ମୂଷା ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ୩୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ: ହୋଇପାରେ ୫ ବର୍ଷ ଜେଲ ଦଣ୍ଡାଦେଶ…

ଲକ୍ଷ୍ନୌ,୧୧।୪ : ଉତ୍ତରପ୍ରଦେଶର ବାଦାଉନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ମୂଷା ମାରିବା ମହଙ୍ଗା ପଡ଼ିଛି। ହେଲା ବର୍ତ୍ତମାନ ତାଙ୍କୁ ଏହି ମାମଲାରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ହୋଇପାରେ ବୋଲି କୁହାଯାଉଛି। ଏହି ଘଟଣାର ତଦନ୍ତ ପରେ ପୋଲିସ କୋର୍ଟରେ ୩୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏହି ଚାର୍ଜଶିଟ ବିଷୟରେ ସିଓ ସିଟି ଆଲୋକ ମିଶ୍ର କହିଛନ୍ତି, ଚାର୍ଜଶିଟରେ ପୋଲିସ ପ୍ରତ୍ୟେକ ଲିଙ୍କ ଯୋଡିଛି। ପୋଷ୍ଟ ମର୍ଟମ ରିପୋର୍ଟ, ଗଣମାଧ୍ୟମରେ ପ୍ରକାଶିତ ଭିଡିଓ ଏବଂ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଶେଷଜ୍ଞଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ଏହି ଚାର୍ଜଶିଟ ପ୍ରସ୍ତୁତ କରାଯାଇଛି।

ସଂଗୃହିତ ପ୍ରମାଣ ଆଧାରରେ ଅନୁସନ୍ଧାନକାରୀ ଅଧିକାରୀ ରାଜେଶ ଯାଦବ ଚାର୍ଜଶିଟରେ ଲେଖିଛନ୍ତି ଅଭିଯୁକ୍ତ ମନୋଜଙ୍କୁ ଧାରା ୧୧ (ପ୍ରିଭେନଶନ ଅଫ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ) ଏବଂ ଧାରା ୨୯ (ପ୍ରାଣୀମାନଙ୍କୁ ହତ୍ୟା କିମ୍ବା ଅକ୍ଷମ କରିବା)ରେ ଅଭିଯୁକ୍ତ କରାଯାଇଛି। ଚାର୍ଜଶିଟକୁ ମଜବୁତ କରିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରାଯାଇଛି, ଯେଉଁଥିରେ ସ୍ପଷ୍ଟ କରାଯାଇଛି, ମୂଷାର ଫୁସଫୁସ ନଷ୍ଟ ହୋଇଯାଇଛି, ସେଥିରେ ଫୁଲା ଅଛି, ଯକୃତରେ ମଧ୍ୟ ସଂକ୍ରମଣ ହୋଇଛି। ଏହା ବ୍ୟତୀତ, ମୂଷାର ମାଇକ୍ରୋସ୍କୋପିକ ପରୀକ୍ଷଣରେ ମଧ୍ୟ ସ୍ପଷ୍ଟ କରାଯାଇଛି ମୂଷାର ମୃତ୍ୟୁ ଶ୍ୱାସରୁଦ୍ଧ ହେବା ଯୋଗୁ ହୋଇଥିଲା।

ସଦର ଥାନାର ପାନୱାଡି ଛକରେ ରହୁଥିବା ମନୋଜ ୨୫ ନଭେମ୍ବର ୨୦୨୨ରେ ଏକ ଡ୍ରେନରେ ମୂଷାକୁ ବୁଡ଼ାଇ ରଖିଥିଲେ।
ଏହା ସହିତ, ମୂଷାକୁ ପଥରରେ ବାନ୍ଧି ଦେଥିଲେ। ସେହି ବାଟ ଦେଇ ଯାଉଥିବା ପ୍ରାଣୀପ୍ରେମୀ ବିକେନ୍ଦ୍ର ଶର୍ମା ମୂଷାକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ମୂଷା ମରିଯାଇଥିଲା। ଏହା ପରେ ସେ ପୋଲିସ ଷ୍ଟେଶନରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ପଞ୍ଜୀକୃତ କରିଥିଲେ। ଏଫଆଇଆର୍‌ ପରେ ମୃତ ଦେହର ପୋଷ୍ଟମର୍ଟମ କରିବାକୁ କୁହାଯାଇଥିଲା। ମାତ୍ର ଜିଲାରେ ମୂଷା ପୋଷ୍ଟ ମର୍ଟମ ପାଇଁ କୌଣସି ସୁବିଧା ନ ଥିଲା। ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଉ ନ ଥିଲେ। କିନ୍ତୁ ଆଇନଗତ ପ୍ରକ୍ରିୟା ପାଇଁ ପୋଷ୍ଟମର୍ଟମ କରିବାକୁ ବିକେନ୍ଦ୍ର ଜିଦ ଧରିଥିଲେ।

ସେଥିପାଇଁ ମୂଷାର ପୋଷ୍ଟମର୍ଟମ ପାଇଁ ବରେଲି ଆଇଭିଆରଆଇକେନ୍ଦ୍ରକୁ ପଠାଯାଇଥିଲା ଏବଂ ପୋଷ୍ଟମର୍ଟମ କରାଯାଇଥିଲା। ଏହା ପରେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଥିଲା ଯେଉଁଥିରେ କୁହାଯାଇଥିଲା ମୁଷାର ଯକୃତ ଏବଂ ଫୁସଫୁସ ନଷ୍ଟ ହୋଇସାରିଥିଲା। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଡ୍ରେନ ପାଣିରେ ବୁଡ଼ିବା କାରଣରୁ ମୂଷାର ମୃତ୍ୟୁ ହୋଇ ନାହିଁ। ଶ୍ୱାସରୁଦ୍ଧ ଯୋଗୁ ମୃତ୍ୟୁ ଘଟିଛି। ମୂଷା ପୂର୍ବରୁ ଅନେକ ରୋଗରେ ପୀଡିତ ଥିଲା। ତେଣୁ ତା ପାଇଁ ବଞ୍ଚିବା କଷ୍ଟସାଧ୍ୟ ଥିଲା। ଏହି ମାମଲାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା, କିନ୍ତୁ ପରେ ପୋଲିସ ଷ୍ଟେଶନରୁ ଜାମିନ ପ୍ରଦାନ କରାଥିଲା। ତା’ପରେ ମନୋଜ ପାଞ୍ଚ ଦିନ ପରେ କୋର୍ଟରେ ପହଞ୍ଚି କହିଥିଲେ, ମୁଁ ଆତ୍ମସମର୍ପଣ କରିବାକୁ ଆସିଛି। କିଛି ସମୟ ପରେ ମନୋଜଙ୍କୁ କୋର୍ଟ ଜାମିନ ପ୍ରଦାନ କରିଥିଲେ।

ଆଇନ ବିଶେଷଜ୍ଞଙ୍କ ଅନୁଯାୟୀ, ଆନିମଲ କ୍ରୁଲିଟି ଆକ୍ଟ ମାମଲାରେ ୧୦ ଟଙ୍କାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଏବଂ ତିନି ବର୍ଷ କାରାଦଣ୍ଡର ବ୍ୟବସ୍ଥା ରହିଛି। ଧାରା ୪୨୯ ଅନୁଯାୟୀ, ଉଭୟ ପାଞ୍ଚ ବର୍ଷ କାରାଦଣ୍ଡ ଏବଂ ଜରିମାନା ବ୍ୟବସ୍ଥା ମଧ୍ୟ ରହିଛି। ଯେହେତୁ ଏପରି ମାମଲା ପୂର୍ବରୁ ସାମ୍ନାକୁ ଆସିନାହିଁ। ପ୍ରାଣୀମାନଙ୍କ ପ୍ରତି ନିର୍ଦ୍ଦୟତାର ମାମଲା ପଞ୍ଜୀକୃତ ହୋଇଛି କିନ୍ତୁ ମୂଷା ସମ୍ବନ୍ଧୀୟ ମାମଲା ଏବଂ ପୋଷ୍ଟ ମର୍ଟମ ପୂର୍ବରୁ ସାମ୍ନାକୁ ଆସି ନାହିଁ। ଏଭଳି ପରିସ୍ଥିତିରେ ମନୋଜଙ୍କ ଉପରେ କୋର୍ଟ କେତେ ଦଣ୍ଡାାଦେଶ ଓ ଜରିମାନା ଆଦାୟ କରିବେ, ଏହା ମଧ୍ୟ ଏକ ଉଦାହରଣ ହେବ। ଏନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିବାରେ ଲାଗିଛି।

ଅନ୍ୟପକ୍ଷରେ ପ୍ରାଣୀପ୍ରେମୀ ବିକେନ୍ଦ୍ର ଶର୍ମା ମଧ୍ୟ ଏହି ପ୍ରସଙ୍ଗରେ ଖୋଲାଖୋଲି ଭାବେ ଆଗକୁ ଆସିଛନ୍ତି। ସେ କହିଛନ୍ତି ଚାରିଟି ଗୋଡ ଏବଂ ଗୋଟିଏ ଲାଞ୍ଜ ଥିବା ଏକ ପ୍ରାଣୀ ହେଉଛି ମୂଷା। ମୂଷାକୁ ମାରି ଥିବା ପାଇଁ ଆମେ ଏଫଆଇଆର୍‌ ଦାଖଲ କରିନାହୁଁ, କିନ୍ତୁ ଏହା ପ୍ରତି ହୋଇଥିବା ନିଷ୍ଠୁରତା ଲାଗି ଏଭଳି କରାଯାଇଛି। ଯେଉଁ ପ୍ରାଣୀମାନଙ୍କୁ ହତ୍ୟା କରାଯାଇ ବିକ୍ରୟ କରାଯାଏ, ପ୍ରଥମେ ସେମାନଙ୍କର ମସ୍ତିଷ୍କର ସମ୍ବେଦନଶୀଳ ଶିରା କାଟି ହତ୍ୟା କରାଯାଇଥାଏ। ତାଙ୍କ ମୃତ୍ୟୁ ପରେ ଶରୀରକୁ ଖଣ୍ଡ ଖଣ୍ଡ କରିଦିଆଯାଏ। ଏହାର ଲାଇସେନ୍ସ ପ୍ରକ୍ରିୟା ପାଇଁ ଏକ ଅଲଗା ନିୟମ ଅଛି। ଦୀର୍ଘ ଦିନରୁ ଆମେ ପ୍ରାଣୀ ସେବାରେ ନିୟୋଜିତ ରହିଛୁ। ଯେତେବେଳେ ପ୍ରାଣୀ କ୍ରୁରତା ଆକ୍ଟ ହୋଇଛି, ଏହାକୁ ମଧ୍ୟ ପାଳନ କରାଯିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?