ପର୍ଯ୍ୟଟନର ପେଣ୍ଠସ୍ଥଳ ଅରୁଣାଚଳ ପ୍ରଦେଶ

ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପର୍ଯ୍ୟଟକ ଅନେକ ବନ୍ୟପ୍ରାଣୀ ସଂରକ୍ଷଣ କେନ୍ଦ୍ର, ଦୁର୍ଗ, ସଂଗ୍ରହାଳୟ,
ମଠ, ମନ୍ଦିର ଆଦି ଦେଖିବାକୁ ପାଇପାରିବେ। ତା’ସହିତ ବିଭିନ୍ନ
ଦୁଃସାହସିକ କ୍ରୀଡ଼ା ପାଇଁ ବି ଏଠାରେ ରହିଛି ଅନେକ ସୁବିଧା ଓ ସୁଯୋଗ…
ଅରୁଣାଚଳ ପ୍ରଦେଶ ଭାରତର ଏମିତି ଏକ ରାଜ୍ୟ, ଯେଉଁଠାରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟର ଭଣ୍ଡାର ଦେଖିବାକୁ ମିଳିଥାଏ। ତା’ଛଡ଼ା ଏଠାରେ ଦେଖିବା ନିମନ୍ତେ ରହିଛି ଅନେକ ପର୍ଯ୍ୟଟନସ୍ଥଳୀ। ଦୁଃସାହସିକ କ୍ରୀଡା ନିମନ୍ତେ ବି ଏଠି ଯଥେଷ୍ଟ ସୁବିଧା ଉପଲବ୍ଧ ଅଛି। ତେବେ ପର୍ଯ୍ୟଟନ ବ୍ୟତୀତ ଏଠାକାର ଅର୍ଥନୀତିର ମୁଖ୍ୟ ଭାଗ କୃଷି ଉପରେ ହିଁ ନିର୍ଭର କରିଥାଏ। ଧାନ, ମକା, ବାଜରା, ଗହମ, ଯଅ, ଆଖୁ, ଅଦା ଇତ୍ୟାଦି ଏଠାରେ ପ୍ରଚୁର ଚାଷ କରାଯାଇଥାଏ। ତା’ଛଡ଼ା ଏଠାରେ ଅନେକ ଖଣିଜ ସମ୍ପଦ ବି ରହିଛି। ବ୍ୟବସାୟ ବୃତ୍ତିକୁ ମଧ୍ୟ ଏଠି ଖୁବ୍‌ ପ୍ରୋତ୍ସାହନ ମିଳିଥାଏ। ତା’ଛଡ଼ା ଉଲ୍‌ ତଥା ସୂତାରେ ହେଉଥିବା ବୁଣାବୁଣି, ବେତ ତଥା ବାଉଁଶରେ ତିଆରି ବିଭିନ୍ନ ଘରୋଇ ଉପକରଣ, କାର୍ପେଟ୍‌ ତିଆରି ତଥା କାଠରେ ନିଖୁଣ କାରିଗରି ଆଦି କାର୍ଯ୍ୟକୁ ଏଠାକାର ଅଧିକାଂଶ ଲୋକେ ଖୁବ୍‌ ସୁନ୍ଦର ଭାବେ କରିଥାନ୍ତି।
ପର୍ଯ୍ୟଟନସ୍ଥଳୀ
ଇଟାନଗର: ଅରୁଣାଚଳ ପ୍ରଦେଶର ରାଜଧାନୀ ଇଟାନଗରରେ ପର୍ଯ୍ୟଟକ ଇଟା ଦୁର୍ଗ (ଇଟାରେ ତିଆରି ଦୁର୍ଗ), ଜବାହରଲାଲ ନେହେରୁ ମ୍ୟୁଜିୟମ୍‌ (ଏଠାରେ ମୁଖ୍ୟତଃ ରାଜ୍ୟରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟଙ୍କ ସମ୍ପର୍କରେ ଅନେକ ତଥ୍ୟ ଜାଣିବାକୁ ମିଳିଥାଏ) ତଥା ଅନେକ ଛୋଟ ବଡ଼ ହ୍ରଦ ଦେଖିବାକୁ ପାଇପାରିବେ।
ପୌରାଣିକ ଗଙ୍ଗା ହ୍ରଦ: ଏହା ଇଟାନଗରଠାରୁ ପ୍ରାୟ ୬ କି.ମି. ଦୂରରେ ଅବସ୍ଥିତ। ଏହି ହ୍ରଦ ନିକଟରେ ଏକ ସୁନ୍ଦର ଜଙ୍ଗଲ ମଧ୍ୟ ରହିଛି, ଯେଉଁଠାରେ ପର୍ଯ୍ୟଟକ ବିଭିନ୍ନ ପ୍ରକାର ବନସ୍ପତି ବୃକ୍ଷ, ବନ୍ୟଜୀବ ତଥା ବନ୍ୟଫୁଲ ଆଦି ଦେଖିବାକୁ ପାଇପାରିବେ।
ବୋମ୍‌ଡିଲା: ଏହା ସ୍ଥାନୀୟ ଏକ ସହର, ଯାହା ଇଟାନଗରଠାରୁ ପ୍ରାୟ ୨୭୬ କି.ମି ଦୂରରେ ଅବସ୍ଥିତ। ଏଠାରେ ଅନେକ ମଠ ଦେଖିବାକୁ ମିଳିଥାଏ। ସ୍ଥାନୀୟ ଭାଷାରେ ଏହା ଗୋମ୍ପା ଭାବେ ପରିଚିତ। ତା’ଛଡ଼ା ଏଠାରେ ବିଭିନ୍ନ ଦୁଃସାହସିକ କ୍ରୀଡ଼ା ପାଇଁ ବି ସୁବିଧା ରହିଛି।
ଭାଲୁକପୋଙ୍ଗ୍‌: ଏହା ହେଉଛି ସ୍ଥାନୀୟ ଏକ ଛୋଟ ଟାଉନ୍‌, ଯେଉଁଠାରେ ପର୍ଯ୍ୟଟକ ପକ୍କେ ନାମକ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଏବଂ ଏକ ଅର୍କିଡ୍‌ ରିସର୍ଚ୍ଚ ସେଣ୍ଟର ଦେଖିବାକୁ ପାଇପାରିବେ।
ଜାତୀୟ ଉଦ୍ୟାନ: ଅରୁଣାଚଳ ପ୍ରଦେଶରେ ନମଦାଫା ଏବଂ ମୋଲିଙ୍ଗ ନାମରେ ଦୁଇଟି ରାଷ୍ଟ୍ରୀୟ ଉଦ୍ୟାନ ବି ରହିଛି। ପର୍ଯ୍ୟଟକ ଏଠାକୁ ଯାଇ ବିଭିନ୍ନ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଖୁବ୍‌ ନିକଟରୁ ମନଭରି ଉପଭୋଗ କରିପାରିବେ।
ପର୍ଶୁରାମ କୁଣ୍ଡ: ଅରୁଣାଚଳ ପ୍ରଦେଶର ଲୋହିତ୍‌ ଜିଲାରେ ରହିଛି ଏକ ପବିତ୍ର ଜଳକୁଣ୍ଡ। ମକର ସଂକ୍ରାନ୍ତି ଅବସରରେ ଭକ୍ତଗଣ ଆସି ଏହି କୁଣ୍ଡରେ ପବିତ୍ର ସ୍ନାନ କଲେ ସମସ୍ତ ପାପ ମୋଚନ ହୋଇଥାଏ ବୋଲି ସ୍ଥାନୀୟ ଲୋକଙ୍କର ଖୁବ୍‌ ବିଶ୍ୱାସ ରହିଛି। ସେଥିପାଇଁ ପ୍ରତିବର୍ଷ ମକର ସଂକ୍ରାନ୍ତି ସମୟରେ ଏଠାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥାଏ।
ଏସବୁ ବ୍ୟତୀତ ପର୍ଯ୍ୟଟକ ଚାହିଁଲେ ଏଠାକାର ଦେଓମାଲି, ଦିରାଙ୍ଗ, ତଓ୍ବାଙ୍ଗ, ୟିଙ୍ଗକିୟୋଙ୍ଗ, ରୋଇଂ, ଜିରୋ ଭ୍ୟାଲି ଏବଂ ମେଚୁକା ଆଦି ସ୍ଥାନକୁ ବୁଲିଯାଇ ଅନେକ ଅନୁଭୂତିକୁ ସାଉଁଟିବାର ସୁଯୋଗ ପାଇପାରିବେ।
ଜାଣିବା କଥା
ପର୍ଯ୍ୟଟକଙ୍କର ଆଗମନକୁ ଅରୁଣାଚଳ ପ୍ରଦେଶ ସ୍ବାଗତ କରୁଥିଲେ ବି, ଏଥିପାଇଁ କିଛିଟା ନିୟମ ମାନିବାକୁ ହୋଇଥାଏ। ଯେମିତି କି:
-ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସିଲାବେଳେ ସାଙ୍ଗରେ ୭୨ ଘଣ୍ଟା ଭିତରେ କରାଯାଇଥିବା କରୋନା ନେଗେଟିଭ୍‌ ସାର୍ଟିଫିକେଟ୍‌, ଟୁର୍‌ ବୁକିଂ ସ୍ଲିପ୍‌, କେଉଁ ଗାଡ଼ିରେ ଆସିଛନ୍ତି ତାହାର ଡକ୍ୟୁମେଣ୍ଟ୍ସ ଏବଂ ଆପଣଙ୍କର ଟୁର୍‌ ଗାଇଡ୍‌ କିଏ ତାଙ୍କ ସମ୍ପର୍କରେ ବି ନିର୍ଭୁଲ୍‌ ତଥ୍ୟ ଦେବା ନିହାତି ଜରୁରୀ।
-ଏଥିସହିତ ସମସ୍ତଙ୍କୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସାମାଜିକ ଦୂରତ୍ୱର ନିୟମକୁ ମଧ୍ୟ ମାନିବାକୁ ହୋଇଥାଏ।
-ମୁହଁରେ ପ୍ରୋଟେକ୍ଟିଭ୍‌ ଫେସ୍‌ ମାସ୍କ ବ୍ୟବହାର କରିବା ବି ନିହାତି ଆବଶ୍ୟକ। ତା’ସହିତ ଏଠାରେ ଯେତେ ସମ୍ଭବ ଡିଜିଟାଲ୍‌ ମୋଡ୍‌ରେ ପଇସା ପେମେଣ୍ଟ କରିବା ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇଥାଏ।
-ସେହିପରି ପର୍ଯ୍ୟଟକ ହୁଅନ୍ତୁ ଅବା ଟୁର୍‌ ଗାଇଡ୍‌ ତଥା ଗାଡିର ଡ୍ରାଇଭର୍‌ଙ୍କୁ ବାଧ୍ୟତାମୂଳକ ଭାବେ ନିଜ ଫୋନ୍‌ରେ ଆରୋଗ୍ୟ ସେତୁ ଆପ୍‌ ଡାଉନ୍‌ଲୋଡ୍‌ କରିବା ମଧ୍ୟ ନିହାତି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?