ବ୍ୟବସାୟ ଆଳରେ ୩୨ଲକ୍ଷ ଠକେଇ

ବରଗଡ଼ ଅଫିସ୍‌,୪।୧୧: ବ୍ୟବସାୟିକ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ସଂସ୍ଥା ବରଗଡ଼ର ୪ଜଣଙ୍କଠାରୁ ୩୧ଲକ୍ଷ ୬୬ହଜାର ୩୦୦ଟଙ୍କା ଠକି ନେଇଛି। ଏ ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା (ନଂ.୨୩/୨୦) ରୁଜୁ କରି ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ପୋଲିସ ଏହାର ଟେର୍‌ ପାଇ ପାରିନାହିଁ। ଏ ସମ୍ପର୍କରେ ସାଇବର ଥାନା ଆଇଆଇସି ତାରାବତୀ ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ, ଉକ୍ତ ଘଟଣାର ଟେକ୍ନିକାଲ ତଦନ୍ତ ଚାଲିଛି ଏବଂ ବିଭିନ୍ନ ତଥ୍ୟ ମଗାଯାଇଛି। ଏହା ମିଳିବା ପରେ ତଦନ୍ତର ଅଗ୍ରଗତିରେ ତାହା ସହାୟକ ହୋଇ ପାରିବ । ଏହି ଘଟଣା ଏବେ ଏଠାରେ ଚର୍ଚ୍ଚାର ବିଷୟ ହୋଇଛି ।
ପୋଲିସ ସୂଚନା ଅନୁଯାୟୀ, ମୁମ୍ବାଇର ଭବାନୀ ଟ୍ରେଡ଼ର୍ସ ନାମକ ଏକ ସଂସ୍ଥା ବି-୪ ସଲ୍ୟୁଶନ ଯୋଗାଇବା ପାଇଁ ଗ୍ରେସୀ ହୋଲି ନାମରେ ଫେସବୁକ୍‌ ଆକାଉଣ୍ଟ ଖୋଲି ବିଜ୍ଞାପନ ଦେଇ ଅଧିକ ଲାଭ ପ୍ରଲୋଭନ ଦେଖାଇଥିଲେ। ବରଗଡ଼ ସହର ଉପକଣ୍ଠ ତୋରା ଗ୍ରାମର ମନୋରଞ୍ଜନ ସାହୁ ଏବଂ ତାଙ୍କର ୩ଜଣ ବନ୍ଧୁ ସୁନୀଲ ବାଗ, ମନୋଜ ମେହେର ଏବଂ ଚନ୍ଦ୍ରଶେଖର ମେହେର ବିଜ୍ଞାପନ ଦେଖି ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ବିଜ୍ଞାପନରେ ଦିଆଯାଇଥିବା ହ୍ବାଟ୍ସଆପ୍‌ ନମ୍ବରରେ ଉକ୍ତ ସଂସ୍ଥା ସହିତ ଯୋଗାଯୋଗ କରିଥିଲେ। ଯୋଗାଯୋଗ ପରେ ଆବଶ୍ୟକ ଟଙ୍କା ଜମା କରିବା ପାଇଁ ସଂସ୍ଥା ପକ୍ଷରୁ ଆନ୍ଧ୍ରବ୍ୟାଙ୍କ ଓ କସ୍‌ମସ୍‌ ବ୍ୟାଙ୍କର ୨ ଆକାଉଣ୍ଟ ନମ୍ବର ଦିଆଯାଇଥିଲା ।
ଏହାପରେ ସେମାନେ ସଂସ୍ଥା ପଠାଇଥିବା କସ୍‌ମସ୍‌ ବ୍ୟାଙ୍କ ଆକାଉଣ୍ଟ ନମ୍ବରକୁ ଜୁନ ୨୨ରୁ ଅଗଷ୍ଟ ୧୦ତାରିଖ ପର୍ଯ୍ୟନ୍ତ ୬ଟି ପର୍ଯ୍ୟାୟରେ ୧୮ଲକ୍ଷ ୬୬ହଜାର ୬୦୦ ଟଙ୍କା ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇଥିଲେ। ସେହିପରି ଜୁଲାଇ ୧୬ରୁ ଅଗଷ୍ଟ ୧୪ତାରିଖ ମଧ୍ୟରେ ବାକି ୧୨ଲକ୍ଷ ୯୯ହଜାର ୭୦୦ ଟଙ୍କା ଆନ୍ଧ୍ର ବ୍ୟାଙ୍କ ଆକାଉଣ୍ଟକୁ ୫ଟି ପର୍ଯ୍ୟାୟରେ ଆର୍‌ଟିଜିଏସ୍‌ ମାଧ୍ୟମରେ ପଠାଇଥିଲେ। ଟଙ୍କା ଜମା ଦେବାର କିଛିଦିନ ପରେ ସମ୍ପୃକ୍ତ ଠକସଂସ୍ଥା ଗ୍ରେସୀ ହୋଲି ନାମରେ ଖୋଲିଥିବା ଫେସ୍‌ବୁକ ଆକାଉଣ୍ଟକୁ ଡିଲିଟ୍‌ କରିଦେଇଥିଲା। ଫଳରେ ସଂସ୍ଥା ସହିତ ଆଉ ଯୋଗାଯୋଗ ସମ୍ଭବ ନ ହେବାରୁ ମନୋରଞ୍ଜନ ଅକ୍ଟୋବର ୮ରେ ସାଇବର ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri