ଯୁକ୍ତ୩ ନାମଲେଖା: ନିଅଣ୍ଟ ପଡ଼ିବ ସିଟ୍‌

ଭୁବନେଶ୍ୱର, ୧୦ା୮(ବ୍ୟୁରୋ): ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ଯୁକ୍ତ୩ରେ ନାମଲେଖା ପାଇଁ ସିଟ୍‌ ନିଅଣ୍ଟ ପଡ଼ିପାରେ। କାରଣ ଚଳିତବର୍ଷ ଯୁକ୍ତ୨ ପାସ୍‌ ହାର ତୁଳନାରେ ରାଜ୍ୟର ପ୍ରମୁଖ ଡିଗ୍ରୀ କଲେଜଗୁଡିକରେ ସିଟ୍‌ କମ୍‌ ରହିଛି। ତେଣୁ ଯୁକ୍ତ୩ରେ ସିଟ୍‌ ସଂଖ୍ୟାକୁ ବୃଦ୍ଧି କରା ନ ଗଲେ ନାମଲେଖାରେ ସମସ୍ୟା ଦେଖାଦେଇପାରେ। ଫଳରେ ଏଥର ଛାତ୍ରୀଛାତ୍ରମାନେ ଉଚ୍ଚଶିକ୍ଷାରୁ ବଞ୍ଚତ୍ତ ହେବା ଆଶଙ୍କା କରାଯାଉଛି। ରାଜ୍ୟରେ ଚଳିତବର୍ଷ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷାରେ ମୋଟ ୨,୬୬,୫୬୮ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ମୋଟ ୨ଲକ୍ଷ ୪୯ହଜାର ୪୫୩ ସିଟ୍‌ ରହିଛି। ସିଟ୍‌ ସଂଖ୍ୟା ଠାରୁ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କ ସଂଖ୍ୟା ୧୭,୧୧୫ ଅଧିକ। ତେଣୁ ନାମଲେଖାରେ ସମସ୍ୟା ଉପୁଜିପାରେ ବୋଲି ଶିକ୍ଷାବିତ୍‌ମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ସୂଚନାନୁଯାୟୀ, ରାଜ୍ୟରେ ମୋଟ ୧,୦୨୫ଟି ଡିଗ୍ରୀ କଲେଜ ରହିଛି। ସେଥିରେ ମୋଟ୍‌ ସିଟ୍‌ ସଂଖ୍ୟା ୨ଲକ୍ଷ ୪୯ହଜାର ୪୫୩। ସେଥିରୁ କଳାରେ ୧,୩୯,୭୯୩ ସିଟ୍‌ ଥିବାବେଳେ ଫିଜିକାଲ ସାଇନ୍ସ (ପିସିଏମ୍‌)ରେ ୪୨,୦୧୫, ବାୟୋଲୋଜିକାଲ ସାଇନ୍ସ (ସିବିଜେଡ୍‌)ରେ ୨୬,୬୦୪, ବାଣିଜ୍ୟରେ ୩୦,୬୭୫, ସେଲ୍ଫ ଫାଇନାନ୍ସରେ ୧,୬୬୬ ଏବଂ ସଂସ୍କୃତରେ ୮,୭୦୦ ସିଟ୍‌ ରହିଛି। ତେବେ ଏଥର ଯୁକ୍ତ୨ କଳାରେ ୧,୭୧,୨୮୮, ବିଜ୍ଞାନରେ ୭୨,୧୦୬, ବାଣିଜ୍ୟରେ ୨୧,୧୬୫ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨,୦୦୯ଜଣ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ମୋଟ ୨,୬୬,୫୬୮ ଛାତ୍ରୀଛାତ୍ର ଯୁକ୍ତ୨ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେପଟେ ସିବିଏସ୍‌ଇ ଏବଂ ଆଇଏସ୍‌ସିଇ ପିଲା ମଧ୍ୟ ରହିଛନ୍ତି। ତେଣୁ ଏଥର ଯୁକ୍ତ୨ ପାଇଁ ପ୍ରାୟ ୨ଲକ୍ଷ ୭୦ହଜାର ପିଲା ଆବେଦନ କରିପାରନ୍ତି ବୋଲି ଅନୁମାନ କରାଯାଉଛି।
ପୂର୍ବରୁ ଯୁକ୍ତ୨ ପରେ ଅନେକ ଛାତ୍ରୀଛାତ୍ର ଇଞ୍ଜିନିୟରିଂ, ଡିପ୍ଲୋମା ଆଦି ବିଭିନ୍ନ ବୈଷୟିକ ଶିକ୍ଷାରେ ନାମଲେଖାଉଥିବାରୁ ଯୁକ୍ତ୩ ବା ଡିଗ୍ରୀ କଲେଜରେ ସିଟ୍‌ ଖାଲି ପଡୁଥିଲା। ମାତ୍ର ଗତ ଦୁଇବର୍ଷ ହେବ ପାସ୍‌ ହାର ଅଧିକ ରହୁଥିବାରୁ ଯୁକ୍ତ୩ରେ ମଧ୍ୟ ନାମଲେଖା ସଂଖ୍ୟା ବୃଦ୍ଧି ପାଇଛି। ସେହିପରି ଗତ ୫ବର୍ଷ ହେବ ରାଜ୍ୟରେ ଘରୋଇ ଇଞ୍ଜିନିୟରିଂ କଲେଜରେ ନାମଲେଖା ୮୦% କମ୍‌ ରହିଛି। ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍‌ ସଂଖ୍ୟା ପ୍ରାୟ ୧୦ହଜାର ମଧ୍ୟରେ ରହିଛି। ଏହାସତ୍ତ୍ୱେ କେବଳ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତି ପିଲାଙ୍କ ଆଗ୍ରହ ବୃଦ୍ଧି ପାଇଛି। ଫଳରେ ଯେଉଁ ପିଲା ସରକାରୀ ଇଞ୍ଜିନିୟରିଂ କଲେଜରେ ସିଟ୍‌ ପାଇବାରୁ ବଞ୍ଚତ୍ତ ହେଉଛନ୍ତି, ସେମାନେ ଯୁକ୍ତ୩ରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ତେଣୁ ଏସବୁ ଦିଗକୁ ଦେଖିଲେ ଯୁକ୍ତ୩ରେ ସିଟ୍‌ ଅଭାବ ପଡ଼ିବ ବୋଲି କୁହାଯାଉଛି। ଏ ସମ୍ପର୍କରେ ଶିକ୍ଷାବିତ୍‌ ଗୋଲକ ନାୟକ କହିଛନ୍ତି, ଏଥର ପାସ୍‌ ହାର ଯେହେତୁ ଅଧିକ ରହିଛିି, ତେଣୁ ସମସ୍ୟା ଦେଖାଦେବ। ଆଗକୁ ପିଲାଙ୍କ ଆବେଦନକୁ ଦେଖି ଉଚ୍ଚଶିକ୍ଷା ବିଭାଗ କିଛି ନିର୍ଦ୍ଦିଷ୍ଟ କଲେଜରେ ସିଟ୍‌ ସଂଖ୍ୟା ବଢ଼ାଇପାରେ। ତେବେ ତାହା କେବଳ ଗୋଟିଏ ବର୍ଷ ପାଇଁ ଲାଗୁ ହେବ। ତେଣୁ ଯୁକ୍ତ୩ ନାମଲେଖାରେ କୌଣସି ଅସୁବିଧା ହେବ ନାହିଁ ବୋଲି ଆଶା କରୁଛି।
ସୂଚନାଯୋଗ୍ୟ, ରାଜ୍ୟର ୮ଟି ଜିଲାରେ ସର୍ବାଧିକ ୫୦ରୁ ଅଧିକ ଡିଗ୍ରୀ କଲେଜ ରହିଛି। ସେଥିମଧ୍ୟରୁ ବାଲେଶ୍ୱରରେ ୭୨ଟି ଡିଗ୍ରୀ କଲେଜ ଥିବାବେଳେ ଜିଲାରେ ମୋଟ୍‌ ସିଟ୍‌ ସଂଖ୍ୟା ୧୪,୪୩୬। ସେହିପରି କଟକରେ ୬୭ କଲେଜରେ ୨୦,୪୫୬, ଗଞ୍ଜାମରେ ୬୪ କଲେଜରେ ୨୧,୦୭୨, ଯାଜପୁରରେ ୬୧ କଲେଜରେ ୧୪,୪୬୨, କେନ୍ଦ୍ରାପଡ଼ାରେ ୫୪ କଲେଜରେ ୧୧,୪୦୮, ଖୋର୍ଦ୍ଧାରେ ୬୮ କଲେଜରେ ୧୯,୬୫୩, ମୟୁରଭଞ୍ଜରେ ୬୦ କଲେଜରେ ୧୪,୩୮୪ ଏବଂ ପୁରୀରେ ୫୪ କଲେଜରେ ୧୪,୩୨୦ ସିଟ୍‌ ରହିଛି। ଚଳିତବର୍ଷ ସିଟ୍‌ ସଂଖ୍ୟା ଠାରୁ ପିଲାଙ୍କ ସଂଖ୍ୟା ବଢ଼ିଯିବାର ସମ୍ଭାବନା ରହିଛି। ତେଣୁ କଳାରେ ୨୦% ଓ ବିଜ୍ଞାନରେ ପ୍ରାୟ ୧୫% ସିଟ୍‌ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏ ନେଇ ଅଦ୍ୟାବଧି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri