Posted inଜାତୀୟ

ଅବହେଲାର ଚିତ୍ର: ଗୋଟିଏ ସିରିଞ୍ଜ୍‌ରେ ୩୯ ପିଲାଙ୍କୁ ଦିଆଗଲା କରୋନା ଟିକା

ଭୋପାଳ,୨୮।୭: ମଧ୍ୟପ୍ରଦେଶର ସାଗର ଜିଲାରେ କରୋନା ଟିକାକରଣରେ ଏକ ଚରମ ଅବହେଳା ଦେଖିବାକୁ ମିଳିଛି। ଏଠାରେ ଗୋଟିଏ ଛୁଞ୍ଚିରେ ପ୍ରାୟ ୩୯ ପିଲାଙ୍କୁ କରୋନା ଟିକା ଦିଆଯାଇଛି। ଅଭିଭାବକ ଏହି ବିଷୟରେ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଥିଲା।
ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ପାଇଁ ମହା ଟିକାକରଣ ଅଭିଯାନ ଅଧୀନରେ ଜିଲାର ଜୈନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଟିକା ଦିଆଯାଉଥିଲା। ଟିକା ଦେଉଥିବା ବ୍ୟକ୍ତି ଗୋଟିଏ ସିରିଞ୍ଜରେ ସମସ୍ତ ପିଲାମାନଙ୍କୁ ଟିକାକରଣ କରୁଥିବା କିଛି ଅଭିଭାବକ ଦେଖିଥିଲେ। ଏନେଇ ସେମାନେ ଆପତ୍ତି ଉଠାଇଥିଲେ।
ଟିକାକରଣ କରିଥିବା ଜିତେନ୍ଦ୍ର ଅହିରଓ୍ବାର୍‌ କହିଛନ୍ତି, ଜିଲା ଟିକାକରଣ ଅଧିକାରୀଙ୍କ ନିର୍ଦ୍ଦେଶରେ ସକାଳେ ଟିକା ଏବଂ ଟିକାକରଣ ସାମଗ୍ରୀ ସ୍କୁଲକୁ ଆସିଥିଲା। ଏଥିରେ କେବଳ ଗୋଟିଏ ସିରିଞ୍ଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ପଠା ଯାଇଥିଲା। ସମସ୍ତ ପିଲାଙ୍କୁ ଏହି ଗୋଟିଏ ଛୁଞ୍ଚିରେ ଟିକାକରଣ କରିବାକୁ ବିଭାଗ ମୁଖ୍ୟ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ମୋର କ’ଣ ଭୁଲ। ମୋତେ ଯାହା ନିର୍ଦ୍ଦେଶ ଦିଆଯାଇଥିଲା ମୁଁ ତାହା କଲି। ଗୋଟାଏ ସିରିଞ୍ଜରେ ୩୦ ଜଣଙ୍କୁ ଟିକା ଦେଇ ସାରିଲେଣି। ଜିତେନ୍ଦ୍ରଙ୍କର ଏହି ଭିଡିଓ କରି ଜଣେ ଅଭିଭାବକ ତାଙ୍କ ଟୁଇଟର୍‌ ଆକାଉଣ୍ଟରେ ଶେୟାର୍‌ କରିଛନ୍ତି।
ଏହି ଘଟଣାକୁ ନେଇ ବିବାହ ବଢିବାରୁ ମୁଖ୍ୟ ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଯାଞ୍ଚ ପାଇଁ ଜିଲ୍ଲାପାଳ କ୍ଷିତିଜ ସିଙ୍ଘଲ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଜିତେନ୍ଦ୍ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏଥି ସହିତ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ଟିକାକରଣ କରାଯାଇଥିବା ୧୫ ବର୍ଷରୁ ଅଧିକ ବୟସର ୩୯ ପିଲା ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ। ଘଟଣା ପରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସେମାନେ ସମସ୍ତେ ସୁସ୍ଥ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ବୋରିସ୍‌ ଆଲୋଚନା

ନୂଆଦିଲ୍ଲୀ,୨୧ା୮(ପି.ଟି.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କର ବ୍ରିଟିଶ ପ୍ରତିପକ୍ଷ ବୋରିସ୍‌ ଜନ୍‌ସନଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି। ଏହି ଅବସରରେ ସେ ବ୍ରିଟେନରେ ଥିତ୍ବା...

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି।...

ରଙ୍ଗ ରୁଟ୍‌ରେ ଗାଡି ଚଲାଉଥିଲେ ସାବଧାନ

ଗୁରୁଗ୍ରାମ,୨୧।୧: ରଙ୍ଗ ରୁଟରେ ଗାଡି ଚଲାଉଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଗ୍ରାମ ପୋଲିସ ଅଧିକାରୀ ପ୍ରୀତ ପାଲ ସିଂ କହିଛନ୍ତି।...

ସାନିଟାଇଜରରୁ ପ୍ରସ୍ତୁତ କରୁଥିଲେ ମଦ

ଚେନ୍ନାଇ, ୨୦।୫: ପ୍ରାୟ ସମସ୍ତ ରାଜ୍ୟରେ ଲକ୍‌ଡାଉନ ଜାରି ହୋଇଥିବାରୁ ଖୋଲୁ ନାହିଁ ମଦ ଦୋକାନ। ଏହାର ଫାଇଦା ଉଠାଇବା ପାଇଁ ତାମିଲନାଡୁର କୁଡାଲୋର ଜିଲା...

ହାଇଦ୍ରାବାଦ୍‌: ଅପହରଣ ମାମଲାରେ ପୂର୍ବତନ ମନ୍ତ୍ରୀଙ୍କୁ ପଚରାଉଚୁରା

ହାଇଦ୍ରାବାଦ୍‌,୬।୧- ପୂର୍ବତନ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରବୀଣ ରାଓ ଓ ତାଙ୍କ ଦୁଇ ଭାଇଙ୍କୁ ଅପହରଣ ପରେ ଉଦ୍ଧାର କରିଛି ହାଇଦ୍ରାବାଦ୍‌ ପୋଲିସ। ଏହାର ଘଣ୍ଟାକ ପରେ...

କୋଭିଡ୍‌ ମୃତକଙ୍କ ପରିବାରକୁ ପେନ୍‌ସନ

ନୂଆଦିଲ୍ଲୀ, ୩୦ା୫: କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ଫାମିଲି ପେନ୍‌ସନ୍‌ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ବ୍ୟତୀତ...

ଏଆଇଏଡିଏମ୍‌କେ ବିଧାୟକ କରୋନା ଆକ୍ରାନ୍ତ

ଚେନ୍ନାଇ, ୧୪ା୬: ତାମିଲନାଡ଼ୁରେ ଦେଶର ଦ୍ୱିତୀୟ ସର୍ବାଧିକ କରୋନା ରୋଗୀ ଥିବାବେଳେ ଶାସକ ଏଆଇଏଡିଏମ୍‌କେର ଶ୍ରୀପେରୁମ୍ବୁଦୁର ବିଧାୟକ କେ. ପାଲାନି (୫୭) ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି।...

ସହଯୋଗ ଭିତ୍ତିରେ ଭୂତାଣୁକୁ ରୋକ

ନୂଆଦିଲ୍ଲୀ,୨୮ା୩: ଭାରତରେ କରୋନା ଭାଇରସ୍‌ କ୍ରମଶଃ କାୟା ବିସ୍ତାର କରିବାରେ ଲାଗିଛି। ଏଥିଲାଗି ସମସ୍ତେ ତତ୍ପର। ଆତ୍ମ ସଂଯମ ଓ ସହଯୋଗ ଦ୍ୱାରା ଏହାକୁ ରୋକାଯାଇ...

Advertisement
Archives

Model This Week