକଟରେ ଫାଷ୍ଟଫୁଡ ଦୋକାନରେ ସାମାନ୍ୟ ବଚସାରୁ ଚାରି ଜଣଙ୍କୁ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କରାଯାଇଥିଲା। ଏଥିରେ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ଚନ୍ଦନ ସ୍ବାଇଁଁଙ୍କ ମୃତ୍ୟୁ ଘଟିଥିଲା। ହତ୍ୟା ପରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ରାସ୍ତାରୋକ ମଧ୍ୟ କରାଯାଇଥିଲା। ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସ ପ୍ରତିଶୃତି ଦେବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଷ୍ଠୀ ସଂଘର୍ଷରେ ଫୁଟିଲା ଗୁଳି

ବଲାଙ୍ଗୀର ଅଫିସ,୧୫ା୧: ବଲାଙ୍ଗୀର ସଦର ଥାନା ଅଧୀନ ସଦାଇପାଲିଠାରେ ଜମି ମାପଚୁପ ବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଗୁଳି ଫୁଟିଛି। ଏଥିରେ ଦିଲୀପ ପଟ୍ଟନାୟକ...

କଂଗ୍ରେସ ନେତାଙ୍କ ଗାଡ଼ି ଜାଳି ଦେଲେ

ନବରଙ୍ଗପୁର/କୋଡ଼ିଙ୍ଗା,୨୦।୨(ବି.ପ୍ର./ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ଥାନା ଅଧୀନ ଡଙ୍ଗରା ଗାଁର ବ୍ୟବସାୟୀ ତଥା କଂଗ୍ରେସ ନେତା କେ. ଝାଡେଶ୍ୱର ରାଓଙ୍କ ଘର ବାଉଣ୍ଡାରିରେ...

ନାଳରେ ଭାସୁଥିଲେ ଅଜଣା ଯୁବତୀ, ଗଳା କାଟି ହତ୍ୟା ସନ୍ଦେହ

ମାଧପୁର,୩୧।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା କିଆକଟା ଥାନା ଅନ୍ତର୍ଗତ ଟୁସର ପଞ୍ଚାୟତ କିଆକଟା ରେଢାଖୋଲ ବୋର୍ଡର ଓରଡା କେରାଣ୍ଡି ନାଳରେ ସୋମବାର ଜଣେ ଅଚିହ୍ନା ଯୁବତୀଙ୍କ ମୃତଦେହ...

ଡକାୟତି ଯୋଜନା, ୫ ଗିରଫ

ପୁରୀ ଅଫିସ,୧୪।୯: ପୁରୀ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ୫ଜଣଙ୍କୁ ତାଳବଣିଆ ପୋଲିସ ଗିରଫ କରିଛି। ସେମାନେ ହେଲେ ଖୋର୍ଦ୍ଧାର ଜଗବନ୍ଧୁ ବାରିକ, ସମଙ୍ଗରାର...

ବଅଁରପାଳ ବ୍ଲକରେ ୯୦ କୁଷ୍ଠ ରୋଗୀ ଚିହ୍ନଟ

ବଅଁରପାଳ, ୨୨।୬ (ଡି.ଏନ୍‌.ଏ.) – ବଅଁରପାଳ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୯୦ ଜଣ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବଅଁରପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।...

ବାଇକ୍‌, କାର୍‌ରେ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୭।୫: କରୋନା ଭାଇରସ୍‌ ଲକ୍‌ଡାଉନ ଯୋଗୁ ବହୁ ଲୋକ ଅନ୍ୟ ରାଜ୍ୟରେ ଫସି ରହିଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ପାଇଁ ରାଜ୍ୟସରକାର...

ଡ. ସୁରେନ୍ଦ୍ର ମିଶ୍ର ପାଇବେ ଗଙ୍ଗାଧର ବଳ ସ୍ମୃତି ସମ୍ମାନ

ପୁରୀ ଅଫିସ, ୧୭।୧୦: ଆସନ୍ତା ୧୯ ତାରିଖରେ କଟକସ୍ଥ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶାର ସର୍ବପ୍ରାଚୀନ ସାହିତ୍ୟ -ସଂସ୍କୃତି ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଗଙ୍ଗାଧର...

ଉଠୁନି ଧାନ: ରାସ୍ତା ଅବରୋଧ କରି ବ୍ରହ୍ମପୁରକୁ ପାଣି ଯୋଗାଣ ବନ୍ଦ କଲେ ଚାଷୀ

ଛତ୍ରପୁର,୨୯।୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତର ଚାଷୀମାନଙ୍କ ଧାନ ଉଠୁନି। ସରକାରଙ୍କ ମଣ୍ଡି ବ୍ୟବସ୍ଥାରେ ଉଠାଣରେ ଅହେତୁକ ବିଳମ୍ବ ହେତୁ ଟୋକନ୍‌ ରଦ୍ଦ...

Advertisement
Archives

Model This Week