ଆଜିଠୁ ଢେଙ୍କାନାଳ ଜିଲାରେ ପକ୍ଷୀ ଗଣନା

ଢେଙ୍କାନାଳ,୧୦।୧(ରତନ ନାୟାର): ଢେଙ୍କାନାଳ ଜିଲାରେ ବୁଧବାରଠାରୁ ବନବିଭାଗ ପକ୍ଷରୁ ସମସ୍ତ ୮ଟି ରେଞ୍ଜ୍‌ରେ ପକ୍ଷୀ ଗଣନା ହେବ। ଏଥିପାଇଁ ମଙ୍ଗଳବାର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଗୋଟିଏ ଦିନ ପାଇଁ ଜିଲାରେ ଏହି ପକ୍ଷୀ ଗଣନା ହେବ ବୋଲି ବନବିଭାଗ ସୂତ୍ରରୁ ଜଣାପଡିଛି। ସମସ୍ତ ୮ଟି ରେଞ୍ଜରେ ପକ୍ଷୀ ଗଣନା ପାଇଁ ୪୨ଟି ୟୁନିଟ୍‌ କରାଯାଇଛି। ସମସ୍ତ ରେଞ୍ଜ୍‌ କର୍ମଚାରୀଙ୍କ ସହ ୧୩ ଛାତ୍ର ସ୍ବେଚ୍ଛାସେବୀ ଏଥିରେ ନିୟୋଜିତ ହେବେ। ସେହିପରି ବାଇନାକୁଲର, କ୍ୟାମେରା ଆଦି ମଧ୍ୟ ବ୍ୟବହାର ହେବ। ପକ୍ଷୀ ଗଣନାରେ ନିୟୋଜିତ ସମସ୍ତ ବନ କର୍ମଚାରୀ, ଅଧିକାରୀ ଓ ସ୍ବେଚ୍ଛାସେବୀଙ୍କୁ କପିଳାସ ପ୍ରାଣୀ ଉଦ୍ୟାନ ପରିସରରେ ବିଶେଷଜ୍ଞଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଇଛି। ଜିଲାର ପ୍ରମୁଖ ଜଳଭଣ୍ଡାର ମଧ୍ୟରେ ହିନ୍ଦୋଳ ବ୍ଲକର ରାସୋଳ ନିକଟସ୍ଥ ସାପୁଆ, କଙ୍କଡାହାଡ ବ୍ଲକ ଦଣ୍ଡାଧର, ପରଜଙ୍ଗ ବ୍ଲକ ଦଦରାଘାଟି, କାମାକ୍ଷାନଗର ଉପଖଣ୍ଡର ବ୍ରାହ୍ମଣୀ ନଦୀକୂଳ ରାଙ୍କିଆ ଏବଂ ରାମିଆଳ ନଦୀ ତଟ ଅଞ୍ଚଳ ସମେତ ବିଭିନ୍ନ ଜଳ ଭଣ୍ଡାରରେ ମଧ୍ୟ ଏହି ପକ୍ଷୀ ଗଣନା ହେବ। ୧୧ ତାରିଖ ସୁଦ୍ଧା ସମସ୍ତ ରେଞ୍ଜ୍‌ ଅଧିକାରୀମାନେ ନିଜ ନିଜ ରେଞ୍ଜ୍‌ରେ ଶେଷ ହୋଇଥିବା ପକ୍ଷୀ ଗଣନା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ। ରିପୋର୍ଟକୁ ଯାଞ୍ଚ କରିବା ପରେ ଏହାକୁ ରାଜ୍ୟ ବନବିଭାଗ ନିକଟକୁ ପଠାଯିବ। ସେଠାରେ ସମସ୍ତ ତାଲିକା ଚୂଡାନ୍ତ ହୋଇ ଆସିବା ପରେ ପକ୍ଷୀ ସଂଖ୍ୟା ସମ୍ପର୍କରେ ସୂଚନା ମିଳିବ ବୋଲି ସହକାରୀ ବନ ସଂରକ୍ଷକ ଶ୍ୟାମା ଭାରତୀ ସୂଚନା ଦେଇଛନ୍ତି। ଜିଲାରେ ଦେଶ ବିଦେଶରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଅକ୍ଟୋବର ମାସରୁ ଜାନୁଆରୀ ମଧ୍ୟରେ ଆସୁଥିବା ନଜିର ରହିଛି। ଢେଙ୍କାନାଳ ସହର ପ୍ରାଚୀନ ତଥା ଐତିହ୍ୟ ସମ୍ପନ୍ନ ପୋଖରୀ ଭାଗୀରଥି ସାଗର ନୂଆପୋଖରୀରେ ମଧ୍ୟ ଡିସେମ୍ବର ଓ ଜାନୁଆରୀ ମଧ୍ୟରେ ଦେଶ ବିଦେଶରୁ ପକ୍ଷୀ ପ୍ରତିବର୍ଷ ଆସୁଥିବା ଦେଖାଯାଇଛି। ସେହିପରି ପକ୍ଷୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ବନବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂକୁ କଡାକଡି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୀତବାସ ହତ୍ୟା ମାମଲାର ସାକ୍ଷୀଙ୍କୁ ଧମକ: ଡାକ୍ତରଙ୍କ ମୋବାଇଲ ଫୋନ ଜବତ

