ମର୍ମନ୍ତୁଦ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ…

କରାଚି,୧୯।୭: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁଠାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସିନ୍ଧୁ ହାଇଓ୍ବେରେ ଏକ ଯାତ୍ରୀବାହୀ ବସ୍‌ ସହିତ ଟ୍ରକ୍‌ର ଧକ୍କା ହୋଇଛି। ଏହି ଘଟଣାରେ ୪୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବସ୍‌ଟି ସିଆଲକୋଟରୁ ଶଜନପୁର ଯାଉଥିଲା। ଲୋକେ ଇଦ୍‌ ପାଳନ ପାଇଁ ନିଜ ନିଜ ଘରକୁ ଫେରୁଥିଲେ। ବସ୍‌ରେ ୭୫ ଜଣ ଯାତ୍ରୀ ଯାତ୍ରା କରୁଥିବା ସ୍ଥାନୀୟ ଅଧିକାରୀ ନୈୟର ଆଲମ୍‌ ସୂଚନା ଦେଇଛନ୍ତି। ଯାତ୍ରୀଙ୍କ ମଧ୍ୟରେ ଅଧିକ ସଂଖ୍ୟକ ଶ୍ରମିକ ଥିଲେ ବୋଲି ସେ କହିଛନ୍ତି। ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ଏନେଇ ଗୃହମନ୍ତ୍ରୀ ଶେଖ୍‌ ରଶିଦ୍‌ ଶୋକ ପ୍ରକାଶ କରିଛନ୍ତି। ଦ୍ରୁତଗତି ଯୋଗୁ ଏଭଳି ହୋଇଥିବା ପାକିସ୍ତାନର ସୂଚନା ପ୍ରସାରଣ ମନ୍ତ୍ରୀ ଫଓ୍ବାଦ୍‌ ଚୌଧୁରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦୋଷୀ ସାବ୍ୟସ୍ତ ହେଲେ ବି ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରହିବ’

ଓ୍ବାଶିଂଟନ,୫ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୋଷୀ ସାବ୍ୟସ୍ତ ହେଲେ ବି ସେ ରାଷ୍ଟ୍ରପତି ପଦ ପାଇଁ ଅଭିଯାନ ଜାରି ରଖିବେ। ଟ୍ରମ୍ପ...

ଇମ୍ରାନ ହଟିବା ପରେ ଚାଇନାରେ ଖୁସି

ବେଜିଂ,୧୧।୪: ପାକିସ୍ତାନ ତେହରିକ୍‌-ଏ-ଇନଶାଫ୍‌(ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ୍‌ ପ୍ରଧାନମନ୍ତ୍ରୀ ଥିବାବେଳେ ଚାଇନା ସହିତ ଅଧିକ ଘନିଷ୍ଠତା ବଢାଇଥିଲେ, ଆଜି ସେହି ଚାଇନା ଇମ୍ରାନଙ୍କ କ୍ଷମତାରୁ ବିଦାୟ...

ପୃଥିବୀର ପ୍ରଥମ ‘ପେପରଲେସ୍‌’ ସରକାର ହେଲା ଦୁବାଇ…

ଦୁବାଇ, ୧୩।୧୨: ସଂଯୁକ୍ତ ଆରବ ଏମିରେଟ୍ସର ଯୁବରାଜ ତଥା  ଦୁବାଇର କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ ରସିଦ ଅଲ ମାକତୁମ ଘୋଷଣା...

ମହାକାଶରେ ଆମେରିକା-ଚାଇନା ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୪।୩ : ଚାଇନାର ମହାକାଶଯାନ ପୃଥିବୀର ଜିଓଷ୍ଟେିଶନାରୀ କକ୍ଷପଥରେ ଗତି କରୁଥିବା ଆମେରିକୀୟ ଉପଗ୍ରହ ଉପରେ କଡ଼ା ନଜର ରଖୁଛି। ଜାଣିବାକୁ ମିଳିଛି ଯେ ଚାଇନାର...

୩୦ ହଜାର ମଦ୍ରାସା ଉପରେ ହେବ ସରକାରୀ ନିୟନ୍ତ୍ରଣ: ପାକିସ୍ତାନ

ଇସ୍‌ଲାମାବାଦ,୩୦।୪: ପାକିସ୍ତାନ ସରକାର ସୋମବାର ଘୋଷଣା କରିଛନ୍ତି କି ପାକିସ୍ତାନରେ ଥିବା ୩୦ ହଜାରରୁ ଊର୍ଦ୍ଧ୍ୱ ମଦ୍ରାସାକୁ ମୁଖ୍ୟଧାରାର ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବ। ପାକିସ୍ତାନ...

ଫେସବୁକ ଲାଇଭରେ ଆଖିବୁଜା ଗୁଳିମାଡ଼…

ଓ୍ବାଶିଂଟନ, ୮।୯ : ଆମେରିକାର ଟେନେସି ପ୍ରଦେଶର ମେମ୍ଫିସ ସହରରେ ଜଣେ ୧୯ ବର୍ଷର ବାଳକ ଫେସବୁକ ଲାଇଭରେ ଆଖିବୁଜା ଗୁଳି ମାଡ଼ କରିଛନ୍ତି। ଏଥିରେ...

ଅଶରଫ୍‌ ଘନି-ଅବଦୁଲ୍ଲାଙ୍କ କ୍ଷମତା ଭାଗବଣ୍ଟା ଶେଷ

କାବୁଲ,୧୭।୫: ଆଫଗାନିସ୍ତାନରେ ରାଷ୍ଟ୍ରପତି ଅଶରଫ୍‌ ଘନି ଏବଂ ଅବଦୁଲ୍ଲା ଅବଦୁଲ୍ଲାଙ୍କ ମଧ୍ୟରେ ଜାରି ରହିଥିବା ରାଜନୈତିକ ସଙ୍କଟର ସମାଧାନ ହୋଇଛି। ଆମେରିକା ଚାପରେ ଶେଷରେ ଅଶରଫ୍‌...

ଇଟାଲୀରେ ଲକ୍‌ଡାଉନ୍‌ ଅବଧି ମେ’ ୩କୁ ବୃଦ୍ଧି

ରୋମ,୧୧।୪: ଇଟାଲୀରେ କରୋନା ଭାଇରସ୍‌ ବେଲଗାମ୍‌ ହୋଇପଡ଼ିଛି। ଦିନକୁ ଦିନ କରୋନାଜନିତ ମୃତ୍ୟୁ ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇଟାଲୀରେ ଏପର୍ଯ୍ୟନ୍ତ କରୋନାରେ...

Advertisement
Archives

Model This Week