ମ୍ୟାଚ୍‌ ନ ଖେଳି ମଧ୍ୟ ୩ ଖେଳାଳି ହୋଇଗଲେ ଚାମ୍ପିୟନ୍‌, ମିଳିଲା…

ନୂଆଦିଲ୍ଲୀ, ୩୦।୦୬: ଭାରତ ବିଶ଼୍ବ ଚାମ୍ପିୟନ୍‌ ହେବା ପରେ ଟିମ୍‌ର ଫଟୋ ଏବଂ ଭିଡିଓ ବହୁ ମାତ୍ରାରେ ଶେୟାର କରାଯାଉଛି । ଏଥିରେ କେଉଁ ଖେଳାଳିଙ୍କ ଯୋଗଦାନ ମ୍ୟାଚ୍‌ରେ ଅଧିକ ରହିଛି, ତାହା କେଉଁ ଖେଳାଳିଙ୍କ ମୁହଁରୁ ସ୍ପଷ୍ଟ କରି ହେଉନାହିଁ । କାରଣ ସମସ୍ତଙ୍କ ମୁହଁରେ ଖୁସି ଏବଂ ଗର୍ବର ଝଲକ୍‌ ଭରି ରହିଛି । ୧୧ ବର୍ଷ ପରେ ଏହି ଉପଲବ୍ଧି ହାସଲ କରିଛି ଦଳ । ୧୯୮୩ ରେ ଭାରତକୁ ପ୍ରଥମ ଥର ବିଶ଼୍ବକପ୍‌ ଜିତିଥିଲା । ସେତେବେଳେ ସୁନିଲ୍‌ ୱାଲ୍‌ସନ୍‌ଙ୍କୁ ଗୋଟିଏ ବି ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିନଥିଲା । ସେଭଳି ଏକ ଘଟଣା ଚଳିତ ମ୍ୟାଚ୍‌ରେ ମଧ୍ୟ ଘଟିଛି ।

ରୋହିତଙ୍କ ଟିମ୍‌ରେ ୩ ଜଣ ଖେଳାଳି ରହିଛନ୍ତି, ଯେଉଁମାନଙ୍କୁ ଥରେ ମଧ୍ୟ ପ୍ଲେଇଂ ୧୧ ଭିତରେ ସ୍ଥାନ ମିଳିନାହିଁ । ଏମାନେ ହେଲେ ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ୍‌ ଏବଂ ଯଶସ଼୍ବୀ ଜୟସ଼୍ବାଲ ।

ବିଶ଼୍ବକପ୍‌ରେ ଭାରତୀୟ ଟିମ୍‌ର ମ୍ୟାଚ୍‌ରେ ୧୨ ଜଣ ଖେଳାଳିଙ୍କୁ ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା । ସେମାନେ ପ୍ରଥମ ମ୍ୟାଚ୍‌ରୁ ଆରମ୍ଭ କରି ଫାଇନାଲ୍‌ ମ୍ୟାଚ୍‌ ପର୍ଯ୍ୟନ୍ତ ଖେଳି ଦଳକୁ ଟ୍ରଫି ଦେଇଥିଲେ । କେବଳ ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମ୍‌ସନ୍‌ ଏବଂ ଯଶସ଼୍ବୀ ଜୟସ଼୍ବାଲଙ୍କୁ ସ୍ଥାନ ମିଳିନଥିଲା । ଚହଲ ଟିମ୍‌ର ଦ଼୍ବିତୀୟ ସ୍ପେଶାଲିଷ୍ଟ ସ୍ପିନର । ପ୍ରଥମରେ କୁଲଦୀପ ଯାଦବ ରହିଛନ୍ତି । କୁଲଦୀପଙ୍କ ପ୍ରଦର୍ଶନରେ ରୋହିତ ଏତେ ପ୍ରଭାବିତ ଥିଲେ ଯେ ଦ଼୍ବିତୀୟ ସ୍ପିନରଙ୍କୁ ବାଛିନଥିଲେ । ୱିକେଟ୍‌ ରକ୍ଷକ ସଞ୍ଜୁ ସାମସନ୍‌ଙ୍କ ଅବସ୍ଥା ମଧ୍ୟ ସମାନ । ରିଷଭ ପନ୍ତ ଆଶାଠାରୁ ଭଲ ପ୍ରଦର୍ଶନ କରିବାରୁ ରୋହିତ ତାଙ୍କୁ କାଢ଼ି ନଥିଲେ । ଫଳରେ ସେ ଗୋଟିଏ ବି ମ୍ୟାଚ୍‌ରେ ପଡ଼ିଆକୁ ଓହ୍ଲାଇ ପାରିଲେ ନାହିଁ ।

ହେଲେ ଯଶସ଼୍ବୀଙ୍କ ସହ ଏପରି କିଛି ହୋଇନାହିଁ । ସେ ଟିମ୍‌ର ଓପନର ସ୍ପେଶିଆଲିଷ୍ଟ । ରୋହିତଙ୍କ ପରେ ସେ ଜଣେ ହିଁ ଟିମ୍‌ର ଓପନର୍‌ ଥିଲେ । ହେଲେ ତାଙ୍କୁ ପଡ଼ିଆକୁ ନ ଓହ୍ଲାଇବା ପଛରେ ରୋହିତ ଏବଂ କୋଚ୍‌ ଦ୍ରାବିଡ଼ଙ୍କ ଅଲଗା ପ୍ଲାନ୍‌ ଥିଲା । କୋହଲିଙ୍କ ଖରାପ ପ୍ରଦର୍ଶନ ସତ୍ତ଼୍େବ ତାଙ୍କୁ ଫାଇନାଲ୍‌ରେ ତାଙ୍କୁ ଦଳ ପୁଣି ଚାନ୍ସ ଦେଇଥିଲା ଏବଂ ସେ ଟ୍ରଫି ଜିତାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସମସ୍ତ ଖେଳାଳିଙ୍କୁ ପଦକ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?