ସ୍ବାୟତ୍ତ ପାଇଁ ସରି ନାହିଁ ସଂଘର୍ଷ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ): ନିଜ ହାତରେ ନିଜ ଶାସନ। ନିଜେ ନିଜ ଅଞ୍ଚଳର ବିକାଶ ପାଇଁ ନିଷ୍ପତ୍ତି ନେବା ହିଁ ସ୍ବାୟତ୍ତ ଶାସନ। ସୁସ୍ଥ ଅନୁଶାସନ ବ୍ୟବସ୍ଥା ସହିତ ନାଗରିକଙ୍କ ଉନ୍ନତ ଜୀବନଯାପନ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇଦେବା ଏହାର ଉଦ୍ଦେଶ୍ୟ। ଗଣତାନ୍ତ୍ରିକ ଶାସନରେ ଉନ୍ନତ ସ୍ବାୟତ୍ତ ଶାସନ ବ୍ୟବସ୍ଥା ଉପରେ ରାଜ୍ୟ ଓ ଦେଶର ପ୍ରଗତି ନିର୍ଭରଶୀଳ। ଅଞ୍ଚଳର ଶିକ୍ଷା, ସ୍ବାସ୍ଥ୍ୟ, ଜଳଯୋଗାଣ, ଆଲୋକୀକରଣ ଓ ସ୍ବଚ୍ଛତା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ହିଁ ଏହି ବ୍ୟବସ୍ଥାକୁ ସାକାର କରିପାରେ। ହେଲେ ଏବେ ମଧ୍ୟ ବରଗଡ଼ ପୌର ପରିଷଦ ବିକାଶ ଶିଖରକୁ ଛୁଇଁ ପାରି ନାହିଁ। ୧୯ୱାର୍ଡ଼ ବିଶିଷ୍ଟ ଏହି ପୌର ପରିଷଦର ବିଭିନ୍ନ ୱାର୍ଡ଼ରେ ଡ୍ରେନେଜ, ଆଲୋକୀକରଣ, ଟ୍ରାଫିକ୍‌, ପରିମଳ, ଶିକ୍ଷା, ସ୍ବାସ୍ଥ୍ୟ ଭଳି ବହୁବିଧ ସମସ୍ୟା ଲାଗି ରହିଛି। ମୌଳିକ ସେବା ପାଇଁ ସ୍ଥାନୀୟ ଅନେକ ନାଗରିକଙ୍କୁ ଏବେ ମଧ୍ୟ ସଂଘର୍ଷ କରିବାକୁ ପଡୁଛି।
ମାନବିକ ଅଧିକାର ଏବେବି ଅସୁରକ୍ଷିତ
ବରଗଡ଼ ପୌର ପରିଷଦ ଯଦିଓ ବିବିଧ କାର୍ଯ୍ୟକ୍ରମ ହାତକୁ ନେଉଛି, ସ୍ବଚ୍ଛତା, ପରିମଳ, ଶୌଚାଳୟ ସ୍ଥାପନ, ବୌଦ୍ଧିକତାର ବିକାଶ ଏବଂ ଶିକ୍ଷିତ ବେକାରଙ୍କୁ ସ୍ବାବଲମ୍ବୀ କରାଇବା, ଉନ୍ନତ ପାଠାଗାର ସ୍ଥାପନ ଆଦି କ୍ଷେତ୍ରରେ ଏବେ ମଧ୍ୟ ଆହ୍ବାନକୁ ସାମ୍ନା କରିପାରି ନାହିଁ। ନିରାଶ୍ରୟ ଭିକାରୀ, ବେସାହାରା ଅନାଥ ଜନତାଙ୍କ ପାଇଁ ଆଶ୍ରୟସ୍ଥଳୀ ସ୍ଥାପନର ଆବଶ୍ୟକତା ମଧ୍ୟ ରହିଛି। ଏଗୁଡ଼ିକ ଉପରେ ପୌର ପରିଷଦ ସମ୍ବେଦନଶୀଳତାର ସହିତ କାର୍ଯ୍ୟ କରି ମାନବିକ ଅଧିକାରର ସୁରକ୍ଷାକୁ ନିଶ୍ଚିତ କରିବା ଜରୁରୀ।
ବିକାଶ ବାଟବଣା
ସମୟ ଥିଲା। ବରଗଡ଼ ପୌର ପରିଷଦ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲା। ହେଲେ ବର୍ତ୍ତମାନର ସ୍ଥିତି ଭିନ୍ନ। ଚାରିଆଡ଼େ କୁଢ଼କୁଢ଼ ମଇଲା, ଆବର୍ଜନା। ଡ୍ରେନେଜ ବ୍ୟବସ୍ଥା ମଧ୍ୟ ଫେଲ୍‌। ବର୍ଷାହେଲେ ସହରର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ପଡୁଛି। ରକ୍ଷଣାବେକ୍ଷଣ ଅଭାବରୁ ସହରର ଗାନ୍ଧିଛକରେ ରହିଥିବା ଏକମାତ୍ର କଲ୍ୟାଣ ମଣ୍ଡପ, ବିଜୁ ପଟ୍ଟନାୟକ ଟାଉନ ହଲର ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ିଛି। ସହରରୁ ନିଷ୍କାସିତ ଆବର୍ଜନା ରଖିବାକୁ ଏପର୍ଯ୍ୟନ୍ତ ସ୍ଥାୟୀ ଡମ୍ପିଂୟାର୍ଡ଼ଟିଏ ନିର୍ମାଣ ହୋଇପାରି ନାହିଁ। ଅନେକ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା ବି ଠପ୍‌ ପଡ଼ିଛି। ସାମଗ୍ରିକଭାବେ ବରଗଡ଼ ସହରର ବିକାଶ ଅଧୁରା ଓ ବାଟବଣା ହୋଇ ପଡ଼ିଛି।
– ଭୀଷ୍ମଦେବ ସରାଫ୍‌, ସଭାପତି, ବରଗଡ଼ ନାଗରିକ ମଞ୍ଚ

ନିଜ ସହରକୁ ନିଜେ ଭଲ ପାଇବା
କେବଳ ମ୍ୟୁନିସିପାଲିଟିକୁ ଗାଳି ଦେଲେ ସହର ସଫା ହେବ ନାହିଁ। ଲୋକେ ଆଜି ଯେଉଁଠି ଇଚ୍ଛା ସେଇଠି ମଇଲା ଫୋପାଡୁଛନ୍ତି। ଡ୍ରେନ୍‌କୁ ଡଷ୍ଟବିନ୍‌ ଭାବୁଛନ୍ତି। ଦୋକାନୀ ଭାଇ ନିଜ ଦୋକାନ ସାମ୍ନାର ରାସ୍ତାକୁ ଗୋଦାମ କରି ଦେଉଛନ୍ତି। ଆମେ ଯେଉଁଠି ଇଚ୍ଛା ସେଇଠି ଗାଡ଼ି ପାର୍କିଂ କରି ଜାମ୍‌ କରୁଛୁ। ଆଉ ପୁଣି ପ୍ରଶାସନକୁ ଦୋଷ ଦେଉଛୁ। ସହର ପୌର ପରିଷଦର ନୁହେଁ, ଆମ ସମସ୍ତଙ୍କର। ସ୍ବାୟତ୍ତ ଶାସନର ଅର୍ଥ ଆମ ଶାସନ ଆମେ କରିବା। ଆମେ ଯେପର୍ଯ୍ୟନ୍ତ ନ ସୁଧୁରିବା, ବରଗଡ଼ ସୁଧୁରିବ ନାହିଁ। ଆମେ ସମସ୍ତେ ନିଜ ସହରକୁ ଭଲ ପାଇବା ଶିଖିବା କଥା।
– ରାଜେନ୍ଦ୍ର ସିକନ୍ଦର, ସଚେତନ ନାଗରିକ, ବରଗଡ଼

ଉତ୍ସବ ନୁହେଁ, ଆତ୍ମସମୀକ୍ଷା ଜରୁରୀ
ପ୍ରଶାସନିକ ନିର୍ଭରଶୀଳତା, ରାଜନୈତିକ ହସ୍ତକ୍ଷେପ, କ୍ଷମତାର ଅଭାବ ଓ ଦୁର୍ବଳ ଜନସହଭାଗିତା ସ୍ବାୟତ୍ତ ଶାସନ ବ୍ୟବସ୍ଥା ପାଇଁ ବିପଦ ସୃଷ୍ଟି କରୁଛି। ଅଧିକାର ନ ଦେଇ ସ୍ବାୟତ୍ତ ଶାସନର ଉତ୍ସବ ଅର୍ଥ ତାଲା ପକାଇ ଚାବି ନଥିବା ଘରକୁ ସ୍ବାଧୀନ ଘର ବୋଲି ଘୋଷଣା ସହ ସମାନ। ବର୍ତ୍ତମାନ ପରିପ୍ରେକ୍ଷୀରେ ବରଗଡ଼ ପୌର ପରିଷଦ ହେଉ କି ରାଜ୍ୟର ବିଭିନ୍ନ ପୌରସଂସ୍ଥା, ସବୁଠି କାଦୁଅ ଫିଙ୍ଗାଫିଙ୍ଗି ରାଜନୀତି ଗଣତନ୍ତ୍ରକୁ ହତ୍ୟା କରୁଛି। ତେବେ ସ୍ବାୟତ୍ତ ଶାସନ ଦିବସକୁ ଉତ୍ସବ ବଦଳରେ ଆତ୍ମସମୀକ୍ଷାର ଦିନଭାବେ ପାଳନ କଲେ ଭଲ ହେବ।
– ଅବିନାଶ ବାଗ, ପୂର୍ବତନ ଛାତ୍ର ସଂସଦ ସଭାପତି, ପଞ୍ଚାୟତ କଲେଜ, ବରଗଡ଼

 


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri