Posted inଜାତୀୟ

୩ କୋଟି ରାଶନ କାର୍ଡ ରଦ୍ଦ

ନୂଆଦିଲ୍ଲୀ,୧୮ା୩ : ଆଧାର କାର୍ଡ ନ ଥିଲେ ମଧ୍ୟ କୌଣସି ଶିଶୁଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ବଳରେ ସୁବିଧାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ୨୦୧୮ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଏହା ସତ୍ତ୍ୱେ ଆଧାର କାର୍ଡ ସହ ରାଶନ କାର୍ଡ ସଂଯୋଗ ହୋଇ ନ ଥିଲେ ଜିଲା ଯୋଗାଣ ଅଧିକାରୀ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସମ୍ପୃକ୍ତ ହିତାଧିକାରୀଙ୍କୁ ଜରୁରୀ ସାମଗ୍ରୀ ଦେଉ ନାହାନ୍ତି। ଜରୁରୀ ସାମଗ୍ରୀ ନ ପାଇ ଅନେକ ସ୍ଥାନରେ ଅନାହାର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗଗୁଡ଼ିକୁ ନେଇ ୨୦୧୯ ଡିସେମ୍ବର ୯ରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ଜବାବ ମାଗିଥିଲେ। ହେଲେ ଅଦ୍ୟାବଧି ଏହି ସମସ୍ୟା ଦୂର ହୋଇନାହିଁ।
ଆଧାର କାର୍ଡ ସହ ସଂଯୋଗ ହୋଇ ନ ଥିବା ଦର୍ଶାଇ ୩ କୋଟି ରାଶନ କାର୍ଡକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ଫଳରେ ଦେଶରେ ଅନାହାରରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟୁଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା, ଯିଏକି ଅନୁରୂପ କାରଣରୁ ନିଜ ଝିଅକୁ ହରାଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହାକୁ ନେଇ ବୁଧବାର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଅତି ଗମ୍ଭୀର ବିଷୟ ହୋଇଥିବାରୁ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଜବାବ ମାଗିଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମାସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହାକୁ ବିରୋଧାମତ୍କ ରୂପେ ବିବେଚନା କରାଯିବା ଅନୁଚିତ। ଏହାକୁ ଚୂଡ଼ାନ୍ତ ଶୁଣାଣି ପାଇଁ ରଖାଯିବ। ଆବେଦନକାରୀ କୋଇଲି ଦେବୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କୋଲିନ୍‌ ଗୋନ୍‌ସାଲଭେସ୍‌ ଶୁଣାଣି ବେଳେ କହିଥିଲେ, ଏହି ପିଟିଶନ ବୃହତ୍ତର ପ୍ରସଙ୍ଗକୁ ନେଇ ଦାଖଲ କରାଯାଇଛି। କେନ୍ଦ୍ର ସରକାର ପ୍ରାୟ ୩ କୋଟି ଆଧାର କାର୍ଡକୁ ରଦ୍ଦ କରିଦେଇଛନ୍ତି। ଲୋକେ ଖାଇବାକୁ ନ ପାଇ ମରୁଛନ୍ତି। ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି କହିଥିଲେ, କେନ୍ଦ୍ର ସରକାର ରାଶନ କାର୍ଡଗୁଡ଼ିକୁ ରଦ୍ଦ କରିଦେଇଛନ୍ତି ବୋଲି କହିବା ଭୁଲ୍‌।
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସିଜେଆଇ ବୋବ୍‌ଡେ କହିଥିଲେ, ଏଥିରେ ଥିବା ସମସ୍ୟାକୁ ଆମେ ଦେଖୁଛୁ। ବମ୍ବେ ହାଇକୋର୍ଟରେ ଏଭଳି ଅନେକ ପ୍ରସଙ୍ଗକୁ ନେଇ ମୁଁ ଶୁଣାଣି କରିଛି। ତେଣୁ ଏହି ପ୍ରସଙ୍ଗରେ ସମ୍ପୃକ୍ତ ହାଇକୋର୍ଟରେ ଶୁଣାଣି ପାଇଁ ଆବେଦନ କରାଯିବା ଉଚିତ। ଗୋନ୍‌ସାଲଭେସ୍‌ଙ୍କୁ ଖଣ୍ଡପୀଠ କହିଥିଲେ, ସେ ବିଭିନ୍ନ ବିଷୟ ସମାବିଷ୍ଟ ଥିବା ଆବେଦନରେ ଆଶ୍ୱସ୍ତି ଦାବି କରି ପ୍ରସଙ୍ଗର ପରିସରକୁ ବିସ୍ତୃତ କରିଦେଇଛନ୍ତି। ଏହା ଆଧାର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସମେତ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ନୋଟିସ କରାଯାଉ। ସରକାରମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ର ଧାରା ୧୪,୧୫ ଓ ୧୬ ଅନୁସାରେ ଲୋକଙ୍କ ଅଭିଯୋଗର ଶୁଣାଣି କରି କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରନ୍ତୁ।

ଆଧାର ଆଳରେ ରାଶନ ବନ୍ଦ
ଜଗତ୍‌ସିଂପୁର ଜିଲା ନୂଆଗାଁ ବ୍ଲକ ଦବାର ଗ୍ରାମର କାମିନୀ ସେଠୀ ଦୁଇ ସନ୍ତାନଙ୍କ ମା’। ରାଶନ କାର୍ଡ ଥାଇ ମଧ୍ୟ ସେ ଏନ୍‌ଏସ୍‌ଏଫ୍‌ଏ ଅଧୀନରେ ସୁବିଧା ପାଉ ନ ଥିବାରୁ ପିଲାଙ୍କୁ ଖୁଆଇବା କଷ୍ଟକର ହୋଇପଡ଼ିଛି। ସେହି ଗ୍ରାମର ପପିତା ବେହେରା ମଧ୍ୟ ରାଶନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରାଇପାରି ନ ଥିବାରୁ ଜରୁରୀ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହା କେବଳ କାମିନୀ କି ପପିତାଙ୍କ କ୍ଷେତ୍ରରେ ନୁହେଁ, ବରଂ ଓଡ଼ିଶା ସମେତ ସାରା ଦେଶର କୋଟି କୋଟି ହିତାଧିକାରୀଙ୍କୁ ଅନୁରୂପ କାରଣରୁ ସୁବିଧା ମିଳୁନାହିଁ। ୨୦୧୮ ସେପ୍ଟେମ୍ବର ୨୮ରେ ଝାଡ଼ଖଣ୍ଡର ସିମ୍‌ଡେଗା ଜିଲା ନିବାସୀ କୋଇଲି ଦେବୀଙ୍କ ୧୧ ବର୍ଷୀୟା ଝିଅ ସନ୍ତୋଷୀ ଅନାହାରରେ ପଡ଼ି ଆଖି ବୁଜି ଦେଇଥିଲେ। କାରଣ ଆଧାର ଲିଙ୍କ୍‌ ନ ଥିବାରୁ ସ୍ଥାନୀୟ ଅଧିକାରୀମାନେ ଏହି ଗରିବ ଦଳିତ ପରିବାରର ରାଶନ କାର୍ଡ ରଦ୍ଦ କରିଦେଇଥିଲେ। ୨୦୧୭ ମାର୍ଚ୍ଚରୁ ଜରୁରୀ ସାମଗ୍ରୀ ମିଳିବା ବନ୍ଦ ହୋଇଯାଇଥିଲା। ଫଳରେ ପୂରା ପରିବାର ଭୋକ ଉପାସରେ ରହିଥିଲେ। ଏପରି କି ସନ୍ତୋଷୀଙ୍କ ମୃତ୍ୟୁ ଦିନ ମା’ କୋଇଲି ଦେବୀ ତାଙ୍କୁ କେବଳ ଚା’ରେ ଲୁଣ ପକାଇ ପିଇବାକୁ ଦେଇଥିଲେ। ସେହି ରାତିରେ ସନ୍ତୋଷୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

ପଶ୍ଚିମବଙ୍ଗରେ ଟିଏମସି ଘୋଟାଲା କରୁଛି: ମୋଦି

କୋଲକାତା,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି।...

ମମତା ଗଡ଼ରେ ମୋଦିଙ୍କ ହୁଙ୍କାର

ନୂଆଦିଲ୍ଲୀ,୨୬ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ମାଲଦାଠାରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି।...

EVM-VVPAT ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୬।୪: ନିର୍ବାଚନ ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନ୍‌ରୁ ବାହାରୁଥିବା ପେପର ସ୍ଲିପ୍‌ର...

ବିବାହ ପ୍ରୋସେଶନରେ ବାଣ ପଡ଼ି ଜଳିଗଲା ଘର, ୬ ଜୀବନ୍ତ ଦଗ୍ଧ

ପାଟନା,୨୬ା୪: ବିହାରର ଦରଭଙ୍ଗା ଜିଲା ଅଣ୍ଟୋର ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ବରଯାତ୍ରୀ ଆସୁଥିବା ବେଳେ ପ୍ରୋସେଶନରେ ବାଣ ଫୁଟା ଯାଉଥିଲା। ଠିକ୍‌ ଏହି...

ଏନକ୍ରିପସନ୍ ହଟାଇବାକୁ ପାଇଁ କୁହାଗଲେ ଭାରତରେ ପରିଚାଳନା ବନ୍ଦ, ଦିଲ୍ଲୀ ହାଇକୋର୍ଟଙ୍କ କହିଲା ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ,୨୬।୪: ସୋସିଆଲ ମିଡିଆ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ସ୍ପଷ୍ଟ ଭାବେ କହିଛି ଯେ ଯଦି ଏନକ୍ରିପସନ୍ ହଟାଇବାକୁ କୁହାଯାଏ ତେବେ ଏହା ଭାରତ ଛାଡିବ। ହ୍ବାଟ୍ସଆପ୍‌ ଦିଲ୍ଲୀ...

ମତଦାନ ପୂର୍ବରୁ ଲୋକଙ୍କୁ ଏମିତି ଅନୁରୋଧ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୬।୪: ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ରେକର୍ଡ ସଂଖ୍ୟାରେ ଭୋଟ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅନୁରୋଧ କରିଛନ୍ତି। ପିଏମ ମୋଦି ସାସିଆଲ ମିଡିଆରେ...

ପ୍ରଦୂଷିତ ଶିପ୍ରାରେ ବୁଡ଼ ପକାଇଲେ କଂଗ୍ରେସ ପ୍ରାର୍ଥୀ

ଉଜ୍ଜୟିନୀ: ଉଜ୍ଜୟିନୀର ଶିପ୍ରା ନଦୀ କ୍ରମାଗତ ଭାବେ ପ୍ରଦୂଷିତ ହୋଇଚାଲିଛି। ନିକଟସ୍ଥ ବିଭିନ୍ନ ଡ୍ରେନର ଜଳ ଏହି ନଦୀରେ ମିଶୁଥିବାରୁ ଏହାର ପ୍ରଦୂଷଣର ମାତ୍ରା ବଢ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri