ଯୁକ୍ତ୩ ନାମଲେଖା: ନିଅଣ୍ଟ ପଡ଼ିବ ସିଟ୍‌

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ନାମଲେଖା ପାଇଁ ସିଟ୍‌ ନିଅଣ୍ଟ ପଡ଼ିପାରେ। କାରଣ ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ସିଟ୍‌ କମ୍‌ ରହିଛି। ତେଣୁ ଯୁକ୍ତ୩ରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରା ନ ଗଲେ ନାମଲେଖାରେ ସମସ୍ୟା ଦେଖାଦେଇପାରେ। ଫଳରେ ଏଥର ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେବା ଆଶଙ୍କା କରାଯାଉଛି। ରାଜ୍ୟରେ ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨,୬୬,୫୬୮ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ମୋଟ ୨ଲକ୍ଷ ୪୯ହଜାର ୪୫୩ ସିଟ୍‌ ରହିଛି। ସିଟ୍‌ ସଂଖ୍ୟା ଠାରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କ ସଂଖ୍ୟା ୧୭,୧୧୫ ଅଧିକ। ତେଣୁ ନାମଲେଖାରେ ସମସ୍ୟା ଉପୁଜିପାରେ ବୋଲି ଶିକ୍ଷାବିତ୍‌ମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ସୂଚନାନୁଯାୟୀ, ରାଜ୍ୟରେ ମୋଟ ୧,୦୨୫ଟି ଡିଗ୍ରୀ କଲେଜ ରହିଛି। ସେଥିରେ ମୋଟ୍‌ ସିଟ୍‌ ସଂଖ୍ୟା ୨ଲକ୍ଷ ୪୯ହଜାର ୪୫୩। ସେଥିରୁ କଳାରେ ୧,୩୯,୭୯୩ ସିଟ୍‌ ଥିବାବେଳେ ଫିଜିକାଲ ସାଇନ୍ସ (ପିସିଏମ୍‌)ରେ ୪୨,୦୧୫, ବାୟୋଲୋଜିକାଲ ସାଇନ୍ସ (ସିବିଜେଡ୍‌)ରେ ୨୬,୬୦୪, ବାଣିଜ୍ୟରେ ୩୦,୬୭୫, ସେଲ୍ଫ ଫାଇନାନ୍ସରେ ୧,୬୬୬ ଏବଂ ସଂସ୍କୃତରେ ୮,୭୦୦ ସିଟ୍‌ ରହିଛି। ତେବେ ଏଥର ଯୁକ୍ତ୨ କଳାରେ ୧,୭୧,୨୮୮, ବିଜ୍ଞାନରେ ୭୨,୧୦୬, ବାଣିଜ୍ୟରେ ୨୧,୧୬୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨,୦୦୯ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ମୋଟ ୨,୬୬,୫୬୮ ଛାତ୍ରୀଛାତ୍ର ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେପଟେ ସିବିଏସ୍‌ଇ ଏବଂ ଆଇଏସ୍‌ସିଇ ପିଲା ମଧ୍ୟ ରହିଛନ୍ତି। ତେଣୁ ଏଥର ଯୁକ୍ତ୨ ପାଇଁ ପ୍ରାୟ ୨ଲକ୍ଷ ୭୦ହଜାର ପିଲା ଆବେଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
ପୂର୍ବରୁ ଯୁକ୍ତ୨ ପରେ ଅନେକ ଛାତ୍ରୀଛାତ୍ର ଇଞ୍ଜିନିୟରିଂ, ଡିପ୍ଲୋମା ଆଦି ବିଭିନ୍ନ ବୈଷୟିକ ଶିକ୍ଷାରେ ନାମଲେଖାଉଥିବାରୁ ଯୁକ୍ତ୩ ବା ଡିଗ୍ରୀ କଲେଜରେ ସିଟ୍‌ ଖାଲି ପଡୁଥିଲା। ମାତ୍ର ଗତ ଦୁଇବର୍ଷ ହେବ ପାସ୍‌ ହାର ଅଧିକ ରହୁଥିବାରୁ ଯୁକ୍ତ୩ରେ ମଧ୍ୟ ନାମଲେଖା ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗତ ୫ବର୍ଷ ହେବ ରାଜ୍ୟରେ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମଲେଖା ୮୦% କମ୍‌ ରହିଛି। ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍‌ ସଂଖ୍ୟା ପ୍ରାୟ ୧୦ହଜାର ମଧ୍ୟରେ ରହିଛି। ଏହାସତ୍ତ୍ୱେ କେବଳ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ପାଇଛି। ଫଳରେ ଯେଉଁ ପିଲା ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍‌ ପାଇବାରୁ ବଞ୍ଚତ୍ତ ହେଉଛନ୍ତି, ସେମାନେ ଯୁକ୍ତ୩ରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏସବୁ ଦିଗକୁ ଦେଖିଲେ ଯୁକ୍ତ୩ରେ ସିଟ୍‌ ଅଭାବ ପଡ଼ିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଶିକ୍ଷାବିତ୍‌ ଗୋଲକ ନାୟକ କହିଛନ୍ତି, ଏଥର ପାସ୍‌ ହାର ଯେହେତୁ ଅଧିକ ରହିଛିି, ତେଣୁ ସମସ୍ୟା ଦେଖାଦେବ। ଆଗକୁ ପିଲାଙ୍କ ଆବେଦନକୁ ଦେଖି ଉଚ୍ଚଶିକ୍ଷା ବିଭାଗ କିଛି ନିର୍ଦ୍ଦିଷ୍ଟ କଲେଜରେ ସିଟ୍‌ ସଂଖ୍ୟା ବଢ଼ାଇପାରେ। ତେବେ ତାହା କେବଳ ଗୋଟିଏ ବର୍ଷ ପାଇଁ ଲାଗୁ ହେବ। ତେଣୁ ଯୁକ୍ତ୩ ନାମଲେଖାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରୁଛି।
ସୂଚନାଯୋଗ୍ୟ, ରାଜ୍ୟର ୮ଟି ଜିଲାରେ ସର୍ବାଧିକ ୫୦ରୁ ଅଧିକ ଡିଗ୍ରୀ କଲେଜ ରହିଛି। ସେଥିମଧ୍ୟରୁ ବାଲେଶ୍ୱରରେ ୭୨ଟି ଡିଗ୍ରୀ କଲେଜ ଥିବାବେଳେ ଜିଲାରେ ମୋଟ୍‌ ସିଟ୍‌ ସଂଖ୍ୟା ୧୪,୪୩୬। ସେହିପରି କଟକରେ ୬୭ କଲେଜରେ ୨୦,୪୫୬, ଗଞ୍ଜାମରେ ୬୪ କଲେଜରେ ୨୧,୦୭୨, ଯାଜପୁରରେ ୬୧ କଲେଜରେ ୧୪,୪୬୨, କେନ୍ଦ୍ରାପଡ଼ାରେ ୫୪ କଲେଜରେ ୧୧,୪୦୮, ଖୋର୍ଦ୍ଧାରେ ୬୮ କଲେଜରେ ୧୯,୬୫୩, ମୟୁରଭଞ୍ଜରେ ୬୦ କଲେଜରେ ୧୪,୩୮୪ ଏବଂ ପୁରୀରେ ୫୪ କଲେଜରେ ୧୪,୩୨୦ ସିଟ୍‌ ରହିଛି। ଚଳିତବର୍ଷ ସିଟ୍‌ ସଂଖ୍ୟା ଠାରୁ ପିଲାଙ୍କ ସଂଖ୍ୟା ବଢ଼ିଯିବାର ସମ୍ଭାବନା ରହିଛି। ତେଣୁ କଳାରେ ୨୦% ଓ ବିଜ୍ଞାନରେ ପ୍ରାୟ ୧୫% ସିଟ୍‌ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ ଅଦ୍ୟାବଧି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୧୩ରେ ଲଘୁଚାପ: ପାଣିପାଗ ବିଭାଗର କହିଲା ଏହାର ଗତିବିଧି…

ଭୁବନେଶ୍ୱର,୧୨।୧୦ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୧୩ ଅକ୍ଟୋବର ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଅନୁକୂଳ ପାଣିପାଗ ଓ ସାମୁଦ୍ରିକ ପରିସ୍ଥିତି…

କ୍ରିକେଟ ମଇଦାନରେ କମାଲ କଲେ ଦ୍ରାବିଡ଼ଙ୍କ ପୁଅ: ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ କରିଦେଲେ ଚକିତ

ନୂଆଦିଲ୍ଲୀ, ୧୨।୧୦: ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼ଙ୍କ ପୁଅ ଅନୱୟ ଦ୍ରାବିଡ଼ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଏବେ ଚର୍ଚ୍ଚାରେ। ଭିନୁ…

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?