Posted inଜାତୀୟ

୩୭୦୦ କିଲୋଗ୍ରାମ୍‌ ବାରୁଦରେ ମାତ୍ର ୧୨ ସେକେଣ୍ଡରେ ଭାଙ୍ଗି ମାଟିରେ ମିଶିବ ଟୁଇନ ଟାଓ୍ବାର…

ନୋଏଡା, ୨୫।୮ : ଆଉ କିଛି ଘଣ୍ଟା ପରେ, ନୋଏଡାରେ ଆକାଶକୁ ଛୁଇଁଥିବା ଟୁଇନ ଟାଓ୍ବାର ଭାଙ୍ଗି ମାଟିରେ ମିଶିବ। ପ୍ରସ୍ତୁତି ଶେଷ ହୋଇଛି। ସେକ୍ଟର ୯୩-ଏ ରେ ଅବସ୍ଥିତ ଉଭୟ ୩୨ ଏବଂ ୨୯ ମହଲା ବିଶିଷ୍ଟ ଟାୱାରରେ ୩୭୦୦ କିଲୋଗ୍ରାମ ବାରୁଦ ଲଗାଯାଇଛି। ଏହାର ବିସ୍ଫୋରଣରେ ମାତ୍ର ୯-୧୨ ସେକେଣ୍ଡ ମଧ୍ୟରେ ଟୁଇନ ଟାଓ୍ବାର ଭାଙ୍ଗି ଅଳିଆ ଗଦାରେ ପରିଣତ ହେବ। ୧୦୨ମିଟର ଉଚ୍ଚ ଟାୱାର ଦ୍ୱାରା ୧୧ ମିଟର ଉଚ୍ଚ ଅଳିଆ ଗଦା ସୃଷ୍ଟି ହେବ ବୋଲି କୁହାଯାଉଛି। ଏଥିରେ ୯୧୫ ଫ୍ଲାଟ ରହିଛି।

ଟୁଇନ ଟାୱାର ଭାଙ୍ଗିବା ପୂର୍ବରୁ ଆଖପାଖରେ ବାସ କରୁଥିବା ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ପ୍ରାୟ ୭ ହଜାର ପରିବାରଙ୍କୁ ଘର ଛାଡ଼ିବାକୁ ପଡ଼ିଛି। ଏହି ଅଞ୍ଚଳର ସମସ୍ତ ରାସ୍ତାକୁ ସିଲ କରାଯାଇଛି। ୬ଟି ସୋସାଇଟିର ଲୋକଙ୍କୁ ସେମାନଙ୍କ ଘର ଟେରାସକୁ ଯିବାକୁ ବାରଣ କରାଯାଇଛି। ତେବେ ଟାୱାର ଭାଙ୍ଗିବା ପାଇଁ ଦାୟୀ କମ୍ପାନୀ ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହାର ଆଖପାଖରେ ଥିବା ଅଟ୍ଟାଳିକାଗୁଡ଼ିକର କୌଣସି କ୍ଷତି ହେବ ନାହିଁ।

ଦେଶରେ ପ୍ରଥମ ଥର ପାଇଁ ଏଭଳି ଉଚ୍ଚ କୋଠାକୁ ଭାଙ୍ଗି ଦିଆଯାଉଛି। ଏହାପୂର୍ବରୁ ଉକ୍ତ କମ୍ପାନୀ କେରଳର କୋଚିରେ ଥିବା ଆପାର୍ଟମେଣ୍ଟ କମ୍ପ୍ଲେକ୍ସକୁ ଭାଙ୍ଗି ଦେଇଥିଲା। ୨୦୧୯ରେ, ସୁପ୍ରିମକୋର୍ଟ କୋଚିର ମାରାଡୁରେ ନିୟମ ବିରୁଦ୍ଧରେ ନିର୍ମିତ ଚାରୋଟି ଆପାର୍ଟମେଣ୍ଟକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କୋଠାଟି ୬୫ ମିଟର ଉଚ୍ଚ ଥିଲା। ଜାନୁଆରୀ ୨୦୨୦ ରେ ଏହାକୁ ଭଙ୍ଗା ଯାଇଥିଲା। ଏଥିରେ ୩୪୩ ଫ୍ଲାଟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri