Posted inଜାତୀୟ

କେଜରିଓ୍ବାଲଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ୩୦ ପୂର୍ବତନ ଆଇପିଏସ୍‌ ଅଫିସର…

ନୂଆଦିଲ୍ଲୀ, ୨୦।୯ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ବିରୋଧରେ ପୂର୍ବତନ ୩୦ ଜଣ ଆଇପିଏସ ଅଫିସର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ଗୁଜରାଟ ଗସ୍ତ ସମୟରେ କେଜରିୱାଳ ଦେଶର ପୋଲିସଙ୍କର ମନୋବଳକୁ ଦୁର୍ବଳ କରିବା ଉଦ୍ଦେଶ୍ୟରେ ପୋଲିସ କର୍ମଚାରୀଙ୍କ ସହ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି।

ବାସ୍ତବରେ, ଏହି ପୂରା ଘଟଣା କେଜରିୱାଲଙ୍କ ଗୁଜରାଟ ଗସ୍ତ ସହିତ ଜଡିତ। ସେ ଅଟୋରେ ଅଟୋ ଡ୍ରାଇଭରଙ୍କ ଘରେ ଖାଦ୍ୟ ଖାଇବାକୁ ଯାଉଥିବାବେଳେ ପୋଲିସ କର୍ମଚାରୀମାନେ ତାଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଅଟୋରେ ବସିବାକୁ ବାରଣ କରିଦେଇଥିଲେ। ଏହି ସମୟରେ କେଜରିୱାଲଙ୍କ ମଧ୍ୟ ସେଠାରେ ଥିବା ପୋଲିସ କର୍ମଚାରୀଙ୍କ ସହ ତୀବ୍ର ଯୁକ୍ତିତର୍କ ହୋଇଥିଲା। ସେହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା।

ଅଭିଯୋଗ ହୋଇଛି ଯେ ଏହି ସମୟ ମଧ୍ୟରେ କେଜରିୱାଲ ପୋଲିସଙ୍କ ବିରୋଧରେ କିଛି ଘୃଣ୍ୟ ତଥା ଅସଙ୍ଗତ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ପୋଲିସର ମନୋବଳକୁ ଗଭୀର ଆଘାତ ଦେଇଛି। କେଜରିୱାଲ ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀ ହୋଇଥିବାରୁ ପୋଲିସ ତାଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ବାଧ୍ୟ। ଏଭଳି ପରିସ୍ଥିତିରେ, କେବଳ ରାଜନୈତିକ ସ୍ବାର୍ଥ ହାସଲ କରିବା ପାଇଁ କେଜରିୱାଲ ପୋଲିସ ଅଧିକାରୀଙ୍କୁ ଅପମାନିତ କରି ସେମାନଙ୍କ ଦାୟିତ୍ୱ ତୁଲାଇବାରୁ  ସେମାନଙ୍କୁ ଅଟକାଇ ଥିଲେ ଯାହାକି ଅତ୍ୟନ୍ତ ନିରାଶାଜନକ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ପଞ୍ଜାବର ପୂର୍ବତନ ମହାନିର୍ଦ୍ଦେଶକ ପି.ସି ଡୋଗ୍ରା, ଉତ୍ତରପ୍ରଦେଶର ପୂର୍ବତନ ମହାନିର୍ଦେଶକ ବିକ୍ରମ ସିଂ, ମହାରାଷ୍ଟ୍ରର ପୂର୍ବତନ ମହାନିର୍ଦ୍ଦେଶକ ପ୍ରବୀଣ ଦୀକ୍ଷିତ, କେରଳର ପୂର୍ବତନ ମହାନିର୍ଦ୍ଦେଶକ ଏମ.ଜି,ରମଣ, ବିହାରର ପୂର୍ବତନ ମହାନିର୍ଦ୍ଦେଶକ ଏସ.କେ. ଭରଦ୍ୱାଜ, ଆନ୍ଧ୍ରପ୍ରଦେଶର ପୂର୍ବତନ ମହାନିର୍ଦ୍ଦେଶକ ଆଲୋକ ଶ୍ରୀବାସ୍ତବ ଆଦି ୩୦ ଜଣ ପୂର୍ବତନ ଆଇପିଏସ ଅଧିକାରୀଙ୍କ ନାମ ଚିଠିରେ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ଭାଜପାର ସଫଳତା ହାର ୫୬ ପ୍ରତିଶତ, କଂଗ୍ରେସର…’: ମୋଦି

ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସଂସଦୀୟ ଦଳ ବୈଠକରେ ଉଦବୋଧନ ଦେଇ କହିଛନ୍ତି ଯେ ସରକାର ଚଳାଇବା ପାଇଁ ଭାଜପା ଲୋକଙ୍କ ପ୍ରିୟ ପାଲଟିଛି।...

ରେଣୁକା ସିଂ ହେବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ!

ରାୟପୁର,୭।୧୨: ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ଏବେ ବି ସସପେନ୍ସ ଜାରି ରହିଛି। ଭରତପୁର-ସୋନହତ ଆସନରୁ ନିର୍ବାଚନରେ ବିଜୟୀ ହୋଇଥିବା ରେଣୁକା ସିଂ ଗୁରୁବାର ଭାଜପା...

‘ନଓ୍ବାବ ମଲିକଙ୍କୁ ମେଣ୍ଟରେ ନେବା ଠିକ ହେବ ନାହିଁ’, ଅଜିତ ପାଓ୍ବାରଙ୍କୁ ଚିଠି ଲେଖିଲେ ଫଡନାଭିସ

ମୁମ୍ବାଇ,୭।୧୨: ମନି ଲଣ୍ଡରିଂ ମାମଲାରେ ୧୮ମାସ ଜେଲରେ ଥିବା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନଓ୍ବାବ ମଲିକ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଜାତୀୟତାବାଦୀ କଂଗ୍ରେସ...

କ୍ଷମା ମାଗିଲେ ଭାଜପା ଏମପି

ନୂଆଦିଲ୍ଲୀ,୭।୧୨: ବିଏସପି ଏମପି ଦାନିଶ ଅଲିଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପା ଏମପି ରମେଶ ବିଧୁରୀ କ୍ଷମା ମାଗିଛନ୍ତି। ପିଟିଆଇ ସୂତ୍ରରୁ ପ୍ରକାଶ ଯେ...

ଘର-ଜମି କିଣିବା ପୂର୍ବରୁ କରାଇ ନିଅନ୍ତୁ ଆଧାର ସହ ପାନ ଲିଙ୍କ: ନ ହେଲେ କଟିବ ଅଧିକ ଟିଡିଏସ…

ନୂଆଦିଲ୍ଲୀ,୭।୧୨ : ଭାରତୀୟ ନାଗରିକଙ୍କ ପାଇଁ ଆଧାର ଏବଂ ପାନ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଗତ କିଛି ବର୍ଷ ଧରି ଏହି ଦୁଇକୁ ଲିଙ୍କ...

ନିଜ ପତ୍ନୀଙ୍କ ଠାରୁ ଗରିବ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ

ହାଇଦ୍ରାବାଦ,୭।୧୨: ରେଭନ୍ଥ ରେଡ୍ଡୀ ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜ ତାଙ୍କୁ...

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ...

ଚା’ ସିଙ୍ଗଡାରେ ଶେଷ ହେଉଛି ଇଣ୍ଡିଆ ମେଣ୍ଟ ବୈଠକ: ଜେଡିୟୁ ନେତାଙ୍କ ମନ୍ତବ୍ୟ…

ପାଟନା,୭।୧୨ : ବିହାରର ଶାସକ  ଜେଡିୟୁ ଏମପି ସୁନୀଲ କୁମାର ପିଣ୍ଟୁ ବର୍ତ୍ତମାନ ଏକ ବିବାଦ ସୃଷ୍ଟି କରି କହିଛନ୍ତି। ସିଟ ବାଣ୍ଟିବା ପର୍ଯ୍ୟନ୍ତ ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri