ବରଗଡ଼ ଅଫିସ୍,୪।୧୧: ବ୍ୟବସାୟିକ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ସଂସ୍ଥା ବରଗଡ଼ର ୪ଜଣଙ୍କଠାରୁ ୩୧ଲକ୍ଷ ୬୬ହଜାର ୩୦୦ଟଙ୍କା ଠକି ନେଇଛି। ଏ ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା (ନଂ.୨୩/୨୦) ରୁଜୁ କରି ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହାର ଟେର୍ ପାଇ ପାରିନାହିଁ। ଏ ସମ୍ପର୍କରେ ସାଇବର ଥାନା ଆଇଆଇସି ତାରାବତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଘଟଣାର ଟେକ୍ନିକାଲ ତଦନ୍ତ ଚାଲିଛି ଏବଂ ବିଭିନ୍ନ ତଥ୍ୟ ମଗାଯାଇଛି। ଏହା ମିଳିବା ପରେ ତଦନ୍ତର ଅଗ୍ରଗତିରେ ତାହା ସହାୟକ ହୋଇ ପାରିବ । ଏହି ଘଟଣା ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ମୁମ୍ବାଇର ଭବାନୀ ଟ୍ରେଡ଼ର୍ସ ନାମକ ଏକ ସଂସ୍ଥା ବି-୪ ସଲ୍ୟୁଶନ ଯୋଗାଇବା ପାଇଁ ଗ୍ରେସୀ ହୋଲି ନାମରେ ଫେସବୁକ୍ ଆକାଉଣ୍ଟ ଖୋଲି ବିଜ୍ଞାପନ ଦେଇ ଅଧିକ ଲାଭ ପ୍ରଲୋଭନ ଦେଖାଇଥିଲେ। ବରଗଡ଼ ସହର ଉପକଣ୍ଠ ତୋରା ଗ୍ରାମର ମନୋରଞ୍ଜନ ସାହୁ ଏବଂ ତାଙ୍କର ୩ଜଣ ବନ୍ଧୁ ସୁନୀଲ ବାଗ, ମନୋଜ ମେହେର ଏବଂ ଚନ୍ଦ୍ରଶେଖର ମେହେର ବିଜ୍ଞାପନ ଦେଖି ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଜ୍ଞାପନରେ ଦିଆଯାଇଥିବା ହ୍ବାଟ୍ସଆପ୍ ନମ୍ବରରେ ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ ପରେ ଆବଶ୍ୟକ ଟଙ୍କା ଜମା କରିବା ପାଇଁ ସଂସ୍ଥା ପକ୍ଷରୁ ଆନ୍ଧ୍ରବ୍ୟାଙ୍କ ଓ କସ୍ମସ୍ ବ୍ୟାଙ୍କର ୨ ଆକାଉଣ୍ଟ ନମ୍ବର ଦିଆଯାଇଥିଲା ।
ଏହାପରେ ସେମାନେ ସଂସ୍ଥା ପଠାଇଥିବା କସ୍ମସ୍ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଜୁନ ୨୨ରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ୧୮ଲକ୍ଷ ୬୬ହଜାର ୬୦୦ ଟଙ୍କା ଆର୍ଟିଜିଏସ୍ ମାଧ୍ୟମରେ ପଠାଇଥିଲେ। ସେହିପରି ଜୁଲାଇ ୧୬ରୁ ଅଗଷ୍ଟ ୧୪ତାରିଖ ମଧ୍ୟରେ ବାକି ୧୨ଲକ୍ଷ ୯୯ହଜାର ୭୦୦ ଟଙ୍କା ଆନ୍ଧ୍ର ବ୍ୟାଙ୍କ ଆକାଉଣ୍ଟକୁ ୫ଟି ପର୍ଯ୍ୟାୟରେ ଆର୍ଟିଜିଏସ୍ ମାଧ୍ୟମରେ ପଠାଇଥିଲେ। ଟଙ୍କା ଜମା ଦେବାର କିଛିଦିନ ପରେ ସମ୍ପୃକ୍ତ ଠକସଂସ୍ଥା ଗ୍ରେସୀ ହୋଲି ନାମରେ ଖୋଲିଥିବା ଫେସ୍ବୁକ ଆକାଉଣ୍ଟକୁ ଡିଲିଟ୍ କରିଦେଇଥିଲା। ଫଳରେ ସଂସ୍ଥା ସହିତ ଆଉ ଯୋଗାଯୋଗ ସମ୍ଭବ ନ ହେବାରୁ ମନୋରଞ୍ଜନ ଅକ୍ଟୋବର ୮ରେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।
Posted inଆମ ଜିଲା ଖବର, ବରଗଡ଼ View All
ନେପାଳ ବନ୍ୟା ବିଭୀଷିକା: ଗଞ୍ଜାମ ଦମ୍ପତିଙ୍କ ସହ ଝିଅ-ପୁଅ ମୃତ, ଜଳଖିଆ ଖାଉଥିବାବେଳେ ମାଡ଼ିଆସିଲା ପାଣି
ଦିଗପହଣ୍ଡି,୩୧ା୮(ଅଶେଷ ନାଥ ମିଶ୍ର): ନେପାଳର ତ୍ରିଶୂଳୀ ନଦୀରେ ଭୟଙ୍କର ବନ୍ୟା ବିଭୀଷିକାରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ମନ୍ମଥ ପାଢ଼ୀଙ୍କ ଝିଅ ସୁରଭି(୪୪)…
କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍, ଅପହରଣକାରୀ…
କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍ବ…
ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା
ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…
ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ
ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍ଏମ୍ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ
ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ…
ବିଧାୟକଙ୍କ ବଦାନ୍ୟତା: ଦୁଇ ମହିଳାଙ୍କୁ ପ୍ରତିମାସରେ ନିଜ ଆକାଉଣ୍ଟରୁ ପଠାଇବେ ଟଙ୍କା, ଜାଣନ୍ତୁ କେତେ…
ଖଡ଼ିଆଳ,୩୧।୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କିରିକିଟା ଗ୍ରାମ ପଞ୍ଚାୟତର ଜଙ୍ଗଲ ପାହାଡ଼ ପରିବେଷ୍ଟିତ ଅପହଞ୍ଚ ଇଲାକା କପରଗଡ଼ରେ ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ…
ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାରର ପଥ ଦେଖାଇଛନ୍ତି ମହିଳା, କଦଳୀ ଚାଷ କରିି ବବି ଲକ୍ଷପତି
ନୂଆପଡା,୩୧।୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ପାଦଦେଶରେ ଥିବା ବିଶିବାହାଲ ଗାଁ ମାଟି ଲେଖୁଛି ସଫଳତାର ନୂଆ କାହାଣୀ। ବିଶିବାହାଲ…
ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରୁ ଦିବ୍ୟାଙ୍ଗ ନାବାଳିକାଙ୍କୁ ଉଠାଇ ନେବା ଘଟଣା ୧୦ କିମି ଦୂର ଗାଁରୁ ଉଦ୍ଧାର
ଛତ୍ରପୁର,୩୧।୮,(ଦିଲ୍ଲୀପି ସାମଲ): ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ପରିସରରୁ ଜଣେ ୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ସମ୍ପର୍କୀୟ ପରିଚୟ ଦେଇ ଜଣେ ବ୍ୟକ୍ତି ଉଠାଇ ନେବା ଘଟଣାରେ…
Archives

