Odisha Elections 2024
Posted inଜାତୀୟ

ନୃଶଂସତା: ଜଲ୍ଲିକଟ୍ଟୁର ଷଣ୍ଢକୁ ମାଡ଼ି ବସି ଜିଅନ୍ତା କୁକୁଡ଼ା ଖୁଆଇଲେ ୩ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…

ଚେନ୍ନାଇ,୧୯।୧: ତାମିଲନାଡ଼ୁର ଜଣେ ୟୁଟ୍ୟୁବ୍‌ରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେ ୩ଜଣଙ୍କ ସହ ମିଶି ଜଲ୍ଲିକଟ୍ଟୁର ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେଇଥିବାର ଅଭିଯୋଗ ହୋଇଥିଲା। ଡିସେମ୍ବର ୨୦୨୩ରେ ୟୁଟ୍ୟୁବ୍‌ରେ ଭିଡିଓ ଅପ୍‌ଲୋଡ ହୋଇଥିବା ବେଳେ ତାହା ଭାଇରାଲ ହୋଇଥିଲା। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଏକ ମାମଲା ରୁଜୁ କରିଥିଲା। ତେବେ ଅଭିଯୁକ୍ତ ୟୁଟ୍ୟୁବର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଭିନ୍ନ ମହଲରେ ଦାବି କରାଯାଉଛି।

ଷଣ୍ଢକୁ ଜିଅନ୍ତା କୁକୁଡ଼ା ଖାଇବାକୁ ଦେବା ମାମଲା ସାଲେମ ଜିଲାର ଚିନ୍ନାପମ୍ପଟ୍ଟିର । ଏହି ଦୃଶ୍ୟ ଥିବା ୨.୪୮ ମିନିଟର ଭିଡିଓ ଏକ ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ ହୋଇଛି। ଭିଡିଓରେ ୩ଜଣ ଷଣ୍ଢକୁ କାବୁ କରି ଜିଅନ୍ତା କୁକୁଡ଼ା ଖାଇବାକୁ ବାଧ୍ୟ କରୁଛନ୍ତି। ପିପୁଲ୍‌ଓ ଫର କ୍ୟାଟଲ୍‌ ଏମ୍‌ ଇଣ୍ଡିଆ(ପିଏଫ୍‌ସିଏଆଇ) ପ୍ରତିଷ୍ଠାତା ଅରୁଣ ପ୍ରସନ୍ନ ଏହି ଘଟଣାକୁ ନେଇ ପୋଲିସ ନିକଟରେ ମାମଲା ଦାୟର କରିଛନ୍ତି।

ପ୍ରସନ୍ନ କହିଛନ୍ତି, ଷଣ୍ଢ ଏକ ଶାକାହାରୀ ପ୍ରାଣୀ। ଏହାକୁ ଜୀବନ୍ତ କୁକୁଡ଼ା ଖାଇବାକୁ ବାଧ୍ୟ କରାଯାଇଛି। ଏହା ଅତ୍ୟନ୍ତ ନିଷ୍ଠୁର ମାମଲା। ଷଣ୍ଢଟି କିଭଳି ମାଂସ, ପର ଏବଂ ହାଡ଼କୁ ଚୋବାଇ ପାରିବ? ଏଥିଲାଗି କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିବ? ଏହା କଳ୍ପନା ବାହାରେ।
ମାମଲା ରୁଜୁ ହୋଇଥିଲେ ହେଁ ପୋଲିସ ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ। ଖୁବ୍‌ଶୀଘ୍ର ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ମୋ ପୁଅକୁ ଆପଣଙ୍କ ହାତରେ ଟେକି ଦେଉଛି, ରାହୁଲ ନିରାଶ କରିବେନି, ରାଏବରେଲି ମଞ୍ଚରେ ଏମିତି କହିଲେ ସୋନିଆ

ରାଏବରେଲି,୧୭।୫: ଶୁକ୍ରବାର ଗାନ୍ଧୀ-ନେହେରୁ ପରିବାରର ଦୁର୍ଗ ବୋଲି ବିବେଚନା କରାଯାଉଥିବା ରାଏ ବରେଲିରେ ବିରୋଧୀ ଦଳ I.N.D.I.A ର ଏକ ସମାବେଶ ଅନୁଷ୍ଠିତ ହୋଇଛି। ଏହି...

ପାକିସ୍ତାନର ହଜିଲା ନିଦ! ଭାରତୀୟ ବାୟୁସେନାକୁ ଜୁଲାଇରେ ମିଳିବ ପ୍ରଥମ ତେଜସ-MK1A ଫାଇଟର ଜେଟ

ନୂଆଦିଲ୍ଲୀ,୧୭।୫: ପୂର୍ବ ଅପେକ୍ଷା ଭାରତୀୟ ବାୟୁସେନା ଅଧିକ ଶକ୍ତିଶାଳୀ ହେଉଛି। ଆଗାମୀ ଦିନରେ ବାୟୁସେନାର ଶକ୍ତିରେ ଅତୁଳନୀୟ ବୃଦ୍ଧି ଘଟିବ। ଜୁଲାଇ ସୁଦ୍ଧା ପ୍ରଥମ ତେଜାସ-...

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

୩ ଦିନ ପରେ ହୋର୍ଡିଂ ତଳୁ ମିଳିଲା ୨ ମୃତଦେହ, ବଲିଉଡରେ ଶୋକର ଛାୟା

ମୁମ୍ବାଇ,୧୭।୫: ମହାରାଷ୍ଟ୍ରର ଘାଟକୋପରରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ପେଟ୍ରୋଲ ପମ୍ପ ଉପରେ ପଡିଥିବା ଏହି ହୋର୍ଡିଂ ହଟାଯିବା ମାତ୍ରେ ଏଥିରୁ...

ହେମନ୍ତ ସୋରେନଙ୍କ ନିର୍ବାଚନ ପ୍ରଚାର ପାଇଁ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ମନି ଲଣ୍ଡରିଂ ମାମଲାରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶୁଣାଣି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ...

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri