ସହରାଞ୍ଚଳ ଆବାସ ଯୋଜନାରେ ୩୬,୦୬୨ ନୂଆ ଘର

ଭୁବନେଶ୍ୱର,୨୪।୪(ବ୍ୟୁରୋ): ସହରାଞ୍ଚଳ ବାସହୀନ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପାଇଁ ଘୋଷଣା ହୋଇଥିବା ‘ଜାଗା ମିଶନ’ ସହିତ ସମସ୍ତଙ୍କ ପାଇଁ ଘର ଯୋଜନାର ସଫଳ ରୂପାୟନ ଲାଗି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଶେଷ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଶୁକ୍ରବାର ୩୬,୦୬୨ ପରିବାରଙ୍କ ଲାଗି ନୂତନ ପକ୍କାଘର ମଞ୍ଜୁର କରିଛନ୍ତି। ଲୋକସେବା ଭବନରୁ ଡିଜିଟାଲ ମୋଡ୍‌ରେ ଅନୁଷ୍ଠିତ ସହରାଞ୍ଚଳ ହାଉସିଂ ମିଶନର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟରେ ଏହି ଅନୁମୋଦନ ଦିଆଯାଇଛି। ଏହି ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗ ସଚିବ ଜି ମାଥିଭାଥାନାନ ଆବାସ ଯୋଜନାର କାର୍ଯ୍ୟାନ୍ବୟନ ସମ୍ବନ୍ଧିତ ଆର୍ଥିକ ଓ ପ୍ରଶାସନିକ ବିଷୟ ଆଲୋଚନା ଲାଗି ତଥ୍ୟ ଉପସ୍ଥାପିତ କରିଛନ୍ତି। ବର୍ତ୍ତମାନ ରାଜ୍ୟର ୧୧୪ ସହରାଞ୍ଚଳରେ ୧,୫୫,୦୬୮ ପରିବାରକୁ ଘର ଦିଆଯାଇସାରିଛି। ଏଥି ମଧ୍ୟରୁ ୬୪,୦୦୫ ଘର ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି। ଅବଶିଷ୍ଟ ଘରର ନିର୍ମାଣ ତ୍ୱରାନ୍ବିତ ଗତିରେ ଚାଲୁ ରହିଛି। ୭୬ଟି ସହରାଞ୍ଚଳ ପାଇଁ ଏହି ନୂତନ ପ୍ରକଳ୍ପ ମଞ୍ଜୁର କରିବା ସହିତ ସର୍ଭେ ମାଧ୍ୟମରେ ଚିହ୍ନଟ ସମସ୍ତ ପରିବାରକୁ ଶୀଘ୍ର ଘର ଯୋଗାଇବା ନିମନ୍ତେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
ବିଭାଗୀୟ ସ୍ବତନ୍ତ୍ର ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଜାଗା ମିଶନରେ ଲକ୍ଷେ ୫ ହଜାର ଲୋକଙ୍କୁ ‘ଲ୍ୟାଣ୍ଡ ଏଣ୍ଟାଇଟିଲ୍‌ମେଣ୍ଟ ସାର୍ଟିଫିକେଟ’ ଏବଂ ୬୫ ହଜାର ପରିବାରଙ୍କୁ ‘ଲ୍ୟାଣ୍ଡ ରାଇଟସ୍‌ ସାର୍ଟିଫିକେଟ’ ଦିଆଯାଇଛି। ଏବେ ପର୍ଯ୍ୟନ୍ତ ୨୦ ହଜାର ପରିବାରଙ୍କୁ ଘର ଯୋଗାଇ ଦିଆଯାଇଥିବା ସେ ସୂଚୀତ କରିଥିଲେ। ଏହି ଅବସରରେ ମାଧିଭାଥାନନ୍‌ କହିଛନ୍ତି, ଏହି ଯୋଜନାରେ ସାଧାରଣତଃ ୩ଟି ମୋଡ୍‌ରେ ଘର ଯୋଗାଇ ଦିଆଯାଏ। ନୂଆ ନୁମୋଦିତ ଘର ମଧ୍ୟରୁ ୭୨ଟି ସହରାଞ୍ଚଳରେ ୧୬,୪୬୩ଟି ଘର ହିତାଧିକାରୀଙ୍କ ଦ୍ୱାରା ନିର୍ମାଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?