Advertisement
Posted inଜାତୀୟ

୩ ରାଜଧାନୀ ମାମଲାର ଶୁଣାଣି: ଖଣ୍ଡପୀଠରୁ ଅଲଗା ହେଲେ ସିଜେଆଇ…

ନୂଆଦିଲ୍ଲୀ,୧।୧୧ : ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଉଦୟ ଉମେଶ ଲଲିତ ମଙ୍ଗଳବାର ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଆବେଦନ ଶୁଣାଣିରୁ ନିଜକୁ ଦୂରେଇ ରଖିଛନ୍ତି। ଏଥିରେ ଉଲ୍ଲେଖଥିଲା ଯେ ରାଜଧାନୀକୁ ଘୁଞ୍ଚାଇବା, ବିଭାଜନ ନେଇ କୌଣସି ଆଇନ କରିବା କ୍ଷେତ୍ରରେ ରାଜ୍ୟର ଅଧିକାରରେ ଯୋଗ୍ୟତା ଅଭାବ ରହିଛି। ଯେତେବେଳେ ରାଜ୍ୟ ସରକାରଙ୍କ ଆବେଦନ ଶୁଣାଣି ପାଇଁ ଆସିଲା, ସେତେବେଳେ ପ୍ରଧାନ ବିଚାରପତି ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠଙ୍କୁ ଅବଗତ କରାଯାଇଥିଲା ଯେ ଜଷ୍ଟିସ ଲଲିତ ଜଣେ ଆଡଭୋକେଟ ଭାବରେ ଆନ୍ଧ୍ରପ୍ରଦେଶର ବିଭାଜନ ସମ୍ପର୍କିତ ପ୍ରସଙ୍ଗରେ ଆଇନଗତ ମତ ଦେଇଥିଲେ। ସିଜେଆଇ କହିଛନ୍ତି ଯେ ମୁଁ ଏକ ସଦସ୍ୟ ନଥିବା ଖଣ୍ଡପୀଠ ସମ୍ମୁଖରେ ଏହି ମାମଲା ତାଲିକାଭୁକ୍ତ ହେବା ଉଚିତ।

ଚଳିତ ବର୍ଷ ମାର୍ଚ୍ଚ ୩ ରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ କହଥିଲେ ଯେ ରାଜଧାନୀ ଚଳାଇବା, ବିଭାଜନ କିମ୍ବା ଭାଗ କରିବା ପାଇଁ ରାଜ୍ୟ ଦ୍ୱାରା କୌଣସି ଆଇନ ହୋଇପାରିବ ନାହିଁ। ଏହାଦ୍ୱାରା ରାଜ୍ୟ ରାଜଧାନୀକୁ ତିନିଟି ଅଲଗା ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ ଜଗନ ମୋହନ ରେଡ୍ଡୀଙ୍କ ଯୋଜନାରେ ବିରାମ ଲାଗିଥିଲା। ହାଇକୋର୍ଟର ତିନିଜଣିଆ ଖଣ୍ଡପୀଠ କହିଥିଲେ ଯେ ରାଜ୍ୟ ସରକାର ଏବଂ ରାଜଧାନୀ ଅଞ୍ଚଳ ବିକାଶ ପ୍ରାଧିକରଣ ଆବେଦନକାରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରିଛନ୍ତି ଏବଂ ୬ ମାସ ମଧ୍ୟରେ ଅମରାବତୀ ରାଜଧାନୀ ତଥା ରାଜଧାନୀ ଅଞ୍ଚଳ ନିର୍ମାଣ ତଥା ବିକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅମରାବତୀ ଅଞ୍ଚଳର କୃଷକମାନଙ୍କ ଦ୍ୱାରା ୬୩ ଟି ପିଟିଶନ ଉପରେ ହାଇକୋର୍ଟଙ୍କ ରାୟ ଆସଥିଲା। ବିଶାଖାପଟ୍ଟନମକୁ ଆନ୍ଧ୍ରପ୍ରଦେଶର କାର୍ଯ୍ୟନିର୍ବାହୀ ରାଜଧାନୀ, କୁର୍ନୁଲକୁ ନ୍ୟାୟିକ ରାଜଧାନୀ ଏବଂ ଅମରାବତୀକୁ ବିଧାନସଭା ରାଜଧାନୀ ରୂପେ ପରିଣତ କରିବା ପାଇଁ ଜଗନ ମୋହନଙ୍କ ଶାସନର ନିଷ୍ପତ୍ତି ବିରୋଧରେ ଏହି ପିଟିଶନ ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁରେଶ ଏନ୍‌. ପଟେଲ ନୂଆ ସିଭିସି

ନୂଆଦିଲ୍ଲୀ, ୪।୮: ଭିଜିଲାନ୍ସ କମିଶନର ସୁରେଶ ଏନ୍‌. ପଟେଲ ବୁଧବାର କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

ଚଳିତ ଥର ଲାଲବାଗରେ ଶୁଭିବନି ଗଣପତି ବାପା ମୋରୈୟା

ମୁମ୍ବାଇ,୧।୭: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଏହି ମହାମାରୀର ପ୍ରଭାବ ସାଧାରଣ ଜୀବନଯାପନଠାରୁ ଆରମ୍ଭ କରି ବ୍ୟବସାୟ, ଅର୍ଥନୀତି...

ଚିକିତ୍ସା ଅଭାବରୁ ପ୍ରାଣ ହରାଇଲେ କରୋନା ସଂକ୍ରମିତ

ପାଟନା,୧୪।୪: କରୋନା କାଳରେ ସରକାର ଭଲ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ବିହାରର...

ରାଜୀବ ଗୌବା କ୍ୟାବିନେଟ ସଚିବ

ନୂଆଦିଲ୍ଲୀ, ୨୨ା୮: ସ୍ବରାଷ୍ଟ୍ର ସଚିବ ରାଜୀବ ଗୌବା ପରବର୍ତ୍ତୀ କ୍ୟାବିନେଟ ସଚିବ ଭାବେ ଦୁଇ ବର୍ଷ ଲାଗି ଦାୟିତ୍ୱ ଗ୍ରହଣ କରିବେ। ଏନେଇ ସରକାରଙ୍କ ପକ୍ଷରୁ...

ବୟସ୍କଙ୍କ ସେବା ନ କଲେ ବୋହୂ-ଜ୍ୱାଇଁ, ସାବତ ଝିଅ-ପୁଅଙ୍କୁ ବି ମିଳିବ ଦଣ୍ଡ: ମୋଦି ସରକାରଙ୍କ ନୂଆ ନିୟମ !

ନୂଆଦିଲ୍ଲୀ,୫।୧୨: ପୂର୍ବରୁ ମାତା-ପିତାଙ୍କ ସେବା କରୁ ନ ଥିବା ଝିଅ ପୁଅଙ୍କ ଉପରେ ଦଣ୍ଡାଦେଶର ବ୍ୟବସ୍ଥା ଥିଲା। ତେବେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ

କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି...

କାମକୁ ନୁହେଁ, ନାମକୁ

ନୂଆଦିଲ୍ଲୀ,୨ା୨: କରୋନା ଭୂତାଣୁ ଓ ଏହାର ମୁକାବିଲା ପାଇଁ ପର୍ଯ୍ୟାୟକ୍ରମେ ଜାରି ଲକ୍‌ଡାଉନ୍‌ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାବେଳେ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର...

ସିଦ୍ଧୁ ହସ୍ପିଟାଲରେ ଭର୍ତ୍ତି

ଚଣ୍ଡିଗଡ଼,୬।୬: ସଡ଼କ ହିଂସା ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଭର ଜଡ଼ିତ...

Advertisement
Archives

Model This Week