ଆଜି ଚାଲିବନି ୩୩ ଟ୍ରେନ୍‌

ଜଳେଶ୍ୱର,୧୩ା୬(ଡି.ଏନ୍‌.ଏ): ବାହାନଗା ରେଳ ଦୁର୍ଘଟଣା ପରେ ବିିଭିନ୍ନ ରେଳପଥ ମରାମତି କାର୍ଯ୍ୟ ଜାରି ରହିଛି। ଏନେଇ ବିଭିନ୍ନ ରୁଟ୍‌ରେ ରେଳ ଚଳାଚଳ ବାତିଲ ହେଉଛି। ଗତ ୩ ଦିନ ଧରି ଖଡଗପୁର-ଭଦ୍ରକ ସେକ୍‌ସନ ଦେଇ ଗତି କରୁଥିବା ୩୨ଟି ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ମଙ୍ଗଳବାର ୩୩ଟି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଥିବା ଦକ୍ଷିଣପୂର୍ବ ରେଲଓ୍ବେ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଅନୁଯାୟୀ, ଆସନ୍ତା ୧୩ ତାରିଖରେ ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍‌, ବାଲେଶ୍ୱର-ଭୂବନେଶ୍ୱର ସ୍ପେଶାଲ, ବାଲେଶ୍ୱର-ଭଦ୍ରକ ମେମୋ, ହାୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍‌, ହାୱଡା-ଶ୍ରୀ ସତ୍ୟସାଇ ପ୍ରଶାନ୍ତି ଏକ୍ସପ୍ରେସ୍‌, ହାୱଡା-ଭଦ୍ରକ ଏକ୍ସପ୍ରେସ୍‌, ଜଳେଶ୍ୱର-ପୁରୀ ମେମୋ, ଖଡଗପୁର-ଖୋର୍ଦ୍ଧରୋଡ ଏକ୍ସପ୍ରେସ୍‌, ଖଡଗପୁର-ଯାଜପୁର କେନ୍ଦୁଝର ଏକ୍ସପ୍ରେସ୍‌, ସାଲିମାର-ପୁରୀ ଧଉଳି ଏକ୍ସପ୍ରେସ, ସାଲିମାର -ସିକନ୍ଦରାବାଦ ସାପ୍ତାହିକ ଏକ୍ସପ୍ରେସ୍‌, ସାଲିମାର -ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ସାଲିମାର-ସିକନ୍ଦରାବାଦ ଏକ୍ସପ୍ରେସ୍‌, ସାଲିମାର-ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ଭଦ୍ରକ-ହାୱଡା ଏକ୍ସପ୍ରେସ, ଯାଜପୁର-କେନ୍ଦୁଝରରୋଡ-ଖଡଗପୁର ଏକ୍ସପ୍ରେସ୍‌, ପୁରୀ-ହାୱଡା ଶତାବ୍ଦୀ ଏକ୍ସପ୍ରେସ୍‌, ଭଦ୍ରକ-ବାଲେଶ୍ୱର ମେମୋ, ପୁରୀ-ସାଲିମାର ଧଉଳି ଏକ୍ସପ୍ରେସ୍‌, ପୁର-ଜଳେଶ୍ୱର ମେମୋ, ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍‌, ଖୋର୍ଦ୍ଦାରୋଡ-ଖଡଗପୁର ଏକ୍ସପ୍ରେସ୍‌, ଭୁବନେଶ୍ୱର-ବାଲେଶ୍ୱର ସ୍ପେଶାଲ, ସାଲିମାର-ପୁରୀ ଏକ୍ସପ୍ରେସ୍‌, ସାଲିମାର-ସମ୍ବଲପୁର ଏକ୍ସପ୍ରେସ୍‌, ବିଶାଖାପାଟଣା-ସାଲିମାର ସୁପରଫାଷ୍ଟ ଏକ୍ସପ୍ରେସ୍‌, ପୁରୀ-ସାଲିମାର ଗରିବରଥ, ଚେନ୍ନାଇ ସେଣ୍ଟ୍ରାଲ-ସାଲିମାର କରମଣ୍ଡଳ, ସନ୍ତ୍ରାଗାଛି ଏକ୍ସପ୍ରେସ୍‌, ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ଏମ୍‌ଟର୍ମିନାଲ-ହାୱଡା ଏକ୍ସପ୍ରେସ୍‌, ପୁଦୁଚେରୀ-ହାୱାଡା ଏକ୍ସପ୍ରେସ୍‌, ଚେନ୍ନାଇ ସେଣ୍ଟ୍ରାଲ-ସାଲିମାର ସୁପରଫାଷ୍ଟ ଟେନ୍‌କୁ ବାତିଲ କରାଯାଇଛି। କିନ୍ତୁ ଖଡଗପୁର-ଭଦ୍ରକ ମେମୋ ବାଲେଶ୍ୱର ଯାଏ ଯାଇ ସେଠାରୁ ଫେରିବା ନିର୍ଦ୍ଦେଶ ରହିଛି। ଯୁଗନାଗରୀ ଋଷିକେଷ-ପୁରୀ ଏକ୍ସପ୍ରେସ ଖଡଗପୁର ନ ଆସି ଝାରସୁଗୁଡା ଭାୟା ସମ୍ବଲପୁର-କଟକ ରାସ୍ତାରେ ଏବଂ ଭୁବନେଶ୍ୱର-ଦିଲ୍ଲୀ ଦୁରନ୍ତ ଭାୟା ଝାରସୁଗୁଡା-ଚାନ୍ଦିଲ ରୁଟରେ ଚଳାଚଳ କରିବ। ସେହିପରି ଭୁବନେଶ୍ୱର-ଆନନ୍ଦବିହାର ନନ୍ଦନକାନନ ଭାୟା ଝାରସୁଗୁଡ଼ା ଦେଇଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ ା


Enter your email to get our daily news in your inbox.

All Right Reserved By Dharitri.Com

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ନମ୍ବରହୀନ କାର୍‌ରେ ଚାଲାଣ ହେଉଥିଲା ୪୦ କେଜି ଗଞ୍ଜେଇ: ପାଟପୁର ପୋଲିସ ହାତରେ ଧରାପଡ଼ିଲେ ୨…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ବୁଧବାର ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ ନମ୍ବରହୀନ ହୁଣ୍ଡାଇ କାର୍ ଜବତ କରିବା ସହ ଦୁଇ ଜଣ…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ଦିଗପହଣ୍ଡିରେ ଗୋପାଳ ସମାଜର ତୃତୀୟ ବାର୍ଷିକ ସମ୍ମିଳନୀ: କଲ୍ୟାଣ ମଣ୍ଡପ ନିମନ୍ତେ ଏମ୍.ପି. କଲେ ଶିଳାନ୍ୟାସ

ଦିଗପହଣ୍ଡି,୨୨|୭(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି-ପୋଡ଼ାମାରି ରାସ୍ତାରେ ଥିବା ତିନି ତାଲୁକା ଷୋହଳ ଖଣ୍ଡ ଗୋପାଳ ସମାଜ ପରିଚାଳନା ପରିଷଦ କାର୍ଯ୍ୟାଳୟ ପରିସରରେ ଗୋପାଳ…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri