୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ମାଗଣା କୋଡିଂ ଶିକ୍ଷା

ନବରଙ୍ଗପୁର,୫।୬(ବି.ପ୍ର.): ନବରଙ୍ଗପୁର ଜିଲା ପ୍ରଶାସନ ସିଙ୍ଗାପୁରର କୋଡ୍‌ଭର୍‌ସିଟି.କ୍ଲବର ମିଳିତ ପ୍ରୟାସରେ ବିନା ମୂଲ୍ୟରେ ୩୦ ହଜାର ଛାତ୍ରୀଛାତ୍ରଙ୍କୁ ମିଳିବ ଗୁଣାତ୍ମକ କୋଡିଂ ଶିକ୍ଷା। ଜିଲାପାଳ କମଳ ଲୋଚନ ମିଶ୍ରଙ୍କ ତତ୍ତ୍ୱାବଧାନ ଓ ଉପଜିଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଉଦ୍ୟମରେ ‘ମିଶନ ନବରଙ୍ଗପୁର କୋଡ’ ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ସ୍କୁଲ, ଓ ଶିକ୍ଷା ବିଭାଗର ୧୮୩ ସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରୀଛାତ୍ର କୋଡିଂ ଶିକ୍ଷିପାରିବେ। କମ୍ପ୍ୟୁଟର, ଲାପଟପ ଓ ମୋବାଇଲରେ କିଭଳି କୋଡିଂ ଶିଖିପାରିବେ ସେ ନେଇ ଶନିବାର ସ୍ଥାନୀୟ ନୋଡାଲ ଆରସିଡି ହାଇସ୍କୁଲରେ ଅନୁଷ୍ଠାନ ପକ୍ଷରୁ ଭର୍ଚୁଆଲ ବୈଠକ କରାଯାଇଛି। ଅନୁଷ୍ଠାନର ସିଇଓ ବିଶାଳ ନୋଢା ଶିକ୍ଷକମାନଙ୍କୁ କୋଡିଂ ପରିଚାଳନା ତାଲିମ ପ୍ରଦାନ କରିଛନ୍ତି। ଏବେ ସ୍କୁଲ ଛୁଟି ଅଛି। ଛୁଟି ପରେ ପିଲାମାନଙ୍କୁ ୧ ସପ୍ତାହ କୋଡିଂ ଶିକ୍ଷା ଦିଆଯିବ। ଏକକାଳୀନ ଏତେ ମାତ୍ରାରେ ପିଲାଙ୍କୁ କୋଡିଂ ଶିକ୍ଷା ଦେଇ ଗ୍ରୀନୀଜ୍‌ ବୁକ୍‌ ଅପ୍‌ ଓ୍ବାଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖାଯାଇଥିବା ସୂଚନା ମିଳିଛି।
ଶିଳ୍ପ ବିପ୍ଳବ ଯୁଗରେ କମ୍ପ୍ୟୁଟର ଜ୍ଞାନ ଏବଂ କୋଡିଂ ଶିକ୍ଷା ଆବଶ୍ୟକତା ବଢ଼ିଯାଇଛି। କୋଡିଂ ଶିକ୍ଷାବେଳେ ଭାଷା, ଉପକରଣ ଓ ଅର୍ଥ ପ୍ରତିବନ୍ଧକ ହୁଏ। ଉପଜିଲାପାଳ ଏହି ପ୍ରତିବନ୍ଧକ ଦୂର କରି ଆଦିବାସୀ ପିଲାଙ୍କ ଭବିଷ୍ୟତ ପାଇଁ କୋଡିଂ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ଏହି ତିନୋଟି ପ୍ରତିବନ୍ଧକକୁ ସମାଧାନ କରିବା ପାଇଁ ଉପଜିଲାପାଳ ଜିଲାର ଛାତ୍ରଙ୍କୁ ବିନା ମୂଲ୍ୟରେ ସ୍ମାର୍ଟଫୋନଅନୁକୂଳ କୋଡିଂ ପାଠ୍ୟକ୍ରମ ଆଣିବା ପାଇଁ କୋଡ୍‌ଭର୍‌ସିଟି.କ୍ଲବ ସହ ଯୋଗା ଯୋଗ କରିଥିଲେ। ଜିଲା ପ୍ରଶାସନ ଉକ୍ତ ସଂସ୍ଥା ସହ ଏବେ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ପାଠ୍ୟକ୍ରମ ସମାପ୍ତ କରୁଥିବା ଛାତ୍ରମାନେ ଏକ ଡିଜିଟାଲ ସାର୍ଟିଫିକେଟ ପାଇବେ। ବେସରକାରୀ କମ୍ପାନୀ ଅଧିକ ପରିମାଣର ଫିରେ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରନ୍ତି। ତାହାକୁ ଗ୍ରହଣ କରିବା ଧନୀକଙ୍କ ପାଇଁ ସକ୍ଷମ। ଯେଉଁମାନେ ଘରୋଇ ବିଦ୍ୟାଳୟରେ ନାହାଁନ୍ତି ଏବଂ ଏହି ମହଙ୍ଗା ଅନ୍‌ଲାଇନ ସ୍ବତନ୍ତ୍ର ପାଠ୍ୟକ୍ରମ ନେଇପାରିବେ ନାହିଁ ସେମାନଙ୍କ ପାଇଁ ଏହି ସୁବିଧା ରହିଛି ବୋଲି ଉପଜିଲାପାଳ କହିଛନ୍ତି। ଆମେ ଏକାଧିକ ସରକାରୀ ସଂସ୍ଥା ସହ କାର୍ଯ୍ୟ କରିଛୁ ଏବଂ ସ୍କୋ ଅବ୍ରାନ୍ସ ଏ ପର୍ଯ୍ୟନ୍ତ ଆମର ଯାତ୍ରାର ସବୁଠାରୁ ବଡ ମାଇଲଖୁଣ୍ଟ ଅଟେ ବୋଲି କୋଡ୍‌ଭରସିଟି ପ୍ରତିଷ୍ଠାତା ତଥା ସିଇଓ ବିଶାଲ ଲଢ଼ା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଡିଇଓ ପ୍ରଦୀପ କୁମାର ନାଗ, ସମଗ୍ର ଶିକ୍ଷା ଅଭିଯାନର ଯୋଜନା ସଂଯୋଜକ ପ୍ରଦୀପ୍ତ କୁମାର ଷଡଙ୍ଗୀ ଓ ଶିକ୍ଷୟିତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝାଡା ବାନ୍ତିରେ ୨ ଆକ୍ରାନ୍ତ

ପାପଡାହାଣ୍ଡି,୩୧।୧(ଡି.ଏନ୍‌.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଘାଟଗୁଡା ପଞ୍ଚାୟତ କାଳିଆଗୁଡା ଗ୍ରାମରେ ଝାଡାବାନ୍ତି ଦେଖାଦେଇଛି । ଏଥିରେ ଗ୍ରାମର ଗୋଟିଏ ପରିବାରର ୨ ଜଣ ଆକ୍ରାନ୍ତ...

ବାଇକ ଦୁର୍ଘଟଣା: ୨ ଗୁରୁତର

ପାପଡ଼ାହାଣ୍ଡି,୨।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଦେଇ ଯାଇଥିବା ୨୬ ନଂ. ଜାତୀୟ ରାଜପଥ ଦୁଲପୁର ନିକଟରେ ମଙ୍ଗଳ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌...

ଭିଜିଲାନ୍ସ ଜାଲରେ ଆଇଆଇସି

ଉମରକୋଟ,୧୧ା୭(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ଥାନାର ଅତିରିକ୍ତ ଥାନାଧିକାରୀ (ଆଇଆଇସି) ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅତିରିକ୍ତ ଥାନାଧିକାରୀ...

ନିଖୋଜ ଝିଅକୁ ଖୋଜିବା ପାଇଁ ଏସ୍‌ପିଙ୍କ ଦ୍ୱାରସ୍ଥ

ନବରଙ୍ଗପୁର,୩୧।୩ (ବି.ପ୍ର): ଝିଅ ନିଖୋଜ ନେଇ ବାରମ୍ବାର ଥାନାକୁ ଯିବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏଏସ୍‌ଆଇ ଦୁର୍ବ୍ୟବହାର କରିବା ସହ ଧମକ ଦେଉଛନ୍ତି। ନବରଙ୍ଗପୁର...

୨ ନାବାଳିକାଙ୍କୁ ବଳାତ୍କାର

ଉମରକୋଟ, ୫।୬: ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସମ୍ପୃକ୍ତ ୨ ଜଣ ନାବାଳକଙ୍କୁ...

ସ୍କୁଲ ହଷ୍ଟେଲର ୯ ଛାତ୍ର ପଜିଟିଭ

ଉମରକୋଟ,୪ା୪: ନବରଙ୍ଗପୁର ଜିଲାରୁ ଦିନକରେ ୧୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରବିବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଉମରକୋଟ ଡୋଙ୍ଗ୍ରିଗୁଡ଼ାସ୍ଥିତ ଗୁରୁକୃପା...

କରୋନା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ

କୋଡ଼ିଙ୍ଗା/ନବରଙ୍ଗପୁର,୩୦ା୪(ଡି.ଏନ୍‌.ଏ./ବି.ପ୍ର.): ନବରଙ୍ଗପୁର ଜିଲା କୋଷାଗୁମୁଡ଼ା ବ୍ଲକ୍‌ ଏକୋରୀ ପଞ୍ଚାୟତ ଅଧୀନ ନୂନପାଣି ଗ୍ରାମରେ କରୋନା ସନ୍ଦିଗ୍ଧମାନଙ୍କ ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ବୁଧବାର ରାତିରେ...

ନିର୍ବାଚନୀ ସଭାରେ ନାଚିଲେ କଂଗ୍ରେସ ଜିଲା ସଭାପତି

ଉମରକୋଟ, ୧୩।୨(ସ୍ବ.ପ୍ର.): ଉମରକୋଟ ବ୍ଲକ କୁର୍ସୀରେ କଂଗେସ ଜିଲା ପରିଷଦ ପ୍ରାର୍ଥୀ ଦୀପା ରାୟ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଏକ...

Advertisement
Archives

Model This Week