ଲାପ୍‌ଟପ୍‌ ପାଇଁ ଆବେଦନ କରିନାହାନ୍ତି ୩୮ ଉଚ୍ଚ ମାଧ୍ୟମିକ ସ୍କୁଲର ୩୫୯ ପିଲା

ଭୁବନେଶ୍ୱର, ୨୫।୫ (ବ୍ୟୁରୋ): ରାଜ୍ୟରେ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ କିଣିବା ପାଇଁ ସରକାର ଆଥର୍ର୍ତ୍କ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସଚେତନତା ଅଭାବରୁ ବହୁ ମେଧାବୀ ପିଲା ଏ ସମ୍ପର୍କରେ ଜାଣିପାରୁନାହାନ୍ତି। ଫଳରେ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି ଉଚ୍ଚମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲ୍‌ଙ୍କୁ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହେଉଛି।
ସ୍ବତନ୍ତ୍ର ସଚିବ ତାଙ୍କ ଚିଠିରେ କେଉଁ ହାଇସ୍କୁଲ୍‌ରେ କେତେ ଯୋଗ୍ୟ ଛାତ୍ରୀଛାତ୍ରୀ ଲାପ୍‌ଟପ୍‌ କିଣିବା ପାଇଁ ଆବେଦନ କରିନାହାନ୍ତି ତାହାର ତାଲିକା ଦେଇଛନ୍ତି। କଟକ ରେଭେନ୍‌ସା ହାୟର ସେକେଣ୍ଡାରୀ ସ୍କୁଲ୍‌, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍‌ ଭଳି ବିଭିନ୍ନ ଜିଲାର ୩୮ଟି ହାଇସ୍କୁଲ୍‌ର ମୋଟ୍‌ ୩୫୯ ଯୋଗ୍ୟ ପିଲା ଲାପ୍‌ଟପ୍‌ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ଯେଉଁଥିରେ ରେଭେନସା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ରେ ସର୍ବାଧିକ ୨୯ ଜଣ, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୨୮ ପିଲା ରହିଛନ୍ତି। ବିଜ୍ଞାପନ ଏବଂ ୫ ଥର ସମୟସୀମା ବଢ଼ାଯିବା ସତ୍ତ୍ୱେ ୨୦୨୧ ବର୍ଷର ୩୫୯ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ହୁଏତ ସେମାନେ ଏହି ଯୋଜନା ବିଷୟରେ ସଚେତନ ନ ଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ବିଷୟକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ନିଜ ସ୍ତରରେ ପଦକ୍ଷେପ ନେବାକୁ ପ୍ରିନ୍ସିପାଲମାନଙ୍କୁ କୁହାଯାଇଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରୀଛାତ୍ର ଆସନ୍ତା ୩୧ ତାରିଖ ମଧ୍ୟରେ ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ ଜରିଆରେ ଆବେଦନ କରିବା ନିମନ୍ତେ ଗାଇଡ୍‌ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲଙ୍କୁ ସ୍ବତନ୍ତ୍ର ସଚିବ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନ ଦାଖଲ କଲେ ସତ୍ୟଭୂଷଣ

ପଦ୍ମପୁର,୧୭ା୧୧(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର...

ପ୍ରଶାସନର ନଜର ପଡ଼ିଲାନି; ଆବର୍ଜନା ସଫେଇ କଲେ କିନ୍ନର

ପୁରୀ ଅଫିସ, ୧୯। ୭:ବାତ୍ୟା ଫନୀକୁ ଇତିମଧ୍ୟରେ ଅଢେଇ ମାସ ବିତିଲାଣି। ହେଲେ ପୁରୀ ସହର ଉପକଣ୍ଠ କେତେକ ଗଁାରେ ଏବେ ବି ବାତ୍ୟାର ଚିହ୍ନ...

+୨ ନାମଲେଖା ପାଇଁ ଆଜିଠୁ ଆବେଦନ

ଭୁବନେଶ୍ୱର,୨୯।୫(ବ୍ୟୁରୋ): +୨ ନାମଲେଖା ପାଇଁ ଆଜିଠୁ ଆବେଦନ ଆରମ୍ଭ ହେବ। samsodisha.gov.inରେ ଛାତ୍ରୀଛାତ୍ର ଆବେଦନ କରିପାରିବେ। ଜୁନ ୨୦ ଯାଏ ଅନଲାଇନରେ ଆବେଦନ ଚାଲିବ। ଜୁନ...

୨୪ ଯାଏ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୨।୬(ବ୍ୟୁରୋ): ବଙ୍ଗୋପସାଗର ଏବଂ ବାଂଲାଦେଶ ଉପକୂଳକୁ ଲାଗି ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏଥିସହିତ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ଏହାର...

ସହର ହେବ ୫ ଜୋନ୍‌, ଜଗିବେ ୭୦ ପ୍ଲାଟୁନ ଫୋର୍ସ

ପୁରୀ ଅଫିସ,୨୭ା୫: ଆସନ୍ତା ଜୁନ ୪ରେ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହେବା ସହ ଦୁର୍ଲ୍ଲଭ ହାତୀବେଶରେ ଦର୍ଶନ ଦେବେ ମହାପ୍ରଭୁ। ସ୍ନାନଯାତ୍ରା ସହ ହାତୀବେଶ ଦର୍ଶନ...

୧୫ ଜିଲାକୁ ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୨।୮(ବ୍ୟୁରୋ): ସୋମବାର ରାଜ୍ୟର ଅନେକ ଜିଲାରେ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏଥିପାଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା...

ଆଜି ୪ଜିଲାରେ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର,୨୯।୭(ବ୍ୟୁରୋ) : ମନ୍‌ସୁନ୍‌ ଟ୍ରପ୍‌ ଲାଇନ୍‌ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ସୋମବାର କଳାହାଣ୍ଡି, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଆଦି ୪...

ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର

ଭୁବନେଶ୍ବର,୧୮।୫(ବ୍ୟୁରୋ): ଖାଦ୍ୟ ସୁରକ୍ଷା କମିଶନ ଅଫିସର ସେକ୍ସନ ଅଫିସର ଗିରିଜା ଦାସ ଲାଞ୍ଚ ନେଇ ଧରାପଡ଼ଛନ୍ତି। । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ...

Advertisement
Archives

Model This Week