ହକି ବିଶ୍ୱକପ୍‌ ପରେ ୩ ଲେନ୍‌ ଆର୍‌ଓବି କାମ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ଲୋକସେବା ଭବନରେ ଶୁକ୍ରବାର ବାଣୀବିହାର ରେଲ୍‌ଓ୍ବେ ଓଭର ବ୍ରିଜ୍‌ (ଆରଓବି) ଏବଂ ଭୁବନେଶ୍ୱର ରେଳଷ୍ଟେଶନ କାର୍ଯ୍ୟ ସମୀକ୍ଷା କରାଯାଇଛି। ହକି ବିଶ୍ୱକପ୍‌ ପରେ ଅର୍ଥାତ ଆସନ୍ତା ଫେବୃୟାରୀରୁ ପ୍ରସ୍ତାବିତ ୩ ଲେନ ବିଶିଷ୍ଟ ବାଣୀବିହାର ଆରଓବି କାର୍ଯ୍ୟ ଆରମ୍ଭ କରିବାକୁ ରେଳ ବିକାଶ ନିଗମ ଲିମିଟେଡର ଅଧିକାରୀଙ୍କୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ହକି ବିଶ୍ୱକପ୍‌ ସମୟରେ ଟ୍ରାଫିକ୍‌ ଭିଡ଼କୁ ନଜରରେ ଏହି ନିଷ୍ପତ୍ତି ନିଆଯାଇଛି।
ମୋଟ ୫୮୧ କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା-ବାରଙ୍ଗ ରୁଟ୍‌ ତୃତୀୟ ରେଲ୍‌ଓ୍ବେ ଟ୍ରାକ୍‌ ନିର୍ମାଣ କାର୍ଯ୍ୟ ଚାଲିଛି। ୩୨ କିଲୋମିଟର ବିଶିଷ୍ଟ ଏହି ରେଳପଥର ୨୬ କିମି କାମ ଶେଷ ହୋଇଛି। ଭୁବନେଶ୍ୱର-ମଞ୍ଚେଶ୍ୱର ମଧ୍ୟରେ ୬ କି.ମି. ରେଳପଥ ସମ୍ପ୍ରସାରଣ ଲାଗି ବାଣୀବିହାର ଆରଓବିକୁ ଭାଙ୍ଗିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଇତିମଧ୍ୟରେ ବିକଳ୍ପ ରାସ୍ତା ଭାବେ ପୁରୁଣା ଆର୍‌ଓବିକୁ ଲାଗି ନୂତନ ଦୁଇଲେନ୍‌ ବିଶିଷ୍ଟ ଆର୍‌ଓବି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଗତ ୧୫ ତାରିଖଠାର ସେହି ରାସ୍ତା ଦେଇ ଯାନବାହନ ଚଳାଚଳ କରୁଛି। ପୁରୁଣା ଆରଓବି ଭାଙ୍ଗିବା ପରେ କାମ ତ୍ୱରାନ୍ବିତ ହେବ ବୋଲି ରେଳ ବିକାଶ ନିଗମ ଲିମିଟେଡ୍‌ର ମୁଖ୍ୟ ପ୍ରକଳ୍ପ ମ୍ୟାନେଜର ପ୍ରଦୀପ ମହାନ୍ତି ସୂଚନା ଦେଇଛନ୍ତି। ବର୍ଷକ ମଧ୍ୟରେ ଏହି କାର୍ଯ୍ୟ ଶେଷ ହେବ। ୩ ଲେନ୍‌ ବିଶିଷ୍ଟ ଆରଓବି କାର୍ଯ୍ୟ ଶେଷ ହେଲେ ଏହା ସବୁଦିନିଆ ରାସ୍ତା ଭାବେ ବ୍ୟବହୃତ ହେବ। ନବନିର୍ମିତ ଦୁଇ ଲେନ୍‌ ବିଶିଷ୍ଟ ଆରଓବି ରସୁଲଗଡ଼କୁ ସଂଯୋଗ କରୁଥିବା ରାସ୍ତା ଭାବେ ବ୍ୟବହାର କରାଯିବ।
ଏହି ଅବସରରେ ଭୁବନେଶ୍ୱର ରେଳଷ୍ଟେଶନ ନିକଟବର୍ତ୍ତୀ କଳ୍ପନା ଏବଂ ମାଷ୍ଟର କ୍ୟାଣ୍ଟିନ ପାର୍ଶ୍ୱ ଆଧୁନିକୀକରଣ କାର୍ଯ୍ୟର ମଧ୍ୟ ମୁଖ୍ୟ ଶାସନ ସଚିବ ସମୀକ୍ଷା କରିଥିଲେ। ତେବେ ନୂତନ ପ୍ରକଳ୍ପ ନିର୍ମାଣ ପୂର୍ବରୁ ବିଡିଏ ସହ ପରାମର୍ଶ କରିବାକୁ ସେ ପୂର୍ବତଟ ରେଳଓ୍ବେ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରେଲଓ୍ବେ ସମନ୍ବୟ କମିଶନର ମନୋଜ କୁମାର ମିଶ୍ର, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ, ବିଡିଏ ଉପାଧ୍ୟକ୍ଷ ବଲୱନ୍ତ ସିଂ, ଖୋର୍ଦ୍ଧା ରୋଡ୍‌ ଡିଭିଜନ ଡିଆରଏମ୍‌ ରିଙ୍କେଶ ରୟ, ପୂର୍ବତଟ ରେଳବାଇ ମୁଖ୍ୟଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri