ବୃଦ୍ଧଙ୍କ ଘରୁ ମିଳିଲା ୩,୭୮୭ ଖଣ୍ଡ ମଣିଷ ହାଡ଼

ମେକ୍ସିକୋ ସିଟି,୨୫।୬: ମେକ୍ସିକୋ ସହର ବାହାର ଅଞ୍ଚଳରେ ଏକ ସନ୍ଦିଗ୍ଧ ହତ୍ୟାକାରୀଙ୍କ ଘର ଚଟାଣ ଖୋଳା ହେବାରୁ ମିଳିଛି ୩,୭୮୭ ଖଣ୍ଡ ହାଡ଼। ଏହା ୧୭ ଜଣ ଲୋକଙ୍କ ହାଡ଼ ବୋଲି ଆକଳନ କରୁଛନ୍ତି ଯାଞ୍ଚକର୍ତ୍ତା। ମେ’ ୧୭ରୁ ଚାଲିଥିବା ଖୋଳା କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଥିବା ଘରେ ଅନେକ ଲୋକଙ୍କ ପରିଚୟ ପତ୍ର ମିଳିଛି, ଯେଉଁମାନେ ଦୀର୍ଘ ବର୍ଷ ହେଲା ନିଖୋଜ ଅଛନ୍ତି। ଏତେ ସଂଖ୍ୟାରେ ହାଡ଼ ମିଳିବା ସ୍ପଷ୍ଟ କରୁଛି ଯେ, ହତ୍ୟାକାରୀ ଏହି ଘରେ ଦୀର୍ଘ ବର୍ଷ ହେଲା ଲୋକଙ୍କୁ ହତ୍ୟା କରି ଆସୁଅଛନ୍ତି।

ଯାଞ୍ଚକର୍ତ୍ତାଙ୍କ ପକ୍ଷରୁ ଶନିବାର କୁହାଯାଇଛି ଯେ, ମିଳିଥିବା ଖଣ୍ଡ ବିଖଣ୍ଡିତ ହାଡ଼କୁ ଖୁବ୍‌ ସତର୍କତା ସହ ସଫା କରାଯାଉଛି। ହାଡ଼ ଶରୀରର କେଉଁ ଅଂଶର ଜାଣିବା ପାଇଁ ଅଧ୍ୟୟନ କରାଯାଉଛି। ଏହି ପ୍ରକ୍ରିୟା ଦ୍ୱାରା ଏପର୍ଯ୍ୟନ୍ତ ୧୭ ଜଣଙ୍କ ହାଡ଼ ମିଳିଛି।

ଦେଶର ଆଇନ ଅନୁଯାୟୀ, ଯାଞ୍ଚକର୍ତ୍ତା ୭୨ ବର୍ଷୀୟ ସଂଦିଗ୍ଧଙ୍କ ପରିଚୟ ସର୍ବସାଧାରଣରେ ଉଲ୍ଲେଖ କରି ନାହାନ୍ତି। ଉକ୍ତ ହତ୍ୟାକାରୀ ବିରୋଧରେ ୩୪ ବର୍ଷୀୟା ମହିଳାଙ୍କ ହତ୍ୟା ମାମଲା ଚାଲିଛି। ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ନିଖୋଜ ହେବା ପରେ ଅଭିଯୁକ୍ତ ଧରା ପଡ଼ିଥିଲା। ସଂଦିଗ୍ଧ ବ୍ୟକ୍ତିଙ୍କ ସହ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ଆଗରୁ ପରିଚିତ ଥିଲେ। ଘଟଣା ଦିନ ମାର୍କେଟ ଯାଇଥିଲେ ଦୁହେଁ। କିନ୍ତୁ ମହିଳା ଘରକୁ ନ ଫେରିବା ପରେ ପୋଲିସ ଅଧିକାରୀ ସଂଦିଗ୍ଧଙ୍କ ବିରୋଧରେ ଏତଲା ଦେଇଥିଲେ। ମହିଳା ଜଣଙ୍କ ସଂଦିଗ୍ଧଙ୍କ ଘରେ ପଶିବା ପରେ ବାହାରକୁ ବାହାରି ନ ଥିବା ସିସିଟିଭିରେ ଦେଖିବାକୁ ମିଳିଥିଲା। ପୋଲିସ ତଦନ୍ତ ପରେ ସଂଦିଗ୍ଧଙ୍କ ଘରୁ ମିଳିଥିଲା ମହିଳାଙ୍କ ପରିଚୟ ପତ୍ର।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଥର ଆମେରିକା ଗଲେ ଇମ୍ରାନ

ଇସଲାମାବାଦ,୨୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ୩ ଦିନିଆ ଆମେରିକା ଗସ୍ତ କାର୍ଯ୍ୟକ୍ରମରେ ରବିବାର ଓ୍ବାଶିଂଟନ ପହଞ୍ଚିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ବହନ କରିବା ପରେ...

୩୧ ବର୍ଷ ପରେ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୁଇଁବ ୨୧୦ କୋଟି

ନୂଆଦିଲ୍ଲୀ/ଜେନେଭା,୧୧।୭: ଆସନ୍ତା ୩୧ ବର୍ଷ ପରେ ୨୦୫୦ ବେଳକୁ ପୃଥିବୀରେ ବୟସ୍କଙ୍କ ସଂଖ୍ୟା ଛୋଟ ପିଲାଙ୍କ ତୁଳନାରେ ଦୁଇଗୁଣା ହେବ। ମୋଟ ଜନସଂଖ୍ୟା ୯୭୦ କୋଟିରେ...

କେଉଁ ବୟସର ପିଲା ମାସ୍କ ପିନ୍ଧିବା ଜରୁରୀ!

ଜେନେଭା,୨୩।୮: ସାରା ବିଶ୍ୱରେ କରୋନା ମହାମାରୀକୁ ନେଇ ଯେଉଁ ଗାଇଡ୍‌ଲାଇନ ଜାରି କରାଯାଇଛି ସେଥିରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଅନେକଙ୍କ ମନରେ ପ୍ରଶ୍ନ ଉଠେ...

ଲିବିୟାରେ ଅପହୃତ ୭ ଭାରତୀୟ ମୁକ୍ତ

ତୁନିସ,୧୨ ।୧୦: ଗତ ମାସରେ ଲିବିୟାରେ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୭ ଭାରତୀୟଙ୍କୁ ମୁକ୍ତ କରାଯାଇଛି । ଏହି ଖବର ଟ୍ୟୁନିସିଆରେ ଥିବା ଭାରତୀୟ...

ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା,୧୬।୧: ଇଣ୍ଡୋନେସିଆର ଉତ୍ତର ସୁମାତ୍ରାରେ ସୋମବାର ଭୂକମ୍ପ ଅନଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ରହିଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା...

ଆସନ୍ତା ୪୦ ଦିନ ମଧ୍ୟରେ ଚାଇନାରେ ୨୦୦ କୋଟି ଲୋକ ହେବେ ସ୍ଥାନାନ୍ତର: ସ୍ଥିତି ଅଣାୟତ୍ତ ହେବା ଆଶଙ୍କା…

ବେଜିଂ,୭।୧ : ଚାଇନାରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ନିଜର ସୀମା ଖୋଲିଛି। ଏହା ଯୋଗୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି...

ନୂଆବର୍ଷ ପାଳନ ସମୟରେ ୧୮ ଜଣଙ୍କ ମୃତ୍ୟୁ

ତିଗୁସିଗାଲପା,୨ ।୧: ହଣ୍ଡୁରାସ ପୋଲିସର ସୂଚନା ଅନୁଯାୟୀ, ନୂଆବର୍ଷ ପାଳନ ସମୟରେ ବିଭିନ୍ନ ସ୍ଥାନରେ ଘଟିଥିବା ହିଂସାରେ ପାଖାପାଖି ୧୮ ଜଣଙ୍କ ମୃତ୍ୟୁ ହୋଇଛି ।...

ବାଇଡେନ୍‌ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୭।୧୧-ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଡେମୋକ୍ରାଟିକ୍‌ ପାର୍ଟି ପ୍ରାର୍ଥୀ ଜୋ ବାଇଡେନ୍‌ ଶନିବାର ବିଜୟୀ ହୋଇଛନ୍ତି। ସେ ରିପବ୍ଲିକାନ ପାର୍ଟି ନେତା ତଥା ରାଷ୍ଟ୍ରପତି ଡୋନାଲ୍ଡ...

Advertisement
Archives

Model This Week