Posted inଜାତୀୟ

ଆମାଜନକୁ ଏମିତି କରି ଲକ୍ଷାଧିକ ଟଙ୍କାର ଚୁନ ଲଗାଉଥିଲେ

ନୋଏଡା,୩।୯: ଇ-କମର୍ସ କମ୍ପାନୀ ଆମାଜନ୍‌କୁ ଲକ୍ଷାଧିକ ଟଙ୍କାର ଚୁନା ଲଗାଇ ଗିରଫ ହୋଇଛନ୍ତି ହରିୟାଣାର ୩ ଯୁବକ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଫତେହାବାଦ ଓ ଜଣେ ହିସାର ଅଞ୍ଚଳର ବୋଲି ଉତ୍ତରପ୍ରଦେଶ ସାଇବର ପୋଲିସ ପକ୍ଷରୁ କୁହାଯାଇଛି।

ଅଭିଯୁକ୍ତମାନେ ଆମାଜନ ଓ୍ବେବସାଇଟ୍‌ରେ ମିଛ ପରିଚୟପତ୍ର ଦେଇ ବହୁ ନାମରେ ଆକାଉଣ୍ଟ ଖୋଲିଥିଲେ। ଏହି ଆକାଉଣ୍ଟରୁ ବହୁ ସମୟରେ ବିଭିନ୍ନ ପ୍ରଡକ୍ଟ ମଗାଉଥିଲେ। ସବୁ ବେଳେ ଆଗୁଆ ପେମେଣ୍ଟ କରୁଥିଲେ। ଅର୍ଡର ରିସିଭ ପରେ ସେମାନେ ଆମାଜନକୁ ଯୋଗାଯୋଗ କରି ପ୍ରଡକ୍ଟରେ ସମସ୍ୟା ଥିବା ଦର୍ଶାଇ ରିଫଣ୍ଡ୍‌ ପାଇଁ ଦାବି କରୁଥିଲେ। ଏଭଳି କରି ହରିୟାଣାର ୩ ଯୁବକ ଆମାଜନକୁ ଲକ୍ଷାଧିକ ଟଙ୍କାର ଚୁନା ଲଗାଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ଆମାଜନର ପଲିସି ଅନୁଯାୟୀ, କୌଣସି ୟୁଜର ରିଫଣ୍ଡ ଦାବି କଲେ କମ୍ପାନୀ ପକ୍ଷରୁ ୟୁଜରଙ୍କ ନିକଟକୁ ଏଜେଣ୍ଟ (ଡେଲିଭରି ବୟ) ପଠାଯାଏ। ଡେଲିଭରି ବୟ ଗ୍ରାହକଙ୍କ ଠାରୁ ଡିଫେକ୍ଟିଭ ପ୍ରଡକ୍ଟ ଫେରାଇ ନିଅନ୍ତି। ସେମାନେ ଅର୍ଡରକୁ ଡାଟାବେସରେ ‘ପିକ୍ଡ ଅପ୍‌’ ଦର୍ଶାଇବା ପରେ ୟୁଜରଙ୍କ ଆକାଉଣ୍ଟ ସହ ଯୋଡ଼ା ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଫେରିଆସେ।

କିନ୍ତୁ ଏହି ମାମଲାରେ ଅଭିଯୁକ୍ତମାନେ ଏଜେଣ୍ଟଙ୍କୁ ମଧ୍ୟ ତାଙ୍କ ଯୋଜନାରେ ସାମିଲ କରିଥିଲେ। ଏଜେଣ୍ଟ ମିଛରେ ଡାଟାବେସ୍‌ରେ ‘ପିକ୍ଡ ଅପ୍‌’ ଦର୍ଶାଉଥିଲେ। ଯାହା ଫଳରେ ଟଙ୍କା ୟୁଜରଙ୍କ ଆକାଉଣ୍ଟକୁ ଆସୁଥିଲା। ଆଉ ପ୍ରଡକ୍ଟକୁ ଦିଲ୍ଲୀର ଏନ୍‌ସିଆର ମାର୍କେଟରେ ଶସ୍ତାରେ ବିକି ଆହୁରି ଟଙ୍କା ଆୟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ଉପରେ ଚାନ୍ଦା ମାଗିଲେ ଓମପ୍ରକାଶ ରାଜଭର, ଦାତାଙ୍କର ଲାଗିଲା ଭିଡ

ସନ୍ଥକବିରନଗର,୨ ।୧୦: ଉତ୍ତର ପ୍ରଦେଶରେ ସୁହେଲଦେବ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ଓମପ୍ରକାଶ ରାଜଭର ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ଏଥର ସେ ଖୋଲା ମଞ୍ଚରେ...

୨୪ ଘଣ୍ଟାରେ ୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୧୮।୭: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୭ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏନେଇ...

ଆଖି ବୁଜିଲେ ଆଉ ଜଣେ ନିର୍ଭୟା

ମୁମ୍ବାଇ, ୧୨।୯: ମୁମ୍ବାଇର ସାକିନାକା ଅଞ୍ଚଳରେ ଦିଲ୍ଲୀ ନିର୍ଭୟା ଘଟଣାର ପୁନରାବୃତ୍ତି ଘଟିଛି। ଶୁକ୍ରବାର ଭୋର୍‌ ସମୟରେ ଜଣେ ୩୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର କରାଯିବା...

ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍‌ଫି ନେବା ପାଇଁ ଜମିଲା ଭିଡ଼

ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍‌ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ...

ପୋଲିସ ଗୁଳିରେ ଭାଜପା ନେତାଙ୍କ ସ୍ତ୍ରୀ ମୃତ

ମୋରାଦାବାଦ/ଡେରାଡୁନ୍‌,୧୩।୧୦: ଉତ୍ତରପ୍ରଦେଶ ପୋଲିସ ଟିମ୍‌ ଏବଂ ଉତ୍ତରାଖଣ୍ଡ ସୀମାନ୍ତ ଗ୍ରାମର ଅଧିବାସୀଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ ସ୍ଥାନୀୟ ଭାଜପା ନେତାଙ୍କ ସ୍ତ୍ରୀ ପ୍ରାଣ ହରାଇବା...

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ...

ଶିବସୈନିକ ସନ୍ତୁଷ୍ଟ କି ଅସନ୍ତୁଷ୍ଟ, ଶିନ୍ଦେ କରିବେ ସର୍ଭେ …

ମୁମ୍ବାଇ, ୫।୯ : ଉଦ୍ଧବ ଠାକରେଙ୍କ ଶିବସେନା ବିରୁଦ୍ଧରେ ବିଦ୍ରୋହ କରି ମୁଖ୍ୟମନ୍ତ୍ରୀ ହୋଇଥିବା ଏକନାଥ ଶିନ୍ଦେ ବର୍ତ୍ତମାନ ତାଙ୍କ ନିଷ୍ପତ୍ତିରେ ଶିବ ସୈନିକ କେତେ...

ଦେଶରେ ୨୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪୯ ନୂଆ କରୋନା...

Advertisement
Archives

Model This Week