ଲାପ୍‌ଟପ୍‌ ପାଇଁ ଆବେଦନ କରିନାହାନ୍ତି ୩୮ ଉଚ୍ଚ ମାଧ୍ୟମିକ ସ୍କୁଲର ୩୫୯ ପିଲା

ଭୁବନେଶ୍ୱର, ୨୫।୫ (ବ୍ୟୁରୋ): ରାଜ୍ୟରେ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଛାତ୍ରୀଛାତ୍ରଙ୍କୁ ଲାପ୍‌ଟପ୍‌ କିଣିବା ପାଇଁ ସରକାର ଆଥର୍ର୍ତ୍କ ସହାୟତା ପ୍ରଦାନ କରୁଛନ୍ତି। ହେଲେ ସଚେତନତା ଅଭାବରୁ ବହୁ ମେଧାବୀ ପିଲା ଏ ସମ୍ପର୍କରେ ଜାଣିପାରୁନାହାନ୍ତି। ଫଳରେ ସେମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଉଚ୍ଚଶିକ୍ଷା ବିଭାଗର ସ୍ବତନ୍ତ୍ର ସଚିବ ରାଜଶ୍ରୀ ମହାନ୍ତି ଉଚ୍ଚମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲ୍‌ଙ୍କୁ ଲେଖିଥିବା ଚିଠିରୁ ଏହା ସ୍ପଷ୍ଟ ହେଉଛି।
ସ୍ବତନ୍ତ୍ର ସଚିବ ତାଙ୍କ ଚିଠିରେ କେଉଁ ହାଇସ୍କୁଲ୍‌ରେ କେତେ ଯୋଗ୍ୟ ଛାତ୍ରୀଛାତ୍ରୀ ଲାପ୍‌ଟପ୍‌ କିଣିବା ପାଇଁ ଆବେଦନ କରିନାହାନ୍ତି ତାହାର ତାଲିକା ଦେଇଛନ୍ତି। କଟକ ରେଭେନ୍‌ସା ହାୟର ସେକେଣ୍ଡାରୀ ସ୍କୁଲ୍‌, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ୍‌ ଭଳି ବିଭିନ୍ନ ଜିଲାର ୩୮ଟି ହାଇସ୍କୁଲ୍‌ର ମୋଟ୍‌ ୩୫୯ ଯୋଗ୍ୟ ପିଲା ଲାପ୍‌ଟପ୍‌ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ଯେଉଁଥିରେ ରେଭେନସା ଉଚ୍ଚ ମାଧ୍ୟମିକ ସ୍କୁଲ୍‌ରେ ସର୍ବାଧିକ ୨୯ ଜଣ, ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ଉଚ୍ଚ ମାଧ୍ୟମିକ ସ୍କୁଲ୍‌ର ୨୮ ପିଲା ରହିଛନ୍ତି। ବିଜ୍ଞାପନ ଏବଂ ୫ ଥର ସମୟସୀମା ବଢ଼ାଯିବା ସତ୍ତ୍ୱେ ୨୦୨୧ ବର୍ଷର ୩୫୯ ଦ୍ୱାଦଶ ପାସ୍‌ ଆଉଟ୍‌ ମେଧାବୀ ଲାପ୍‌ଟପ୍‌ କିଣିବା ନିମନ୍ତେ ଆର୍ଥିକ ସହାୟତା ପାଇବାକୁ ଆବେଦନ କରିନାହାନ୍ତି। ହୁଏତ ସେମାନେ ଏହି ଯୋଜନା ବିଷୟରେ ସଚେତନ ନ ଥିବା ଚିଠିରେ ଉଲ୍ଲେଖ କରାଯାଇଛି। ଏହି ବିଷୟକୁ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ନିଜ ସ୍ତରରେ ପଦକ୍ଷେପ ନେବାକୁ ପ୍ରିନ୍ସିପାଲମାନଙ୍କୁ କୁହାଯାଇଛି। ଏହି ଯୋଜନାର ସୁବିଧା ପାଇବା ପାଇଁ ଛାତ୍ରୀଛାତ୍ର ଆସନ୍ତା ୩୧ ତାରିଖ ମଧ୍ୟରେ ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ୍‌ ଜରିଆରେ ଆବେଦନ କରିବା ନିମନ୍ତେ ଗାଇଡ୍‌ କରିବାକୁ ଉଚ୍ଚ ମାଧ୍ୟମିକ ସ୍କୁଲ୍‌ଗୁଡ଼ିକର ପ୍ରିନ୍ସିପାଲଙ୍କୁ ସ୍ବତନ୍ତ୍ର ସଚିବ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ମହିଳା ବିଜେଡି ଜିଲା ଉପସଭାପତି ହେଲେ କର୍ଲାମୁଣ୍ଡାର ମନ୍ଦିରା ନାଏକ, ଛୁଟିଲା ଶୁଭେଚ୍ଛା

କର୍ଲାମୁଣ୍ଡା,୨୩।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଏଥିରେ କର୍ଲାମୁଣ୍ଡା ବ୍ଲକ ପୂର୍ବତନ ଜିଲା ପରିଷଦ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri