ଖୁବ୍‌ଶୀଘ୍ର ସପ୍ତଶଯ୍ୟାର ନବକଳେବର

ଢେଙ୍କାନାଳ ଅଫିସ, ୧୮।୩:  ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ପ୍ରମୁଖ ସ୍ଥାନ ହାସଲ କରିଥିବା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସପ୍ତଶଯ୍ୟାର ଖୁବ୍‌ଶୀଘ୍ର ନବକେଳବର ହେବ। ସବୁଜ ବନାନୀରେ ଭରା ଏହି ସ୍ଥାନକୁ ଆହୁରି ଆକର୍ଷଣୀୟ କରିବା ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ। ଏଥିଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ବୁଧବାର ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ପ୍ରଶାସନିକ ଅଧିକାରୀଙ୍କ ସହିତ କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।
ପ୍ରକୃତିର ବରଦାନ ସପ୍ତଶଯ୍ୟା। ଏଠାରେ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହୁଥିଲେ ମଧ୍ୟ ପର୍ଯ୍ୟଟନ ଋତୁରେ ବଣଭୋଜି ପାଇଁ ଏହା ପାଲଟିଛି ପସନ୍ଦର ସ୍ଥାନ। ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ କରିବା ଜରୁରୀ ହୋଇପଡ଼ିଛି। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ଖର୍ଚ୍ଚ ଅଟକଳ ପ୍ରସ୍ତୁତ କରି ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଯୋଜନା କରାଯାଉଛି। ଜିଲାପାଳ ସପ୍ତଶଯ୍ୟାର ଶ୍ରୀରଘୁନାଥଜୀଉ ମନ୍ଦିର, ବଣଭୋଜି ସ୍ଥଳ ବୁଲି ଦେଖିଥିଲେ। ପର୍ଯ୍ୟଟକ ଅନୁକୂଳ ବାତାବରଣ ପ୍ରସ୍ତୁତ କରିବାକୁ ସେ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଜେସସ୍‌ ସାହୁ, ସଦର ରେଞ୍ଜର ଧରିତ୍ରୀ ମୁର୍ମୁ, ଏବିଡିଓ ଝାଡେଶ୍ୱର ଦାସଙ୍କ ସମେତ ଜଳଛାୟା ପ୍ରକଳ୍ପ, ଗ୍ରାମ୍ୟ ଜଳ ଓ ପରିମଳ ମିଶନ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସେସୁ, ଉଦ୍ୟାନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ଝରଣା ପାଣି ଟ୍ରିଟ୍‌ମେଣ୍ଟ କରାଯିବ
ସପ୍ତଶଯ୍ୟାକୁ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରାଯିବ। ଝରଣା ପାଣିକୁ ସଂରକ୍ଷଣ ପରେ ବ୍ୟବହାର ଉପଯୋଗୀ କରାଯିବ। ମନ୍ଦିର ଉନ୍ନତୀକରଣ ସାଙ୍ଗକୁ ପାର୍କିଂ, ସ୍ଥାୟୀ ଆଲୋକୀକରଣ, ଶୌଚାଳୟ ଏବଂ ମେଗା ପାନୀୟଜଳ ପ୍ରକଳ୍ପ ଲାଗି ଯୋଜନା ରହିଛି।
-ଭୂମେଶ ଚନ୍ଦ୍ର ବେହେରା, ଜିଲାପାଳ

ବଣଭୋଜି ସ୍ଥଳର ଉନ୍ନତୀକରଣ ହେବ
ସପ୍ତଶଯ୍ୟାରେ ପ୍ରବାହିତ ଝରଣା ପାଣିକୁ ଚେକ୍‌ଡ୍ୟାମ ମାଧ୍ୟମରେ ସଂରକ୍ଷଣ କରି ବନୀକରଣରେ ବ୍ୟବହାର କରାଯିବ। ବଣଭୋଜି ସ୍ଥଳର ବିକାଶ ହେବ। ବ୍ୟୟ ଅଟକଳ ପରେ ଅନୁଦାନ ମଞ୍ଜୁର କରାଯିବ। ଶ୍ରୀରାମ ନବମୀ ପୂର୍ବରୁ ମନ୍ଦିର ଉନ୍ନତୀକରଣ କାର୍ଯ୍ୟ ଶେଷ ହେବ।
-ନରୋତ୍ତମ ବେହେରା, ପିଡି ଡିଆର୍‌ଡିଏ

ପଞ୍ଚାୟତ ପକ୍ଷରୁ ସମସ୍ତ ସହଯୋଗ ମିଳିବ
ସପ୍ତଶଯ୍ୟାର ବିକାଶରେ ପଞ୍ଚାୟତ ପକ୍ଷରୁ ପ୍ରଶାସନକୁ ଶହେ ପ୍ରତିଶତ ସହଯୋଗ କରାଯିବ। ଏହି ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ହେଲେ ଅଧିକ ପର୍ଯ୍ୟଟକଙ୍କ ସମାଗମ ହେବ। ପୀଠର ଗୁରୁତ୍ୱ ବଢ଼ିବ। ଯାତ୍ରୀଙ୍କ ସୁବିଧାକୁ ନେଇ ଯୋଜନା ପ୍ରସ୍ତୁତ କରାଗଲେ ଏହାର ସୁଫଳ ମିଳିବ।
-ଜେସସ୍‌ ସାହୁ,ସରପଞ୍ଚ


Enter your email to get our daily news in your inbox.

All Right Reserved By Dharitri.Com

ଦେବୋଲିନ କଲେଜ କୁଇନ୍‌

ଢେଙ୍କାନାଳ ଅଫିସ,୨୦ା୧୨: ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଞ୍ଚଳରେ ରହୁଥିବା ଦେବୋଲିନ ବରାଳ ତରଙ୍ଗ ମ୍ୟୁଜିକ୍‌ କଲେଜ କୁଇନ ପ୍ରତିଯୋଗିତାରେ ଚଳିତ ବର୍ଷର ବିଜୟିନୀ ହୋଇଛନ୍ତି। ଫ୍ୟାଶନ...

ସ୍ତ୍ରୀଙ୍କ ଯକୃତରୁ ନୂଆ ଜୀବନ

କାମାକ୍ଷାନଗର, ୨୧।୨(ଡି.ଏନ.ଏ.): ବଦଳିଯାଉଛି ଦାମ୍ପତ୍ୟ ଜୀବନର ପରିଭାଷା। ଛୋଟ ଛୋଟ କଥା, ସାମାନ୍ୟ ମନୋମାଳିନ୍ୟରେ ଭାଙ୍ଗି ଯାଉଛି ପରିବାର। ବଢ଼ିଯାଉଛି ସ୍ତ୍ରୀ-ସ୍ବାମୀ ଭିତରେ ଦୂରତା। ହେଲେ...

ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ

ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।...

ମାଡ଼ର ପ୍ରତିଶୋଧ ହତ୍ୟାରେ

ରାସୋଳ, ୧୫।୬(ଡି.ଏନ.ଏ.) ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ କୁକୁଟା ଗ୍ରାମର ରାଜମିସ୍ତ୍ରି ବୁନୁ ବେହେରା (୪୦) ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାର...

ବିଭାଗ ଉପରେ ବର୍ଷିଲେ ଚାଷୀ

ରାସୋଳ, ୧୮।୧(ଡି.ଏନ.ଏ.) – ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ସାପୁଆ ଡ୍ୟାମ ନିକଟରେ ଶୁକ୍ରବାର ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି...

ରାସ୍ତା ମରାମତି ଦାବି

ତାଳଚେର,୧୧ା୧୦(ନି.ପ୍ର.)- ୧୪୯ ନମ୍ବର ଜାତୀୟ ରାଜପଥର ବହ୍ଲର ଛକ ଠାରୁ ଚାଇଁପାଳ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇପଡିଛି। ବଡ଼ ବଡ଼ ଖାଲ ଯୋଗୁ ପ୍ରତ୍ୟେହ ସ୍କୁଲ,...

ସ୍ବାମୀଙ୍କ ଦ୍ୱିତୀୟ ବିବାହକୁ ବିରୋଧ:ପ୍ରଥମ ସ୍ତ୍ରୀ କହି ଧାରଣା

କାମାକ୍ଷାନଗର, ୨୫ା୬(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଆଗରେ କଲିକତାରୁ ଆସିଥିବା ଜନୈକା ମହିଳା ରବିବାର ରାତିରୁ ଧାରଣାରେ ବସିଥିବା ଦେଖିବାକୁ...

୩୧ରେ ଆବାହନ, ୬ରେ ବିସର୍ଜନ

ଢେଙ୍କାନାଳ ଅଫିସ, ୨୦ା୮: ଦୀର୍ଘ ଦୁଇବର୍ଷ ପରେ ମଣ୍ଡପରେ ବିରାଜିବେ ବିଘ୍ନବିନାଶକ। ଆଡମ୍ବର ସହକାରେ ବିଦ୍ୟାଦାତାଙ୍କୁ କରାଯିବ ଆବାହନ। ଅସ୍ଥାୟୀ ମଣ୍ଡପରେ ଅଗଷ୍ଟ ୩୧ରୁ ପାରମ୍ପରିକ...

Advertisement
Archives

Model This Week