ପୁରୀ ଅଫିସ,୪ା୧୧: ଚଳିତବର୍ଷ ଭଳି ଆସନ୍ତା ବର୍ଷ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇପାରେ। ୨୦୨୧ ମସିହାର କ୍ୟାଲେଣ୍ଡର ବଜାରକୁ ଆସିବା ପରେ ଏହି ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ବର୍ଷ ନଭେମ୍ବର ୧୫ରେ ନାଗାର୍ଜୁନ ବେଶ ପଡୁଥିବା ନିର୍ଦ୍ଦିଷ୍ଟ କ୍ୟାଲେଣ୍ଡରରେ ଉଲ୍ଲେଖ ରହିଛି। ତେବେ ଏହା ଜଣାପଡ଼ିିବା ପରେ ଚଳିତବର୍ଷ କରୋନା କଟକଣା ପାଇଁ ଦାରୁଦିଅଁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚତ୍ତ ଭକ୍ତ ଭାବବିହ୍ବଳ ହୋଇପଡ଼ିଛନ୍ତି। ଏଥର ନ ହେଲା ନାହିଁ ୨୦୨୧ରେ ମହାପ୍ରଭୁଙ୍କ ଏହି ବୀର ବେଶ ଦର୍ଶନ କରିବା ନେଇ ସେମାନଙ୍କ ମନରେ ଆଶା ସଞ୍ଚାର ହୋଇଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇ ନାହିଁ। ଆସନ୍ତା ବର୍ଷ ଦୋଳ ପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେଲେ ସ୍ପଷ୍ଟ ଜଣାପଡ଼ିବ ବୋଲି କୁହାଯାଇଛି।
ଯେଉଁବର୍ଷ କାର୍ତ୍ତିକ ମାସରେ ପାଞ୍ଚଦିନ ପରିବର୍ତ୍ତେ ପଞ୍ଚକ ୬ଦିନ ପଡ଼େ ସେହିବର୍ଷ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଥାଏ। ଚଳିତବର୍ଷ ପଞ୍ଚୁକ ୬ ଦିନ ପଡୁଥିବାରୁ ଆସନ୍ତା ୨୭ତାରିଖରେ ନାଗାର୍ଜୁନ ବେଶ ହେବ। ଏଥିପାଇଁ ପ୍ରଶାସନିକ ପ୍ରସ୍ତୁତି ସହ କାମ ଆଗେଇ ଚାଲିଛି। କିନ୍ତୁ କରୋନା କଟକଣା ପାଇଁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ବଞ୍ଚତ୍ତ ହେବେ। ମାତ୍ର ଆସନ୍ତା ବର୍ଷ ପୁଣି ନାଗାର୍ଜୁନ ବେଶ ପଡୁଥିବା ପାଞ୍ଜି ଗଣନାକାରଙ୍କ ସଙ୍କେତ ଏବେ ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଆଣିଛି। ଭକ୍ତଙ୍କ ମନ ଓ ନୟନ ଉତ୍କଣ୍ଠିତ ହେଲାଣି। ସେବାୟତ ବି କହିଲେଣି ଲଗାତର ଦୁଇବର୍ଷ ନାଗାର୍ଜୁନ ବେଶ ପଡ଼ିବା କିଛି ନୂଆ କଥା ନୁହେଁ। ୧୯୯୩ ଓ ୧୯୯୪ ମସିହାରେ ଲଗାତର ଏହି ବେଶ ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଗଣମାଧ୍ୟମକୁ କହିଛନ୍ତି ଯେ, ଆସନ୍ତା ଦୋଳପୂର୍ଣ୍ଣିମା ପରେ ନୂଆ ପାଞ୍ଜି ପ୍ରଚଳନ ହେବ। ତେଣୁ ଏତେ ଆଗରୁ କିଛି କହି ହେବ ନାହିଁ। ଆମକୁ ନୂଆ ପାଞ୍ଜିକୁ ଅପେକ୍ଷା କରିବାକୁ ପଡ଼ିବ। ସେହିପରି ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା କହିଛନ୍ତି, ଯେ ପର୍ଯ୍ୟନ୍ତ ନୂଆ ପାଞ୍ଜି ବାହାରି ନାହିଁ ଏବଂ ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା ଓ ମୁକ୍ତିମଣ୍ଡପ ପାଞ୍ଜିକୁ ଅନୁମୋଦନ କରିନାହାନ୍ତି ସେ ପର୍ଯ୍ୟନ୍ତ ଆସନ୍ତାବର୍ଷ ନାଗାର୍ଜୁନ ବେଶ ପଡ଼ିିବ ବୋଲି ଆମେ ଦୃଢତାର ସହ କହିପାରିବା ନାହିଁ। ଯଦି ହେବ ତାହା ଅତ୍ୟନ୍ତ ସୌଭାଗ୍ୟର କଥା, ନ ହେଲେ ଏହା ମହାପ୍ରଭୁଙ୍କ ଇଚ୍ଛା ବୋଲି ସେ ପ୍ରକାଶ କରିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All

ସାରଥୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
କଟକ ଅଫିସ, ୨୨।୭: କେନ୍ଦ୍ରାପଡ଼ା ଜିଲା ବାରିମୂଳ ଆଶ୍ରମର ପ୍ରତିଷ୍ଠାତା ସନ୍ତୋସ ରାଉଳ ଓରଫ ସାରଥୀଙ୍କୁ ସୋମବାର ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୨ ଲକ୍ଷ...

କ୍ରୀଡ଼ା ପାଇଁ ସମର୍ପିତ ରାମକୃଷ୍ଣ
ଢେଙ୍କାନାଳ ଅଫିସ (ରତନ ନାୟାର), ୨୯।୮ :ଢେଙ୍କାନାଳ ଜିଲାର କ୍ରୀଡ଼ା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାଧାରୀଙ୍କ ମଧ୍ୟରୁ ଯୁବ କ୍ରୀଡ଼ାବିତ୍ ରାମକୃଷ୍ଣ ବେହେରା ଜଣେ।...

ପୁଣି ବଢ଼ିଲା ବସ୍ ଭଡ଼ା
ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ପୁଣି ବଢ଼ିଲା ବସ୍ ଭଡା। ୨ରୁ ୪ ପଇସା ଭଡ଼ା ବୃଦ୍ଧି କରାଯାଇଛି। ସାଧାରଣ ଭଡ଼ା କିଲୋମିଟର ପିଛା ୭୦ରୁ ୭୨ ପଇସାକୁ...

ଓଡ଼ିଶାକୁ ଫେରିପାରିବେ ପ୍ରବାସୀ: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ
ଭୁବନେଶ୍ୱର,୮।୫(ବ୍ୟୁରୋ): ଓଡ଼ିଶାକୁ ଫେରି ପାରିବେ ବାହାର ରାଜ୍ୟରେ ଫସି ରହିଥିବା ପ୍ରବାସୀ ଓଡ଼ିଆ। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ହାଇକୋର୍ଟ...

ରେଙ୍ଗାଳି ଡ୍ୟାମ୍ରେ ଜଳସ୍ତର ବୃଦ୍ଧି
କଣିହାଁ,୨୨।୮ (ଡି.ଏନ.ଏ.): ବ୍ରାହ୍ମଣୀ ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁ କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ...

ଘଟକେଶ୍ୱର ସେଚ ପ୍ରକଳ୍ପର ବଢ଼ୁଛି ବ୍ୟୟ
ବ୍ରହ୍ମପୁର ଅଫିସ,୫।୫: ଗଞ୍ଜାମ ଜିଲାର ଘଟକେଶ୍ୱର ବହୁମୁଖୀ ଜଳସେଚନ ପ୍ରକଳ୍ପ ନିର୍ମାଣ ବିଳମ୍ବରୁ ବଢ଼ୁଛି ବ୍ୟୟ ଅଟକଳ। ଏହି ଯୋଜନା ବ୍ରହ୍ମପୁର ସବ୍ଡିଭିଜନ ଅନ୍ତର୍ଗତ ଆଦିବାସୀ ବହୁଳ...

ଜାଗର ପାଇଁ ପୋଲିସ ସଜାଗ
ଭୁବନେଶ୍ୱର,୧୮।୨(ବ୍ୟୁରୋ): ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ୧୦ ଟାରେ ମହାଦୀପ ଉଠିବା ନେଇ ନୀତି ନିର୍ଘଣ୍ଟ...

୧୪୪ ଧାରା ଉଲ୍ଲଂଘନ: ୭ ଗିରଫ
ଖୋର୍ଦ୍ଧା ଅଫିସ,୨୪।୩: କରୋନା ପାଇଁ ଲାଗୁ ହୋଇଥିବା ୧୪୪ ଧାରା ଉଲ୍ଲଂଘନ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୋଲିସ ସୋମବାର ୭ଜଣଙ୍କୁ ଗିରଫ କରି କୋର୍ଟ...