୩୧୫ ଗାଁକୁ ଏଯାଏ ହୋଇନି ବିଦ୍ୟୁତ୍‌ ସଂଯୋଗୀକରଣ

ନବରଙ୍ଗପୁର, ୨୨।୫(ବି.ପ୍ର.): ସ୍ବାଧୀନତାର ୭୩ ବର୍ଷ ପରେ ମଧ୍ୟ ନବରଙ୍ଗପୁର ଜିଲାର ୩୧୫ଟି ଗାଁକୁ ଏଯାଏ ବିଦ୍ୟୁତ୍‌ ସଂଯୋଗ ହୋଇପାରିନାହିଁ। ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତ୍ୟେକ ଗାଁ ଓ ଘରକୁ ବିଦ୍ୟୁତ୍‌ ସଂଯୋଗ ପାଇଁ ବ୍ୟାପକ ଅନୁଦାନ ଖର୍ଚ୍ଚ କରୁଛନ୍ତି। ମାତ୍ର ବିଭାଗୀୟ ଅବହେଳା ଲାଗି ୩୧୫ଟି ଗାଁର ଲୋକ ଅନ୍ଧାରରେ ଜୀବନ ବିତାଉଛନ୍ତି। ଦୁର୍ଗମ ଓ ଅଗମ୍ୟ ଅଞ୍ଚଳ ତଥା ଅନୁନ୍ନତ ଜିଲାରେ ମୌଳିକ ଯୋଜନା କିଭଳି କାମ କରୁଛି, ତାହା ଏଥିରୁ ଅନୁମେୟ।
ସମସ୍ତ ଯୋଜନା କିଭଳି ଲୋକାଭିମୁଖୀ ହେବ ସେଥିପାଇଁ ପ୍ରଶାସନ ଓ ଲୋକ ପ୍ରତିନିଧିମାନେ ତତ୍ପର ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତଥାପି ମୌଳିକ ସମସ୍ୟା ଭଳି ବିଦ୍ୟୁତ୍‌କରଣ ଯୋଜନା ଜିଲାର ୩୧୫ ଗାଁକୁ ପହଞ୍ଚତ୍ ପାରିନାହିଁ। ଜିଲାରେ ଥିବା ୮୯୧ ଗାଁ ମଧ୍ୟରୁ ୩୧୫ ଗାଁ ଏବେ ବି ଅନ୍ଧକାର ରହିବା ବିଡ଼ମ୍ବନାର ବିଷୟ। ରାଜୀବ ଗାନ୍ଧୀ ବିଦ୍ୟୁତ୍‌କରଣ ଯୋଜନା ପରବର୍ତ୍ତୀ ସମୟରେ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା ଓ ଏବେ କେନ୍ଦ୍ରରେ ଭାଜପା ସରକାର ଆସିବା ପରେ ସୌଭାଗ୍ୟ ଯୋଜନା-୧ ଅବଧି ସରିବା ପରେ ଯୋଜନା-୨ ଆରମ୍ଭ ହୋଇଛି। ତଥାପି ଗାଁ ଲୋକଙ୍କୁ ବିଦ୍ୟୁତ୍‌ ସଂଯୋଗ ମିଳିନି। ବିଦ୍ୟୁତ୍‌ ବିଭାଗକୁ ସରକାର ପର୍ଯ୍ୟାୟକ୍ରମେ ଘରୋଇ ସଂସ୍ଥା ହାତକୁ ଟେକି ଦେଉଥିବାରୁ ଯୋଜନାଗୁଡ଼ିକ ସଫଳ ରୂପାୟନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ସମସ୍ତ ରାଜସ୍ବ ଗାଁକୁ ବିଦ୍ୟୁତ୍‌କରଣ କରାଯାଇଛି। ବିଭିନ୍ନ କାରଣ ହେତୁ ଜିଲାର ବକେୟା ରହିଥିବା ୩୧୫ଟି ପଡ଼ାଗ୍ରାମକୁ ବିଜୁ ଗ୍ରାମୀଣ ଜ୍ୟୋତି ଯୋଜନା (୨୦୨୨-୨୩) ଓ ସୌଭାଗ୍ୟ ଯୋଜନା-୨ରେ ସାମିଲ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ଗମନାଗମନ ଅସୁବିଧା ନ ଥିବା ଗାଁଗୁଡିକରେ ସରକାର ଓରିଡା ସଂସ୍ଥାକୁ ନିୟୋଜିତ କରି ସୋଲାର ସିଷ୍ଟମ ଦ୍ୱାରା ବିଦ୍ୟୁତ୍‌କରଣ କରିବେ ବୋଲି ବିଭାଗ ଜିଲା ପରିଷଦ ତଥା ଜିଲା ଉନ୍ନୟନ ସଂସ୍ଥାକୁ ଲିଖିତ ଭାବରେ ମେ’ ୪ରେ ହୋଇଥିବା ଜିଲା ପରିଷଦ ବୈଠକରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଆଉ କେତେବର୍ଷ ପରେ ବିଭାଗ ଓ ଘରୋଇ ଠିକାସଂସ୍ଥା ୩୧୫ ଗାଁକୁ ବିଦ୍ୟୁତ୍‌କରଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଭୂମିହୀନଙ୍କ ମୁହଁରେ ଫୁଟିଲା ହସ, ସମସ୍ତଙ୍କୁ ମିଳିଲା…

ଝରିଗାଁ,୧୨ା୩(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକର ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ଗୁରୁବାର ତହସିଲ ପକ୍ଷରୁ ପଟ୍ଟା ବଣ୍ଟନ କରାଯାଇଛି। ତହସିଲଦାର ସୁମନ୍ତ ପାତ୍ରଙ୍କ ସଂଯୋଜନାରେ…

ସମ୍ପର୍କୀୟ ଦେଇଥିଲେ ଖବର, ବେକରେ ଭୁଜାଲି ଲଗାଇ ହାତ ଗୋଡ଼ ବାନ୍ଧି ଲୁଟିଥିଲେ ୭୦ ଲକ୍ଷ; ୭ଜଣ ଡକାୟତଙ୍କୁ ବାନ୍ଧି ବଡ଼ ପର୍ଦ୍ଦାଫାଶ କଲା…  

ଉମରକୋଟ,୩।୩(ସନ୍ତୋଷ ସତପଥୀ): ଉମରକୋଟ ଥାନା ଅଧୀନ କୋଚନିଆମ୍ବା ଗ୍ରାମରେ ଗତ ଫେବୃଆରୀ ୨୨ ଓ ୨୩ ତାରିଖ ମଧ୍ୟରାତ୍ରିରେ ବଡ଼ ଧରଣର ଡକାୟତି ହୋଇଥିଲା। ବେକରେ ଭୁଜାଲି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ଝିଅ ଅନ୍ୟଜାତିରେ ବିବାହ କରିବାରୁ ମଲାପରେ ବାପାଙ୍କୁ ମିଳିଲାନି ଚାରି କାନ୍ଧ, ବଡ଼ ପୁଅ ବି ଆସିଲେନି…

ନବରଙ୍ଗପୁର,୨୫।୨(ସଦାଶିବ ପ୍ରହରାଜ): ଆଜିର ସଭ୍ୟ ସମାଜରେ ଜାତିପ୍ରଥା ଭଳି ପରମ୍ପରା ବଞ୍ଚିରହିଛି । ଜାତିପ୍ରଥା ଯୋଗୁ ଶବକୁ ମିଳିଲାନି ଚାରି କାନ୍ଧ । ଏପରିକି ବଡ଼ ପୁଅ…

ମାରଣାସ୍ତ୍ର ଦେଖାଇ ବ୍ୟାବସାୟୀଙ୍କ ଘରୁ ଲୁଟ୍‌

ପାପଡ଼ାହାଣ୍ଡି,୨୪।୨(ସ୍ୱପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମୈଦଲପୁରର ସଦର ବ୍ୟବସାୟୀ କାଶୀନାଥ ଗୁପ୍ତାଙ୍କ ଘରୁ ବଡ଼ ଧରଣର ଲୁଟ୍‌ ହୋଇଛି। କଳା ମୁଖା ପିନ୍ଧା ଦୁବୃର୍ତ୍ତମାନେ…

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ଶୁଭାରମ୍ଭ

ନବରଙ୍ଗପୁର,୧୪।୨(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ସ୍ବାଧୀନତା ସଂଗ୍ରାମୀମାନଙ୍କ ଅବଦାନ ଓ ବଳିଦାନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କହିଛନ୍ତି, ଓଡ଼ିଶା ହେଉଛି କଳା…

୧୨ ଘଣ୍ଟିଆ ଉମରକୋଟ ବନ୍ଦ, କଣ ରହିଛି ପ୍ରଭାବ ଜାଣନ୍ତୁ

ଉମରକୋଟ,୧୦।୨(ସନ୍ତୋଷ ଶତପଥୀ): ଦୀର୍ଘ ଦିନର ଦାବି ପୂରଣ ନହେବାରୁ ମଙ୍ଗଳବାର ଆନ୍ଦୋଳନ ପଥକୁ ଓହ୍ଲାଇଛି ‘ଉମରକୋଟ ସଂଗ୍ରାମ ମଞ୍ଚ’ । ଆଜି ଉମରକୋଟ, ରାଇଘର, ଝରିଗାଁ ଏବଂ…

ଯାତ୍ରା ସାରି ଫେରୁଥିବାବେଳେ ଓଲଟିପଡିଲା ଗାଡି: ଭିତରେ ବସିଥିଲେ ୮ କଳାକାର

ନବରଙ୍ଗପୁର,୨୭।୧(ସଦାଶିବ ପ୍ରହରାଜ): ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଆଜି ସକାଳେ କଳାକାରମାନେ ଯାଉଥିବା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି। ଗାଡ଼ିରେ ବସିଥିବା ପ୍ରାୟ ୮ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri