Odisha Elections 2024

ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି। ଏହି ଘଟଣାର ତଦନ୍ତ ପରେ ପୋଲିସ କୋର୍ଟରେ ୩୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟ ବିଷୟରେ ସିଓ ସିଟି ଆଲୋକ ମିଶ୍ର କହିଛନ୍ତି, ଚାର୍ଜଶିଟରେ ପୋଲିସ ପ୍ରତ୍ୟେକ ଲିଙ୍କ ଯୋଡିଛି। ପୋଷ୍ଟ ମର୍ଟମ ରିପୋର୍ଟ, ଗଣମାଧ୍ୟମରେ ପ୍ରକାଶିତ ଭିଡିଓ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଚାର୍ଜଶିଟ ପ୍ରସ୍ତୁତ କରାଯାଇଛି।

ସଂଗୃହିତ ପ୍ରମାଣ ଆଧାରରେ ଅନୁସନ୍ଧାନକାରୀ ଅଧିକାରୀ ରାଜେଶ ଯାଦବ ଚାର୍ଜଶିଟରେ ଲେଖିଛନ୍ତି ଅଭିଯୁକ୍ତ ମନୋଜଙ୍କୁ ଧାରା ୧୧ (ପ୍ରିଭେନଶନ ଅଫ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ) ଏବଂ ଧାରା ୨୯ (ପ୍ରାଣୀମାନଙ୍କୁ ହତ୍ୟା କିମ୍ବା ଅକ୍ଷମ କରିବା)ରେ ଅଭିଯୁକ୍ତ କରାଯାଇଛି। ଚାର୍ଜଶିଟକୁ ମଜବୁତ କରିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରାଯାଇଛି, ଯେଉଁଥିରେ ସ୍ପଷ୍ଟ କରାଯାଇଛି, ମୂଷାର ଫୁସଫୁସ ନଷ୍ଟ ହୋଇଯାଇଛି, ସେଥିରେ ଫୁଲା ଅଛି, ଯକୃତରେ ମଧ୍ୟ ସଂକ୍ରମଣ ହୋଇଛି। ଏହା ବ୍ୟତୀତ, ମୂଷାର ମାଇକ୍ରୋସ୍କୋପିକ ପରୀକ୍ଷଣରେ ମଧ୍ୟ ସ୍ପଷ୍ଟ କରାଯାଇଛି ମୂଷାର ମୃତ୍ୟୁ ଶ୍ୱାସରୁଦ୍ଧ ହେବା ଯୋଗୁ ହୋଇଥିଲା।

ସଦର ଥାନାର ପାନୱାଡି ଛକରେ ରହୁଥିବା ମନୋଜ ୨୫ ନଭେମ୍ବର ୨୦୨୨ରେ ଏକ ଡ୍ରେନରେ ମୂଷାକୁ ବୁଡ଼ାଇ ରଖିଥିଲେ।
ଏହା ସହିତ, ମୂଷାକୁ ପଥରରେ ବାନ୍ଧି ଦେଥିଲେ। ସେହି ବାଟ ଦେଇ ଯାଉଥିବା ପ୍ରାଣୀପ୍ରେମୀ ବିକେନ୍ଦ୍ର ଶର୍ମା ମୂଷାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୂଷା ମରିଯାଇଥିଲା। ଏହା ପରେ ସେ ପୋଲିସ ଷ୍ଟେଶନରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲେ। ଏଫଆଇଆର୍‌ ପରେ ମୃତ ଦେହର ପୋଷ୍ଟମର୍ଟମ କରିବାକୁ କୁହାଯାଇଥିଲା। ମାତ୍ର ଜିଲାରେ ମୂଷା ପୋଷ୍ଟ ମର୍ଟମ ପାଇଁ କୌଣସି ସୁବିଧା ନ ଥିଲା। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉ ନ ଥିଲେ। କିନ୍ତୁ ଆଇନଗତ ପ୍ରକ୍ରିୟା ପାଇଁ ପୋଷ୍ଟମର୍ଟମ କରିବାକୁ ବିକେନ୍ଦ୍ର ଜିଦ ଧରିଥିଲେ।

ସେଥିପାଇଁ ମୂଷାର ପୋଷ୍ଟମର୍ଟମ ପାଇଁ ବରେଲି ଆଇଭିଆରଆଇକେନ୍ଦ୍ରକୁ ପଠାଯାଇଥିଲା ଏବଂ ପୋଷ୍ଟମର୍ଟମ କରାଯାଇଥିଲା। ଏହା ପରେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ମୁଷାର ଯକୃତ ଏବଂ ଫୁସଫୁସ ନଷ୍ଟ ହୋଇସାରିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଡ୍ରେନ ପାଣିରେ ବୁଡ଼ିବା କାରଣରୁ ମୂଷାର ମୃତ୍ୟୁ ହୋଇ ନାହିଁ। ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ଘଟିଛି। ମୂଷା ପୂର୍ବରୁ ଅନେକ ରୋଗରେ ପୀଡିତ ଥିଲା। ତେଣୁ ତା ପାଇଁ ବଞ୍ଚିବା କଷ୍ଟସାଧ୍ୟ ଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା, କିନ୍ତୁ ପରେ ପୋଲିସ ଷ୍ଟେଶନରୁ ଜାମିନ ପ୍ରଦାନ କରାଥିଲା। ତା’ପରେ ମନୋଜ ପାଞ୍ଚ ଦିନ ପରେ କୋର୍ଟରେ ପହଞ୍ଚି କହିଥିଲେ, ମୁଁ ଆତ୍ମସମର୍ପଣ କରିବାକୁ ଆସିଛି। କିଛି ସମୟ ପରେ ମନୋଜଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ଆନିମଲ କ୍ରୁଲିଟି ଆକ୍ଟ ମାମଲାରେ ୧୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ଧାରା ୪୨୯ ଅନୁଯାୟୀ, ଉଭୟ ପାଞ୍ଚ ବର୍ଷ କାରାଦଣ୍ଡ ଏବଂ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ଯେହେତୁ ଏପରି ମାମଲା ପୂର୍ବରୁ ସାମ୍ନାକୁ ଆସିନାହିଁ। ପ୍ରାଣୀମାନଙ୍କ ପ୍ରତି ନିର୍ଦ୍ଦୟତାର ମାମଲା ପଞ୍ଜୀକୃତ ହୋଇଛି କିନ୍ତୁ ମୂଷା ସମ୍ବନ୍ଧୀୟ ମାମଲା ଏବଂ ପୋଷ୍ଟ ମର୍ଟମ ପୂର୍ବରୁ ସାମ୍ନାକୁ ଆସି ନାହିଁ। ଏଭଳି ପରିସ୍ଥିତିରେ ମନୋଜଙ୍କ ଉପରେ କୋର୍ଟ କେତେ ଦଣ୍ଡାାଦେଶ ଓ ଜରିମାନା ଆଦାୟ କରିବେ, ଏହା ମଧ୍ୟ ଏକ ଉଦାହରଣ ହେବ। ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ପ୍ରାଣୀପ୍ରେମୀ ବିକେନ୍ଦ୍ର ଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଗକୁ ଆସିଛନ୍ତି। ସେ କହିଛନ୍ତି ଚାରିଟି ଗୋଡ ଏବଂ ଗୋଟିଏ ଲାଞ୍ଜ ଥିବା ଏକ ପ୍ରାଣୀ ହେଉଛି ମୂଷା। ମୂଷାକୁ ମାରି ଥିବା ପାଇଁ ଆମେ ଏଫଆଇଆର୍‌ ଦାଖଲ କରିନାହୁଁ, କିନ୍ତୁ ଏହା ପ୍ରତି ହୋଇଥିବା ନିଷ୍ଠୁରତା ଲାଗି ଏଭଳି କରାଯାଇଛି। ଯେଉଁ ପ୍ରାଣୀମାନଙ୍କୁ ହତ୍ୟା କରାଯାଇ ବିକ୍ରୟ କରାଯାଏ, ପ୍ରଥମେ ସେମାନଙ୍କର ମସ୍ତିଷ୍କର ସମ୍ବେଦନଶୀଳ ଶିରା କାଟି ହତ୍ୟା କରାଯାଇଥାଏ। ତାଙ୍କ ମୃତ୍ୟୁ ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଦିଆଯାଏ। ଏହାର ଲାଇସେନ୍ସ ପ୍ରକ୍ରିୟା ପାଇଁ ଏକ ଅଲଗା ନିୟମ ଅଛି। ଦୀର୍ଘ ଦିନରୁ ଆମେ ପ୍ରାଣୀ ସେବାରେ ନିୟୋଜିତ ରହିଛୁ। ଯେତେବେଳେ ପ୍ରାଣୀ କ୍ରୁରତା ଆକ୍ଟ ହୋଇଛି, ଏହାକୁ ମଧ୍ୟ ପାଳନ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ରାଷ୍ଟ୍ରପତିଙ୍କ ବିୟୋଗରେ ମଙ୍ଗଳବାର ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳିବ ଭାରତ

ନୂଆଦିଲ୍ଲୀ,୨୦।୫: ହେଲିକପ୍ଟର ଦୁର୍ଘଟଣାରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଇରାନରେ ୫ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ...

