ଦନ୍ତା ଉତ୍ପାତରେ ଗଲା ୪ଜଣଙ୍କ ଜୀବନ

ଅନୁଗୋଳ ଅଫିସ,୭।୧: ଅନୁଗୋଳ ସହର ଉପକଣ୍ଠରେ ହାତୀ ଆକ୍ରମଣରେ ଶନିବାର ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସହର ଉପକଣ୍ଠ ଅଙ୍ଗାରବନ୍ଧ ଅଞ୍ଚଳର ଅନିରୁଦ୍ଧ ସାହୁ, ଛେଳିଆପଡ଼ା ଅଞ୍ଚଳର ସୁବାସ ବିଶ୍ବାଳ ଓ ବାରସିଂହା ଗାଁ ରମେଶ ଚନ୍ଦ୍ର ସାହୁ। ଏପରି କି ସନ୍ତ୍ରୀ ଅଞ୍ଚଳର ଗୁରୁତର ଥିବା ଅଜୟ ସାମଲଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ନେଇ ଅନୁଗୋଳ ବନଖଣ୍ଡ ଡିଏଫଓ ବିବେକ କୁମାର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଅଙ୍ଗାରବନ୍ଧ ଗାଁର ଅନିରୁଦ୍ଧ ବିଲକୁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିପରି ବାରସିଂହା ଗାଁର ରମେଶ ସ୍ବାଇଁ ଶୌଚ ପାଇଁ ଗାଁ ପାଖ ନାଳକୁ ଯାଉଥିବା ବେଳେ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ହାତୀ ଆକ୍ରମଣରେ ଛେଳିଆପଡ଼ାର ସୁବାସଙ୍କ ମଧ୍ୟ ମୃତ୍ୟୁ ଘଟିଛି। ସନ୍ତ୍ରୀ ଅଞ୍ଚଳର ଗୁରୁତର ଥିବା ବ୍ୟକ୍ତିଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋରରୁ ଏଭଳି ଘଟଣା ଘଟିବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେବା ସହ ଭୟର ଆତଙ୍କ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା...

ଭାଜପାକୁ ଟାର୍ଗେଟ କଲେ ନିରଞ୍ଜନ, ଆକ୍ରମଣ ଘଟଣାରେ ଜଣେ ଅଟକ

କେନ୍ଦୁଝର,୧୮।୧(ସ୍ବ.ପ୍ର.): ରବିବାର କେନ୍ଦୁଝରରେ ହୋଇଥିବା ଆକ୍ରମଣ ଘଟଣାରେ ଟାଉନ ଥାନା ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅନ୍ୟମାନଙ୍କୁ ଧରିବ ପାଇଁ...

ସିଟ୍‌ ଖାଲି, ନୂଆ କଲେଜ ଖୋଲିବାକୁ ତତ୍ପର

ଭୁବନେଶ୍ୱର, ୧୦।୧୨(ବ୍ୟୁରୋ): ଉଚ୍ଚଶିକ୍ଷା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଡିଗ୍ରୀ କଲେଜରେ ସିଟ୍‌ ପୂରଣ ହେଉ ନ ଥିବାବେଳେ...

ଚାଲିଛି ସାନି ମତଦାନ

ଭୁବନେଶ୍ୱର,୨୩।୨(ବ୍ୟୁରୋ): ରାଜ୍ୟରେ ବିଭିନ୍ନ ବୁଥରେ ବୁଧବାର ସାନି ମତଦାନ ହେଉଛି । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଯୋଗୁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥଗିତ ଥିବା...

ରାଜନଗରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସେଣ୍ଟର ନିର୍ମିତ

ରାଜନଗର,୧୩।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା...

ପ୍ରଶାସନ ଖାମଖିଆଲରୁ ହାତୀନଦୀରେ କୃତ୍ରିମ ବନ୍ୟା: ରାଜରାସ୍ତାକୁ ଓହ୍ଲାଇବାକୁ ଚାଷୀଙ୍କ ଚେତାବନୀ

ଭବାନୀପାଟଣା,୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚାଷୀଙ୍କ ପାଇଁ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ଯେତେ ସୁଖ ଦେଇଛି, ତାଠୁ ଦେଉଛି ଅଧିକ ଦୁଃଖ ା ସୂଚନା ନ...

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୨ରେ ପହଞ୍ଚିଲା

ଭୁବନେଶ୍ୱର,୭।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି। ସେ ଭୁବନେଶ୍ୱରର ବୋଲି ଜଣାପଡ଼ିଛିି। ତେବେ ତାଙ୍କୁ ମିଶାଇ ରାଜ୍ୟରେ ୬୨ଜଣ ସୁସ୍ଥ...

ଅବ୍ୟବସ୍ଥା ଘେରରେ ପଲମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ପଲମ,୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଅଧୀନ ପଲମ ପଞ୍ଚାୟତସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଅନେକ ଅବ୍ୟବସ୍ଥା ଘେରରେ ଗତି କରୁଛି। ଆଜକୁ ଦୀର୍ଘ ଦିନ ହେଲା...

Advertisement
Archives

Model This Week