Posted inଜାତୀୟ

ଲିଭ ଇନ ପାର୍ଟନରଙ୍କ ୩୫ ଟୁକୁଡ଼ା କରି ପ୍ରତିଦିନ ରାତିରେ ଫିଙ୍ଗୁ ଥିଲେ ୨ ଖଣ୍ଡ…

ନୂଆଦିଲ୍ଲୀ,୧୪।୧୧ :ଜଣେ ବ୍ୟକ୍ତି ବିବାହର ପ୍ରତିଶ୍ରୁତି ଦେଇ ଏକ କଲ ସେଣ୍ଟରରେ କାମ କରୁଥିବା ଜଣେ ମହିଳା ସହକର୍ମୀଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ଆଣି ଲିଭ ଇନ୍‌ରେ ରହୁଥିଲେ। ଯେତେବେଳେ ମହିଳା ବିବାହ ପାଇଁ ଚାପ ପକାଇଲେ, ଯୁବକ ଜଣକ ତାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡରେ କାଟି ଦେଇଥିଲେ। ତା’ପରେ ସେସବୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପ୍ରତିଦିନ ରାତିରେ ୨ ଖଣ୍ଡ ଲେଖାଏଁ କରି ଫୋପାଡି ଦେଇଥିଲେ। ଘଟଣାର ପ୍ରାୟ ୫ ମାସ ପରେ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଆଫତାବ ଆମିନ ପୁନାୱାଲାଙ୍କୁ ଗିରଫ କରିଛି।

ପୋଲିସ କହିଛି ଯେ ୫୯ ବର୍ଷିୟ ବିକାଶ ମଦନ ୱାକର ନଭେମ୍ବର ୮ ରେ ଦିଲ୍ଲୀର ମେହେରୁଲି ପୋଲିସ ଷ୍ଟେଶନରେ ତାଙ୍କ ଝିଅଙ୍କୁ ଅପହରଣ କରାଯାଇଥିବା ନେଇ ଏଫଆଇଆର ଦାଖଲ କରିଥିଲେ। ସେ ଜଣାଇଥିଲେ ଯେ ସେ ତାଙ୍କ ପରିବାର ମହାରାଷ୍ଟ୍ରର ପାଲଗରରେ ରୁହନ୍ତି। ତାଙ୍କ ଝିଅ ଶ୍ରଦ୍ଧା ୱାକରଙ୍କ ବୟସ ୨୬ ବର୍ଷ। ସେ ମୁମ୍ବାଇର ମାଲାଡ ଅଞ୍ଚଳରେ ଅବସ୍ଥିତ ଏକ ବହୁରାଷ୍ଟ୍ରୀୟ କମ୍ପାନୀର କଲ ସେଣ୍ଟରରେ କାମ କରୁଥିଲେ। ଏଠାରେ ଶ୍ରଦ୍ଧା ଆଫତାବ ଆମିନଙ୍କୁ ଭେଟିଥିଲେ। ଖୁବ ଶୀଘ୍ର ଦୁହେଁ ପରସ୍ପରକୁ ପସନ୍ଦ କରିବା ଆରମ୍ଭ କଲେ ଏବଂ ସେମାନେ ଲାଇଭ ଇନ ସମ୍ପର୍କରେ ରହିବାକୁ ଲାଗିଲେ। ପରିବାର ଯେତେବେଳେ ଏହି ସମ୍ପର୍କ ବିଷୟରେ ଜାଣିଲେ, ସେମାନେ ଏହାକୁ ବିରୋଧ କରିବାକୁ ଲାଗିଲେ।

ଶ୍ରଦ୍ଧାଙ୍କ ପିତା ବିକାଶ ମଦନ ୱାକର କହିଛନ୍ତି ଯେ ବିରୋଧ କରିବା ପରେ ତାଙ୍କ ଝିଅ ଏବଂ ଆଫତାବ ହଠାତ ମୁମ୍ବାଇ ଛାଡିଥିଲେ। ପରେ ଜାଣିବାକୁ ପାଇଲା ଯେ ସେମାନେ ଦିଲ୍ଲୀର ମେହେରୁଲିର ଛତ୍ରପୁର ଅଞ୍ଚଳରେ ରହୁଛନ୍ତି। ଶ୍ରଦ୍ଧାଙ୍କ ସହିତ ଯୋଗାଯୋଗ ରହୁଥିବାବେଳେ ହଠାତ୍‌ ତାଙ୍‌କର ଫୋନ୍‌ ବନ୍ଦ ହୋଇଯାଇଥିଲା। ତା’ପରେ ନଭେମ୍ବର ୮ ରେ, ଅଘଟଣ ଘଟଣାର ଆଶଙ୍କା କରି ସେ ସିଧା ଛତ୍ରପୁରର ଫ୍ଲାଟକୁ ଯାଇଥିଲେ ଯେଉଁଠାରେ ଶ୍ରଦ୍ଧା ଏବଂ ଆଫତାବ ଭଡା ଘରେ ରହୁଥିଲେ। ସେଠାରେ ତାଲା ବନ୍ଦ ହେବା ପରେ ବିକାଶ ମେହେରୋଲି ପୋଲିସ ଷ୍ଟେଶନରେ ପହଞ୍ଚି ଅପହରଣ ସମ୍ପର୍କରେ ପୋଲିସକୁ ସୂଚନା ଦେଇ ଏଫଆଇଆର ଦାଖଲ କରିଥିଲା।

ପରେ ପୋଲିସ ଶନିବାର ଆଫତାବଙ୍କୁ ଖୋଜି ପାଇଥିଲେ। ଆଫତାବ କହିଛନ୍ତି ଯେ ଶ୍ରଦ୍ଧା ତାଙ୍କୁ ବିବାହ କରିବାକୁ ଚାପ ପକାଉଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ତେଣୁ ମେ ୧୮ ରେ ଯେତେବେଳେ ଝଗଡା ହୋଇଥିଲା ସେତେବେଳେ ସେ ଶ୍ରଦ୍ଧାଙ୍କୁ ଗଳା କାଟି ହତ୍ୟା କରିଥିଲେ। ତା’ପରେ ମୃତ ଶରୀରକୁ ଚାପଡରେ ୩୫ ଖଣ୍ଡରେ ବିଭକ୍ତ କରି ପ୍ରତିଦିନ ରାତି ୨ଟାରେ ଉଠି ଲଗାତାର ୧୮ ଦିନ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ଫୋପାଡି ଦେଇଥିଲେ। ଏହା ପରେ ପୋଲିସ ଆଫତାବଙ୍କ ବୟାନ ଆଧାରରେ ହତ୍ୟା ମାମଲା ରୁଜୁ କରିଛି। ବର୍ତ୍ତମାନ ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ଟିମ ମୃତଦେହର ଖଣ୍ଡ ଖୋଜିବାକୁ ଚେଷ୍ଟା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri