କାମରେ ଲାଗୁନି ମୁକ୍ତାକାଶ ବ୍ୟାୟାମଶାଳା

ପାରାଦୀପ,୧୩।୯(ଶରତ ରାଉତ): ପାରାଦୀପ ପୌରାଞ୍ଚଳକୁ ଆକର୍ଷଣୀୟ ଓ ସୌନ୍ଦର୍ଯ୍ୟକରଣ କରିବା ପାଇଁ ପୌରପାଳିକା ବିପୁଳ ଅର୍ଥ ଖର୍ଚ୍ଚ କରୁଛି। ନୂଆକରି ହେଉଥିବା ବିଭିନ୍ନ ପ୍ରକଳ୍ପ କେଉଁଠି କାମରେ ଲାଗୁଛି ତ କେଉଁଠି ବ୍ୟବହାର ହେଉ ନ ଥିବା ଦେଖିବାକୁ ମିଳିଛି। ଏମିତି ଏକ ନୂତନ ପ୍ରକଳ୍ପ ହେଲା ପୌରାଞ୍ଚଳ ୧୪ ନଂ. ୱାର୍ଡ ଅନ୍ତର୍ଗତ ଆମ୍ବେଡକର ପ୍ରତିମୂର୍ତ୍ତି ସ୍ଥଳରେ ହୋଇଥିବା ମୁକ୍ତାକାଶ ବ୍ୟାୟାମଶାଳା। ଚଳିତବର୍ଷ ଜୁନ୍‌ରେ ଏହି ବ୍ୟାୟାମଶାଳା ନିର୍ମାଣ ହୋଇଛି। ମୁଖ୍ୟମନ୍ତ୍ରୀ କର୍ମତତ୍ପର ଯୋଜନା ଅଧୀନରେ ଏହା ଜନସାଧାରଣଙ୍କ ପାଇଁ କରାଯାଇଛି। ଏଥିପାଇଁ ୧୯ ଲକ୍ଷ ୯୯ ହଜାର ଟଙ୍କା ବ୍ୟୟ ହୋଇଛି ବୋଲି ସେଠାରେ ଥିବା ଏକ ପାଚେରୀରେ ଲେଖା ଯାଇଛି। କିନ୍ତୁ ସେହି ବ୍ୟାୟାମଶାଳା ଉପକରଣ ତଳେ ବଣୁଆ ଘାସ ଉଠି ଯାଇଥିବା ଦେଖିବାକୁ ମିଳିଛି। ଉକ୍ତ ଉପକରଣ ଗୁଡିକରେ ନୂଆ ବେଳେ ପ୍ୟାକିଂ ହୋଇଥିବା ଜରି ମଧ୍ୟ ଛାଡିନାହିଁ। ଅର୍ଥାତ ସେଠାରେ କେହି ବ୍ୟାୟାମ କରୁ ନ ଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ସମାନ ଜାଗାରେ ଏଭଳି ବ୍ୟାୟାମ ଉପକରଣ ଲାଗିଥିଲା। ତାହା କଳଙ୍କି ଲାଗି ନଷ୍ଟ ହେବା ପରେ ପୁଣି ଚଳିତବର୍ଷ ନୂଆକରି ଲାଗିଛି। ଏପରି ଅଚଳ ରହିବା ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସମ୍ପୃକ୍ତ ଠିକାସଂସ୍ଥା ବ୍ୟାୟାମ ସ୍ଥଳରେ ଟାଇଲ୍‌ ପକାଇବା କଥା। ସେପରି କରି ନ ଥିବାରୁ ସକାଳ ସାରେ ଭ୍ରମଣ କରୁଥିବା ଲୋକ ତାହାକୁ ବ୍ୟବହାର କରୁ ନାହାନ୍ତି। ଖୁବ୍‌ଶୀଘ୍ର ତାହା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ଜିତିଲେ ବୈଭବ: କହିଲେ-ମୋ ମନରେ ସେମିତି କିଛି…

ନୂଆଦିଲ୍ଲୀ, ୨୫।୧୧: ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ମଙ୍ଗଳବାର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଦ୍ୱିଶତକ ବଳରେ ୟୁଏଇ ବିପକ୍ଷରେ ୭ ଉଇକେଟ୍‌ରେ ଦମଦାର…

ବୈଭବଙ୍କ ଐତିହାସିକ ଦ୍ୱିଶତକ ପଛରେ ଯୁବରାଜଙ୍କ ହାତ: ୩୦ ମିନିଟ୍‌ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୨୫।୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଐତିହାସିକ ଦ୍ୱିଶତକ ପଛରେ ରହିଛି ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ…

ଦ୍ରୁତତମ ଦ୍ୱିଶତକ ହାସଲକାରୀ ଟପ୍‌-୫ ବ୍ୟାଟର: ତାଲିକାରେ ବୈଭବଙ୍କ ସ୍ଥାନ କେଉଁଠି? ଜାଣନ୍ତୁ…

ନୂଆଦିଲ୍ଲୀ, ୨୫।୧୧: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୫୨ଟି ବଲରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଇତିହାସ ରଚିଛନ୍ତି। ଏବେ ସେ ଲିଷ୍ଟ-ଏ କ୍ରିକେଟରେ ସବୁଠାରୁ…

ଟ୍ରମ୍ପଙ୍କ ନୂଆ ଟାରିଫ ବୋମା! ୧୬ ଦେଶ ଟାର୍ଗେଟ୍‌ରେ, ଭାରତ ଉପରେ କେଉଁ ପ୍ରଭାବ ପଡ଼ିବ ଜାଣନ୍ତୁ…

ନୂଆଦିଲ୍ଲୀ, ୨୫।୧୧: ବିଶ୍ୱର ସବୁଠାରୁ ବଡ଼ ବଜାର ଆମେରିକା ପକ୍ଷରୁ ଯେତେବେଳେ ଟାରିଫ ବୃଦ୍ଧି ନେଇ ଖବର ଆସେ, ସେତେବେଳେ ଏହାର ପ୍ରଭାବ କେବଳ ବଡ଼ ବଡ଼…

ରେକର୍ଡ ବୁକ୍‌ ଦୋହଲାଇଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାଙ୍ଗିଲେ ଏହି ୪ ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୨୫।୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ଚହଳ ସୃଷ୍ଟି କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କ ବିସ୍ଫୋରକ ବ୍ୟାଟିଂରେ ଭାଙ୍ଗିଛି ଏକାଧିକ ରେକର୍ଡ। ୨୦୨୬ ଏସିଆ…

ଆଇସିସି ଟି-୨୦ ରାଙ୍କିଂରେ ବଡ଼ ପରିବର୍ତ୍ତନ: ପଛରେ ପଡ଼ିଗଲା ଟିମ୍‌ଇଣ୍ଡିଆ

ନୂଆଦିଲ୍ଲୀ,୨୫।୧୧: ଆଇସିସି ଟି-୨୦ ରାଙ୍କିଂରେ ପୁଣି ଦେଖିବାକୁ ମିଳିଛି ଓଲଟପାଲଟ। ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲାରେ ଇଂଲଣ୍ଡ ୮ ଉଇକେଟ୍‌ରେ…

ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟିଂ ଦେଖି ଆଶ୍ଚର୍ଯ୍ୟ ପାକିସ୍ତାନ: ପୂର୍ବତନ ଅଧିନାୟକ କହିଲେ, ଏହା ଅସାଧାରଣ…

ନୂଆଦିଲ୍ଲୀ,୨୬।୧୧: ଭାରତର ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂର ଚର୍ଚ୍ଚା ଏବେ କେବଳ ଭାରତରେ ସୀମିତ ନାହିଁ, ପାକିସ୍ତାନରେ ମଧ୍ୟ ତାଙ୍କୁ ନେଇ ଚର୍ଚ୍ଚା ଜୋର୍‌…

ରାଷ୍ଟ୍ରପତିଙ୍କୁ ଭେଟିଲେ ଘୁମୁସର ଝିଅ: ମହିଳାଙ୍କ ବିକାଶ ନେଇ କଲେ ଆଲୋଚନା

ଭଞ୍ଜନଗର,୨୫।୧୧ (ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଘୁମୁସର ଅଞ୍ଚଳ ବାଲିପଦରର ଝିଅ ତଥା ବୁଗୁଡ଼ା ବ୍ଲକ ଆଦିପୁର ଗ୍ରାମର ବୋହୂ ଜୟନ୍ତୀ ପଢ଼ିଆରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଜଭବନଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?