Posted inଜାତୀୟ

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା ଉକ୍ତ କମ୍ପାନୀ ନିକଟରେ ବ୍ରିଟେନର ଏକ ଅଦାଲତରେ ସ୍ବୀକାର କରିବା ପରେ ସାରା ବିଶ୍ୱରେ ହଇଚଇ ଖେଳିଯାଇଥିଲା। ତେବେ ଭାରତ ବାୟୋଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକା କୋଭାକ୍ସିନ ମଧ୍ୟ ବିବଦମୁକ୍ତ ନୁହେଁ ବୋଲି ଜଣାପଡ଼ିଛି। ଏହି ଟିକା ନେଇଥିବା ଏକତୃତୀୟାଂଶରୁ ଊର୍ଦ୍ଧ୍ୱ ବ୍ୟକ୍ତି ବର୍ଷକ ପରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିବା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚ୍‌ୟୁ) ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନରୁ ସ୍ପଷ୍ଟ ହୋଇଛି।
ଟିକା ନେବା ପରବର୍ତ୍ତୀ ସମୟରେ ଶ୍ୱାସନଳୀ ଉପର ଭାଗରେ ଭାଇରାଲ ସଂକ୍ରମଣ ସମେତ ବିଭିନ୍ନ ସଂକ୍ରମଣର ସମ୍ମୁଖୀନ ହୋଇଥିବା ସର୍ଭେରେ ଭାଗ ନେଇଥିବା ପାଖାପାଖି ୫୦ ପ୍ରତିଶତ କହିଛନ୍ତି। ବିଏଚ୍‌ୟୁ ଟିମ୍‌ ପକ୍ଷରୁ ୯୨୬ ଜଣଙ୍କୁ ନେଇ ଏହି ଅଧ୍ୟୟନ କରାଯାଇଥିଲା। ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଷ୍ଟ୍ରୋକ୍‌ ଏବଂ ଗୁଇଲାନ-ବାରେ ସିଣ୍ଡ୍ରୋମ୍‌ ଭଳି ପ୍ରତିକ୍ରିୟା ୧ ପ୍ରତିଶତଙ୍କଠାରେ ଦେଖାଦେଇଛି। ଗୁଇଲାନ ବାରେ ସିଣ୍ଡ୍ରମ୍‌ ହେଉଛି ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସ୍ନାୟୁତନ୍ତ୍ରକୁ ଆକ୍ରମଣ କରିବା। ଏହାର ପ୍ରଥମ ଲକ୍ଷଣ ହେଲା ହାତ ପାଦ ଲାଗିବା ସହ ଛୁଞ୍ଚତ୍ ଫୋଡ଼ିଲା ଭଳି ଅନୁଭୂତ ହୋଇ ପରେ ସମ୍ପୂର୍ଣ୍ଣ ଶରୀରକୁ ପକ୍ଷାଘାତ ଆକ୍ରାନ୍ତ କରିଦେଇଥାଏ। ଏହା ବ୍ୟତୀତ କୋଭାକ୍ସିନ ନେଇଥିବା ଲୋକଙ୍କ ଶରୀରରେ ୩ଟି ଅସଙ୍ଗତି ମଧ୍ୟ ଦେଖିବାକୁ ମିଳିଛି। ସେଗୁଡ଼ିକ ହେଲା ନୂଆ ଚର୍ମରୋଗ, ସାଧାରଣ ଅସଙ୍ଗତି ଓ ସ୍ନାୟବିକ ବ୍ୟବସ୍ଥାରେ ଅସଙ୍ଗତି। ୨୦୨୨ ଜାନୁଆରୀରୁ ୨୦୨୩ ଅଗଷ୍ଟ ମଧ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। କୋଭାକ୍ସିନ ନେଇଥିବା ୬୩୫ ଜଣ କିଶୋରୀକିଶୋର ଏବଂ ୨୯୧ ଜଣ ବୟସ୍କଙ୍କୁ ଅଧ୍ୟୟନରେ ସାମିଲ କରାଯାଇଥିଲା ଓ ଟେଲିଫୋନ୍‌ ଯୋଗେ ସେମାନଙ୍କୁ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଚର୍ମରେ ଅସଙ୍ଗତି ସମ୍ପର୍କରେ ୧୦.୫ ପ୍ରତିଶତ କହିଥିବାବେଳେ ୧୦.୨ ପ୍ରତିଶତ ସାଧାରଣ ଅସଙ୍ଗତି ଏବଂ ୪.୭ ପ୍ରତିଶତ ନର୍ଭସ ସିଷ୍ଟମରେ ଅସଙ୍ଗତି କଥା କହିଥିଲେ। ୪.୬ ପ୍ରତିଶତ ମହିଳାଙ୍କଠାରେ ଋତୁସ୍ରାବଜନିତ ଅସ୍ବାଭାବିକତା ଦେଖାଯାଇଥିଲା। ସେହିପରି ଟିକା ନେଇଥିବା ୪.୬ ପ୍ରତିଶତଙ୍କଠାରେ ଚକ୍ଷୁଜନିତ ଅସ୍ବାଭାବିକତା ଏବଂ ୦.୬ ପ୍ରତିଶତଙ୍କଠାରେ ହାଇପୋଥାଇରୋଡିଜମ୍‌ ସମସ୍ୟା ଦେଖାଦେଇଥିଲା। ଟିକା ନେଇଥିବା ବୟସ୍କଙ୍କ ମଧ୍ୟରୁ ୪ ଜଣଙ୍କୁ ମୃତ୍ୟୁ ଘଟିଥିଲା। ସେମାନେ ପୂର୍ବରୁ ମଧୁମେହରେ ପୀଡ଼ିତ ଥିବାବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କଠାରେ ଉଚ୍ଚ ରକ୍ତଚାପ ଥିଲା। ବହୁବିଧ ରୋଗ ଥିବା ମହିଳା ଓ ବୟସ୍କଙ୍କଠାରେ କୋଭାକ୍ସିନ ଟିକା ନେବା ପରେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିଲା । ସେହିପରି କୋଭାକ୍ସିନ ଟିକାର ୩ଟି ଡୋଜ୍‌ ନେଇଥିବା ବୟସ୍କଙ୍କଠାରେ ପାର୍ଶ୍ୱ ପ୍ରତିକ୍ରିୟା ଅଧିକ ରହିଥିଲା ବୋଲି ଅଧ୍ୟୟନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri