୩୦ କୋଟି ଭାରତୀୟଙ୍କୁ ପ୍ରଥମ ପର୍ଯ୍ୟାୟରେ ଦିଆଯିବ କରୋନା ଟିକା: ତାଲିକା ପ୍ରସ୍ତୁତ କରୁଛନ୍ତି ସରକାର

ନୂଆଦିଲ୍ଲୀ, ୧୭।୧୦: ପ୍ରଥମ ପର୍ଯ୍ୟାୟରେ ଦେଶର ୩୦ କୋଟି ଳୋକଙ୍କୁ କରୋନା ଟିକା ଦିଆଯିବ। ଏନେଇ ସରକାରଙ୍କ ପକ୍ଷରୁ ତାଲିକା ପ୍ରସ୍ତୁତି କାର୍ଯ୍ୟ କରୁଛନ୍ତି। ୩୦ କୋଟି ଲୋକଙ୍କୁ ୬୦ କୋଟି ଟିକା ଦିଆଯିବ। ପ୍ରତିଷେଧକ ଟିକାକୁ ଅନୁମୋଦନ ମିଳିବା ପରେ ଟିକା ଦେବା କାର୍ଯ୍ୟ ଆରମ୍ଭ କରାଯିବ। ପ୍ରଥମେ ୪ଟି ବର୍ଗର ଲୋକଙ୍କ ଟିକା ଦିଆଯିବ। ସେମାନଙ୍କ ମଧ୍ୟରେ ୫୦ରୁ ୭୦ ଲକ୍ଷ ଆଶାକର୍ମୀ, ଡାକ୍ତର ଓ ନର୍ସ ଆଦି ରହିଛନ୍ତି। ସେମାନଙ୍କ ମଧ୍ୟରେ ୧୧ ଲକ୍ଷ ଏମ୍‌ବିବିଏସ୍‌ ଡାକ୍ତର, ୮ ଲକ୍ଷ ଆୟୁଷ ଡାକ୍ତର, ୧୫ ଲକ୍ଷ ନର୍ସ, ୭ ଲକ୍ଷ ଏଏନ୍‌ଏମ୍‌ ଏବଂ ୧୦ ଲକ୍ଷ ଆଶାକର୍ମୀ ରହିଛନ୍ତି। ସେହିପରି ୨ କୋଟିରୁ ଅଧିକ କ୍ଷେତ୍ରୀୟ ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାର ଯୋଜନା ରହିଛି। ସେମାନେ କରୋନା ଲଢ଼େଇର ସମ୍ମୁଖରେ ରହି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ୫୦ ବର୍ଷରୁ ଅଧିକ ବୟସ୍କ ୨୬ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ପ୍ରଥମ ପର୍ଯ୍ୟାୟରେ ଦିଆଯିବ ବୋଲି କୁହାଯାଉଛି। ସେହିପରି ୫୦ ବର୍ଷରୁ କମ୍‌ ବୟସ୍କ ଲୋକ ଯେଉଁମାନଙ୍କଠାରେ ଅନ୍ୟ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ରହିଛି, ସେମାନଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ୪୫ ଲକ୍ଷ ପୋଲିସ ଏବଂ ୧୫ ଲକ୍ଷ ସେନା କର୍ମଚାରୀଙ୍କୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯିବ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯୋଗାଯୋଗ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦେଶର ୨୩ ପ୍ରତିଶତ ଲୋକଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବାର ଯୋଜନା କରାଯାଇଥିବା କୁହାଯାଉଛି। ତାଲିକା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ର ନିଜର ଦେହାନ୍ତ ହୋଇ ଯାଇଛି କହି ଅଧା ଦିନ ଛୁଟି ପାଇଁ ଲେଖିଲେ ଦରଖାସ୍ତ: ପ୍ରିନ୍ସିପଲ କଲେ ମଞ୍ଜୁର

କାନପୁର,୩୧।୮: ଉତ୍ତରପ୍ରଦେଶରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଶିକ୍ଷାର ମାନ ସମ୍ପର୍କରେ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ସ୍ଥାନୀୟ କାନପୁରର ଏକ ସ୍କୁଲରେ ଜଣେ ୮ମ...

ସାର୍ବଜନୀନ ହେବ ଯୁଦ୍ଧ ଇତିହାସ

ନୂଆଦିଲ୍ଲୀ, ୧୩।୬(ପି.ଟି.): ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଯୁଦ୍ଧ ଇତିହାସର ସଂଗ୍ରହ, ଗୁପ୍ତ ସୂଚୀରୁ ହଟାଇବା ଓ ସଂକଳନ ନୀତିକୁ ଅନୁମୋଦନ କରିଛନ୍ତି। ଫଳରେ...

ଶୁଭେନ୍ଦୁ ଆସିବେ ବୋଲି ଜାଣି ରାଗିଗଲେ ଦିବି

କୋଲକତା,୨୮।୫: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟାସ୍‌’ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ବାତ୍ୟାଞ୍ଚଳ ପରିଦର୍ଶନ କରି ସମ୍ପୃକ୍ତ ରାଜ୍ୟ...

କରୋନା ସଂକ୍ରମଣ ଡରରେ ଅନ୍ତିମ ସଂସ୍କାରରେ ପଡ଼ୋଶୀ ଦେଲେନି ଯୋଗ: ମୃତଦେହକୁ ପୋଲିସ ଦେଲେ କାନ୍ଧ

ନୂଆଦିଲ୍ଲୀ,୧୯।୫: ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। କରୋନାକୁ ନେଇ ଲୋକଙ୍କ ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିଛି। ପରିସ୍ଥିତି ଏଭଳି ହୋଇଛି...

ସିନେମା ବାଲା ବାବୁ ଭାବେ ପରିଚିତ ଏହି ଶିକ୍ଷକ

ରାୟପୁର,୧୨ ।୯: କରୋନା ପାଇଁ ଏବେ ପ୍ରାୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ବେଳେ ପିଲାମାନେ ଅନ୍‌ଲାଇନରେ ପାଠ ପଢୁଛନ୍ତି । ଏହି ସମୟରେ ପିଲାମାନଙ୍କୁ...

ଖଣ୍ଡାଧାରରେ ସ୍ବାସ୍ଥ୍ୟସେବା: ୫୪ ପ୍ରତିଶତ କର୍ମଚାରୀଙ୍କର ନାହିଁ ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା

ନୂଆଦିଲ୍ଲୀ, ୩୦।୫: ଦେଶରେ ସ୍ବାସ୍ଥ୍ୟସେବା ଖଣ୍ଡାଧାରରେ ଚାଲିଛି। ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର, ନର୍ସ, ମିଡ୍‌ଓ୍ବାଇଫ୍‌ ଏବଂ ପାରାମେଡିକାଲ କର୍ମଚାରୀଙ୍କର ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା...

ରାସ୍ତାରେ ଆତଙ୍କ ଖେଳାଉଥିବା ୨ ଲେଡି ଡନ୍‌ ଗିରଫ

ଭୋପାଳ,୨୦।୧୨-ମଧ୍ୟପ୍ରଦେଶ ସ୍ଥିତ ଇନ୍ଦୋରର ମୁଖ୍ୟ ରାସ୍ତାରେ ଆତଙ୍କ ଖେଳାଉ ଥିବା ଦୁଇ ଲେଡି ଡନଙ୍କୁ ରବିବାର ପୋଲିସ ଗିରଫ କରିଛି। ଗିରଫ ୨ ଯୁବତୀ ବିଚ୍‌...

ଏପ୍ରିଲ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ କରୋନା ଟିକା

ନୂଆଦିଲ୍ଲୀ,୩୧।୩: ଦେଶରେ କରୋନା ପ୍ରକୋପ ବୃଦ୍ଧି ପାଉଥିବା ବେଳେ ଟିକାକରଣ ପ୍ରକ୍ରିୟା ବି ଜାରି ରହିଛି। ବର୍ତ୍ତମାନ ଏହି ଟିକାକରଣ ଉପରେ ଏକ ବଡ଼ ନିଷ୍ପତ୍ତି...

Advertisement


Archives

Model This Week