ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ୱର,୮।୧୦(ବ୍ୟୁରୋ): ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଯୁକ୍ତ୨ ଭଳି ଯୁକ୍ତ୩ରେ ନାମଲେଖାଇବାରୁ ବଞ୍ଚତ୍ତ ଛାତ୍ରୀଛାତ୍ରଙ୍କୁ ଆଉଥରେ ଆବେଦନ କରିବାକୁ ସୁଯୋଗ ଦେଇଛି ଉଚ୍ଚ ଶିକ୍ଷା ବିଭାଗ। ଏନେଇ ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ପିଜି କାଉନ୍‌ସିଲ ଚେୟାରମ୍ୟାନ ଏବଂ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଜଣାଇଦିଆଯାଇଛି। ଏଥିସହ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମଧ୍ୟ ଗାଇଡ୍‌ଲାଇନ୍‌ ଜାରି ହୋଇଛି। ଯେଉଁ ଛାତ୍ରୀଛାତ୍ର ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇ ନାମ ଲେଖାଇଥିଲେ କିମ୍ବା ମନୋନୀତ ହୋଇ ମଧ୍ୟ ନାମ ଲେଖାଇ ନ ଥିଲେ, ଯେଉଁମାନେ ଆଦୌ ମନୋନୀତ ହୋଇ ନ ଥିଲେ ଏବଂ ବିଭିନ୍ନ କାରଣରୁ ଯେଉଁ ଛାତ୍ରୀଛାତ୍ରମାନେ ଆବେଦନ କରିପାରି ନ ଥିଲେ, ସେମାନେ ହିଁ ଏହି ପର୍ଯ୍ୟାୟ ପାଇଁ ଆବେଦନ କରିପାରିବେ। ଏହି ନାମଲେଖା ପାଇଁ ଆସନ୍ତା ୧୩ ତାରିଖ ପୂର୍ବାହ୍ନ ୧୧ଟାରେ ସାମ୍ସ ପୋର୍ଟାଲରେ ଫର୍ମ ଉପଲବ୍ଧ ହେବ। ଏହି ସମୟଠାରୁ ୧୯ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୭ ତାରିଖ ଅପରାହ୍ନ ୨ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ୨୮, ୨୯ ଏବଂ ୩୧ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ। ସେହିଭଳି ନଭେମ୍ବର ୭ ଅପରାହ୍ନ ୨ଟାରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ। ୯ରୁ ୧୧ ତାରିଖ ଅପରାହ୍ନ ୫ଟାରେ ଏହି ମନୋନୀତ ଛାତ୍ରୀଛାତ୍ର ନାମଲେଖାଇବେ।
ସୂଚନାଯୋଗ୍ୟ, ରାଜ୍ୟରେ ୧,୦୨୩ ଡିଗ୍ରୀ କଲେଜରେ ମୋଟ ୨,୫୨,୦୧୩ ସିଟ୍‌ ରହିଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧,୬୧,୧୭୯ଜଣ ନାମଲେଖାଇଛନ୍ତି। ଏବେ ୯୦,୮୩୪ ସିଟ୍‌ ବଳକା ପଡ଼ିଛି। କଳାରେ ୪୦,୦୧୪ ସିଟ୍‌ ଖାଲି ପଡ଼ିଥିବାବେଳେ ଫିଜିକାଲ ସାଇନ୍ସରେ ୨୦,୮୪୫, ବାୟୋଲୋଜିକାଲ ସାଇନ୍ସରେ ୧୦,୮୬୩, ବାଣିଜ୍ୟରେ ୧୩,୭୦୪, ସେଲ୍ଫ ଫାଇନାନ୍ସିଂରେ ୬୯୮ ଏବଂ ସଂସ୍କୃତରେ ୪,୭୧୦ ସିଟ୍‌ ଖାଲି ପଡ଼ିଛି। ଏହିସବୁ ବଳକା ସିଟ୍‌ରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ। ତେବେ ବର୍ତ୍ତମାନ ସୁଦ୍ଧା ୬୩ ପ୍ରତିଶତରୁ ଅଧିକ ସିଟ୍‌ ପୂରଣ ହୋଇଯାଇଥିବାରୁ ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?