ପିକ୍‌ଅପ୍‌ ଗାଡ଼ି ସହ ୩ କୁଇଣ୍ଟାଲ ଗଞ୍ଜେଇ ଜବତ

କୋକସରା,୨୫।୯(ଡି.ଏନ.ଏ.): କଳାହାଣ୍ଡି ଅବକାରୀ ବିଭାଗ ଚଢାଉ କରି ସାହାଜଖୋଲ ଜଙ୍ଗଲରୁ ୩ କୁଇଣ୍ଟାଲ ୨୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସେ ହେଲେ ସାନପୋଡ଼ା ଗ୍ରାମର ଚନ୍ଦନ ପୂଝାରୀ (୩୩)। ଖବର ପାଇ ଜିଲା ଅବକାରୀ ଟିମ୍‌ ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ଥୁ. ରାମପୁର ଲାଠିଆଗୁଡା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଛକି ରହିଥିଲା। ଏକ ଧଳାରଙ୍ଗର ପିକ୍‌ଅପ୍‌ ଭ୍ୟାନ ଆସୁଥିବା ବେଳେ ଅବକାରୀ ଟିମ୍‌କୁ ଦ୍ରୁତଗତିରେ ଫେରାର ହୋଇଯାଇଥିଲା। ହେଲେ ଅବକାରୀ କର୍ମଚାରୀ ଗାଡିକୁ ପିଛା କରିିଥିଲେ। ଗାଡି ଆମପାଣି ବିଜୁ ଏକ୍ସପ୍ରେସୱେ ଦେଇ ଯାଉଥିବା ବେଳେ ଘଣ୍ଟିଗୁଡା ନିକଟରେ ପୂର୍ବରୁ ଧର୍ମଗଡ଼ ଅବକାରୀ କର୍ମଚାରୀ ଜଗି ରହିଥିବା ଦେଖି ଡ୍ରାଇଭର ଘଣ୍ଟିଗୁଡା ଦେଇ ସାହାଜଖୋଲ ଜଙ୍ଗଲ ଡୋକାରିଚଞ୍ଚରା ପଟେ ଯାଇ ଗଞ୍ଜେଇ ବସ୍ତାଗୁଡିକୁ ଜଙ୍ଗଲ ରାସ୍ତାରେ ଫିଙ୍ଗି ଦେଇଥିଲେ। ଏପରିକି ଗାଡିଟି ଏକ ପଥରରେ ପିଟି ହୋଇ ରହିଯିବାରୁ ଗଞ୍ଜେଇ ଚାଲାଣ କାରୀମାନେ ଜଙ୍ଗଲ ରାସ୍ତା ଦେଇ ଫେରାର ମାରିଥିଲେ। ହେଲେ ଅବକାରୀ କର୍ମଚାରୀଙ୍କ ଜଣଙ୍କୁ ଧରିବାରେ ସଫଳ ହୋଇଥିଲେ। ପରେ ଅବକାରୀ କର୍ମଚାରୀ ଜଙ୍ଗଲରେ ଫିଙ୍ଗି ଥିବା ଗଞ୍ଜେଇ ବସ୍ତା ସଂଗ୍ରହ କରିଥିଲା। ପିକ୍‌ଅପ୍‌, ଗଞ୍ଜେଇ ସହ ଚନ୍ଦନଙ୍କୁ ଗିରଫ କରି ଜିଲା କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ ଗଞ୍ଜେଇ ୩ କୁଇଣ୍ଟାଲ ୨୦ କେଜି ବୋଲି ଜଣାପଡିଛି। ଚଢ଼ାଉରେ ଧର୍ମଗଡ଼ ଅବକାରୀ ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର, ମୋବାଇଲ ୟୁନିଟ ସଦର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ କୁମାର ପ୍ରଧାନ, ସଦର ଓଆଇସି ତିଳକ ରାମ ନାଏକ, ବିଶ୍ୱଜିତ ଆରୁକ, ସବ୍‌ଇନ୍ସପେକ୍ଟର ମୋବାଇଲ ୟୁନିଟ ଅଜୟ କୁମାର ନାଏକ, ଏଏସ୍‌ଆଇ ଅଶୋକ କୁମାର ସାହୁ, ବସନ୍ତ କୁମାର ବିଶିଙ୍କ ସହ ଅନ୍ୟ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ବସ୍‌-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୭ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ-ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା...

୨ ଗୃହରକ୍ଷୀଙ୍କ ନାଁରେ ଏସ୍‌ପିଙ୍କୁ ଅଭିଯୋଗ

ବ୍ରହ୍ମପୁର ଅଫିସ,୨୬।୬: ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ କାର୍ଯ୍ୟରତ ୨ ଗୃହରକ୍ଷୀଙ୍କ ଦାଦାଗିରି ନେଇ ଅଭିଯୋଗ ହୋଇଛି। ଉକ୍ତ ଗୃହରକ୍ଷୀ ଦ୍ୱୟ ଗତ ୧୬ ତାରିଖ ବିଳମ୍ବିତ ରାତିରେ...

ଫ୍ଲାଏ ଓଭର କାମ ନିମ୍ନମାନର

ବଇଣ୍ଡା,୩୧।୧୦(ଡି.ଏନ.ଏ): କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ବ୍ଲକ ବଇଣ୍ଡାଠାରେ ଫ୍ଲାଏ ଓଭର ବ୍ରିଜ୍‌ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଏ ନେଇ ବଇଣ୍ଡା...

ଶ୍ରେଣୀଗୃହ ଅଭାବ, ବାରଣ୍ଡାରେ ପାଠପଢ଼ା

ତିହିଡ଼ି, ୪।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲ ମଧ୍ୟଇଂରାଜୀ (ଏମ୍‌ଇ) ସ୍କୁଲରେ ଶ୍ରେଣୀଗୃହ ଅଭାବ ଦେଖାଦେଇଛି। ଫଳରେ ଛାତ୍ରୀଛାତ୍ର ବାରଣ୍ଡାରେ...

ପୋଲିସ କର୍ମୀଙ୍କ ଘରୁ ଲୁଟି ନେଲେ

ବ୍ରହ୍ମପୁର ଅଫିସ,୧ା୧୦: ବ୍ରହ୍ମପୁର ସହରରେ ଚୋରମାନେ ତାଲାବନ୍ଦ ଘରକୁ ଟାର୍ଗେଟ କରୁଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଜଣେ ପୋଲିସ କନଷ୍ଟେବଳଙ୍କ ଘରେ କଳାକନା ବୁଲାଇଛନ୍ତି। ବୈଦ୍ୟନାଥପୁର...

ମାଘମେଳାରେ ଜଳିଲା ଝାଡ଼ଦୀପ

ଢେଙ୍କାନାଳ ଅଫିସ,୫।୨: ଢେଙ୍କାନାଳର ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ପୀଠ ମହିମାଗାଦି ଯୋରନ୍ଦାରେ ଶନିବାର ଠାରୁ ଆରମ୍ଭ ହୋଇଛି ମାଘ ମେଳା। ୨ ବର୍ଷ ପରେ...

ମହିଳାଙ୍କୁ ଝାନ୍‌ସୀ ଚାଲାଣ ଅଭିଯୋଗ : ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ପରିବାର

ଅନୁଗୋଳ ଅଫିସ,୯।୬- ଅନୁଗୋଳ ସହରରୁ ଜଣେ ମହିଳାଙ୍କୁ ଝାନ୍‌ସୀରେ ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଘଟଣାକୁ ୬ ମାସ ପୂରିଥିଲେ ବି ପୋଲିସ...

ମାଟି ତଳୁ ମିଳିଲା ମଣିଷର ହାତ

ଖୋର୍ଦ୍ଧା ଅଫିସ,୧୭ା୧୧: ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ପଞ୍ଚାୟତ ବେଙ୍ଗିଟାଙ୍ଗି ଆମ୍ବ ତୋଟାରେ ମାଟି ଭିତରୁ ଏକ ମଣିଷର ହାତ ଦେଖିବାକୁ ମିଳିଛି। ବୁଧବାର ଏହି...

Advertisement
Archives

Model This Week