ପତ୍ନୀ ସୁନୀତାଙ୍କ ସହ କେଜ୍‌ରିଓ୍ବାଲଙ୍କ ପ୍ରଥମ ରୋଡ ଶୋ’, କହିଲେ ମୋଦି ଜୀ…

ନୂଆଦିଲ୍ଲୀ,୨୦।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସୋମବାର ପତ୍ନୀ ସୁନୀତା କେଜ୍‌ରିଓ୍ବାଲଙ୍କ ସହ ଏକ ରୋଡ ଶୋ’ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ଭଲ...

ଭୋଟ୍‌ ବର୍ଜନ କରିଥିବା ଭୋଟରଙ୍କୁ ବୁଝାଇବାକୁ ରାଏବରେଲି ଯାଇଥିଲେ ରାହୁଲ, ଶୁଭିଲା ଜୟ ଶ୍ରୀ ରାମ ନାରା, ଆଉ ତା’ପରେ…

ନୂଆଦିଲ୍ଲୀ,୨୦।୫: ସୋମବାର ଲୋକ ସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ହୋଇଛି। ଏହି ସମୟରେ ଉତ୍ତରପ୍ରଦେଶର ହଟ ସିଟ ରାଏବରେଲିରେ ଏକ ଗାଁର...

ଯେଉଁ ମନ୍ଦିରକୁ ଯାଉଛନ୍ତି କଙ୍ଗନା, ସେହି ମନ୍ଦିରକୁ ସଫା କରିବା ଜରୁରୀ, ବିକ୍ରମାଦିତ୍ୟ ସିଂଙ୍କ ବିବାଦୀୟ ବୟାନ

ମଣ୍ଡି,୨୦।୫: ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂ ଭାଜପା ପ୍ରାର୍ଥୀ କଙ୍ଗନା ରାଣାଓ୍ବତଙ୍କୁ ଟାର୍ଗେଟ କରିଛନ୍ତି। ଦେବ ସମାଜ ବିଷୟରେ...

୨୦ ଫୁଟ୍‌ ଖାଲକୁ ଖସିଲା ପିକ୍‌ଅପ୍‌:୧୭ ମୃତ

ରାୟପୁର,୨୦।୫: ଛତିଶଗଡର କାୱାର୍ଡା ଜିଲାର କୁକଦୁରରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ ପିକଅପ ଗାଡି ୨୦ ଫୁଟ୍‌ ଖାଇକୁ ଓଲଟି ପଡ଼ିବାରୁ...

ଅହମଦାବାଦ ବିମାନ ବନ୍ଦରରେ ବଡ ଆକ୍ସନ, ଧରାହେଲେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ

ଅହମଦାବାଦ,୨୦।୫: ଗୁଜୁରାଟର ଅହମଦାବାଦରେ ଇସଲାମିକ ଷ୍ଟେଟର ୪ ଆତଙ୍କବାଦୀ ଧରାପଡିଛନ୍ତି। ଗୁଜୁରାଟ ଏଟିଏସ ଅହମଦାବାଦ ବିମାନବନ୍ଦରରୁ ସମସ୍ତ ୪ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ...

ଯଦି ଆପଣ କୋଭାକ୍ସିନ ନେଇଛନ୍ତି, ତେବେ ଭୟ କରିବାର ଆବଶ୍ୟକତା ନାହିଁ

ନୂଆଦିଲ୍ଲୀ,୨୦।୫: ନିକଟରେ କରୋନା ଟିକା ସମ୍ବନ୍ଧରେ ଅନେକ ଭୟାନକ ଦାବି ସାମ୍ନାକୁ ଆସିଛି। ବର୍ତ୍ତମାନ ଆଇସିଏମଆର ଏହି ଦାବିକୁ ଭୁଲ ବୋଲି କହିଛି। କୋଭାକ୍ସିନର ପାର୍ଶ୍ୱ...

ଏଥର ଭବିଷ୍ୟବାଣୀ ପୂରଣ ନ ହେଲେ ମୁହଁରେ ଗୋବର ବୋଳିବାକୁ ପ୍ରସ୍ତୁତ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନ ୨୦୨୪ ଏବଂ ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ନେଇ ରାଜନୈତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri