ବର୍ଷକରେ ବନ୍ଧାହେଲେଣି ୩୮

ଭୁବନେଶ୍ୱର,୨୭।୯ (ବ୍ୟୁରୋ):ଗିରଫଦାରି ଓ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ ରାଜଧାନୀରେ ଦାଦାବଟି ଘଟଣା ବଢ଼ି ଚାଲିଛି। ବ୍ୟବସାୟିକ ସଂସ୍ଥା, ଜମି ମାଲିକ, କଣ୍ଟ୍ରାକ୍ଟରଙ୍କୁ ଅସାମାଜିକ ବ୍ୟକ୍ତିମାନେ ଦାଦାବଟି ମାଗି ପ୍ରାୟ ସମୟ ହଇରାଣ ହରକତ କରୁଛନ୍ତି। ବଟି ନ ପାଇଲେ ଆକ୍ରମଣ ଓ ହତ୍ୟା କରିବାକୁ ପଛାଉ ନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କମିଶନରେଟ ପୋଲିସ ‘ଦାଦାବଟିକୁ ନା’ ନାମରେ ଏକ ସ୍ବତନ୍ତ୍ର ଅଭିଯାନ ଚଳାଇଛି। ଏହି ଅଭିଯାନରେ କେବଳ ସେପ୍ଟେମ୍ବର ୨୬ ଦିନରେ ଭୁବନେଶ୍ୱର କମିଶନରେଟ ପୋଲିସ ୧୦ ମାମଲା ରୁଜୁ କରିବା ସହ ୧୮ ଜଣଙ୍କୁ ଗିରଫ କରିଛି। ଏହାକୁ ମିଶାଇ ଚଳିତ ବର୍ଷ ଦାଦାବଟି ମାଗି ୩୮ଜଣ ଗିରଫ ହୋଇଥିବା ସୂଚନା ଦିଆଯାଇଛି।
ଦାଦା ବଟି ନ ଦେବାରୁ ଜଣେ ସିକ୍ୟୁରିଟି ଗାର୍ଡ ଓ ତାଙ୍କ ସହକର୍ମୀଙ୍କୁ ଲୁହା ରଡରେ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୋଲିସ ୨ଜଣ ଯୁବକଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଞ୍ଚଳର ଧନଞ୍ଜୟ ଆଚାର୍ଯ୍ୟ ଓ ଖୋର୍ଦ୍ଧା ଜିଲା ଟାଙ୍ଗୀ ଅଞ୍ଚଳର ବିଶ୍ୱନାଥ ଜେନା। ସେମାନଙ୍କ ନିକଟରୁ ପୋଲିସ ୨ ଲୁହା ରଡ଼ ଜବତ କରିଥିଲା। ପୂର୍ବରୁ ବାଲୁଗାଁ ଏବଂ ଟାଙ୍ଗୀ ଥାନାରେ ୨ଟି ଆପରାଧିକ ମାମଲାରେ ସମ୍ପୃକ୍ତ ଥିବା ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ସୂଚନାନୁସାରେ, କଣ୍ଟ୍ରାକ୍ଟର ବିଜନ କୁମାର ପରିଡା ଟେଣ୍ଡର ପାଇ ଏହି ଥାନା ଅନ୍ତର୍ଗତ ଭୋଟପଡ଼ା ବ୍ରିଜ୍‌ ମରାମତି କାମ କରୁଛନ୍ତି। ଜଗାରଖା ପାଇଁ ସିକ୍ୟୁରିଟି ଗାର୍ଡ ଭାବରେ କଣ୍ଟ୍ରାକ୍ଟର ବିଜନ ଜଣେ ବ୍ୟକ୍ତିଙ୍କୁ ନିୟୋଜିତ କରାଇଥିଲେ। ସୋମବାର ସମ୍ପୃକ୍ତ ବ୍ୟକ୍ତି ସହକର୍ମୀଙ୍କ ସହ ଡ୍ୟୁଟିରେ ଥିବାବେଳେ ଅଭିଯୁକ୍ତମାନେ ଆସି ତାଙ୍କୁ ଏକ ହଜାର ଟଙ୍କା ଦାଦାବଟି ମାଗିଥିଲେ। ବିରୋଧ କରିବାରୁ ଅଭିଯୁକ୍ତଦ୍ୱୟ ସେମାନଙ୍କୁ ଗାଳି କରିବା ସହିତ ଗୋଟିଏ ଲୁହା ରଡ଼ରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ଆକ୍ରମଣର ଶିକାର ହୋଇଥିବା ସିକ୍ୟୁରିଟ ଗାର୍ଡ ପିସିଆର୍‌କୁ ଖବର ଦେବାରୁ ପୋଲିସ ପହଞ୍ଚତ୍ ଅଭିଯୁକ୍ତଙ୍କୁ କାବୁ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୫୨୫କୁ ବୃଦ୍ଧି

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏହି କିଛିଦିନ ହେବ ୧୦ ହଜାର ତଳେ ରହୁଥିବା ବେଳେ ମୃତ୍ୟୁସଂଖ୍ୟାରେ ବି ବ୍ରେକ୍‌ ଲାଗୁନି। ସୋମବାର ଆଉ...

ଭିଜିଲାନ୍ସ ଜାଲରେ ସମ୍ବଲପୁର ଓସିସିଏଲ୍‌ର ସିନିୟର ମ୍ୟାନେଜର

ସମ୍ବଲପୁର ଅଫିସ,୨୦ା୯: ସମ୍ବଲପୁର ଓସିସିଏଲର ସିନିୟର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଭିଜିଲାନ୍ସ...

ଆହୁରି ୨୪ ଘଣ୍ଟା ରହିବ କୋହଲା ପାଗ

ଭୁବନେଶ୍ବର, ୨୦।୨: ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ...

ପରିଶ୍ରମ ପୋର୍ଟାଲରେ ସ୍ବୟଂଚାଳିତ ହେବ ୫୨ ସେବା

ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଦ୍ୱାରା ପରିଶ୍ରମ ପୋର୍ଟାଲର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ୧୭...

ଓଡ଼ଗାଁରୁ ଗଲା ରୁକୁଣା ରଥ କାଠ

ଓଡ଼ଗାଁ, ୫ା୨ (ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ବନାଞ୍ଚଳ ଓ ବାହାଡ଼ାଝୋଲା ସେକ୍ସନ ଡହଙ୍ଗୀ ଗାଁରୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ନିମନ୍ତେ କାଠ ସଂଗ୍ରହ କରାଯାଇଛି।...

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ ଅଫିସ, ୨୩।୭: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ...

ରାସ୍ତାକଡ଼ରୁ ଉଦ୍ଧାର ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ, ପୋଲିସର ତଦନ୍ତ ଆରମ୍ଭ

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ସଦର ଥାନା ଗୁଡୁମ ବେରୁଁଆ ରାସ୍ତାକଡ଼ରୁ ଉଦ୍ଧାର ହୋଇଥିବା ଅଜଣା ବ୍ୟକ୍ତିଙ୍କର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ତାଙ୍କ ବୟସ...

ଓଡ଼ିଶାର ସ୍କିଲ୍‌ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଭୁବନେଶ୍ୱର, ୨୦।୧୧(ବ୍ୟୁରୋ): ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡ଼ିଶା ଆଜି ଉଦାହରଣ ସାଜିଛି। ରାଜ୍ୟର ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ...

Advertisement
Archives

Model This Week