ବ୍ରହ୍ମପୁର,୧୬ା୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ସାକ୍ଷୀଙ୍କୁ ଜେଲ ଭିତରୁ ଯେଉଁ ମୋବାଇଲ ଫୋନରୁ ଧମକ ମିଳିଥିବା ତାହା ସେଠାରେ କାର୍ଯ୍ୟରତ…

ପୋଖରୀରେ ବୁଡ଼ି ଚାଲିଗଲା ଜୀବନ

ଦିଗପହଣ୍ଡି,୧୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମା’ନାରାୟଣୀ ଠାକୁରାଣୀ ମନ୍ଦିର ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ଜଣେ ମହିଳା ଗୁରୁବାର…

ରାଣୀ ସାହି ଦୁର୍ଗାପୂଜା କମିଟି ଗଠିତ, ଆଶ୍ୱିନ ମହାସପ୍ତମୀରୁ ହେବ ମହୋତ୍ସବ

ଦିଗପହଣ୍ଡି,୧୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ. ୱାର୍ଡ ରାଣୀ ସାହି ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରତିବର୍ଷ ଭଳି…

‘ମୁକ୍ତା’ଯୋଜନାରେ ହୋଇଥିବା କାର୍ଯ୍ୟର ଭିଜିଲାନ୍ସ ତଦନ୍ତ ହେବ: ବିଧାୟକ

ଗୁଡାରି,୧୭।୯(ପ୍ରମୋଦ କୁମାର ପତି): ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଗୁଡାରି ଏନ୍‌ଏସି କାର୍ଯ୍ୟାଳୟରେ ଗୁରୁବାର ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ। ନଥିପତ୍ର ଯାଞ୍ଚ ପରେ ଭେଣ୍ଡି ଜୋନ…

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ା୯(ସୁଚିସ୍ମିତା ସାହୁ): ଭୁବନେଶ୍ୱର ସମେତ ସାରା ରାଜ୍ୟରେ ଜଳିଲା କୋଟିଏରୁ ଅଧିକ ‘ଆଶୀର୍ବାଦ ଦୀପ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୬ତମ ଜନ୍ମଦିନ ଅବସରରେ ଗୁରୁବାର ରାଜ୍ୟ ସରକାରଙ୍କ…

‘ସ୍ନେହଭରା ପ୍ରତ୍ୟେକ ଶବ୍ଦ ପାଇଁ…’ ଜନ୍ମଦିନର ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଜନ୍ମଦିନ ଅବସରରେ ମିଳିଥିବା ଶୁଭେଚ୍ଛା ପାଇଁ କୃତଜ୍ଞତା ଜଣାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (X) ରେ ପୋଷ୍ଟ କରି…

ଜମିକୁ ଯାଇ ଗଛରେ ଝୁଲି ପଡ଼ିଲେ ଚାଷୀ

ଭେଡେନ,୧୭।୯(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଅଧୀନ ରେଶମ ପ୍ରଧାନପାଲି ଗ୍ରାମରୁ ଗୁରୁବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ଉକ୍ତ ଗ୍ରାମର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଝଲସିଲା ମନ୍ଦିର ପ୍ରାଙ୍ଗଣ

ପାଟଣା,୧୭।୯(ବୀର କିଶୋର ଦାଶ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ବିଭିନ୍ନ ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନରେରେ ଗୁରୁବାର ସନ୍ଧ୍ୟାରେ ପ୍ରଦୀପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?