Posted inଜାତୀୟ

ମଣିପୁରରେ ହିଂସାକୁ ରୋକିବା ପାଇଁ ୩୫୬ ଏକ ପ୍ରଭାବଶାଳୀ ଉପାୟ ହୋଇପାରେ, ରାଜନୈତିକ ମହଲରେ ଚର୍ଚ୍ଚା…

ଇମ୍ଫାଲ,୧୩।୯ : ମେ ୩ରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉ ନାହିଁ। ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର ଦାବି କରିଛନ୍ତି ହତ୍ୟା ଆଉ ଘଟୁନାହିଁ, କିନ୍ତୁ ସମୟକ୍ରମେ ଏଭଳି ଘଟଣା ଜାରି ରହିଛି। ମଙ୍ଗଳବାର ସକାଳେ କାଙ୍ଗପୋକି ଜିଲାରେ ତିନି ଜଣଙ୍କୁ ଗୁଳି କରାଯାଇଥିଲା। କୁକି ସମ୍ପ୍ରଦାୟର ବୋଲି କୁହାଯାଉଥିବା ଏହି ତିନି ଜଣ ବ୍ୟକ୍ତି ଏକ ଗାଡିରେ ଯାତ୍ରା କରୁଥିଲେ। କିଛି ଅଜଣା ଲୋକେ ତାଙ୍କୁ ଏରେଙ୍ଗ ନାଗା ଗାଁ ନିକଟରେ ଆକ୍ରମଣ କରିଥିଲେ।

ମଣିପୁର ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ପ୍ରାୟ ଦୁଇଶହରେ ପହଞ୍ଚିଛି। ଅନ୍ୟପକ୍ଷରେ ରାଜ୍ୟରେ ନିୟୋଜିତ ସୁରକ୍ଷା ବାହିନୀ ମଧ୍ୟରେ ମଧ୍ୟ ଉତ୍ତେଜନା ଦେଖାଦେଇଛି। ସୁରକ୍ଷା ବାହିନୀ ଅନେକ ଥର ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ପୂର୍ବତନ ବିଏସଏଫ ଏଡିଜି ଏସ.କେ ସୁଦ କହିଛନ୍ତି, ମଣିପୁରରେ ହିଂସା ବର୍ତ୍ତମାନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଜଣାପଡିଛି। ସେଠାରେ ଆର୍ମି, ଆସାମ ରାଇଫଲ୍ସ, ସିଏପିଏଫ ଏବଂ ମଣିପୁର ପୋଲିସ ଅଛି, କିନ୍ତୁ ହିଂସା ବନ୍ଦ ହେଉନାହିଁ। ଯଦି ଆମେ ପ୍ରକୃତରେ ମଣିପୁରରେ ହିଂସା ବନ୍ଦ କରିବାକୁ ଏବଂ ଆଇନ ଶୃଙ୍ଖଳା ପ୍ରତିଷ୍ଠା କରିବାକୁ ଚାହୁଁ, ତେବେ ଧାରା ୩୫୬ କୁ ବାଲିଷ୍ଟିକ ଶିଲ୍ଡ ଭାବରେ ବ୍ୟବହାର କରାଯାଇପାରିବ । ଏନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜାରି ରହିଛି।

ମଣିପୁର ମଧ୍ୟ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ସେଠାରେ ଶାନ୍ତି ପ୍ରତିଷ୍ଠା କରିବାରେ ଦକ୍ଷମ ହୋଇ ନାହାନ୍ତି। ହିଂସା ଏପର୍ଯ୍ୟନ୍ତ ବନ୍ଦ ହୋଇନାହିଁ। ଲୋକଙ୍କୁ ହତ୍ୟା କରାଯାଉଛି। ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଜାରି ରହିଛି। ମଣିପୁରରେ କିଛି ସମୟ ପାଇଁ ଦେଖାଯାଉଥିବା ପରିସ୍ଥିତି ଅତ୍ୟନ୍ତ ବିପଜ୍ଜନକ। ଦୁଇ ସମ୍ପ୍ରଦାୟ ମଧ୍ୟରେ ଏକ ବଫର୍‌ ଜୋନ ସୃଷ୍ଟି କରି ଶାନ୍ତି ପ୍ରତିଷ୍ଠା ପାଇଁ କରାଯାଇଥିବା ପ୍ରୟାସ ସଫଳ ହୋଇପାରି ନାହିଁ।

ସେ କହିଛନ୍ତି ଯେ ବର୍ତ୍ତମାନ ସେଠାରେ ନିୟୋଜିତ ସୁରକ୍ଷା ବାହିନୀ ପରସ୍ପର ସହ ମୁହାଁମୁହିଁ ଆସୁଛନ୍ତି। ସୁରକ୍ଷା ବାହିନୀ ମଧ୍ୟରେ ସଂଘର୍ଷ ହେବାର ସମ୍ଭାବନା ଥିବାବେଳେ ଏଭଳି ଅନେକ ଘଟଣା ଘଟିଛି। କେତେବେଳେ ମଣିପୁର ପୋଲିସ ଆସାମ ରାଇଫଲ୍ସ ସାମ୍ନାକୁ ଆସେ ଏବଂ ବେଳେବେଳେ ସେନାକୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡେ। ଦିଏପିଏଫ ବିଷୟରେ ମଧ୍ୟ ସମାନ ଖବର ଶୁଣାଯାଉଛି। ଯେତେବେଳେ ସଶସ୍ତ୍ର ବାହିନୀ ପରସ୍ପର ସହିତ ମୁହାଁମୁହିଁ ହୁଅନ୍ତି, ପରିସ୍ଥିତିର ଗମ୍ଭୀରତାକୁ ବୁଝିବା ସ୍ବାଭାବିକ। ତିନି ହଜାରରୁ ଅଧିକ ମାରାତ୍ମକ ଅସ୍ତ୍ର ବିଦ୍ରୋହୀଙ୍କ ହାତରେ ରହିଛି। ସେମାନଙ୍କ ପାଖରେ ପ୍ରଚୁର ପରିମାଣର ଅସ୍ତ୍ରଶସ୍ତ୍ର ଅଛି। ଫଳରେ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?