କୁମାରପୂର୍ଣ୍ଣିମାରେ ୩୨ ଗିରଫ, ୭୧ହଜାର ଟଙ୍କା ଜବତ

ଭବାନୀପାଟଣା,୧୦।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅଞ୍ଚଳରେ କୁମାରପୂର୍ଣ୍ଣିମା ରାତିରେ ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବା ଅଭିଯୋଗ ପାଇ ପୋଲିସ ଚଢ଼ାଉ କରିଥିଲା। ଚଢାଉ ବେଳେ ପୋଲିସ ଜୁଆଖେଳରେ ସମ୍ପୃକ୍ତ ଥିବା ୩୨ଜଣଙ୍କୁ ଗିରଫ କରିଛି। ଏପରି କି ପୋଲିସ ତାଙ୍କଠାରୁ ୮ଟିି ବାଇକ୍‌, ୩୦ଟି ମୋବାଇଲ ଫୋନ, ନଗଦ ୭୧ ହଜାର ଟଙ୍କା ଓ ଜୁଆଖେଳରେ ବ୍ୟବହୃତ ତାସ୍‌ ଜବତ କରିଛି।

କଳାହାଣ୍ଡି ଏସ୍‌ପି ଅଭିଳାସ ଜୀଙ୍କ ନିର୍ଦ୍ଦେଶକ୍ରମେ ଲାଞ୍ଜିଗଡ଼ ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ୩ଟି ଟିମ୍‌ ଗଠନ କରାଯାଇ ବସନ୍ତପଡ଼ା, ଚମ୍ପାଦେଇପୁର, ହରେକୃଷ୍ଣପୁର, ଲଙ୍ଗଲବେଡ଼ା, ଜଗନ୍ନାଥପୁର, ମୋହନଗୁଡ଼ା ଓ ଲାଞ୍ଜିଗଡ଼ର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢାଉ ବେଳେ ପୋଲିସକୁ ଦେଖି ଲାଞ୍ଜିଗଡ଼ ଭୈରବ ମନ୍ଦିର ନିକଟରେ ଚାଲିଥିବା ଜୁଆଆଡ୍ଡାରୁ ସମସ୍ତେ ଫେରାର ହୋଇଯାଇଥିଲେ। ଅନ୍ୟସ୍ଥାନଗୁଡିକରୁ ପୋଲିସ ୩୨ଜଣ ଜୁଆଡିଙ୍କୁ ଧରି ଥାନାକୁ ଆଣିଥିଲା। ଏ ନେଇ ଲାଞ୍ଜିଗଡ଼ ଥାନାରେ ୬ଟି ପୃଥକ ମାମଲା ରୁଜୁ କରାଯିବା ସହିତ ସେମାନଙ୍କୁ ଅଟକ ରଖାଯାଇଥିଲା । ପରେ ଅଭିଯୁମାନଙ୍କୁ ଜାମିନଦାରଙ୍କ ଉପସ୍ଥିତିରେ ବେଲବଣ୍ଡରେ ଜାମିନ ପ୍ରଦାନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଶୁଭିଲା ପ୍ରଚଣ୍ଡ ଶବ୍ଦ : ହଠାତ୍‌ ଘର କାନ୍ଥ ଫାଟି ଆଁ କରିଲା, ଜୀବନ ବିକଳରେ ଦୌଡ଼ି ଆସିଥିଲେ ପରିବାର ଲୋକେ

ଆନନ୍ଦପୁର, ୨୩।୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲାରୁ ଲୁହାପଥର ଚାଲାଣ ପାଇଁ ଜେଏସଡବ୍ଲୁ କମ୍ପାନୀ ପକ୍ଷରୁ ଏମ୍ପ୍ରୋକନ ଠିକା ସଂସ୍ଥା ଦ୍ୱାରା ୨୦ ନମ୍ବର ଜାତୀୟ ରାଜପଥ…

ଯୁକ୍ତ୨ ନାମଲେଖା ପାଇଁ ଏହିଦିନଠୁ ଆରମ୍ଭ ହେବ ଆବେଦନ

ଭୁବନେଶ୍ୱର,୨୩ା୫(ସୁଚିସ୍ମିତା ସାହୁ): ଯୁକ୍ତ ୨ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୨୬ ତାରିଖରୁ ଜୁନ୍‌ ୩୦ ଯାଏ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ।…

ବିଧାୟକ ରଣେନ୍ଦ୍ରଙ୍କ ଗାଡ଼ିକୁ ଅଣ୍ଡାମାଡ଼: ତା’ପରେ ଘଟିଲା…

ତିଗିରିଆ,୨୩ା୫(ଜାଫର ଖାଁ): କଟକ ଜିଲା ତିଗିରିଆ ପଞ୍ଚାୟତର ସମିତି ବୈଠକରେ ଯୋଗଦେବାକୁ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆସୁଥିବାବେଳେ ପାଞ୍ଚଗଁା ଛକରେ ତାଙ୍କୁ ବିରୋଧ କରାଯାଇଛି। କେତେଜଣ…

ନାବାଳକଙ୍କୁ ଅସଦାଚରଣ: ପଡୋଶୀ ଘରର ନାବାଳକଙ୍କୁ ଘରକୁ ଡାକି….

ବଲାଙ୍ଗୀର, ୨୨ା୫ (ସୁନିଲ କୁମାର ମହାନ୍ତି): ଜଣେ ନାବାଳକଙ୍କୁ ଅସଦାଚରଣ ଅଭିେଯାଗରେ ପୁଇଁନ୍ତଳା ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ଥାନାକୁ ଆଣି ଅଟକ ରଖିଥିବା ଜଣାପଡିଛି। ବ୍ୟକ୍ତି…

ପେଣ୍ଟ ପକେଟ୍‌ରେ ଥିଲା ମୋବାଇଲ୍ ହଠାତ ହେଲା ବିସ୍ଫୋରଣ, ଅଳ୍ପକେ ବଞ୍ଚିଲେ..

ପଦ୍ମପୁର, ୨୨/୦୫ (ପ୍ରଦୀପ୍ତ ଦାଶ): ପଦ୍ମପୁର ନିକଟସ୍ଥ ଭେଉଁରିଆ ପଞ୍ଚାୟତର ଅମିତ କୁମାର ସାହୁ ସାଧାରଣ ଦିନମାନଙ୍କ ଭଳି ପେଣ୍ଟ ପକେଟ୍‌ରେ ମୋବାଇଲ୍ ରଖି କାମକୁ ବାହାରିଥିଲେ।…

ଗ୍ରାହକଙ୍କ ପାଇଁ ଆଶ୍ଵସ୍ତି: ଟଳିଲା ଷ୍ଟ୍ରାଇକ୍, ମେ ୨୫ ଓ ୨୬ରେ ସ୍ଵାଭାବିକ ରହିବ ଷ୍ଟେଟ୍ ବ୍ୟାଙ୍କ…

ନୂଆଦିଲ୍ଲୀ,୨୨।୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ଗ୍ରାହକଙ୍କ ପାଇଁ ଏକ ବଡ଼ ଆଶ୍ଵସ୍ତିକର ଖବର। ଆସନ୍ତା ମେ ୨୫ ଏବଂ ୨୬ ତାରିଖରେ ବ୍ୟାଙ୍କର ସମସ୍ତ…

ଥୁଆମୂଳ ରାମପୁରରେ କାଳବୈଶାଖୀର ତାଣ୍ଡବ

ଥୁଆମୂଳ ରାମପୁର, ୨୨ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକ ନାକୁରୁଣ୍ଡି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ହଠାତ୍‌ ବର୍ଷାପବନ…

ଥୁଆମୂଳ ରାମପୁରରେ ଜନ ଭାଗୀଦାରି ଅଭିଯାନ

ଥୁଆମୂଳ ରାମପୁର, ୨୧ା୫ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ବ୍ଲକରେ ଭାରତ ସରକାରଙ୍କ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ‘ଜନ ଭାଗୀଦାରି: ସବ୍‌ସେ ଦୂର, ସବ୍‌ସେ ପହେଲେ’ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri