ରାଜ୍ୟରେ ୩୬୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୨୯।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍‌। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୨ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୩ ଜଣ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୪୦ ହଜାର ୫୯୫ ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୫୭ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ୱରରୁ ୨, ବରଗଡ଼ରୁ ୧, ଭଦ୍ରକରୁ ୭, କଟକରୁ ୩୪, ଦେବଗଡ଼ରୁ ୬, ଢେଙ୍କାନାଳରୁ ୪, ଗଞ୍ଜାମରୁ ୫, ଜଗତ୍‌ସିଂହପୁରରୁ ୧୩, ଯାଜପୁରରୁ ୧୦, ଝାରସୁଗୁଡାରୁ ୩ ଜଣ ଆକ୍ରାନ୍ତ ଅଛନ୍ତି। ସେହିପରି କଳାହାଣ୍ଡିରୁ ୩, କେନ୍ଦ୍ରାପଡ଼ାରୁ ୨୦, କୋରାପୁଟରୁ ୪, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୩, ନୟାଗଡ଼ରୁ ୧, ନୂଆପଡାରୁ ୩, ପୁରୀରୁ ୧୦, ରାୟଗଡ଼ା ୧, ସମ୍ବଲପୁରରୁ ୧୦, ସୋନପୁରରୁ ୧, ସୁନ୍ଦରଗଡ଼ରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍‌ ପୁଲ୍‌ରୁ ୩୭ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ଘରେ ପଶି ଚଳାଇଲେ ୩ ରାଉଣ୍ଡ ଗୁଳି: ମହିଳା ଗୁରୁତର

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଘରେ ପଶି ମହିଳାଙ୍କୁ ଗୁଳି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ ରାଇପାଳ...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା

ଭୁବନେଶ୍ୱର,୬।୧୨: ବାତ୍ୟା ମିଗ୍‌ଜୋମ୍‌ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହେବା ସହ କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଗଭୀର ଅବପାତରେ ପରିଣତ ହୋଇଛି।  ଆଗାମୀ କିଛି ଘଣ୍ଟା...

ଦୁର୍ଗନ୍ଧକୁ ନେଇ ତେଜୁଛି ଜନଅସନ୍ତୋଷ

ଭୁବନେଶ୍ୱର, ୬।୧୨ (ବନ୍ଦନା ସେଠୀ): ସୈନିକ ସ୍କୁଲ ନିକଟସ୍ଥ ଟିଟିଏସ୍‌ (ଟେମ୍ପରାରି ଟ୍ରାନ୍‌ଜିଟ୍‌ ଷ୍ଟେଶନ) ପାଇଁ ଦିନକୁ ଦିନ ସ୍ଥିତି ବିଗିଡି ଚାଲିଛି। ଦୁର୍ଗନ୍ଧରେ ଅଧା...

ଓଡ଼ିଶାର ୪ ଶିକ୍ଷାଧିକାରୀଙ୍କୁ ଜାତୀୟ ପୁରସ୍କାର

ଭୁବନେଶ୍ୱର, ୭।୧୨ (ଅସମାପିକା ସାହୁ):ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ଶୈକ୍ଷିକ ଯୋଜନା ଓ ପ୍ରଶାସନ ଅନୁଷ୍ଠାନ (ଏନ୍‌ଆଇଇପିଏ) ଦ୍ୱାରା ନୂଆଦିଲ୍ଲୀର ଡ. ଆମ୍ବେଡକର ଅନ୍ତର୍ଜାତୀୟ କେନ୍ଦ୍ରଠାରେ...

ଆଜି ୮ ଜିଲାକୁ ବର୍ଷା ନେଇ ୟେଲୋ ୱାର୍ନିଂ

ଭୁବନେଶ୍ୱର,୬।୧୨(ଅନୁରାଧା ମହାରଣା):ସାମୁଦ୍ରିକ ବାତ୍ୟା ମିଗ୍‌ଜୋମ୍‌ ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୩୦ରୁ ୨ଟା ୩୦ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିଛି। ନେଲୋର ଏବଂ ମଛଲିପଟନମ୍‌ ମଧ୍ୟବର୍ତ୍ତୀ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର,୬।୧୨(ସତ୍ୟଜିତ୍‌ ରାଉତ):ରାଜ୍ୟରେ ବହୁ ସରକାରୀ କର୍ମଚାରୀ ଦୁର୍ନୀତିରେ ଲିପ୍ତ ରହି ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରୁଛନ୍ତି। ଭିଜିଲାନ୍ସ ପକ୍ଷରୁ ବହୁ ସମୟରେ ସେମାନଙ୍କ...

ସ୍କ୍ରାପିଂ କଲେ ଟିକସ, ଜରିମାନା ଛାଡ଼

ଭୁବନେଶ୍ୱର,୬।୧୨(ଅନିଲ ଦାସ):ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ...

ବଦଳିଲେ ଆଉ ଜଣେ ଆଇଏଏସ୍‌ ଅଫିସର: ଥିରୁମାଳା ନାଏକ ହେଲେ ଅତିରିକ୍ତ ସିଇଓ

ଭୁବନେଶ୍ୱର, ୫।୧୨: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଜଣେ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ନିର୍ବାଚନ ଦାୟିତ୍ୱ ଦେଇଛନ୍ତି । ୨୦୦୯ ବ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri