ଭୁବନେଶ୍ୱର,୭।୮: ଓଡ଼ିଶା ପୋଲିସରେ ୩୩ ହଜାର ପଦବୀ ଖାଲି ରହିଛି। ଏନେଇ ଡିଜିପି ଓ୍ବାବି ଖୁରାନିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ ଅଛି। ଅନ୍ୟ ରାଜ୍ୟ ତୁଳନାରେ ଆମର ମାନବ ସମ୍ବଳ କମ ରହିଛି। ମୁଖ୍ୟମନ୍ତ୍ରୀ ଏହା ଭିତରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି। ପୂର୍ବ ୧୬ ହଜାର ଭ୍ୟାକେନ୍ସିକୁ ମିଶାଇ ୩୩ ହଜାର ପଦବୀ ଖାଲି ପଡ଼ିଛି। ସମସ୍ତ ଖାଲି ଥିବା ପଦବୀ ଖୁବଶୀଘ୍ର ପୂରଣ ହେବ ବୋଲି ଆଶାବାଦୀ।
ଇନ୍ସପେକ୍ଟର ବ୍ୟୁଟି ମହାନ୍ତି ମୃତୁ ମାମଲାକୁ ନେଇ ଡିଜିପି କହିଛନ୍ତି, ଏହି ଘଟଣାର ତଦନ୍ତ ଚାଲିଛି। ରିପୋର୍ଟ ଆସିଲେ ତଦନୁସାରେ ପଦକ୍ଷେପ ନିଆଯିବ। IPS ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରତିକ୍ରିୟା ରଖି ଡିଜିପି କହିଛନ୍ତି, ଏହା ତାଙ୍କ ନିଜସ୍ବ ନିଷ୍ପତ୍ତି। ଏହାକୁ ଗ୍ରହଣ କରିନେବା ପାଇଁ ଅନେକ ବାର କହିଛନ୍ତି।
Dharitri – Odisha’s No.1 Odia Daily

