ଆଜି ରାଜ୍ୟରୁ ୩୪୦ ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୫୦ ଶିଶୁ

ଭୁବନେଶ୍ୱର,୧୮ା୧୦(ବ୍ୟୁରୋ): ସୋମବାର ରାଜ୍ୟରୁ ୩୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୫,୪୧୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୫୦ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୩ ଏବଂ କେନ୍ଦ୍ରାପଡ଼ାରୁ ୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୧୩,ବରଗଡ଼ ୬, ଭଦ୍ରକ ୪, ବଲାଙ୍ଗୀର ୧, ଦେବଗଡ଼ ୧, ଢେଙ୍କାନାଳ ୧, ଗଞ୍ଜାମ ୪, ଜଗତସିଂହପୁର ୧୦, ଯାଜପୁର ୯, କୋରାପୁଟ ୩, ମୟୂରଭଞ୍ଜ ୧୪, ନବରଙ୍ଗପୁର ୧, ନୟାଗଡ଼ ୨, ପୁରୀ ୭, ରାୟଗଡ଼ା ୪, ସମ୍ବଲପୁରରୁ ୧୨ ଏବଂ ସୁନ୍ଦରଗଡ଼ରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୩୫,୪୧୭ରେ ପହଞ୍ଚିଥିବା ବେଳେ ୧୦,୨୨,୨୫୦ଜଣ ସୁସ୍ଥ ହୋଇଛନ୍ତି। ୪୮୨୪ ଜଣ ଚିକିିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ସୁସ୍ଥ ହେଲେ ୩୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୩।୧୨(ବ୍ୟୁରୋ)-ରାଜ୍ୟରେ ବୁଧବାର ଆଉ ୩୦୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଅନୁଗୋଳ ଜିଲାରୁ ସର୍ବାଧିକ ୫୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬, ସୁନ୍ଦରଗଡରୁ ୩୦,...

ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନ ମାମଲା:‘ଆଇନର ମନ୍ଦିରକୁ ଅଚଳ କରାଯାଇପାରିବନି’

କଟକ ଅଫିସ, ୨୩-୧୦:ଆଇନର ମନ୍ଦିରକୁ ଅଚଳ କରାଯାଇ ପାରିବନି। ଅଦାଲତ ଚାଲିବା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ପଦକ୍ଷେପ ନିଅ। ଅଦାଲତ କାର୍ଯ୍ୟ ସ୍ବାଭାବିକ...

କୋଭିଡ୍‌ ପରିଚାଳନା ଚାଲେଞ୍ଜ ଥିଲା: ଏସ୍‌ପି

ଖୋର୍ଦ୍ଧା ଅଫିସ,୨୯।୧୨: ଖୋର୍ଦ୍ଧା ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଲକ୍‌ଡାଉନ, ଶଟ୍‌ଡାଉନ ସମୟରେ କୋଭିଡ୍‌ କଟକଣା, ଅପରାଧ, ଦୋକାନ ବଜାର ମଧ୍ୟରେ ଭିଡ଼ ନିୟନ୍ତ୍ରଣ...

ସଂକ୍ରମଣ ଭୟ: ଟ୍ରେନ୍‌ରେ ଯାତ୍ରୀଙ୍କ ସଂଖ୍ୟା କମିଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): କରୋନା ସଂକ୍ରମଣ ଭୟ ଯୋଗୁ ସାଧାରଣ ପରିବହନ ବ୍ୟବସ୍ଥା ବିଶେଷଭାବେ ପ୍ରଭାବିତ ହୋଇଛି। ଦେଶରେ ସର୍ବାଧିକ ଯାତ୍ରୀ ପରିବହନ ମାଧ୍ୟମ ରେଳଯାତ୍ରା ସର୍ବାଧିକ ପ୍ରଭାବିତ...

ବେଆଇନ ଭାବେ ଟ୍ରେନ୍‌ ଟିକେଟ ବିକ୍ରି, ୭ ଗିରଫ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ବ୍ୟକ୍ତିଗତ ଆଇଆର୍‌ସିଟିସି ଆକାଉଣ୍ଟରେ ଟିକଟ କାଟି ବିକୁଥିବା ୭ ଜଣ ଏଜେଣ୍ଟଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି। ଗତ ମାସ ୨୮ ତାରିଖରୁ ବୁଧବାର...

ଅନୁଗୋଳ ଜିଲାରେ ୬୫୨ ଅଙ୍ଗନଓ୍ବାଡି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ୱର,୧୭।୧୧(ବ୍ୟୁରୋ): ଅନୁଗୋଳ ଜିଲାରେ ମୋଟ ୧୬୫୪ଟି ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ସେଥିରୁ ୧୦୦୨ଟିର ନିଜସ୍ବ ଗୃହ ଥିବାବେଳେ ୬୫୨ର ନିଜସ୍ବ ଗୃହ ନାହିଁ। ୩୩୧ଟି ଗୃହ...

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷାଫଳ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ଯୁକ୍ତ ଦୁଇ ଅଫ୍‌ଲାଇନ ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ଏ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ମିଳିଛି। ଅଫ୍‌ଲାଇନରେ ୧୨,୩୨୧ ଜଣ...

କେବଳ ପୁରୀ ସହରବାସୀଙ୍କୁ ମିଳିବ ବରାଦି ଅବଢ଼ା

ପୁରୀ ଅଫିସ,୭ା୯: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କୁ ଆଉ ମିଳିବନି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଶାଳାରେ ପୂର୍ବପରି ରନ୍ଧାଯିବ ନାହିିଁ ବରାଦି ଅବଢା। କେବଳ ପୁରୀବାସୀଙ୍କୁ...

Advertisement


Archives

Model This Week