୨୦୦୫.୮୯ କୋଟି ଖର୍ଚ୍ଚରେ ନିଯୁକ୍ତି ପାଇବେ ୩୫୪୫

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ ‘ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ। ଏଥିପାଇଁ କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟ କରିବ। ଏଠାରୁ ବାର୍ଷିକ ୧.୬ ବିଲିୟନ ୟୁନିଟ୍‌ ଔଷଧ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଏହି ପ୍ରକଳ୍ପ ସମେତ ମୋଟ ୨୦୦୫.୮୯ କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ଅତିରିକ୍ତ ୩୫୪୫ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସୁମା ରିଅଲ ମିଡିଆ ପ୍ରାଃ ଲିଃକୁ ଖୋର୍ଦ୍ଧା ଜିଲାର ଗୋଠପାଟଣାଠାରେ ଔଷଧ ପ୍ରସ୍ତୁତ ନିର୍ମାଣ କାରଖାନା ଏବଂ ଔଷଧ ଗବେଷଣା-ବିକାଶ କେନ୍ଦ୍ର ସ୍ଥାପନ କରିବ। ଏଥିରେ ୧୨୮୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ଅନ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ଲିଃକୁ ଯାଜପୁରର ଦାନଗଦିଠାରେ ୨୦୫.୪୪ କୋଟି ଟଙ୍କା ବ୍ୟୟରେ କାର୍ବନ ଇଲୋକ୍ଟ୍ରୋଡ୍‌ ପେଷ୍ଟ ମ୍ୟାନୁଫାକ୍‌ଚରିଂ ପ୍ଲାଣ୍ଟ (୧ଲକ୍ଷ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ) ନିର୍ମାଣ କରିବ। ଜଗତସିଂହପୁରର ପାରାଦୀପଠାରେ ସାଇ ବଲକ୍‌ ବ୍ୟାଗସ୍‌ ପ୍ରାଃ ଲିଃ ୧୩୫.୯୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧,୪୪,୦୦୦ ମେଟ୍ରିକ୍‌ ଟନ୍‌ କେମିକାଲ(ସଲଫୁରିକ୍‌ ଏସିଡ୍‌) ଓ ୨୪,୦୦୦ ମେଟ୍ରିକ ଟନ୍‌ ଫାଇନ୍‌ ଫ୍ୟାବ୍ରିକ୍‌ ପ୍ରସ୍ତୁତ ନିମନ୍ତେ କାରଖାନା ନିର୍ମାଣ କରିବ। ଏହାଦ୍ୱାରା ଯଥାକ୍ରମେ ୨୬୦ ଓ ୩୦୧ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସିଙ୍ଗିଲୱିଣ୍ଡୋ ଅଥରିଟି ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ୟୁନାଇଟେଡ୍‌ ଫେରୋକାଷ୍ଟ ପ୍ରାଃ ଲିଃ ଦ୍ୱାରା ଯାଜପୁରର ବଡ଼ଚଣାଠାରେ ବାର୍ଷିକ ୦.୧୧ ନିୟୁତ ଟନ୍‌ ଫେରୋ ଆଲୟେଜ୍‌ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିପାଇଁ କମ୍ପାନୀ ୨୬୧.୧ କୋଟି ଟଙ୍କା ବ୍ୟୟ କରିବ ଓ ୩୭୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। କେନ୍ଦୁଝରର ଝାମ୍ପୁରାରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍‌ ପେଲେଟ୍‌ ପ୍ଲାଣ୍ଟ ଓ ୫ ନିୟୁତ ମେଟ୍ରିକ ଟନ୍‌ ଲୁହାପଥର ବେନିଫିକେସନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍‌ ପ୍ରାଃ ଲିଃକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ମିଳିଛି। କମ୍ପାନୀ ଏଥିପାଇଁ ୭୭୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ୩୧୪ ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ଖୋର୍ଦ୍ଧାର ଡେରାସସ୍ଥିତ ସି’ଫୁଡ୍‌ ପାର୍କରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ନିମନ୍ତେ ଡିଏନ୍‌ ସି ସେଲ ପ୍ରାଃ ଲିଃ କମ୍ପାନୀକୁ ୫୦.୪୦ କୋଟି ଟଙ୍କା ନିବେଶ କରିବାକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୪୦୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେ’ ଫେୟାର ହୋଟେଲସ ଆଣ୍ଡ ରିସୋର୍ଟକୁ ଗଞ୍ଜାମ ଜିଲାର ଗୋପାଳପୁରସ୍ଥିତ ନିଜର ୟୁନିଟକୁ ସମ୍ପ୍ରସାରଣ କରିବା ପାଇଁ ଅନୁମତି ମିଳିଛି। ମେ’ଫେୟାର ପାମ୍‌ ବିଚ୍‌ ରିସୋର୍ଟ ସମ୍ପ୍ରସାରଣ ପାଇଁ କମ୍ପାନୀ ୮୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ଅତିରିକ୍ତ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଯାଜପୁରର ବାଘୁଆପାଳଠାରେ ନରେଶ କୁମାର ଆଣ୍ଡ କୋ ପ୍ରାଃ ଲିଃ ଦ୍ୱାରା ୱେୟାରହାଉସ୍‌ ତଥା ଲଜିଷ୍ଟିକ୍‌ ପାର୍କ ସ୍ଥାପନ କରାଯିବ। ଏଥିପାଇଁ ସଂସ୍ଥା ପକ୍ଷରୁ ୧୨୫ କୋଟି ଟଙ୍କା ବ୍ୟୟ ହେବ। ୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରୁନୟା ଆଲୁମିନିୟମ ପ୍ରାଃ ଲିଃ ୮୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲାରେ ୫ ହଜାର ମେଟ୍ରିକ ଟନ୍‌ ଆଲୁମିନିୟମ ପାଉଡର ଆଣ୍ଡ ପିଗମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ। ଏହାଦ୍ୱାରା ୧୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri