Posted inଜାତୀୟ

କାନପୁର ହିଂସା: ୩୬ ଜଣ ଚିହ୍ନଟ, ୩ ଏଫଆଇଆର

କାନପୁର,୪ ।୬: ଉତ୍ତର ପ୍ରଦେଶର କାନପୁରରେ ଶୁକ୍ରବାର ଜୁମେ ନମାଜ ପରେ କିଛି ଅଞ୍ଚଳରେ ହିଂସା ପରିସ୍ଥିିତି ସୃଷ୍ଟି ହୋଇଥିଲା । ଦୁଇ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ପଥର ଫିଙ୍ଗା ଆରମ୍ଭ ହୋଇ ଯାଇଥିଲା । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ହିଂସାଗ୍ରସ୍ତ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶୁକ୍ରବାର ଏହି ମାମଲାରେ ୧୮ ଜଣଙ୍କୁ ଗିରଫ କରାଯାଇଛି । ଏହାସହ ଏବେ ପର୍ଯ୍ୟନ୍ତ ୩ଟି ଏଫଆଇଆର ଦିଆଯିବା ସହ ୩୬ ଜଣଙ୍କୁ ଚିହ୍ନଟ କରାଗଲାଣି ।
କାନପୁର ସ୍ଥିତିକୁ ନେଇ ପୋଲିସ କମିଶନର ବିଜୟ ସିଂ ମିଣା କହିଛନ୍ତି ଏବେ ସ୍ଥିତି ସାମାନ୍ୟ ରହିଛି । ୩ଟି ଏଫଆଇଆର ସହ ୩୬ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହାସହ ଆମକୁ ହସ୍ତଗତ ହୋଇଥିବା ଫଟୋ ଆଧାରରେ ଅନ୍ୟମାନଙ୍କୁ ଗିରଫ କରାଯିବାକୁ ଚେଷ୍ଟା କରାଯାଉଛି ।
ସୂଚନାଯୋଗ୍ୟ, ମୁସଲମାନ ସମ୍ପ୍ରଦାୟର କେତେଜଣ ଲୋକେ ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମାଙ୍କୁ ବିରୋଧ କରି ଦୋକାନ ବନ୍ଦ କରିବାକୁ ଚାହୁଁଥିଲେ । ଏହିଥିରୁ ହିଁ ବିବାଦ ମୁଣ୍ଡ ଟେକିଥିଲା । ପରେ ବହୁ ସଂଖ୍ୟାରେ ଲୋକେ ରାସ୍ତାରେ ଜମା ହୋଇଯିବା ସହ ପଥର ଫିଙ୍ଗା ଆରମ୍ଭ ହୋଇ ପରିସ୍ଥିତି ହିଂସାର ରୂପ ନେଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଦେଓଘରର ଇଣ୍ଡିଗୋ ବିମାନରେ ବୋମା ସୂଚନା

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରୁ ଦେଓଘର ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଥିବା ନେଇ ଏକ ସୂଚନା ମିଳିଥିଲା। ଯାହା ପରେ ସୁରକ୍ଷା ପ୍ରୋଟୋକଲକୁ ପାଳନ କରିବା ସହ...

ଭାଜପାକୁ ଚିରାଗଙ୍କ ପ୍ରଶ୍ନ

ପାଟନା,୧୭ ।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ଟଣା ଭିଡା ଲାଗି...

ହାଡ଼ଭଙ୍ଗା ଶୀତ, ରାଜଧାନୀରେ ତାପମାତ୍ରା ୪.୬ ଡିଗ୍ରୀ-ରାଜସ୍ଥାନରେ ମାଇନସ୍‌ ୧.୧…

ନୂଆଦିଲ୍ଲୀ, ୧୯।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତରଭାରତ ସମେତ ଦେଶର ବହୁ ଅଞ୍ଚଳରେ ତାପମାତ୍ରା ହଠାତ୍‌ କମିବା ସହିତ...

ଉତ୍ତରପ୍ରଦେଶରେ ଚାଲିଛି ଗୁଣ୍ଡାରାଜ: ମାୟାବତୀ

ଲକ୍ଷ୍ନୌ, ୧।୧୦: ହାତରସ୍‌ ଗଣ ବଳାତ୍କାର ମାମଲା ନେଇ ନେଇ ଦେଶବ୍ୟାପି ଚର୍ଚ୍ଚା ଜାରି ରହିଛି। ଏହାକୁ ନେଇ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀ ରାଜ୍ୟରେ ଆଇନର...

ରାଜ୍ୟକୁ ଟିକା ଯୋଗାଇବାକୁ ମନାକଲା ମଡର୍ନା

ଚଣ୍ଡିଗଡ଼, ୨୪।୫: ଦେଶରେ ସମସ୍ତଙ୍କୁ ଟିକା ଦେବା ଲାଗି କୋଭିଡ୍‌ ଭାକ୍ସିନର ଘୋର ଅଭାବ ଦେଖାଦେଇଛି। ଏପରିସ୍ଥଳେ ପଞ୍ଜାବ ସମେତ ବିଭିନ୍ନ ରାଜ୍ୟ ସରକାର ବିଦେଶରୁ...

ଝିଅ ବିବାହ ପାଇଁ କାର୍ଡ ବଣ୍ଟା ସରିଥିଲା, ଅଟକିଲା ବାହାଘର; କାରଣ ଜାଣିଲେ…

ଲକ୍ଷ୍ନୌ,୨୯।୪: ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କାର୍ଡ ବି ବଣ୍ଟା ସରିଥିଲା। ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ ଦିଆସରିଥିଲା। ଏପରିକି ବନ୍ଧୁବାନ୍ଧବ ବିବାହ ଉତ୍ସବରେ ଯୋଗ ଦେବେ...

ଡିକେ.ଶିବ କୁମାରଙ୍କୁ ଜେଲରେ ଭେଟିଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ,୨୩।୧୦: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବାକଂଗ୍ରେସ ନେତା ଡିକେ. ଶିବ କୁମାରଙ୍କୁ ବୁଧବାର ତିହାର ଜେଲ୍‌ରେ ଭେଟିଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ସେଠାରେ...

ଅନ୍ନଦାତା ଆନ୍ଦୋଳନରୁ ଫେରିବା ପରେ ଆତ୍ମହତ୍ୟା କଲେ ଯୁବ ଚାଷୀ

ନୂଆଦିଲ୍ଲୀ,୨୦।୧୨: ଦେଶର ରାଜଧାନୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନର ସମର୍ଥନରେ ପୁଣି ଜଣେ କୃଷକ ଆତ୍ମହତ୍ୟା କରିଛନ୍ତି। ଆନ୍ଦୋଳନସ୍ଥଳରୁ ଫେରିଥିବା ଜଣେ ୨୨ ବର୍ଷୀୟ ପଞ୍ଜାବ...

Advertisement
Archives

Model This Week