କାର୍‌ ସିକ୍ରେଟ୍‌ ଚାମ୍ବରରୁ ୪.୬୬୪ କେଜି ସୁନା, ୧୮୫.୫ କେଜି ରୁପା ଜବତ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁରରେ ସୁନା ଓ ରୁପା ଚୋରା ଚାଲାଣ ବଢ଼ିବାରେ ଲାଗିଛି। ବିଭିନ୍ନ ସମୟରେ ବାହାର ରାଜ୍ୟରୁ ଟିକସ ଫାଙ୍କି ସୁନାଗହଣା ଓ ରୁପା ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ଦଶହରା ଯୋଗୁ ରବିବାର ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ସୋରଳ ଛକରେ ଭୋର ସାଢ଼େ ୫ଟାରେ ନାକାବନ୍ଦୀ କରାଯାଇଥିଲା। ଏହି ସମୟରେ ତାମିଲନାଡୁର ସେଲମ୍‌ ସହରରୁ ଏକ କାର୍‌(ନଂ. କେଏ୦୧ଏମ୍‌ଆର୧୫୪୫)ରେ ୪ ଜଣ ଯୁବକ ବିପୁଳ ପରିମାଣର ସୁନା ଓ ରୁପା ଅଳଙ୍କାର ଧରି ବ୍ରହ୍ମପୁର ଅଭିମୁଖେ ଦ୍ରୁତ ଗତିରେ ଆସୁଥିଲେ। ସନ୍ଦେହହେବାରୁ ଚେକିଂରେ ଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ ପୋଲିସ କର୍ମଚାରୀ ଉକ୍ତ କାରକୁ ଅଟକାଇ ଥିଲେ। କାର୍‌ର ପଛସିଟ୍‌ ଯାଞ୍ଚ ବେଳେ ସିକ୍ରେଟ୍‌ ଚାମ୍ବର ଭିତରେ ବିପୁଳ ପରିମାଣର ସୁନା ଅଳଙ୍କାର ଓ ରୁପା ରହିଥିବା ଦେଖିବାକୁ ପାଇଥିଲେ। କାର୍‌ରେ ଥିବା ବ୍ୟକ୍ତିମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ। ପରେ କାର ଓ ଉକ୍ତ ୪ଜଣ ବ୍ୟକ୍ତିଙ୍କୁ ପୋଲିସ ଗୋଳନ୍ଥରା ଥାନାକୁ ନେଇଥିଲା। ସେଠାରେ ସୁନା ଅଳଙ୍କାର ଓଜନ ବେଳେ ତାହା ୪ କେଜି ୬୬୪ ଗ୍ରାମ୍‌ ଓ ରୁପା ୧୮୫ କେଜି ୫୦୦ ଗ୍ରାମ ହୋଇଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୩ କୋଟି ୧୦ ଲକ୍ଷ ହେବ ବୋଲି ବ୍ରହ୍ମପୁର ଏସ୍‌ପି ସର୍ବଣ ବିବେକ୍‌ ଏମ୍‌. ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର

ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ...

ସଙ୍କଟରେ ଶିଳ୍ପ

କଳିଙ୍ଗନଗରରେ ସମ୍ପ୍ରତି ଇସ୍ପାତ ଶିଳ୍ପର ଅବସ୍ଥା ଭଲ ନାହିଁ। ଋଣ ପରିଶୋଧ କରି ନ ପାରିବାରୁ ମେସ୍କୋ(ମିଡ୍‌ଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ) ମାଲିକାନାରେ ଥିବା ମୈଥାନ...

ଆଉ ୨୦ ଏୟାରପୋର୍ଟରେ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର, ୪ା୯(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ନିଷିଦ୍ଧକୁ ଜୋର ଦେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ରେଲଓ୍ବେ...

କରୋନା କଟକଣା: ଗାଁ ମୁଣ୍ଡରେ ଲକ୍ଷ୍ମଣରେଖା ଟାଣିଲେ ଗ୍ରାମବାସୀ

ବଲାଙ୍ଗୀର ଅଫିସ,୩୦।୩: ବଲାଙ୍ଗୀର ସହର ଶୂନ୍‌ଶାନ ଥିବା ବେଳେ ଧୀରେ ଧୀରେ ଗ୍ରାମାଞ୍ଚଳର ଲୋକେ ସଚେତନ ହେବାରେ ଲାଗିଛନ୍ତି। ବାହାର ଲୋକଙ୍କୁ ଗାଁ ଭିତରକୁ ପ୍ରବେଶ...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର,୮-୧୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକ ଶୁକ୍ରବାର ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଅପରାହ୍ନ ୧୨ଟା ୫ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି...

ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢାଉ

ଝାରସୁଗୁଡା ଅଫିସ, ୨୦।୭ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ସରକାରୀ ପଲିଟେକନିକ କଲେଜର ମେକାନିକାଲ ଅଧ୍ୟାପକ ସୂର୍ଯ୍ୟ ନାରାୟଣ ରାୟଙ୍କ ଝାରସୁଗୁଡା ଘର...

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୧୦ ଯାତ୍ରୀ ଆହତ

କୋରାପୁଟ,୧୯।୭(ସ୍ବ.ପ୍ର): କୋରାପୁଟ ଜିଲା ୨୬ନଂ ଜାତୀୟ ରାଜପଥର ପଟାଙ୍ଗି ଥାନା ଅନ୍ତର୍ଗତ ଶୁଣ୍ଢି ପୁଙ୍ଗାର ନିକଟରେ ମଙ୍ଗଳବାର ସକାଳୁ ଏହି ବସ ଦୁର୍ଘଟଣା ଘଟିଛି। ଏଥିରେ...

କଟାପାଲିରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ବରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଲା

ବରଗଡ଼ ଅଫିସ, ୨୩।୬: ବରଗଡ଼ ଜିଲାରେ ମଙ୍ଗଳବାର ପୁଣି ଜଣେ ନୂଆ କରୋନା (କୋଭିଡ -୧୯) ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକଙ୍କ ବରଗଡ଼ ବ୍ଳକ...

Advertisement
Archives

Model This Week