ରାସ୍ତା ପ୍ରଶସ୍ତୀକରଣରେ କଟିବ ୩୧୫୮ ଗଛ

ସୋନପୁର,୧୪।୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାର ଲାଇଫଲାଇନ କୁହାଯାଉଥିବା ଅର୍ଜୁନପୁର-ବିନିକା-ରାମପୁର-ଡୁଙ୍ଗୁରପାଲି ମେଜର ଡିଷ୍ଟ୍ରିକ୍ଟ ରୋଡ(ଏମଡିଆର) ଓସାରିଆ ହେବ। ଅର୍ଜୁନପୁରରୁ ଡୁଙ୍ଗୁରିପାଲି ୫୪.୨୦୦ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପାଇଁ ଦୁଇଟି ପର୍ଯ୍ୟାୟରେ ପ୍ରାୟ ୧୪୫ କୋଟି ଟଙ୍କାର ଟେଣ୍ଡର ଆହ୍ବାନ ହୋଇଛି। ୨ ଥାକିଆ ରାସ୍ତା କାମ ଏବେ ଜୋରସୋରରେ ଚାଲିଛି। ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୩୧୫୮ ଗଛ କଟାଯିବା ପାଇଁ ଚିହ୍ନଟ କରାଯାଇଛି। କଟା ହେବାକୁ ଥିବା ଶତାଧିକ ଗଛ ବହୁ ବର୍ଷର ପୁରୁଣା । ଏଗୁଡିକ ରାଜାରାଜୁଡା ଅମଳରୁ ଲଗା ଯାଇଥିଲା। ଓଡିଶା ବନ ଉନ୍ନୟନ ନିଗମ ଏବେ ସେହି ଗଛ ଗୁଡିକୁ ମେସିନ ଦ୍ୱାରା କାଟିବା ଆରମ୍ଭ କରିଛି । ପରେ ଏହି ରାସ୍ତା ୪ ଥାକିଆ ହେବାର ଯୋଜନା ରହିଛି। ଫଳରେ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାର ଉଭୟ ପାର୍ଶ୍ୱ ଆଉ କିଛି ଦିନ ପରେ ବୃକ୍ଷ ଶୂନ୍ୟ ହେବ। ଉତ୍ତାପ ଆହୁରି ବୃଦ୍ଧି ପାଇବ । ଏହା ଜିଲାର ବୁଦ୍ଧିଜୀବୀ ଓ ପରିବେଶବିତଙ୍କ ଚିନ୍ତା ବଢାଇଛି।
ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନକ୍ଷେତ୍ର ଅଞ୍ଚଳର ଅର୍ଜୁନପୁରରୁ ଅଙ୍ଗନଦୀ ବ୍ରିଜ୍‌ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱରେ ଥିବା ୯୦୬ ଗଛ କଟିବ। ସେହିପରି ବିନିକା ବନକ୍ଷେତ୍ର ଅଞ୍ଚଳର ଅଙ୍ଗନଦୀ ବ୍ରିଜ୍‌ରୁ ବିନିକା-ରାମପୁର-ଡୁଙ୍ଗୁରିପାଲି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ୨୨୫୨ ଗଛ ବଳି ପଡିବ। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ରାସ୍ତା ପ୍ରଶସ୍ତୀକରଣ ପାଇଁ ବର, ଅଶ୍ୱତଥ୍‌, ଶାଳ, ତେନ୍ତୁଳି, ଅର୍ଜୁନ, ମହୁଲ, ଶାଗୁଆନ, ମହୁଲ, କୁମ୍ଭି, ଚାର, ଛେନା, ସୀମାରୁଆ, ନୀଳଗିରି, ଚାକୁଣ୍ଡା, ସାହାଜ, ନିମ୍ବ, ଆମ୍ବ, କରଞ୍ଜ, ଛତିଆନ ଓ ଜାମୁ ଆଦି ବଡ ଗଛ କଟାଯିବ। ଏହି ପୁରୁଣା ଗଛ ଗୁଡିକ ଯୋଗୁଁ ବାଟୋଇଙ୍କୁ ଛାଇ ମିଳିବା ସହିତ, ସୁନ୍ଦର ସବୁଜିମା ପରିବେଶ ସୃଷ୍ଟି ହୋଇଥିଲା।
ସୁବର୍ଣ୍ଣପୁର ଏକ ଉତ୍ତପ୍ତ ଜିଲା ଭାବେ ପରିଚିତ। କିଛି ବର୍ଷ ଧରି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିବା ସୁବର୍ଣ୍ଣପୁର ୨୦୨୨ରେ ଦେଶର ସବୁଠୁ ଉତ୍ତପ୍ତ ସହରଭାବେ ରେକର୍ଡ ହୋଇ ଚର୍ଚ୍ଚାକୁ ଆସିଥିଲା। ଏହି ଜିଲାରେ ୪୨୮.୭୫ ବର୍ଗ କିଲୋମିଟର ଜଙ୍ଗଲ ରହିଛି। ଯାହା ଜିଲା ଆୟତନର ମାତ୍ର ୧୮.୩୪%। ଗତ କିଛି ବର୍ଷ ଧରି ପୁରାତନ ଜଙ୍ଗଲର ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି, ଗ୍ରୀନ୍‌ ମହାନଦୀ ମିଶନ, ସହରୀ ବନୀକରଣ ଓ ପଥପାର୍ଶ୍ୱ ବନୀକରଣ ପାଇଁ ଉଦ୍ୟମ ହୋଇଥିଲା। ତେବେ ଏହି ଗ୍ରୀନ୍‌ ସୁବର୍ଣ୍ଣପୁର ଯୋଜନାକୁ ବିଶେଷ ସଫଳତା ମିଳିପାରିନି। ସଚେତନତା ଅଭାବରୁ ଲୋକେ ଜଙ୍ଗଲରେ ନିଆଁ ଲଗାଉଛନ୍ତି। ପ୍ରତିବର୍ଷ ନିଆଁ ଲାଗିବା ଦ୍ୱାରା ବୃକ୍ଷଲତା ପୋଡି ପାଉଁଶ ହୋଇଯାଉଛି। ପଥପାର୍ଶ୍ୱ ବନୀକରଣ ଯୋଜନାରେ ଯେଉଁ ଗଛ ଲଗାଯାଉଛି, ସେଗୁଡିକର ଠିକ୍‌ ଭାବେ ଯତ୍ନ ନିଆଯାଉନି । ଯେଉଁ ଅଳ୍ପ କିଛି ଗଛ ବଞ୍ଚତ୍ ରହୁଛି ରାସ୍ତା ପ୍ରଶସ୍ତୀକରଣରେ ପୁଣି କଟାଯାଉଛି। ଗଛ ଲଗାଇବା ଓ ତାକୁ ସୁରକ୍ଷା ଦେବାରେ ସଫଳତା ମିଳୁନି। ଏଭଳି ସ୍ଥିତିରେ ଗଛ କାଟିବାକୁ ବିଶେଷ ତତ୍ପରତା ଦେଖିବାକୁ ମିଳୁଛି। ବଡ ଗଛଗୁଡିକୁ ନ କାଟି ମେଶିନ ଦ୍ୱାରା ଟ୍ରାନ୍ସଲୋକେସନ(ଜୀବନ୍ତ ସ୍ଥାନାନ୍ତରଣ) ପଦ୍ଧତିରେ ଅନ୍ୟତ୍ର ଲଗାଇବା ପାଇଁ ବନ ବିଭାଗ କିମ୍ବା ପୂର୍ତ୍ତ ବିଭାଗର ଆନ୍ତରିକତା ନାହିଁ । ଏଥିପାଇଁ ଜନଅସନ୍ତୋଷ ସୃଷ୍ଟି ହେବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…

ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…

୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…

ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ

ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…

ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ

ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍‌ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରେ ଏକ…

ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ

କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…

ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ, ବିଦା ହେଲେ ହୋମଗାର୍ଡ

ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍‌ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍‌ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…

ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…

ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…

୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?

ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri