୨୦୦୫.୮୯ କୋଟି ଖର୍ଚ୍ଚରେ ନିଯୁକ୍ତି ପାଇବେ ୩୫୪୫

ଭୁବନେଶ୍ୱର, ୩୦ା୮(ବ୍ୟୁରୋ):ରାଜ୍ୟର ଆଗଧାଡ଼ିର ମିଡିଆ କମ୍ପାନୀ ‘ସୁମା ରିଅଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌’ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ଔଷଧ ନିର୍ମାଣ କମ୍ପାନୀ ଖୋଲିବ। ଏଥିପାଇଁ କମ୍ପାନୀ ପ୍ରାୟ ୨୦୦ କୋଟି ଟଙ୍କା ବ୍ୟୟ କରିବ। ଏଠାରୁ ବାର୍ଷିକ ୧.୬ ବିଲିୟନ ୟୁନିଟ୍‌ ଔଷଧ ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି। ସୋମବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ଏହି ପ୍ରକଳ୍ପ ସମେତ ମୋଟ ୨୦୦୫.୮୯ କୋଟି ଟଙ୍କାର ୧୦ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ଅତିରିକ୍ତ ୩୫୪୫ ଜଣ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସୁମା ରିଅଲ ମିଡିଆ ପ୍ରାଃ ଲିଃକୁ ଖୋର୍ଦ୍ଧା ଜିଲାର ଗୋଠପାଟଣାଠାରେ ଔଷଧ ପ୍ରସ୍ତୁତ ନିର୍ମାଣ କାରଖାନା ଏବଂ ଔଷଧ ଗବେଷଣା-ବିକାଶ କେନ୍ଦ୍ର ସ୍ଥାପନ କରିବ। ଏଥିରେ ୧୨୮୦ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ସିଙ୍ଗିଲୱିଣ୍ଡୋ କ୍ଲିଅରାନ୍ସ ପାଇଥିବା ଅନ୍ୟ ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ସାବିତ୍ରୀ ଇଣ୍ଡଷ୍ଟ୍ରିଜ୍‌ ଲିଃକୁ ଯାଜପୁରର ଦାନଗଦିଠାରେ ୨୦୫.୪୪ କୋଟି ଟଙ୍କା ବ୍ୟୟରେ କାର୍ବନ ଇଲୋକ୍ଟ୍ରୋଡ୍‌ ପେଷ୍ଟ ମ୍ୟାନୁଫାକ୍‌ଚରିଂ ପ୍ଲାଣ୍ଟ (୧ଲକ୍ଷ ମେଟ୍ରିକ ଟନ୍‌ କ୍ଷମତା ବିଶିଷ୍ଟ) ନିର୍ମାଣ କରିବ। ଜଗତସିଂହପୁରର ପାରାଦୀପଠାରେ ସାଇ ବଲକ୍‌ ବ୍ୟାଗସ୍‌ ପ୍ରାଃ ଲିଃ ୧୩୫.୯୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୧,୪୪,୦୦୦ ମେଟ୍ରିକ୍‌ ଟନ୍‌ କେମିକାଲ(ସଲଫୁରିକ୍‌ ଏସିଡ୍‌) ଓ ୨୪,୦୦୦ ମେଟ୍ରିକ ଟନ୍‌ ଫାଇନ୍‌ ଫ୍ୟାବ୍ରିକ୍‌ ପ୍ରସ୍ତୁତ ନିମନ୍ତେ କାରଖାନା ନିର୍ମାଣ କରିବ। ଏହାଦ୍ୱାରା ଯଥାକ୍ରମେ ୨୬୦ ଓ ୩୦୧ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସିଙ୍ଗିଲୱିଣ୍ଡୋ ଅଥରିଟି ଏହି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି। ସେହିପରି ୟୁନାଇଟେଡ୍‌ ଫେରୋକାଷ୍ଟ ପ୍ରାଃ ଲିଃ ଦ୍ୱାରା ଯାଜପୁରର ବଡ଼ଚଣାଠାରେ ବାର୍ଷିକ ୦.୧୧ ନିୟୁତ ଟନ୍‌ ଫେରୋ ଆଲୟେଜ୍‌ ପ୍ଲାଣ୍ଟ ନିର୍ମାଣ କରାଯିବ। ଏଥିପାଇଁ କମ୍ପାନୀ ୨୬୧.୧ କୋଟି ଟଙ୍କା ବ୍ୟୟ କରିବ ଓ ୩୭୬ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। କେନ୍ଦୁଝରର ଝାମ୍ପୁରାରେ ବାର୍ଷିକ ୩ ନିୟୁତ ମେଟ୍ରିକ ଟନ୍‌ ପେଲେଟ୍‌ ପ୍ଲାଣ୍ଟ ଓ ୫ ନିୟୁତ ମେଟ୍ରିକ ଟନ୍‌ ଲୁହାପଥର ବେନିଫିକେସନ୍‌ ପ୍ଲାଣ୍ଟ ନିର୍ମାଣ ପାଇଁ ବାଲେଣ୍ଟୋ ଏଣ୍ଟରପ୍ରାଇଜେସ୍‌ ପ୍ରାଃ ଲିଃକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ମିଳିଛି। କମ୍ପାନୀ ଏଥିପାଇଁ ୭୭୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ୩୧୪ ଜଣଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବ। ଖୋର୍ଦ୍ଧାର ଡେରାସସ୍ଥିତ ସି’ଫୁଡ୍‌ ପାର୍କରେ ଚିଙ୍ଗୁଡ଼ି ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ନିମନ୍ତେ ଡିଏନ୍‌ ସି ସେଲ ପ୍ରାଃ ଲିଃ କମ୍ପାନୀକୁ ୫୦.୪୦ କୋଟି ଟଙ୍କା ନିବେଶ କରିବାକୁ ସିଙ୍ଗିଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଏହାଦ୍ୱାରା ୪୦୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ମେ’ ଫେୟାର ହୋଟେଲସ ଆଣ୍ଡ ରିସୋର୍ଟକୁ ଗଞ୍ଜାମ ଜିଲାର ଗୋପାଳପୁରସ୍ଥିତ ନିଜର ୟୁନିଟକୁ ସମ୍ପ୍ରସାରଣ କରିବା ପାଇଁ ଅନୁମତି ମିଳିଛି। ମେ’ଫେୟାର ପାମ୍‌ ବିଚ୍‌ ରିସୋର୍ଟ ସମ୍ପ୍ରସାରଣ ପାଇଁ କମ୍ପାନୀ ୮୫ କୋଟି ଟଙ୍କା ନିବେଶ କରିବ। ଏହାଦ୍ୱାରା ଅତିରିକ୍ତ ୧୨୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଯାଜପୁରର ବାଘୁଆପାଳଠାରେ ନରେଶ କୁମାର ଆଣ୍ଡ କୋ ପ୍ରାଃ ଲିଃ ଦ୍ୱାରା ୱେୟାରହାଉସ୍‌ ତଥା ଲଜିଷ୍ଟିକ୍‌ ପାର୍କ ସ୍ଥାପନ କରାଯିବ। ଏଥିପାଇଁ ସଂସ୍ଥା ପକ୍ଷରୁ ୧୨୫ କୋଟି ଟଙ୍କା ବ୍ୟୟ ହେବ। ୨୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ରୁନୟା ଆଲୁମିନିୟମ ପ୍ରାଃ ଲିଃ ୮୦ କୋଟି ଟଙ୍କା ବ୍ୟୟରେ ଝାରସୁଗୁଡ଼ା ଜିଲାରେ ୫ ହଜାର ମେଟ୍ରିକ ଟନ୍‌ ଆଲୁମିନିୟମ ପାଉଡର ଆଣ୍ଡ ପିଗମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ। ଏହାଦ୍ୱାରା ୧୨୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?