ବାଘ ସହ ୩୦ ମିନିଟର ଲଢେଇ: ଯୁବକ ଗୁରୁତର

ନୀଳଗିରି, ୨୪।୭ (ପ୍ରଶାନ୍ତ କୁମାର ବିଶ୍ୱାଳ): କୁଳଡିହା ଅଭୟାରଣ୍ୟ ନିକଟରେ ବାଘ ଆକ୍ରମଣରେ ଜଣେ  ଯୁବକ ଗୁରୁତର  ହୋଇଛନ୍ତି। ପ୍ରଥମେ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁଯାୟୀ, ବରହମପୁର ଥାନା ଅନ୍ତର୍ଗତ କେସିପୁର ପଞ୍ଚାୟତର ବାଲିଆନାଳ ନଟାପଡ଼ା ଗ୍ରାମର ନାରଣ ସିଂଙ୍କ ପୁଅ ସୁନୀଲ କୁମାର ସିଂ (୨୬) ଚାଷ କାମ ପାଇଁ ହଳ ଓ ବଳଦ ନେଇ ନିକଟସ୍ଥ ବିଲକୁ ଯାଇଥିଲେ। ଚାଷ କାମ ଆରମ୍ଭ ପୂର୍ବରୁ ସେ ବଳଦ ଦୁଇଟିକୁ ଚରିବା ପାଇଁ ଛାଡ଼ି ଦେଇ ଖାଇବାକୁ ବସିଥିଲେ।

ଏହି ସମୟରେ ବଳଦ ଦୁଇଟି ଚରିଚରି ନିକଟସ୍ଥ କୁଳଡିହା ଜଙ୍ଗଲ ମଧ୍ୟକୁ ପଶିଯାଇଥିଲା। ଅପରାହ୍ନ ପ୍ରାୟ ୧୨.୩୦ଟା ସମୟରେ ସୁନୀଲ ବଳଦ ଖୋଜିବା ପାଇଁ ଜଙ୍ଗଲ ମଧ୍ୟକୁ ଯାଇଥିବା ବେଳେ ହଠାତ୍ ଏକ ବାଘ ତାଙ୍କୁ ଆକ୍ରମଣ କରିଥିଲା। ବାଘ ଓ ସୁନୀଲଙ୍କ ମଧ୍ୟରେ କିଛି ସମୟ ଧରି ସଂଘର୍ଷ ଚାଲିଥିଲା।

ପାଖରେ ଚାଷ କାମ କରୁଥିବା ଚାଷୀମାନେ ସୁନୀଲଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କ ଗହଳି ଦେଖି ବାଘଟି ଜଙ୍ଗଲ ମଧ୍ୟକୁ ପଳାଇଯାଇଥିଲା। ପରେ ସ୍ଥାନୀୟ ଲୋକେ ସୁନୀଲଙ୍କୁ ଉଦ୍ଧାର କରି ପ୍ରଥମେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ, ବାଲେଶ୍ୱରକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ କୁଳଡିହା ଅଭୟାରଣ୍ୟ ନିକଟବର୍ତ୍ତୀ ଗ୍ରାମଗୁଡ଼ିକରେ ଭୟର ପରିବେଶ ସୃଷ୍ଟି ହୋଇଛି। ବନ ବିଭାଗ ପକ୍ଷରୁ ଲୋକମାନଙ୍କୁ ଜଙ୍ଗଲ ନିକଟକୁ ଏକାକୀ ନ ଯିବା ଏବଂ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳିରେ କର୍ମଚାରୀଙ୍କୁ ଦାମୀ ଉପହାର; ମିଠା ବଦଳରେ ଦେଲେ iPhone Duo, ତାପରେ….

ଦୁବାଇ,୬।୧୧: ଦୀପାବଳି ଅବସରରେ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ମିଠା ପ୍ୟାକେଟ୍‌ କିମ୍ବା ଛୋଟ ଉପହାର ଦେଇଥାନ୍ତି । ହେଲେ ୟୁଏଇର ଏକ କମ୍ପାନୀରେ ଏଥର ଯାହା…

ବନ୍ୟା ପରବର୍ତ୍ତୀ ଦୁର୍ଦ୍ଦଶା ନେଲା ବୃଦ୍ଧଙ୍କ ଜୀବନ, କାଦୁଅରେ ଗୋଡ଼ ଖସି…

ପୁରୁଷୋତ୍ତମପୁର,୬ା୧୧(ସବିତା ମିଶ୍ର): ବନ୍ୟାର ବିଭୀଷିକା ଥମିବା ପରେ ବି ଲୋକଙ୍କ ପିଛା ଛାଡ଼ୁନି ଦୁର୍ଦ୍ଦଶା। ବନ୍ୟାଜଳ ଛାଡ଼ିଯାଇଥିବା କାଦୁଅ ଏବେ ଜୀବନ ପାଇଁ ବିପଦ ସାଜିଛି। ଏଭଳି…

ଧନତେରସରେ ବଡ଼ ଝଟ୍‌କା! ଦେଢ଼ ଲକ୍ଷ ପହଞ୍ଚିଲା ସୁନାଦର, ଏକ୍ସପର୍ଟ କହିଲେ ଆଜି ଏକାଥରେ ବଢିବ…

ନୂଆଦିଲ୍ଲୀ,୬।୧୧: ପର୍ୱପର୍ୱାଣୀ ସିଜିନ ଆରମ୍ଭ ହେବାକ୍ଷଣି ସୁନା ଦର ପୁଣିଥରେ ସାଧାରଣ ଲୋକଙ୍କ ପାଖଠାରୁ ଦୂରେଇ ଯାଉଥିବାର ନଜର ଆସୁଛି। ଶୁକ୍ରବାର ପାଳନ ହେଉଥିବା ଧନତେରସ ଏବଂ…

ଧନତେରସରେ ସୁନା କିଣିବାକୁ ପ୍ଲାନ କରୁଛନ୍ତି? ଜାଣନ୍ତୁ ଭୁବନେଶ୍ୱରରେ ୧୦ଗ୍ରାମ୍‌କୁ କେତେ ଅଛି ସୁନା ରେଟ୍‌

ଭୁବନେଶ୍ୱର,୬।୧୧: ଆଜି ୬ ନଭେମ୍ୱର, ଶୁକ୍ରବାର ଦିନ ଦେଶବ୍ୟାପୀ ଧନତେରସର ପବିତ୍ର ପର୍ୱ ବେଶ ଧୁମଧାମରେ ପାଳନ କରାଯାଉଛି। ଧନତେରସ ଅର୍ଥାତ ସୁଖ-ସମୃଦ୍ଧି କିଣାକିଣିର ଦିନ ଏବଂ…

ନିର୍ବାଚନରେ ହାରିବା ପରେ ମଧ୍ୟ ପଛଘୁଞ୍ଚା ଦେବାକୁ ପ୍ରସ୍ତୁତ ନୁହନ୍ତି ଟ୍ରମ୍ପ

ଓ୍ବାଶିଂଟନ,୬।୧୧: ୨୦୨୬ ଆମେରିକା ମଧ୍ୟବର୍ତ୍ତୀ ନିର୍ବାଚନରେ ଡେମୋକ୍ରାଟମାନଙ୍କର ଏକ ବଡ଼ ବିଜୟ ପରିପ୍ରେକ୍ଷୀରେ, ଟ୍ରମ୍ପ ପ୍ରଶାସନ ସମାଧାନ ବା ବୁଝାମଣା ରାସ୍ତା ଆପଣାଇବା ପରିବର୍ତ୍ତେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳର…

ସନ୍ତାନ ପ୍ରସବ କଲେ ଦଶମ ଶ୍ରେଣୀ ଛାତ୍ରୀ, ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ, ନବଜାତ ଶିଶୁର ମୃତ୍ୟୁ ପରେ…

ବାରିପଦା,୬ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଧନପୁରସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରୀ ୭ ମାସର ଗର୍ଭବତୀ ଅବସ୍ଥାରେ…

ଟି-୨୦ କ୍ରିକେଟ୍‌ରେ ଆନ୍ଦ୍ରେ ରସେଲଙ୍କ ଐତିହାସିକ କୀର୍ତ୍ତିମାନ, ଏମିତି କାରନାମା କରିବାରେ ବିଶ୍ୱର ପ୍ରଥମ କ୍ରିକେଟର୍‌

ନୂଆଦିଲ୍ଲୀ,୬।୧୧: ଟି-୨୦ କ୍ରିକେଟ୍‌ରେ ନୂଆ ଇତିହାସ ରଚିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପୂର୍ବତନ ଖେଳାଳି ଆନ୍ଦ୍ରେ ରସେଲ। ଏହି ଫର୍ମାଟ୍‌ରେ ୧୦ ହଜାରରୁ ଅଧିକ ରନ ଏବଂ ୫୦୦ରୁ ଅଧିକ…

LIVE ମ୍ୟାଚ ସମୟରେ ଘଟିଲା ବଡ଼ ଦୁର୍ଘଟଣା: ଷ୍ଟ୍ରେଚର୍‌ରେ ଖେଳାଳିଙ୍କୁ ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୬।୧୧: ବାଂଲାଦେଶ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସିଲହଟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ସମୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?