ଆଜିଠୁ ୩ ଦିନିଆ ଆଇସୋକନ୍‌

ଭୁବନେଶ୍ୱର,୧୧ା୧୧:ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ଓଟୋଲୋଜି-ଆଇସୋକନ୍‌)ର ୩୦ତମ ଜାତୀୟ ସମ୍ମିଳନୀ ଆଇସୋକନ୍‌ ଶୁକ୍ରବାରଠାରୁ ଆରମ୍ଭ ହେବ। ଏପରିକି ଉକ୍ତ ସମ୍ମିଳନୀ ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏହା କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (କିସ୍‌) ସହଯୋଗରେ ପ୍ରଥମ ଥର ଲାଗି ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଯାଉଛି। ଉକ୍ତ ସମ୍ମିଳନୀର ଉଦ୍‌ଘାଟନୀ ଉସତ୍ବରେ ମନ୍ତ୍ରୀ ନବକିଶୋର ଦାସ ଏବଂ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା କନ୍ଧମାଳ ଲୋକ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗଦେବେ ବୋଲି ସମ୍ମିଳନୀ ଆୟୋଜନ କମିଟିର ଯୁଗ୍ମ ଅଧ୍ୟକ୍ଷ ତଥା କିମ୍‌ସର ବରିଷ୍ଠ ଚିକିତ୍ସକ ମୁଖ୍ୟ ପ୍ରଫେସର ଡା. କବିକାନ୍ତ ସାମନ୍ତରାୟ ସୂଚନା ଦେଇଛନ୍ତି। ସେହିଭଳି ଉକ୍ତ ସମ୍ମିଳନୀରେ ଦେଶ ବିଦେଶରୁ ୧୦୦୦ରୁ ଉର୍ଦ୍ଧ୍ୱ କର୍ଣ୍ଣ ଅସ୍ତ୍ରୋପଚାର ବିଶେଷଜ୍ଞ (ଓଟୋଲୋଜିଷ୍ଟ) ଯୋଗଦେବେ ବୋଲି ସାମନ୍ତରାୟ କହିଛନ୍ତି। ଏହି ପରିପ୍ରେକ୍ଷୀରେ ବ୍ରିଟେନ୍‌, ବ୍ରାଜିଲ୍‌ ଓ ଅନ୍ୟାନ୍ୟ ୟୁରୋପୀୟ ଦେଶର କର୍ଣ୍ଣ ବିଶେଷଜ୍ଞଙ୍କ ଅସ୍ତ୍ରୋପଚାରର ସିଧା ପ୍ରସାରଣ କରାଯିବ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଉକ୍ତ ସମ୍ମିଳନୀରେ କର୍ଣ୍ଣ ରୋଗ ଚିକିସତ୍ା କ୍ଷେତ୍ରରେ ଅଗ୍ରଗତି ବିଶେଷକରି ଶିଶୁ କର୍ଣ୍ଣ ରୋଗ, ଶିଶୁମାନଙ୍କ ଶ୍ରବଣ ଶକ୍ତି ହ୍ରାସର ଚିକିସତ୍ା ଉପରେ ମଧ୍ୟ ବିସ୍ତୃତ ଆଲୋଚନାର କାର୍ଯ୍ୟକ୍ରମ ରହିଛି ବୋଲି ସାମନ୍ତରାୟ ମତପ୍ରକାଶ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କମିଟିର ସମ୍ପାଦକ ତଥା କିମ୍ସ କର୍ଣ୍ଣ, ନାସା ଓ ଗଳା ବିଭାଗର ପ୍ରଫେସର ଡା. ଖଗେଶ୍ୱର ରାଉତ, ସମ୍ମିଳନୀ ଆୟୋଜନ କମିଟି ଅଧ୍ୟକ୍ଷ ଡା.ଏସ୍‌.ଏନ୍‌.ପଣ୍ଡା, ଡା.ରାଜଲକ୍ଷ୍ମୀ ପାଣିଗ୍ରାହୀ, ଡା.ଏମ୍‌. ଇଲାମ୍ବବର୍ତ୍ତି, ଡା.ଆପ୍ପା ରାଓ, ଡା.ରବି ରାମଲିଙ୍ଗମ ଏବଂ ଡା.ଦୀପକ ଡାଲମିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ମହିଳାଙ୍କ ହାତରେ ରାଜଧାନୀର ୧୧୩ ପାର୍କ

ଭୁବନେଶ୍ୱର,୨୦।୪ (ଅନୁରାଧା ମହାରଣା)ରାଜଧାନୀ ଭୁବନେଶ୍ୱରରେ ବନ ବିଭାଗ ଅଧୀନରେ ୭ରୁ ଅଧିକ ଉଦ୍ୟାନ ରହିଛି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପାଖାପାଖି ୬୦ଟି ଛୋଟ ବଡ଼ ପାର୍କର...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri