ଗ୍ରାମସଭା ବର୍ଜନ କଲେ ଜିଲାର ୩୧୭ ସରପଞ୍ଚ

ବଲାଙ୍ଗୀର ଅଫିସ, ୨୮ା୧: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯିବାକୁ ବଲାଙ୍ଗୀର ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ସର୍ଭେ କରାଯାଇଥିଲା। ଏହାର ନୂଆ ତାଲିକା ପ୍ରସ୍ତୁତ ହୋଇଛି। ଏହାକୁ ଗ୍ରାମସଭାରେ ଅନୁମୋଦନ କରାଯିବା କଥା। ତେବେ ପ୍ରସ୍ତୁତ ହୋଇଥିତ୍ବା ତାଲିକାରେ ଅନେକ ବିସଙ୍ଗତି ରହିଥିବା ଏବଂ ତାଲିକା ପ୍ରସ୍ତୁତିରେ ସରପଞ୍ଚମାନଙ୍କ କୌଣସି ମତ ନିଆଯାଇ ନ ଥିବାରୁ ଏହା ଗ୍ରହଣଯୋଗ୍ୟ ନୁହେଁ ବୋଲି ଜିଲାର ସରପଞ୍ଚମାନେ କହିଛନ୍ତି। ଅନ୍ୟପକ୍ଷେ ତାଲିକା ଗ୍ରାମସଭାରେ ଅନୁମୋଦନ ହୋଇ ନ ଥିବାରୁ ହିତାଧିକାରୀମାନେ ଆବାସ ଯୋଜନାରେ ଘର ପାଇବା ବିଳମ୍ବ ହେଉଛି।
ଜାନୁୟାରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସରେ ଜିଲାରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହେବା କଥା। ଏହି ଗ୍ରାମସଭାରେ ଆବାସ ଯୋଜନା ତାଲିକା ଅନୁମୋଦନ କରିବାକୁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାକୁ ସରପଞ୍ଚମାନେ ଅସ୍ବୀକାର କରି ଗ୍ରାମସଭା ବର୍ଜନ କରିଛନ୍ତି। ଫଳରେ ଜିଲାର ୩୧୭ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ହୋଇପାରି ନ ଥିବା ଜଣାପଡିଛି। ଜିଲା ସରପଞ୍ଚ ସଂଘ ସଭାପତି ବୀରଭଦ୍ର ସାହୁ  କାର୍ଯ୍ୟକାରୀ ସଭାପତି ବଳଦେବ ସାହୁ ଏବଂ ଉପସଭାପତି ସଞ୍ଜୟ ଗଡତିଆ ଜିଲାରେ ସ୍ବତନ୍ତ୍ର ଗ୍ରାମସଭା ବର୍ଜନ କରାଯାଇଥିତ୍ବା ସୂଚନା ଦେଇଛନ୍ତି। କାର୍ଯ୍ୟକାରୀ ସଭାପତି ସାହୁ କହିଛନ୍ତି ଯେ, ଆବାସ ଯୋଜନା ପାଇଁ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଛି ସେଥିରେ ଅନେକ ବିସଙ୍ଗତି ରହିଛି। ସେ ତାଲିକା କିଏ ପ୍ରସ୍ତୁତ କରିଛି ଜଣାପଡୁନାହିଁ। ଏଭଳିକି ପୂର୍ବତନ ସରପଞ୍ଚମାନେ ମଧ୍ୟ ଆବାସ ଯୋଜନା ସର୍ଭେ ସମ୍ପର୍କରେ ଜାଣି ନ ଥିବା କହିଛନ୍ତି। ଏଭଳି ସ୍ଥିତିରେ ଏହି ତାଲିକା କାର୍ଯ୍ୟକାରୀ କଲେ ଅଡୁଆ ପରିସ୍ଥିତି ସୃଷ୍ଟି ହେବ। ବହୁ ପ୍ରକୃତ ହିତାଧିକାରୀ ଏବେବି ଘର ପାଇବା ତାଲିକାରେ ନାହାନ୍ତି ବୋଲି ସେ କହିଛନ୍ତି। ଉପସଭାପତି ଗଡତ୍ୟା କହିଛନ୍ତି ଯେ, ଯେଉଁ ତାଲିକାରେ ହିତାଧିକାରୀମାନଙ୍କ ନାମ ଅନୁମୋଦନ କରିବାକୁ କୁହାଯାଉଛି ସେଥିରେ ଅନେକ ତ୍ରୁଟି ରହିଛି। ସରପଞ୍ଚମାନଙ୍କୁ କୌଣସି କଥା ପଚରା ଯାଉନାହିଁ। କେବଳ ଅନୁମୋଦନ କରିବାକୁ ଗ୍ରାମସଭାରେ ଚାପ ସୃଷ୍ଟି କରାଯାଉଛି। ଏଣୁ ଗ୍ରାମସଭା ବର୍ଜନ କରାଯାଇଛି ବୋଲି ସେ କହିଛନ୍ତି। ଏନେଇ ଜିଲା ଗ୍ରାମପଞ୍ଚାୟତ ଅଧିକାରୀ ପ୍ରଶାନ୍ତ ଶତପଥୀଙ୍କୁ ପଚାରିିବାରୁ ଜିଲାର କେଉଁ ଗ୍ରାମପଞ୍ଚାୟତରେ ଗ୍ରାମସଭା ହୋଇଛି ଓ କେଉଁଠି ହୋଇନାହିଁ ତାଙ୍କ ପାଖକୁ ସୂଚନା ଆସିନାହିଁ ବୋଲି କହିଛନ୍ତି। ଆସନ୍ତା ୩୦ ତାରିଖରେ ଡିପିଆରସି କକ୍ଷରେ ଗ୍ରାମସଭା ନେଇ ସରପଞ୍ଚଙ୍କ ବୈଠକ ହେବ। ଏଠାରେ ମଧ୍ୟ ଗ୍ରାମସଭା ବର୍ଜନ କରାଯିବ ବୋଲି ସରପଞ୍ଚ ସଂଘ ନିଷ୍ପତ୍ତି ନେଇଥିବା କାର୍ଯ୍ୟକାରୀ ସଭାପତି ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମା କହିଥିଲେ ଭଲ ପୁଅ ବାଛିବାକୁ; ମୁଁ ରାହୁଲକୁ ବାଛିଲି’ – ରାହୁଲ ଗାନ୍ଧୀଙ୍କ ଜଣେ ‘ଫ୍ୟାନଗର୍ଲ’ଙ୍କ ପୋଷ୍ଟର ଭାଇରାଲ

ପୁଣେ,୨୩।୮: କଂଗ୍ରେସ ସାଂସଦ ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର (୨୨ ଅଗଷ୍ଟ, ୨୦୨୬) ପୁଣେରେ ଅନୁଷ୍ଠିତ ‘ଛାତ୍ରୋଁ କି ଗୁଞ୍ଜ’…

ରେଭନ୍ତ ରେଡ୍ଡୀଙ୍କୁ ଆମେରିକା ଯିବା ପାଇଁ ମିଳିଲା ନାହିଁ ଅନୁମତି, ଜାଣନ୍ତୁ ସରକାରୀ ଅନୁମତି କିପରି ମିଳିଥାଏ

ନୂଆଦିଲ୍ଲୀ,୨୩।୮: ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଏବେ ୟୁକେରୁ ସିଧାସଳଖ ଭାରତ ଫେରିବେ; ସରକାରୀ ଅନୁମୋଦନ ଅଭାବରୁ ତାଙ୍କର ଆମେରିକା ଗସ୍ତ ବାତିଲ କରାଯାଇଛି। ସେ ଇଂଲଣ୍ଡ…

ଖୁଦୁରୁକୁଣୀ ପୂଜା ପାଇଁ ନଦୀକୁ ଯାଇ ବୁଡ଼ିଗଲେ ଜଣେ ଯୁବତୀ, ୩ ଅଳ୍ପକେ ରକ୍ଷା

ଧାମନଗର,୨୩ା୮(ସନ୍ତୋଷ କୁମାର ମହାପାତ୍ର): ଖୁଦୁରୁକୁଣୀ ପୂଜା ପାଇଁ ନିକଟସ୍ଥ ନଦୀକୁ ଯାଇ ଏକ ଦୁଃଖଦ ଘଟଣା ଘଟିଛି। ରବିବାର ସକାଳେ ୪ ଜଣ ଝିଅ ନଦୀକୁ ଯାଇଥିବାବେଳେ…

ପୋଲିସ କର୍ମଚାରୀଙ୍କୁ ଲାଠିରେ ମାଡ଼; ଆଖିରେ ପକାଇଲେ ଲଙ୍କା ଗୁଣ୍ଡ, ହେଲେ କାହିଁକି? ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୮: ଭାଲସ୍ବା ଡାଏରୀ ଅଞ୍ଚଳରୁ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ମୁକୁନ୍ଦପୁରର ଜନତା ବିହାର ଅଞ୍ଚଳରେ ବିନା କାଗଜପତ୍ରରେ…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ୨ ଭାଇ ଗୁରୁତର, ବସ୍‌କୁ ଜବତ କରି…

ଦିଗପହଣ୍ଡି,୨୩ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ସାମନ୍ତରାପୁର ଗ୍ରାମ ରାଜଘାଇ ମହୁଲଘୋଡଣି ବୁଲାଣି ନିକଟରେ ରବିବାର ସକାଳେ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌…

‘କଂଗ୍ରେସର ହିନ୍ଦୁ ବିରୋଧୀ କାହାଣୀ’: ମନୁ-ସ୍ମୃତିକୁ ନେଇ ରାହୁଲଙ୍କୁ ଟାର୍ଗେଟ କରିଛି ଭାଜପା

ନୂଆଦିଲ୍ଲୀ,୨୩।୮: ପୁଣେରେ ରାହୁଲ ଗାନ୍ଧୀ ଦାବି କରିଥିଲେ ଯେ ମନୁ-ସ୍ମୃତିରେ ମହିଳାମାନଙ୍କୁ ଅବମାନନା କରୁଥିବା ଶ୍ଳୋକ ଅଛି। ସେ କହିଛନ୍ତି ଯେ ପାଠ୍ୟରେ ମହିଳାମାନେ ଜୀବନର ପ୍ରତ୍ୟେକ…

ହାତୀ ନଦୀରେ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ଭବାନୀପାଟଣା,୨୩।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲାରେ ଗତ ୨ ଦିନ ଧରି ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକର ଜଳ ସ୍ତର ବଢ଼ିବାରେ ଲାଗିଛି। ଏପରି ସ୍ଥଳେ ଜିଲାରେ…

ସମାଜସେବା ସହ ଆଧ୍ୟାତ୍ମିକ ଜ୍ଞାନ: ରକ୍ତ ଦାନ ମହତ ଦାନ

ଭଞ୍ଜନଗର, ୨୩।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ (ଓମ୍ ଶାନ୍ତି)ର ଶାନ୍ତି ସ୍ରୋତ ଭବନ ପରିସରରେ ରବିବାର ଏକ ରକ୍ତଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri