ଜବରଦଖଲରେ ୩୦ ହଜାର ଏକର ଜଙ୍ଗଲ ଜମି

ପଟ୍ଟାମୁଣ୍ଡାଇ,୨୫ା୧୨(କଳ୍ପତରୁ ନାୟକ): ୨୦୦୯ର ସରକାରୀ ତଥ୍ୟ ଅନୁଯାୟୀ ୨୦୧୫ରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ବାଂଲାଦେଶୀ ଅନୁପ୍ରବେଶକାରୀ ମହାକାଳପଡ଼ା, ରାଜନଗର ଅଞ୍ଚଳରେ ରହୁଥିବା କହିଥିଲେ। ହେଲେ ୨୦୦୯ ମସିହାରେ ବାଂଲାଦେଶୀଙ୍କ ସଂଖ୍ୟା ୮୦ ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ୨ ଲକ୍ଷରୁ ଅଧିକ ହୋଇଗଲାଣି। ଏମାନେ ପ୍ରାୟ ୩୦ ହଜାର ଏକର ଜଙ୍ଗଲ ଜମି ସଫାକରି ଜୋରଜବରଦସ୍ତ ଘର କରି ରହିଆସୁଛନ୍ତି ବୋଲି ସ୍ଥାନୀୟ ଲୋକେ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏଠାରେ ସେମାନେ ଜଙ୍ଗଲ ଜମିକୁ ଅକ୍ତିଆର କରିବା ଫଳରେ ବନ୍ୟଜନ୍ତୁ ଗାଁ ମୁହାଁ ହେଉଛନ୍ତି। ଅନ୍ୟପକ୍ଷରେ ୨୦୦୦ ମସିହାରେ ରାଜନଗର ବ୍ଲକ ତାଳଚୁଆ ପଞ୍ଚାୟତ ବଣିପାଳ ଗ୍ରାମରେ ନକଲି ରେଡିଓ ଷ୍ଟେଶନ କରି ବିଭିନ୍ନ ତଥ୍ୟ ବାଂଲାଦେଶ ପ୍ରେରଣ କରୁଥିବା ନେଇ ଜିଲାପାଳ ଜାଣିବା ପରେ ତାହାକୁ ସିଲ୍‌ କରିଥିଲେ। ୨୦୦୨ରେ କନକନଗର ଗ୍ରାମରେ ଅନୁପ୍ରବେଶକାରୀମାନେ ଭାରତର ଜାତୀୟ ପତାକାକୁ ଗୋଡ଼ରେ ଦଳି ବାଂଲାଦେଶୀ ପତାକା ଉତ୍ତୋଳନ କରିଥିଲେ, ଯାହାକି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। କେନ୍ଦ୍ରାପଡ଼ାର ତତ୍କାଳୀନ ଏସ୍‌ପି ଦୟାଲ ଗଙ୍ଗୱାର ସେମାନଙ୍କୁ ଗିରଫ କରିଥିଲେ। ଏଥିସହ ମୂଲ୍ୟବାନ ମୂର୍ତ୍ତି ଚୋରି ରାକେଟର ମଧ୍ୟ ୧୫ ବାଂଲାଦେଶୀ ଅଭିଯୁକ୍ତ ଗିରଫ ହୋଇଥିଲେ। ସେତେବେଳେ କେତେଜଣ ସ୍ଥାନୀୟ ନେତା ଭୋଟ ବ୍ୟାଙ୍କ ଲୋଭରେ ବାଂଲାଦେଶୀଙ୍କୁ ଥଇଥାନ କରାଇଥିଲେ। ଏବେ ସେମାନଙ୍କ ସଂଖ୍ୟା ବଢ଼ିବା ସହ ରାଜନୈତିକ ଛତ୍ରଛାୟା ତଳେ ରହି ସରକାରୀ ସୁବିଧା ହାତେଇ ନେଉଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଥିବା ମାଗଣା ଚାଉଳକୁ ଭୁଟୁଭୁଟି ମାଧ୍ୟମରେ ବାଂଲାଦେଶକୁ ନେଉଛନ୍ତି। ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ଉପକୂଳ ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀମାନେ ଏଥିପ୍ରତି ଆଖିବୁଜି ଦେଇଥିବାରୁ ଅନୁପ୍ରବେଶକାରୀଙ୍କ ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକ ଆଶଙ୍କା ପ୍ରକାଶ କରିଛନ୍ତି।
ପ୍ରତିବର୍ଷ ଅନେକ ଶହ ଅନୁପ୍ରବେଶକାରୀ ଆସି ଛୋଟ ଛୋଟ ପଲା ମାରି ବସତି ସ୍ଥାପନ କରୁଛନ୍ତି। ପରେ ଭଲ ଘର କରି କୌଶଳକ୍ରମେ ଭୋଟର ଲିଷ୍ଟରେ ନାମ ଚଢ଼ାଇବା ସହ ସ୍ଥାୟୀ ବାସିନ୍ଦା ହେଉଛନ୍ତି। ଟ୍ରଲର ଚାଳକ ଭାବେ ବାଂଲାଦେଶ ସହ ସମ୍ପର୍କ ସ୍ଥାପନ ରଖୁଛନ୍ତି। ତଥ୍ୟ ପ୍ରେରଣ ପାଇଁ ନିଜନିଜ ଘରେ ଭିଏଚଏଫ୍‌, ୟୁଏଚଏଫ୍‌, ରେଡିଓ ତରଙ୍ଗ, ଇଲେକ୍ଟ୍ରୋନିକ୍‌ ନେଭିଗେଶନ୍‌, ମେରାଇନ୍‌ ଏଆର୍‌ୱେବ ଭଳି ବିଭିନ୍ନ ସରଞ୍ଜାମ ଲଗାଇଛନ୍ତି। ଜିଲାରେ ୩ଟି ସାମୁଦ୍ରିକ ଥାନା ରହିଥିବାବେଳେ ଏଠାରେ ଆବଶ୍ୟକ କର୍ମଚାରୀଙ୍କ ଅଭାବ ରହିଛି। ପୋଲିସ ପ୍ରଶାସନର ଢ଼ିଲା ନୀତି ଯୋଗୁ ଉପକୂଳରେ ଏମାନେ ଅନାୟାସରେ ଅପରାଧ ଘଟାଇ ଫେରାର ହେବାରେ ସକ୍ଷମ ହେଉଛନ୍ତି। ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗା ନ ଗଲେ ଖୁବ୍‌କମ ଦିନ ମଧ୍ୟରେ କେନ୍ଦ୍ରାପଡ଼ା ଜିଲା ଉପକୂଳ ଅଞ୍ଚଳର ଜଙ୍ଗଲ ଜମି ଏମାନଙ୍କ ଦଖଲକୁ ଚାଲିଯିବା ଆଶଙ୍କା ସୃଷ୍ଟି ହୋଇଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ଜିଲାରେ କେତେ ଶାରଣାର୍ଥୀ ଅଛନ୍ତି, ସେନେଇ ୨୦୧୪ରେ ପ୍ରଶାସନ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା। ଜିଲାର ସମସ୍ତ ବିଡିଓ ଏବଂ ତହସିଲଦାରଙ୍କୁ ସେ ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ କୁହାଯାଇଥିଲା। କିନ୍ତୁ ପରେ ରାଜନୈତିକ ଚାପ ଯୋଗୁ ଏହା ସମ୍ଭବ ହୋଇପାରି ନ ଥିଲା। ବାଂଲାଦେଶୀଙ୍କ ସଂଖ୍ୟା ବୃଦ୍ଧି ଯୋଗୁ ସ୍ଥାନୀୟ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି। କେହି ସେମାନଙ୍କ ବିରୋଧରେ ପାଟି ଖୋଲିଲେ ଜୀବନ ପ୍ରତି ବିପଦ ରହୁଛି। ଉପକୂଳ ଅଞ୍ଚଳରେ ଚୋରି, ରାହାଜାନି ଓ ଅପହରଣ ମଧ୍ୟ ବଢ଼ିଚାଲିଛି। ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଏନେଇ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ସେ କହିଛନ୍ତି, ୨୦୨୦ରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶରେ କେତେକ ସ୍ଥାନରେ ଜଙ୍ଗଲ ଜମି ଜବରଦଖଲକୁ ଉଚ୍ଛେଦକରି ନେଇ ପ୍ଲାଣ୍ଟେଶନ କରିଛୁ। ଅନ୍ୟ ଜମି ଉପରେ ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାରୁ ସ୍ଥଗିତାଦେଶ ଜାରି ହୋଇଛି। ନିର୍ଦ୍ଦେଶ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବାଂଲାଦେଶୀଙ୍କ ଅନୁପ୍ରବେଶ ବାବଦରେ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ସରକାରୀ ଭାବେ କେନ୍ଦ୍ରାପଡ଼ା ଜିଲାରେ ୧,୬୪୯ ଜଣ ଅନୁପ୍ରବେଶକାରୀ ଚିହ୍ନଟ ହୋଇଥିବାବେଳେ କେତେଜଣ ପଳାଇ ଗଲେଣି। ଅନୁପ୍ରବେଶକାରୀମାନେ କିପରି ଆମ ଅଞ୍ଚଳରେ ପ୍ରବେଶ ନ କରିବେ ସେଥିନେଇ ପ୍ରଶାସନ ସଜାଗ ଅଛି। କେତେ ଜଙ୍ଗଲ ଜମି ସେମାନେ ଦଖଲରେ ଅଛନ୍ତି ସେନେଇ ରାଜନଗର ଓ ମହାକାଳପଡ଼ା ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?