Posted inଜାତୀୟ

୩ କୋଟି ରାଶନ କାର୍ଡ ରଦ୍ଦ

ନୂଆଦିଲ୍ଲୀ,୧୮ା୩ : ଆଧାର କାର୍ଡ ନ ଥିଲେ ମଧ୍ୟ କୌଣସି ଶିଶୁଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ବଳରେ ସୁବିଧାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ୨୦୧୮ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଏହା ସତ୍ତ୍ୱେ ଆଧାର କାର୍ଡ ସହ ରାଶନ କାର୍ଡ ସଂଯୋଗ ହୋଇ ନ ଥିଲେ ଜିଲା ଯୋଗାଣ ଅଧିକାରୀ ଓ ସ୍ଥାନୀୟ କର୍ତ୍ତୃପକ୍ଷ ସମ୍ପୃକ୍ତ ହିତାଧିକାରୀଙ୍କୁ ଜରୁରୀ ସାମଗ୍ରୀ ଦେଉ ନାହାନ୍ତି। ଜରୁରୀ ସାମଗ୍ରୀ ନ ପାଇ ଅନେକ ସ୍ଥାନରେ ଅନାହାର ମୃତ୍ୟୁ ଘଟୁଛି। ଏଭଳି ଅଭିଯୋଗଗୁଡ଼ିକୁ ନେଇ ୨୦୧୯ ଡିସେମ୍ବର ୯ରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟକୁ ଜବାବ ମାଗିଥିଲେ। ହେଲେ ଅଦ୍ୟାବଧି ଏହି ସମସ୍ୟା ଦୂର ହୋଇନାହିଁ।
ଆଧାର କାର୍ଡ ସହ ସଂଯୋଗ ହୋଇ ନ ଥିବା ଦର୍ଶାଇ ୩ କୋଟି ରାଶନ କାର୍ଡକୁ କେନ୍ଦ୍ର ସରକାର ରଦ୍ଦ କରିଦେଇଛନ୍ତି। ଫଳରେ ଦେଶରେ ଅନାହାରରେ ପଡ଼ି ଲୋକଙ୍କ ମୃତ୍ୟୁ ଘଟୁଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ମହିଳା, ଯିଏକି ଅନୁରୂପ କାରଣରୁ ନିଜ ଝିଅକୁ ହରାଇଛନ୍ତି। ସର୍ବୋଚ୍ଚ ଅଦାଲତ ଏହାକୁ ନେଇ ବୁଧବାର ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି। ଏହା ଏକ ଅତି ଗମ୍ଭୀର ବିଷୟ ହୋଇଥିବାରୁ କେନ୍ଦ୍ର ସମେତ ସମସ୍ତ ରାଜ୍ୟ ସରକାରଙ୍କୁ ଏ ସମ୍ପର୍କରେ ଜବାବ ମାଗିଛନ୍ତି।
ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏ.ଏସ୍‌. ବୋପାନ୍ନା ଏବଂ ଭି. ରାମାସୁବ୍ରମଣ୍ୟମ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏହା ଏକ ଗମ୍ଭୀର ପ୍ରସଙ୍ଗ। ଏହାକୁ ବିରୋଧାମତ୍କ ରୂପେ ବିବେଚନା କରାଯିବା ଅନୁଚିତ। ଏହାକୁ ଚୂଡ଼ାନ୍ତ ଶୁଣାଣି ପାଇଁ ରଖାଯିବ। ଆବେଦନକାରୀ କୋଇଲି ଦେବୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ କୋଲିନ୍‌ ଗୋନ୍‌ସାଲଭେସ୍‌ ଶୁଣାଣି ବେଳେ କହିଥିଲେ, ଏହି ପିଟିଶନ ବୃହତ୍ତର ପ୍ରସଙ୍ଗକୁ ନେଇ ଦାଖଲ କରାଯାଇଛି। କେନ୍ଦ୍ର ସରକାର ପ୍ରାୟ ୩ କୋଟି ଆଧାର କାର୍ଡକୁ ରଦ୍ଦ କରିଦେଇଛନ୍ତି। ଲୋକେ ଖାଇବାକୁ ନ ପାଇ ମରୁଛନ୍ତି। ତେଣୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ଯୁକ୍ତି ବାଢ଼ିଥିଲେ। ଅନ୍ୟପକ୍ଷେ ଅତିରିକ୍ତ ସଲିସିଟର ଜେନେରାଲ ଅମନ ଲେଖି କହିଥିଲେ, କେନ୍ଦ୍ର ସରକାର ରାଶନ କାର୍ଡଗୁଡ଼ିକୁ ରଦ୍ଦ କରିଦେଇଛନ୍ତି ବୋଲି କହିବା ଭୁଲ୍‌।
ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସିଜେଆଇ ବୋବ୍‌ଡେ କହିଥିଲେ, ଏଥିରେ ଥିବା ସମସ୍ୟାକୁ ଆମେ ଦେଖୁଛୁ। ବମ୍ବେ ହାଇକୋର୍ଟରେ ଏଭଳି ଅନେକ ପ୍ରସଙ୍ଗକୁ ନେଇ ମୁଁ ଶୁଣାଣି କରିଛି। ତେଣୁ ଏହି ପ୍ରସଙ୍ଗରେ ସମ୍ପୃକ୍ତ ହାଇକୋର୍ଟରେ ଶୁଣାଣି ପାଇଁ ଆବେଦନ କରାଯିବା ଉଚିତ। ଗୋନ୍‌ସାଲଭେସ୍‌ଙ୍କୁ ଖଣ୍ଡପୀଠ କହିଥିଲେ, ସେ ବିଭିନ୍ନ ବିଷୟ ସମାବିଷ୍ଟ ଥିବା ଆବେଦନରେ ଆଶ୍ୱସ୍ତି ଦାବି କରି ପ୍ରସଙ୍ଗର ପରିସରକୁ ବିସ୍ତୃତ କରିଦେଇଛନ୍ତି। ଏହା ଆଧାର ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସମେତ ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ନୋଟିସ କରାଯାଉ। ସରକାରମାନେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ର ଧାରା ୧୪,୧୫ ଓ ୧୬ ଅନୁସାରେ ଲୋକଙ୍କ ଅଭିଯୋଗର ଶୁଣାଣି କରି କ’ଣ ସବୁ ପଦକ୍ଷେପ ନେଇଛନ୍ତି ସେନେଇ କେନ୍ଦ୍ର ଓ ରାଜ୍ୟଗୁଡ଼ିକ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରନ୍ତୁ।

ଆଧାର ଆଳରେ ରାଶନ ବନ୍ଦ
ଜଗତ୍‌ସିଂପୁର ଜିଲା ନୂଆଗାଁ ବ୍ଲକ ଦବାର ଗ୍ରାମର କାମିନୀ ସେଠୀ ଦୁଇ ସନ୍ତାନଙ୍କ ମା’। ରାଶନ କାର୍ଡ ଥାଇ ମଧ୍ୟ ସେ ଏନ୍‌ଏସ୍‌ଏଫ୍‌ଏ ଅଧୀନରେ ସୁବିଧା ପାଉ ନ ଥିବାରୁ ପିଲାଙ୍କୁ ଖୁଆଇବା କଷ୍ଟକର ହୋଇପଡ଼ିଛି। ସେହି ଗ୍ରାମର ପପିତା ବେହେରା ମଧ୍ୟ ରାଶନ କାର୍ଡକୁ ଆଧାର କାର୍ଡ ସହ ଲିଙ୍କ୍‌ କରାଇପାରି ନ ଥିବାରୁ ଜରୁରୀ ସାମଗ୍ରୀ ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଏହା କେବଳ କାମିନୀ କି ପପିତାଙ୍କ କ୍ଷେତ୍ରରେ ନୁହେଁ, ବରଂ ଓଡ଼ିଶା ସମେତ ସାରା ଦେଶର କୋଟି କୋଟି ହିତାଧିକାରୀଙ୍କୁ ଅନୁରୂପ କାରଣରୁ ସୁବିଧା ମିଳୁନାହିଁ। ୨୦୧୮ ସେପ୍ଟେମ୍ବର ୨୮ରେ ଝାଡ଼ଖଣ୍ଡର ସିମ୍‌ଡେଗା ଜିଲା ନିବାସୀ କୋଇଲି ଦେବୀଙ୍କ ୧୧ ବର୍ଷୀୟା ଝିଅ ସନ୍ତୋଷୀ ଅନାହାରରେ ପଡ଼ି ଆଖି ବୁଜି ଦେଇଥିଲେ। କାରଣ ଆଧାର ଲିଙ୍କ୍‌ ନ ଥିବାରୁ ସ୍ଥାନୀୟ ଅଧିକାରୀମାନେ ଏହି ଗରିବ ଦଳିତ ପରିବାରର ରାଶନ କାର୍ଡ ରଦ୍ଦ କରିଦେଇଥିଲେ। ୨୦୧୭ ମାର୍ଚ୍ଚରୁ ଜରୁରୀ ସାମଗ୍ରୀ ମିଳିବା ବନ୍ଦ ହୋଇଯାଇଥିଲା। ଫଳରେ ପୂରା ପରିବାର ଭୋକ ଉପାସରେ ରହିଥିଲେ। ଏପରି କି ସନ୍ତୋଷୀଙ୍କ ମୃତ୍ୟୁ ଦିନ ମା’ କୋଇଲି ଦେବୀ ତାଙ୍କୁ କେବଳ ଚା’ରେ ଲୁଣ ପକାଇ ପିଇବାକୁ ଦେଇଥିଲେ। ସେହି ରାତିରେ ସନ୍ତୋଷୀଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରୁ ନଭପ୍ରୀତ୍‌ ସିଂଙ୍କୁ ଫେରାଇ ଆଣିଲା ଭାରତ, ଜାଣନ୍ତୁ ନଭପ୍ରୀତ୍‌ କିଏ…

ନୂଆଦିଲ୍ଲୀ,୩ା୧୦: ଅନ୍ତର୍ଜାତୀୟ ନିଶା କାରବାରର କିଙ୍ଗ୍‌ପିନ୍‌ ନଭପ୍ରୀତ୍‌ ସିଂଙ୍କୁ ତୁର୍କୀରୁ ବାହାର କରାଇ ଭାରତ ତାଙ୍କୁ ଫେରାଇଆଣିଥିବା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶନିବାର ଘୋଷଣା କରିଛନ୍ତି।…

୩୫୧ ରନ୍ କରି ବି ହାରିଲା ଭାରତ: ୱେଷ୍ଟଇଣ୍ଡିଜ୍‌ର ରେକର୍ଡ ରନ୍ ଚେଜ୍‌, ଏକାକୀ ବିଜୟ ଛଡ଼ାଇ ନେଲେ ଶେ ହୋପ୍

ନ୍ୟୁ ଚଣ୍ଡୀଗଡ଼,୩।୧୦: ଏଠାର ପିସିଏ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ତୃତୀୟ तथा ଚୂଡ଼ାନ୍ତ ଦିନିକିଆ ମ୍ୟାଚ୍‌ରେ ଭାରତକୁ ୫ ଉଇକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ୍। ଟସ୍ ଜିତି…

ସ୍ୱର୍ଣ୍ଣ ବିଜେତା ଭାରତୀୟ ହକି ଦଳ ପାଇଁ ଓଡ଼ିଶା ସରକାରଙ୍କ ଆର୍ଥିକ ପୁରସ୍କାର ଘୋଷଣା: ପ୍ରତି ଖେଳାଳିଙ୍କୁ ୧୧ ଲକ୍ଷ, କୋଚ୍‌ଙ୍କୁ ମିଳିବ…

ଭୁବନେଶ୍ୱର,୩ା୧୦: ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ଆଗାମୀ ୨୦୨୮ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଭାରତୀୟ ପୁରୁଷ ହକି ଦଳ ପାଇଁ ବଡ଼…

କରଞ୍ଜିଆରୁ ଫେରୁଥିଲେ ଏସ୍‌ପି, ଡ୍ୟୁଟିରୁ ଗାଏବ୍ ଥିଲେ ସାହାରପଡ଼ା ଫାଣ୍ଡି ଅଧିକାରୀ: ତୁରନ୍ତ ସସପେଣ୍ଡ୍…

ପାଟଣା,୩ା୧୦(ବୀର କିଶୋର ଦାଶ): କାର୍ଯ୍ୟରେ ଅବହେଳା, ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି)ଙ୍କ ନିର୍ଦ୍ଦେଶ ଅବମାନନା ଏବଂ ଶୃଙ୍ଖଳାହୀନ ଆଚରଣ ଅଭିଯୋଗରେ କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ…

ତାରାତାରିଣୀ-ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାର ପର୍ବ: ୧୦୮ ମାଠିଆ ଜଳରେ ମା’ଙ୍କ ସ୍ନାନ, ଘଣ୍ଟଘଣ୍ଟାରେ କମ୍ପୁଛି ରତ୍ନଗିରି

ପୁରୁଷୋତ୍ତମପୁର,୩ା୧୦ (ସବିତା ମିଶ୍ର): ପବିତ୍ର ପାର୍ବଣ ଋତୁ ଅବସରରେ ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପୀଠରେ ଶନିବାର ରାତିରୁ ଆରମ୍ଭ ହୋଇଛି…

ନ୍ୟୁ ଚଣ୍ଡୀଗଡ଼ରେ ‘ରାହୁଲ ଝଡ଼’: ୮୦ ବଲ୍‌ରେ ଶତକ ମାରି ଧୋନିଙ୍କ ସମକକ୍ଷ, ଭାରତ ପାଇଁ ସାଜିଲେ ସଙ୍କଟମୋଚକ

ନ୍ୟୁ ଚଣ୍ଡୀଗଡ଼,୩।୧୦: ଭାରତୀୟ କ୍ରିକେଟ୍ ଦଳର ଭରସାଯୋଗ୍ୟ ଖେଳାଳି କେ ଏଲ୍ ରାହୁଲ ପୁଣି ଥରେ ନିଜର ଦମଦାର ପ୍ରଦର୍ଶନ ବଳରେ ଦଳର ସଙ୍କଟମୋଚକ ସାଜିଛନ୍ତି। ପ୍ରଥମ…

ଶତକରୁ ବଞ୍ଚିତ ହୋଇ ବି ଇତିହାସ ରଚିଲେ ରୋହିତ ଶର୍ମା, ଭାଙ୍ଗିଲେ ସଚିନଙ୍କ ୨୨ ବର୍ଷ ପୁରୁଣା ମହାରେକର୍ଡ

ନ୍ୟୁ ଚଣ୍ଡୀଗଡ଼,୩।୧୦: ନ୍ୟୁ ଚଣ୍ଡୀଗଡ଼ସ୍ଥିତ ପିସିଏ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ମାତ୍ର…

ହସ୍ପିଟାଲରେ ଭାରତୀୟ ପାଇଲଟଙ୍କୁ ଭେଟିଲେ ଦୁବାଇ କ୍ରାଉନ ପ୍ରିନ୍ସ, ପାଇଲଟଙ୍କୁ କଲେ ସଲାମ୍‌

ଦୁବାଇ,୩।୧୦: ଫ୍ଲାଏଦୁବାଇ ବିମାନରେ ସହ-ପାଇଲଟଙ୍କ ଆକ୍ରମଣ ସତ୍ତ୍ୱେ ସାହସ ଦେଖାଇଥିବା ଭାରତୀୟ ପାଇଲଟ ସ୍ମିତ ମଚ୍ଛାରଙ୍କୁ ଦୁବାଇ କ୍ରାଉନ ପ୍ରିନ୍ସ ଶେଖ ହାମଦାନ ବିନ ମହମ୍ମଦ ବିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?